Odia Poem quotes are get a different kind of impact in the life of the reader. We always love to read quotes for a different level of understanding and motivation.
Odia Quotes will always be my favorite. You know what they say, words are powerful. I am a huge fan of this amazing language that is called Odia. It’s one of the most spoken languages in India and has a rich history to it. There are many quotes that have been written down, and also some that people have said themselves for generations and even centuries.
ମା
ମାଆ ପରି କିଏ ହେବ ଦୁନିଆରେ
ମାଆ ସବୁଠାରୁ ବଡ଼
ମାଆର ପାଦରେ ରଖିଲେ ଭକତି
ହେବ ଜଗତରେ ବଡ ll
ମାଆର ବୁକୁରେ ସାତଧାର ହୋଇ
ଝରୁଥାଏ ସ୍ନେହ – ନଈ
ସେ ବୁକୁରୁ କେବେ ଅମୃତ ଝର
ଶୁଖେନା ସନ୍ତାନ ପାଇଁ ll
ମାଆ ଯେବେ ସାହା ହେବ ପୁଅ ପାଇଁ
କିବା କହ ଡର ତାର
ମାଆର ଆଶିଷେ ଦୁନିଆ ଦାଣ୍ଡରେ
ସବୁ ବାଧା ହେବ ଦୂର ll
ବାପା
ମାଆ ସିନା ଶ୍ରେଷ୍ଠ ମାଟି ଠାରୁ ଭାରି
ବାପା ଆକାଶ ହୁଁ ବଡ଼
ମାତାଙ୍କର ସ୍ନେହ ପିତାଙ୍କ ଆଶିଷ
ବଳେ ଜିଣେ ପୁଅ ଗଡ଼ ll
ପିତା ସ୍ୱର୍ଗ ପୁଣି ଜପ ତପ
ପିତା ହିଁ ଧର୍ମ ପୁଅର
ପିତାଙ୍କ ଚରଣେ ଥିଲେ ସଦା ମତି
ଆଉ ନାହିଁ କା ‘ ରେ ଡର ll
ପିତାର ହୃଦୟ ଗଭୀର ସାଗର
ସ୍ନେହ ମଣି -ମୁକ୍ତା ତହିଁ
ପୁତ୍ର – ସୁମନାସ ସେ ଅନ୍ତରୁ ପରା
ନିରନ୍ତରେ ଝରୁଥାଇ ll
ଆମେ ଚୁନା ଫୁଲ
ସୁନା ସକାଳର ଚୁନା ଫୁଲ ଆମେ
ଆକାଶ ବୁକୁରେ ତାରା
ଆମରି ହସରେ ପଡେ ସିନା ଖସି
ସରଗ ସୁଷମା ଝରା ll
ଆମ ମିଠା ହସ ମହୁରୁ ମଧୁର
ଫୁଲଠୁଁ ମହକ ଭରା
ଆମ ଆଖି ଲୁହ ନୁହେଁ ଖାଲି ପାଣି
ସେ ପରା ମୁକୁତା ହୀରା ll
ଆମ ଟିକିଏ ହାତ ପରଶ ପାଇଲେ
ଧରା ହେବ ସ୍ୱର୍ଗ ପରା
ହାତେ ରଖି ହାତ ନେବାରେ ଶପଥ
ସୁଖ ଦେବା ବିଶ୍ୱ ସାରା ll
ବଇଶାଖୀ ଖରା
ବଇଶାଖ ମାସ ଟାଇଁ ଟାଇଁ ଖରା
ମଥା ମରିଯାଏ ଝାଇଁ
ବଢିଲେ ଖରାର ପରତାପ ଲୋକେ
ଖୋଜନ୍ତି ଗଛର ଛାଇ l
ଜଳ ଶୁଖିଯାଏ କୂଅ ପୋଖରୀରୁ
ଛଟପଟ ମୀନ ଯେତେ
ମୀନ କଥା ଛାଡ ମଣିଷଙ୍କ ପାଇଁ
ଜଳ ମହରଗ ସତେ ll
ଖରା ଗରମରେ ଶିଝିଯାଏ ଦେହ
ଅସହଣି ହୁଏ ତାତି
ଡହକ ତାତିରୁ ଉଧୁରିବା ଲାଗି
ବିଞ୍ଚଣାଟି ଲୋଡୁଥାନ୍ତି ll
ଭାବୁଥାନ୍ତି ମନେ ବରଷାକୁ ଲୋକେ
ଆଦରନ୍ତି ଏତେ ସିନା
ଗୋଟିକର ମୂଲ ବୁଝା ପଡେ ନାହିଁ
ଆର ଜଣକର ବିନା ll
ଫୁଲ
ଫୁଲଟିଏ ମୁଁ ଫୁଲଟିଏ
ବୁକେ ଭରି ବାସ
ରଙ୍ଗର ରାସ
ଫୁଟିଛି ମୁହିଁ ଫୁଲଟିଏ ll
କେବେ ମୁଁ ନାଲି କେବେ ଧଳା ପୁଣି
ନାରଙ୍ଗୀ ଗୋଲାପୀ ରଙ୍ଗେ
ଖେଳେ ମୁଁ ପବନ ସଙ୍ଗେ
ମନ ନିଏ ମୁଁ ଯେ ଟାଣି ll
ମିଠା ମହକରେ ମନ ଉପବନେ
ଭରେ ଚଉପାଶ
ଡାକେ ଆସ ଆସ
ଫୁଟି ଲୋଟୁଥାଏ ଆପଣା ମନେ ll
Odia Poem Quotes
Other Related Story you may be interested in
Odia Poem Quotes, Odia Poem Quotes, Odia Poem Quotes, Odia Poem Quotes