Odia Teaching Story : Teaching Story is the best story writing app for teachers, students, parents, and others in a position to inspire young minds.
ପ୍ରତ୍ୟକ୍ଷ ଶିକ୍ଷା
ରମାକାନ୍ତ ଜଣେ ଛୋଟ ବ୍ୟବସାୟୀ ଥିଲା l ତା ଗ୍ରାମରୁ ସହର ଚାରିକୋଶ ଦୂର l ସେ ସହରର ନାନା ପ୍ରକାର ଜିନିଷ କିଣିଆଣି ବେଶି ଦାମ ରେ ନିଜ ଗ୍ରାମରେ ବିକେ l ଦିନେ ସେ ଟଙ୍କା ପଇସା ଧରି ଘରୁ ବାହାରୁ ବାହାରୁ ଟିକିଏ ଡେରି ହୋଇଗଲା l ତେଣୁ ସବୁ ଭଡାଗାଡ଼ିମାନେ ଆଗରୁ ଚାଲିଯାଇଥାନ୍ତି l ବହୁତ ହଇରାଣରେ ପଡି ସେ ଭାବିଲା, ” ଯଦି ମୁଁ ଆଜି ସହର ନ ଯାଏ ତେବେ ଦୋକାନ କ୍ଷତି ସହିବ l ପୁଣି ଗ୍ରାମରେ ଯେଉଁମାନେ ମୋ ଦୋକାନ ଉପରେ ନିର୍ଭର କରି ଚଳୁଛନ୍ତି ସେମାନେ ମଧ୍ୟ ହଇରାଣ ହେବେ l ତେଣୁ ଯାଉଛି ଗୋଟିଏ ଗୋଟିଏ ଚାଲି ଚାଲି ଯାଇ ମୁଁ ସହରରେ ପହଞ୍ଚିଯିବି, ଦେଖାଯାଉ l ” ତା ପରେ ସେ ଟଙ୍କା ଥଳି ଅଣ୍ଟାରେ ଭଲ କରି ବାନ୍ଧି ଦେଇ ସହର ଦିଗରେ ଆଗେଇଲା l
ଚାଲିବାର ଅଭ୍ୟାସ ନ ଥିବାରୁ କିଛି ସମୟ ଚାଲିବା ପରେ ସେ ଥକ୍କା ହୋଇଗଲା l ରାସ୍ତା ପାଖରେ ଥିବା ଗୋଟିଏ ବଡ଼ଗଛର ଛାଇରେ ଆସି ବସିଲା l ଦୂରରୁ ଦେଖିଲା ଗୋଟିଏ ଲୋକ ତା’ରି ଆଡକୁ ଆସୁଛି l ସେ ଚାଲି ଚାଲି ସେଠାରେ ଆସି ପହଞ୍ଚି ରମାକାନ୍ତଙ୍କୁ କହିଲା -“ଭାଇ କୋଆଡେ ଯାଉଛ ? “ରମାକାନ୍ତ ସରଳ ଭାବରେ କହିଲା, ସହରକୁ କିଛି ଜିନିଷ ପତ୍ର ଆଣିବାକୁ ଯାଉଛି l ଚାଲି ଚାଲି ଥକି ପଡିବାରୁ ଏଠାରେ ଟିକିଏ ବିଶ୍ରାମ କରୁଛି l “
ଲୋକଟି ନିଜ ମୁଣ୍ଡ ଉପରୁ ଏକ ବିରାଟ ଗଣ୍ଠିଲି ତଳେ ରଖିଦେଇ ରମାକାନ୍ତ ପାଖରେ ବସିପଡ଼ି କହିଲା -“ଭଲ ହେଲା, ଆମେ ଦୁହେଁ ବ୍ୟବସାୟୀ l ଖାଲି ଏତିକି କଥା ପ୍ରଭେଦ ତମେ ଯଉଁସବୁ ଜିନିଷ ଆଣିବାପାଇଁ ଯାଉଛ ଓ ମୁଁ ସେସବୁ ବିକ୍ରି କରିବାକୁ ଯାଉଛି l ମୋ ନାମ ଗୁରୁଦାସ l ” ଏତିକି କହି ସେ ହସିଲା l
ରମାକାନ୍ତ ହସି ହସି କହିଲା, ” ପ୍ରଭେଦ କଥା କହୁଛନ୍ତି ଅନେକ ପ୍ରଭେଦ ଅଛି l ମୁଁ ଆସି ପଚାଶ ବର୍ଷ ଟପିବାକୁ ବସିଲିନି l ହେଲେ ତମେ ତ ଏବିକାର ଯୁବକ l ମୁଁ କିଛି ଜିନିଷ ନ ବୋହି ମଧ୍ୟ ଏତିକି ବାଟ ଆସି ଥକିଗଲିଣି l ଆଉ ତମେ ତ ଏ ବିରାଟ ଗଣ୍ଠିଲି ବୋହି ଚାଲିଛ ପୁଣି ଥକି ପଡୁନାହଁ l ” ଗୁରୁଦାସ କହିଲେ “ସତକଥା, ଏହି ବୟସରେ ତୁମେ କାହିଁକି ନିଜେ ସଉଦା କରିବାକୁ ଆସୁଛ ? ଗୁମାସ୍ତା ବା ବନ୍ଧୁ ବାନ୍ଧବ କାହାକୁ ପଠାଇଲେ ତ ହୋଇଥାନ୍ତା l “
ରମାକାନ୍ତ କହିଲା – “ଆଜିକାଲି ଯୋଗରେ ବିଶ୍ୱାସ କାହାକୁ କରିବ ? ନିଜ ସ୍ତ୍ରୀ ପିଲାଙ୍କ ଉପରେ ତ ବିଶ୍ୱାସ ନାହିଁ l ଗୁରୁଦାସ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,”ଅର୍ଥାତ ? ତୁମେ କାହାକୁ ବି ବିଶ୍ୱାସ କରନାହିଁ?”
ରମାକାନ୍ତ କହିଲା, ” ହଁ ଭାଇ, ଏଇ ଦୁନିଆରେ ବିଶ୍ୱାସ କାହାକୁ କରିବା କଥା ନୁହଁ l ଯିଏ ବା ବିଶ୍ୱାସ କରିଛି ସେ ପଛରେ ପୁଣି ସେଥିପାଇଁ ଅନେକ ପଶ୍ଚାତାପ କରିଛି l ବିଶ୍ୱାସ କରି ଭଲ ଫଳ ହୋଇଥିବା ଘଟଣା ବହୁତ କମ l ଏହି କଳିଯୁଗର ରୀତି ଏହିପରି l ବିଶ୍ୱାସ କରିବାକୁ ହେଲେ ଆଗରୁ ଠକି ହେବା ପାଇଁ ପ୍ରସ୍ତୁତ ହେବା ଦରକାର l ତେବେ ମୋ କ୍ଷେତ୍ରରେ ନିଜେ କାମ କରି ଯଦି ଚାଲିଯାଉଛି ତେବେ ମୁଁ କାହିଁକି ବା ଅନ୍ୟ ଉପରେ ନିର୍ଭର କରିବି ? ପୁଣି ଅନ୍ୟ ଉପରେ ଦାୟିତ୍ୱ ଦେଇ ନିଜେ ମାନସିକ ଅଶାନ୍ତି ଭୋଗିବି l ଲୋକଟି ନ ଫେରିବା ଯାଏ ମନ ଟା ଛଟପଟ ହେଉଥିବ l ତା ‘ ଅପେକ୍ଷା ନିଜେ କରିବା ଭଲ l “
“ଆଚ୍ଛା, ଆଚ୍ଛା, କଥା ତ ବହୁତ କହିଲ, ଚାଲି ଚାଲି ବହୁତ ଥକା ହୋଇପଡିଥିବ l ପଦଟି ବଢ଼େଇ ଦିଅ ମୁଁ ଟିକିଏ ତମର ସେବା କରେ l “ରମାକାନ୍ତ କହିଲା, ନାଇଁ ନାଇଁ, ସେବାର କୌଣସି ଆବଶ୍ୟକତା ନାହିଁ l ଟିକିଏ ଛାଇରେ ବିଶ୍ରାମ ନେଲେ କ୍ଲାନ୍ତ ଦୂର ହୋଇଯିବ l ” ସେଥିପାଇଁ ଦ୍ୱିଧା କାହିଁକି କରୁଛ ? ମୁଁ ତ ଆପଣଙ୍କ ଠୁ ବୟସରେ ସାନ ଟିକିଏ ସେବା କରିଦେଲେ କଣ ଏମିତି ଖରାପ ହେଇଗଲା l” ଗୁରୁଦାସ ଏତିକି କହି ରମାକାନ୍ତ ର ପାଦ ଟାଣିଆଣି ଧୀରେ ଧୀରେ ତାଙ୍କୁ ଘସିବାକୁ ଆରମ୍ଭ କଲା l ଫଳରେ ରମାକାନ୍ତଙ୍କୁ ବହୁତ ଆରାମ ଲାଗିଲା l କ୍ରମେ ପାଦରୁ ଆରମ୍ଭ କରି ହାତ, କାନ୍ଧ, ମୁଣ୍ଡ ସବୁ ଘଷିଦେବାରୁ ରମାକାନ୍ତ କିଛି ସମୟ ବଡ ଆରାମରେ ଶୋଇଗଲେ l ଗୁରୁଦାସ ରମାକାନ୍ତଙ୍କ ଅଣ୍ଟାରୁ ଟଙ୍କା ଥଳୀ ନେଇ ଚାଲିଗଲା l
କିଛି ସମୟ ପରେ ରମାକାନ୍ତଙ୍କ ନିଦ ଭାଙ୍ଗିଗଲା l ସେ ଗୁରୁଦାସଙ୍କୁ ଏପଟ ସେପଟେ କରି ବହୁତ ଖୋଜିଲେ l ଦୂରରୁ ଦେଖିଲା ଗୁରୁଦାସ ଆସୁଛି l ଦୌଡ଼ି ଯାଇ ସେ ତା ବେକ ଧରି କହିଲା “ଦିନ ଦୁଇ ପହରରେ ତୁ ମୋ ଟଙ୍କା ନେଇ ଠକି ନେଇ ଯାଉଛୁ ?” “ନେଲି ଆଉ କାହିଁ ? ତୁମେ ଯେତେ ସମୟ ଆରାମରେ ଶୋଇଥିଲ ମୁଁ ତ ଟଙ୍କା ନେଇ କେତେ ବାଟ ପଳାଇଥାନ୍ତି l ମୁଁ ତ ଟଙ୍କା ଦେବାକୁ ଆପେ ଆସିଛି l ତମେ ଏତେ ରାଗ କ’ଣ ଦେଖାଉଛ? ନିଅ ତମ ଟଙ୍କା l ” ଏହା କହି ଗୁରୁଦାସ ଟଙ୍କା ଥଳୀ ରମାକାନ୍ତଙ୍କ ଉପରକୁ ଫିଙ୍ଗି ଦେଲା l ରମାକାନ୍ତ ଗଣି ଦେଖିଲା ସବୁ ଠିକ ଅଛି l ସେ କହିଲ ” ତେବେ ତମେ ଏମିତି କାହିଁକି କଲ? “
“କାରଣ ମୁଁ ତୁମକୁ ଏକ ଶିକ୍ଷା ଦେବାକୁ ଚାହୁଁଥିଲି l ଏ ସଂସାରରେ ସମସ୍ତେ ଚୋର ନୁହଁନ୍ତି l ତମେ ତ ମୋତେ ଦଶ ମିନିଟ ଦେଖାରେ ବିଶ୍ୱାସ କରି ଶୋଈଗଲ l ମୁଁ ନେଇଥିଲେ ତ ସବୁ ନେଇ ପଳେଇଥାନ୍ତି l ଆଚ୍ଛା ଏବେ ଶିଖ ଯେ ମଣିଷ ଭିତରେ ଚୋର ବି ଥାନ୍ତି l ଏବେ ମୁଁ ମୋ ରାସ୍ତାରେ ଯାଏ l ” ଏତିକି କହି ସେ ଗଣ୍ଠିଲି ଟି ଧରି ଚାଲିଲା l ରମାକାନ୍ତ ଅବାକ ହୋଇ ତା ‘ ର ଯିବା ରାସ୍ତାକୁ ଚାହିଁ ରହିଥାଏ l
Odia Teaching Story
Odia Teaching Story, Odia Teaching Story, Odia Teaching Story, Odia Teaching Story, Odia Teaching Story, Odia Teaching Story, Odia Teaching Story