Odia Story Chikitsa | Free Read

Odia Story Chikitsa

Odia Story Chikitsa | Free Read

Facebook
WhatsApp
Telegram

ଚିକିତ୍ସା

ରୁଦ୍ରଚାରୀ ନାମକ ଜଣେ ବୈଦ୍ୟ ଥିଲେ l ତାଙ୍କ ପାଖରେ ଶରଭ ଶିଷ୍ୟ ରୂପରେ କାମ କରୁଥିଲେ l ରୁଦ୍ରଚାରୀ ଯାହା ଶିଖାନ୍ତି ସେ ସବୁ ଲେଖିପକାନ୍ତି l କାଳେ ତାଙ୍କର ମନେ ନ ରହିବ l
ଦିନେ ରୁଦ୍ରଚାରୀ ତାଙ୍କୁ କହିଲେ – “ବତ୍ସ, ତୁମେ ଭାବ ନାହିଁ ଯେ ସବୁ ରୋଗ ପାଇଁ ଔଷଧ ଅଛି l ଚିକିତ୍ସା ବିଭିନ୍ନ ପ୍ରକାରରେ କରାଯାଇପାରେ l
ଯେମିତି ହିକ୍କା ରୋଗ ପାଇଁ ଚାପଡାଟିଏ ଦେଲେ ତାହା ସଙ୍ଗେ ସଙ୍ଗେ ବନ୍ଦ ହୋଇଯିବ l

କିନ୍ତୁ ସବୁଠାରୁ ଅଧିକ ଆବଶ୍ୟକ ହେଲା ସାଧାରଣ ଜ୍ଞାନ l ଖାଲି ବହି ବା ଖାତା ପଢି ଚିକିତ୍ସା କଲେ ରୋଗର ଉପଶମ ହୁଏନାହିଁ l “

ଠିକ ସେହି ସମୟରେ ଜଣେ ଲୋକ ଆସି କହିଲା, କାଲି ରାତିରୁ ଅନବରତ ହିକ୍କା.. ” ସେ ଆଉ କିଛି କହିବା ପୂର୍ବରୁ ଶରଭ ତାକୁ ଏକ ଥାପଡ ଦେଲେ l

ସେ ବିଚରା ହଡବଡ଼ ହୋଇ ଗାଲ ଆଉଁସି ଦେଇ କହିଲା, ” କାହିଁକି ଏଡ଼େ ଥପଡ ଟିଏ ମାରିଲ ? ମୋର ଅପରାଧ କ’ଣ ?

ଶରଭ କହିଲେ “ଅପରାଧ? ତୁମର ହିକ୍କା ସାରା ଜୀବନ ପାଇଁ ଗଲା ; ତାହା ଆଉ କେବେବି ବାହାରିବ ନାହିଁ l “

“କିନ୍ତୁ ହିକ୍କା ତ ମୋ ବୁଢ଼ୀ ମା ‘ଙ୍କୁ ହେଇଛି l ସେ ଗାଡ଼ିରେ ବସିଛନ୍ତି l କ’ଣ ତାଙ୍କୁ ବି ଆପଣ ମାରିବେ କି ? ତେବେ ଥାଉ ଆମ ହିକ୍କା ମୁଁ ଯାଉଛି l “

ଏତିକି କହି ସେଠାରୁ ସେ ଚାଲିଗଲା l
ଏଥର ଗୁରୁ ରୁଦ୍ରଚାରୀ ଶରଭଙ୍କ ଆଡକୁ ଚାହିଁଲେ ଓ ଶରଭ ତଳକୁ ମୁହଁ କଲେ l

ସେତେବେଳକୁ ସେ ଜାଣିପାରିଲେ ଯେ ଚିକିତ୍ସା ପାଇଁ ସାଧାରଣ ଜ୍ଞାନ, ଧର୍ଯ୍ୟ ଓ ରୋଗୀ ପ୍ରତି କିଛିଟା ସହାନୁଭୂତି ଦରକାର l
ତାହାହିଁ ଥିଲା ତା ‘ଗୁରୁ ରୁଦ୍ରଚାରୀଙ୍କ ଶିକ୍ଷା l

Odia Story Chikitsa

Jatartha Cikitsa Odia Story : Click Here

Odia Story Chikitsa, Odia Story Chikitsa, Odia Story Chikitsa,

Leave a Comment

You cannot copy content of this page