Nanda Ghare Janmile Kanha Lyrics – Odia Krishna Janmashtami Bhajan

Nanda Ghare Janmile Kanha Lyrics

Nanda Ghare Janmile Kanha Lyrics – Odia Krishna Janmashtami Bhajan

Facebook
WhatsApp
Telegram

Discover the lyrics for “Nanda Ghare Janmile Kanha” (ନନ୍ଦ ଘରେ ଜନ୍ମିଲେ କାହ୍ନା), a joyful Odia Janmashtami devotional song celebrating the birth of Lord Krishna.

Nanda Ghare Janmile Kanha Lyrics

ହେ ଗୋପାଳ….
ହେ ନନ୍ଦଲାଲା…..
ଆଜିରାତି ଗକୋଳେ ଉଠିଲା ଜୁଆର….
ଜନମିଲେ କାହ୍ନା ମୋ ନୀଳମଣି ଠାକୁର….
🎶🎶🎶🎶
ନନ୍ଦଘରେ ଜନମିଲେ କାହ୍ନା…
ବାଜିଲା ଢୋଲ ମୃଦଙ୍ଗନା
ହରିବୋଲରେ ନାଚେ ଗୋକୁଳ….
ଜୟ ଜୟ ନନ୍ଦଲାଲା
ରେ କାହ୍ନା ବଂଶୀ ବାଜେ ରାଧା ମନେ…
ରେ କାହ୍ନା ପ୍ରେମ ଜାଗେ ଭକତ ପ୍ରାଣେ….
🎶🎶🎶🎶
ଅନ୍ଧାର ରାତିରେ ଆସିଲୁ ହସି….
ଦୁଃଖର ଦୁନିଆ ଗଲା ଯେ ଭୁଲି
ଦେବକୀ ମାର ଆଖିର ଲୁହ
ହେଲା ଆଜି ପ୍ରଭୁ ପ୍ରେମର ମହୁ…
ବସୁଦେବ ନେଲେ ତତେ କୋଳେଇ…
ଯମୁନା ହଟିଲା ତୋ ପାଦ ତଳେ….
ମୁଣ୍ଡେ ଧରି ଶେଷନାଗ ଛାଇ..
ଆସିଲୁ କାହ୍ନା ଗୋକୁଳ ଭୂଇଁ
ଆକାଶେ ତାରା ଝିଲିମିଲି ଗୋକୁଳ ଗଳିରେ ହସ ଖିଲିଖିଲି
ଆସିଛନ୍ତି ପରା ନୁହେଁ ସାଧାରଣ
ଆସିଛନ୍ତି ନିଜେ ଚକ୍ରଧାରୀ ଭଗବାନ….
ନାଚରେ ଗୋପୀ ନାଚରେ ଗୋପାଳ
ଆସିଛନ୍ତି ଆଜି ନନ୍ଦରାଲାଲ
ହାତ ଉଠାଇ କହ ହରିବୋଲ….
ପାଦ ମିଶାଇ କହ ହରିବୋଲ…
ଢୋଲ ବାଜୁ….. ମୃଦଙ୍ଗ ବାଜୁ.।…
କାହ୍ନା ନାମରେ ଗୋକୁଳ ନାଚୁ…
କାହ୍ନା କାହ୍ନା କାହ୍ନା ଜୟ ନନ୍ଦଲାଲା…
କାହ୍ନା କାହ୍ନା କାହ୍ନା ଜୟ ଯଶୋଦାଲାଲା…
🎶🎶🎶🎶
ମାଟି ଖାଇ ହସୁଥିଲୁ… ମା ଯଶୋଦାକୁ ଭୁଲାଉଥିଲୁ
ଛୋଟିଆ ମୁହଁରେ ବଡ ଜଗତ କାହ୍ନା ତୁ ଅଟୁ ଅଦ୍ଭୁତ…
ମାଖନ ଚୋରି ତୋ ମିଠା ଲୀଳା
ବଂଶୀ ସୁରେ ଭିଜେ ବୃନ୍ଦାବନ ମାଟି
ରାଧାନାମ ଯେ ତୋ ଅଧରେ ପ୍ରେମ..
ହୁଏ ଆଜି ସାରା ସଂସାର
ନନ୍ଦଘରେ ଜନମିଲେ କାହ୍ନା…
ବାଜିଲା ଢୋଲ ମୃଦଙ୍ଗନା
ଗୋକୁଳ ହସେ ବୃନ୍ଦାବନ ହସେ କାହ୍ନା
ଆସିଲେ ଭକତ ଭାସେ
ରାଧେ….. ରାଧେ… କାହ୍ନା… କାହ୍ନା…
ରାଧେ….. ରାଧେ… କାହ୍ନା… କାହ୍ନା…
ପ୍ରେମରେ ଡାକ ତାଙ୍କ ନାମ ଦୂରହେବ…. ସବୁ ଦୁଃଖ ଯନ୍ତ୍ରଣା…
🎶🎶🎶🎶
ଯେଉଁଠି କାହ୍ନାଙ୍କ ନାମ ସେଇଠି ପ୍ରେମର ଧାମ…

ଯେଉଁଠି ଭକ୍ତି ରହିବ ସେଇଠି କାହ୍ନା ନିଜେ ଧୂପ….

ଆଜି ଜନ୍ମଷ୍ଟମୀ…. ଆଜି ପ୍ରେମର ରାତି
ନନ୍ଦଲାଲା ଆସିଛନ୍ତି ଭରିବାକୁ ଭକତ ଛାତି
ଜୟ ଶ୍ରୀକୃଷ ଜୟ ନନ୍ଦଲାଲା
ଜୟ ଗୋପାଳ ଜୟ ରାଧାମାଧବ
ବଂଶୀସୁରେ ରହିଯାଉହୃଦୟ ମନ୍ଦିରେ ବସଯାଇ
ଜନମ ଜନମ ମୋର ଏକ ଯାତ କାହ୍ନା କାହ୍ନା ମୋ ନନ୍ଦଲାଲା..
ଜନମ ଜନମ ମୋର ଏକ ଯାତ କାହ୍ନା କାହ୍ନା ମୋ ନନ୍ଦଲାଲା..

Leave a Comment

You cannot copy content of this page