Odia Story Rakhyasi Kanya |ରାକ୍ଷସୀ କନ୍ୟା

Odia Story Rakhyasi Kanya

Odia Story Rakhyasi Kanya |ରାକ୍ଷସୀ କନ୍ୟା

Facebook
WhatsApp
Telegram

ରାକ୍ଷସୀ କନ୍ୟା

ପାର୍ବତମାଳା ତଳେ ତଳେ, ନିର୍ଜନ ଉପତ୍ୟକାର ପଥ ଧରି ଚାଲିଥିଲେ ସାଆନ୍ତେ ଓ ଅବୋଲକରା l ବସନ୍ତ ଋତୁର ସୂର୍ଯ୍ୟାସ୍ତକାଳ l ଏକ ଦିଗନ୍ତରୁ ଅନ୍ୟ ଦିଗନ୍ତକୁ ଉଡିଯାଉଥିଲେ ଦଳେ ସୁନାପକ୍ଷ ବିହଙ୍ଗ l ନାନା କିସମର ଫୁଲର ମହକ ଉପତ୍ୟକାର ବାତାବରଣକୁ ପୁଲକିତ କରିଥିଲା l

ଅତି ହରଷରେ ଚାଲିବା ଅବସ୍ଥାରେ ଅବୁଲକାର ହଠାତ ଝୁଣ୍ଟିପଡ଼ିଲା l
“ଗୁରୁ ସାଆନ୍ତେ!” – ତଳକୁ ଅନାଇ ସେ ରହିଗଲା l
“ଆରେ ଅବୁଲ,! ଯିଏ ଆଗକୁ ଚାଲେ ସେ ଝୁଣ୍ଟେ l ସ୍ଥୂଳ ବାଟରେ ହେଉ, ଭାବ ମାର୍ଗରେ ହେଉ….. ଚାଲ l”
” ଗୁରୁ ସାଆନ୍ତେ, ମୋ ଝୁଣ୍ଟିବାରେ ବିଶେଷତ୍ୱ ନାହିଁ! କିନ୍ତୁ ଅପାତତଃ ଯାହା ଝୁଣ୍ଟିଲି, ସେଥିରେ ଅଛି l ସେ ବିଶେଷତ୍ୱ ମୋ ଭିତରେ ବିସ୍ମୟ ସୃଷ୍ଟି କରିଛି l ବିସ୍ମୟର ପ୍ରଶ୍ନ l “
ସାଆନ୍ତେ ଲକ୍ଷ୍ୟ କରି ଦେଖିଲେ, ଅବୋଲକରା ଯାହାକୁ ଝୁଣ୍ଟିଛି ତାହା କୌଣସି ସୌଧର ଭଗ୍ନାଂଶ l
“ଅବୋଲ, ହେଇ, ସେପଟ ପାହାଡ ଉପରକୁ ଅନା…. ଅନାଇଲୁ ? କ’ଣ ଦେଖୁଛୁ ?”
“ଗୁରୁ ! ଇଏ କ’ଣ ? ଇଏ ତ ନାନା ପ୍ରାଚୀନ ସୌଧ, ଅଟ୍ଟାଳିକା, ରାଶି ରାଶି ଗୃହସମ୍ବଳିତ ସହରଟିଏ!କିନ୍ତୁ ମନେ ହୋଏ ଜନଶୂନ୍ୟ ପରିତ୍ୟକ୍ତ l”

ଠିକ…. ପ୍ରେତାପୂରୀ କହିଲେ ଅତ୍ୟୁକ୍ତି ହେବନାହିଁ l ସେ ସହରରୁ ଖସି ଆସି ତଳେ ପଡ଼ିଥିବା ପଥର ଖଣ୍ଡିଏ ତୋତେ ଖୁମ୍ପିଦେବାର ବିସ୍ମୟ କ’ଣ ?”
ଅବୋଲକରା ହସିଲା l ” ଗୁରୁ ସାଆନ୍ତେ! ଆମ ଗନ୍ତବ୍ୟ ସ୍ଥାନ ଆଉ ଅଧିକ ଦୂର ନୁହଁ ବୋଲି ଆପଣ କହୁଥିଲେ l ଏଣୁ ଏଠାରେ ଟିକିଏ ବସିଗଲେ କ୍ଷତି ନାହିଁ l କୁହନ୍ତୁ ଏ ବସତିର କାହାଣୀ – ବରଂ ଏ ବସତି ଶୂନ୍ୟ ହେବାର କାହାଣୀ l “

ସାଆନ୍ତଙ୍କୁ ମଧ୍ୟ କ୍ଲାନ୍ତ ଲାଗୁଥିଲା l ତା ‘ ଛଡା ଉପତ୍ୟକାର ସେ ମନୋରମ ନିର୍ଜନ ପରିବେଶରେ ସେ କେତୋଟି ମୁହୁର୍ତ୍ତ ବିତାଇବାକୁ ମନକରୁଥିଲେ l ଅତଏବ ସେ ଖଣ୍ଡିଏ ପଥର ଉପରେ ବସିପଡିଲେ l ତାଙ୍କୁ ସାମନା କରି ଆଗରେ ଚକମାରି ବସିଗଲା ଅବୋଲକରା l

Odia Story Rakhyasi Kanya

Leave a Comment

You cannot copy content of this page