Odia Gapa Adhika Danda

Odia Gapa Adhika Danda

Facebook
WhatsApp
Telegram

ଅଧିକ ଦଣ୍ଡ

ଜଟିପୁରରେ ଗୋଟିଏ କାରାଗାର ଥାଏ l ସେଥିରେ ଅନେକ ପ୍ରକାରର ଅପରାଧ କରି ଅପରାଧୀମାନେ କାରାଗାରରେ ବନ୍ଦୀ ହୋଇଥାନ୍ତି l ସେମାନେ ସେଠାରେ ନାନାପ୍ରକାରର କଠିନ ପରିଶ୍ରମ କରନ୍ତି l ସେହି ଦେଶର ରାଜା, ବନ୍ଦୀମାନଙ୍କ ଉପରେ ଦୟାକରି ଏକ ବଡ଼ ପୁସ୍ତକାଳୟ ଖୋଲିଲେ ଯେପରି ବନ୍ଦୀମାନେ ନାନା ପ୍ରକାରର ପୁସ୍ତକରୁ ଜ୍ଞାନ ଆହରଣ କରିପାରିବେ l ପୁସ୍ତକ ପଢିଲାବେଳେ ସେମାନେ ମଧ୍ୟ ନିଜର ଦୁର୍ଭାଗ୍ୟ କଣ ଭୁଲିଯାନ୍ତି l

ସେହି ସହରରେ ବସୁଦେବ ନାମକ ଜଣେ ବ୍ୟବସାୟୀ ଥିଲା l ତା’ ଘରେ ତ ଅନେକ ଟଙ୍କା, ତେଣୁ ସେ ଭାବିଲା, ” ସାହିତ୍ୟ ଲେଖି ଖ୍ୟାତି ଅର୍ଜନ କରିବି, ତେଣୁ ତା’ର ନାମଟିକୁ ସେ କବି ବସୁଦେବ ବୋଲି ଘୋଷଣା କଲା l ବହି ମଧ୍ୟ ଚଟାପଟ ଲେଖା ହୋଇଗଲା l ଏବେ କେତେକ ବହି ଆସିଛି ତେଣୁ ବସୁଦେବ ସମସ୍ତଙ୍କୁ ବହି ବାଣ୍ଟିଲା ଓ କେତେକ ବିକ୍ରିକଲା l ତାଙ୍କର ସେହି ବହି ପଢି ସମସ୍ତେ ବିରକ୍ତ ହେଲେ l କେତେକ ଆଣି ବହି ଫେରସ୍ତ ଦେଇଦେଲେ, ବସୁଦେବ ଏତେ ବହି ନେଇ କଣ କରିବ l ତାଙ୍କର ମନେ ପଡିଲା କଇଦୀମାନଙ୍କୁ ମାଗଣା ଦେବେ l ଏକଥା ସେ ଯାଇ କାରାଗାର ଅଧ୍ୟକ୍ଷକଙ୍କୁ କହିଲେ l

ତହୁଁ ସେଠିକା ଅଧ୍ୟକ୍ଷ ଅଳ୍ପ ହସି କହିଲେ, ” ବସୁଦେବଜୀ ରାଜାଙ୍କର ଆଜ୍ଞା ଅନୁସାରେ ମୁଁ ସେମାନଙ୍କୁ ଦଣ୍ଡ ଦିଏ ଏବେ ତୁମ ବହି ମୁଁ କିପରି ରଖିବି ? ତାଙ୍କୁ ମୁଁ ଦଣ୍ଡ ଦେଉଛି l ପୁଣି ତୁମ ବହି ପଢିବାଟା ହିଁ ଦଣ୍ଡ ବୋଲି ମୁଁ ଭାବୁଛି l ଅଧିକ ଦଣ୍ଡ ମୁଁ ସେମାନଙ୍କୁ କିପରି ଓ କାହିଁକି ବା ଦେବି ? ତୁମେ ରାଜାଙ୍କଠାରୁ ଅନୁମତି ଆଣିଲେ ଯାଇ ଏହା ସମ୍ଭବ ହେବ l ତେଣୁ ତୁମ ଗ୍ରନ୍ଥର ମୂଲ୍ୟ କେତେ l ତେଣୁ ପ୍ରଥମ କଥା ନଗରରେ ସେ ଘୋଷଣା କଲେ କି ସେ କବି ବସୁଦେବ ନୁହଁନ୍ତି କେବଳ ବସୁଦେବ l

Leave a Comment

You cannot copy content of this page