ଅନ୍ଧବିଶ୍ୱାସ
ଚୀନ ଦେଶର ଲୋକ କଥା l ଗୋଟିଏ ଗାଁରେ ଜଣେ ଲୋକ ବାସ କରୁଥିଲେ l ସେ ସବୁବେଳେ କୌଣସି ନା କୌଣସି ରୋଗରେ ପୀଡିତ ରହୁଥାନ୍ତି l ଏଥିଯୋଗୁଁ ତାଙ୍କୁ ରାତିରେ ନିଦ ଲାଗୁ ନଥାଏ l ଡାକ୍ତରଙ୍କ ଔଷଧ ଓ ପରାମର୍ଶରେ ତାଙ୍କୁ କୌଣସି ଉପକାର ମିଳୁନଥାଏ l ସୁତରାଂ ଲୋକଟି ସବୁବେଳେ ନିଜ ରୋଗ ନେଇ ଚିନ୍ତିତ ଥାଏ l
ଦିନକର କଥା l ଲୋକଟି ମନରେ କ’ଣ ଭାବିଲ କେଜାଣି, ସେ ଠିକ କରିନେଲା ପଡୋଶୀ ଘରର ପୋଷା କୁକୁଡ଼ା ହିଁ ତା’ର ରୋଗର କାରଣ l ଏହିକଥା ସେ ପଡୋଶୀ ଘରର ଲୋକଙ୍କୁ ଜଣେଇଦେଲା l
ପଡୋଶୀ ଜଣକ ଏଭଳି କଥା ଶୁଣି କିଛି ବୁଝି ପାରିଲେ ନାହିଁ l କୁକୁଡ଼ାଟି କିପରି ରୋଗର କାରଣ ବୋଲି ପଚାରିବାରୁ କହିଲା – “ତମର କୁକୁଡ଼ା ରାତିସାରା ଏମିତି ରାବୁଛି ଯେ, ମୋତେ ରାତି ସାରା ଜମା ଶୁଆଇଦେଉନି l ଫଳରେ ମୋର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି l ଦୟାକରି ଆପଣ ସେହି କୁକୁଡ଼ାର ରାବ ବନ୍ଦ କରାଇ ଦିଅନ୍ତୁ l “
ଏବେ ପଡୋଶୀ ଜଣକ ଭାବିଲେ କି ଅଜବ ଲୋକ ଇଏ ? କୁକୁଡ଼ା କେବେ କ’ଣ ରାତିରେ ରାବନ୍ତି ? ତହୁଁ ପଡୋଶୀ କହିଲେ, “ମହାଶୟ, ମୋ କୁକୁଡ଼ା ରାତିରେ ରାବେ ନାହିଁ l ଆପଣ କେଉଁଠି ଶୁଣି ଏକଥା କହୁଛନ୍ତି ?” ସିଏ ପ୍ରତ୍ୟୁଷରେ ବୋବାଏ ଓ ରାତିପହିଲାନି ବୋଲି ଲୋକଙ୍କୁ ନିଦରୁ ଉଠାଇଦିଏ l ଆପଣ ଓଲଟା କଥା କହୁଛନ୍ତି କାହିଁକି ? “
ରୋଗୀ ଜଣକ ଉତ୍ତର ଦେଲେ, ” ତୁମେ ଯାହା କହୁଛ ଅବଶ୍ୟ ସତ ହୋଇପାରେ l ମାତ୍ର ମୁଁ ଶୋଇବାକୁ ଗଲାବେଳେ ତୁମରି କୁକୁଡ଼ା ରାବ ହିଁ ଶୁଣୁଛି l “
ଏବେ ପଡୋଶୀ ଜଣକ ଜାଣି ପାରିଲେ, ବନ୍ଧୁଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ହିଁ ତାଙ୍କ ରୋଗର ମୂଳ କାରଣ l ସେ ଶେଯକୁ ଗଲାବେଳେ କୁକୁଡ଼ାର ରାବକଥା ଚିନ୍ତା କରୁଛନ୍ତି l ଏହା ତାଙ୍କର ମାନସିକତାରେ ବସାବାନ୍ଧି ରହିଯାଇଛି l ଫଳରେ ତାଙ୍କୁ ରାତିରେ ନିଦ ହେଉନି କି ତାଙ୍କର ରୋଗ ମଧ୍ୟ ଭଲ ହେଉନି l ତେଣୁ ତାଙ୍କୁ ବୁଝାଇଦେଇ କହିଲେ ସ୍ଥାନ ପରିବର୍ତ୍ତନର ବ୍ୟବସ୍ଥା କରିବା ନିହାତି ଦରକାର l
ଏଥର ପଡୋଶୀଙ୍କର ପରାମର୍ଶ ଗ୍ରହଣ କରି ବ୍ୟକ୍ତି ଜଣକ କିଛିଦିନ ପାଇଁ ଅନ୍ୟ ସ୍ଥାନରେ ଜଣେ ବନ୍ଧୁଙ୍କ ଘରେ ରହିଲେ l ସେଠାରେ ତାଙ୍କର ମନରେ ପରିବର୍ତ୍ତନ ଘଟିଲା l ଭଲ ନିଦ ବି ହେଲା l ଚାହୁଁ ଚାହୁଁ ରୋଗ ବି ଭଲ ହୋଇଗଲା l
ବାସ୍ତବରେ ଅନ୍ଧବିଶ୍ୱାସକୁ ମନରୁ ଦୂର କରିଦେବାରୁ ଲୋକଟି ସୁଖଜୀବନଯାପନ କରିପାରିଲା l
Odia Story Superstition
Other Related Story you may be interested in
Odia Story Superstition, Odia Story Superstition, Odia Story Superstition, Odia Story Superstition, Odia Story Superstition,