Odia Patriotic Poem: Is patriotic poem is about the love and support of a proud nation. The speaker celebrates the country, its people, and its values in this moving poem.
All come from different places, with different dreams and hopes. But in this great big world, we’re all united by one thing: the love of our country. Here’s a patriotic poem to show your support.
Odia Patriotic Poem
🌸 ମୋ ଜନ୍ମଭୂମି ଓଡ଼ିଶା🌸
ଆମ ରାଇଜ ଭାରି ସୁନ୍ଦର
Manish Kumar Mohanty
ସତେ ତ ସରଗପୁର
ନାମଟି ଓଡ଼ିଶା ତାର।
ଛୋଟ ରାଇଜ ସିନା ଆମର,
ଭାଷାଟି ତାର ଭାରି ମଧୁର
ଓଡ଼ିଆ ଗୀତ ଓଡ଼ିଶୀ ନାଚ
ସବୁଠି ବଡ଼ ଆଦର।
ସଭିଙ୍କ ଠାରୁ ଚାଲିଚଳନ
ଅଲଗା ଅଟେ ଓଡ଼ିଆ ଘରେ
ବିଦେଶୀ ବୁଲି ଫଟୋ ଉଠାନ୍ତି
ପୁରୀ କୋଣାର୍କ ମନ୍ଦିରେ।
ଭେଳିକି ଭେଳି ଛଡେଇ ଆସି ମେଳି କରନ୍ତି
ନଳବଣ ଚିଲିକା ତଟେ
ସୌନ୍ଦର୍ଯ୍ୟ କେତେ ଭରି ରହିଅଛି
ଓଡ଼ିଶାର ବାଟ ଘାଟେ ।
ସମ୍ବଲପୁରୀ ହାତ ତିଆରି
ଭାରି ସୁନ୍ଦର ଶାଢ଼ୀ
ଦେଶେ ବିଦେଶେ ଭାରି ଆଦର
ଯାଉଛି ଗାଡି ଗାଡ଼ି।
ପିପିଲି ଠାରେ ଚାନ୍ଦୁଆ ହୁଏ
କଟକରେ ସୁନା ଚାନ୍ଦି
ନିଲିଗିରର ପଥୁରି କାମ
କେନ୍ଦ୍ରାପଡ଼ାର ଖୁଆ ରାବିଡି
ଆଦର ହୁଏ ଭାରି ।
ବାଲିଯାତରା ଚଡକମେଳା ମୟୂରଭଞ୍ଜ ମକରମେଳା
ଆଉ କୋଉଠି ନାହିଁ
ପାହାଡ଼ ଭୂଇଁ ବଣ ଝରଣା
ନୀଳ ସାଗର ଲହରୀ ମାଳ
ମନକୁ ନିଏ ମୋହି।
ଆମ ରାଇଜ ଭାରି ସୁନ୍ଦର
ସତେ ତ ସରଗପୂର
ନାମଟି ଓଡ଼ିଶା ତାର ନାମଟି ଓଡ଼ିଶା ତାର।
Odia Love Kabita – Click Here
coming Soon