5 Inspirational Odia Story

Inspirational Odia Story

5 Inspirational Odia Story

Facebook
WhatsApp
Telegram

Inspirational Odia Story : We all have our own stories, experiences and memories that help make us who we are. These memories are a part of who you are and will always be with you. They can inspire you to do great things or lead you in the right direction when you’re lost.

The stories of these brave men are an inspiration to all and it would be amazing if these stories reach out to all the corners of India.

ସବୁଠୁ ଶ୍ରେଷ୍ଠ ଉପହାର

ଆଚାର୍ଯ୍ୟ ଦ୍ରୋଣ ନିଜ ଶିଷ୍ୟମାନଙ୍କୁ ବହୁତ ଶ୍ରଦ୍ଧା କରୁଥିଲେ। ଶିକ୍ଷା ସମାପ୍ତି ପରେ ଶିଷ୍ୟମାନେ ‘ଗୁରୁଦକ୍ଷିଣା’ ସ୍ୱରୂପ ତାଙ୍କୁ କିଛି ଉପହାର ଦେବାକୁ ଚାହିଁଥିଲେ। ଦ୍ରୋଣାଚାର୍ଯ୍ୟ ହସିହସି କହିଥିଲେ “ଯଦି ତୁମେ ମୋତେ କିଛି ଦେବାକୁ ଚାହୁଁଛ, ତା’ହେଲେ ପାଞ୍ଚାଳ ନରେଶ ଦ୍ରୋପଦଙ୍କୁ ବାନ୍ଧି ଆଣି ମୋର ପାଦତଳେ ଅର୍ପଣ କର।’ ଯୁବ ରାଜକୁମାରମାନେ (ପାଣ୍ଡବ ଓ କୌରବ) ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ ଗୁରୁଙ୍କଠାରୁ ଏହା ଶୁଣି । “ତୁମେ ତାଙ୍କ ପ୍ରତି ମୋର ଏଭଳି କ୍ରୋଧ ଦେଖି ଆଶ୍ଚର୍ଯ୍ୟ ହେଉଛ ନା ।

ତେବେ ଶୁଣ- ପାଞ୍ଚାଳ ନରେଶ ଓ ମୁଁ, ବାଲ୍ୟାବସ୍ଥାରେ ଏକତ୍ର ଗୋଟିଏ ପାଠଶାଳାରେ ହିଁ ପାଠ ପଢ଼ୁଥିଲୁ । ଦୁହେଁ ଥିଲୁ ଅତି ଅନ୍ତରଙ୍ଗ ମିତ୍ର। ଯେତେବେଳେ ଆମେ ଦୁହେଁ ପାଠଶାଳା ତ୍ୟାଗ କଲୁ ସେ ସମୟରେ ଯେହେତୁ ଦ୍ରୋପଦ ରାଜକୁମାର ଥିଲେ, କଥା ଦେଇଥିଲେ ପାଞ୍ଚାଳ ରାଜଗାଦି ପାଇବାପରେ ମୋତେ ସେଥିରୁ ଅଧା ଦେଇଦେବେ । ସେତେବେଳେ ମୋର ପରିଚୟ ଥିଲା ଦରିଦ୍ର ବ୍ରାହ୍ମଣ କୁମାର ଭାବେ |

ପରବର୍ତ୍ତୀ ସମୟରେ ଦ୍ରୋପଦ ରାଜଗାଦିରେ ବସିଥିଲେ ଉତ୍ତରାଧିକାରୀ ସୂତ୍ରରେ | ହେଲେ ମୁଁ ଘୋର ଦାରିଦ୍ର୍ୟ ଭିତରେ କାଳାତିପାତ କରୁଥିଲି। ଏପରିକି ନିଜର ଏକମାତ୍ର ପୁଅ ଅଶ୍ୱତଥାମାର ଲାଳନପାଳନ ମଧ୍ଯ ଉଚିତ ଭାବରେ କରିପାରୁ ନଥିଲି |

ଦ୍ରୁପଦ ଦେଇଥିବା କଥା ଏଇ ଦୁଃସ୍ଥିତିରେ ମନକୁ ଆସିଥିଲା | ସହାୟତା ଆଶା କରି ତାଙ୍କ ନିକଟକୁ ଯାଇଥିଲି। ହେଲେ ପାଇଥିଲି କେବଳ ଲାଞ୍ଚ୍ଛନା,ତିରସ୍କାର ଯାହା ଗଭୀର କ୍ଷତଭଳି ମୋତେ ସର୍ବଦା ଯନ୍ତ୍ରଣା ଦେଉଛି । ତାଚ୍ଛଲ୍ୟରେ ହସିହସି ସେ କହିଥୁଲେ- ଜଣେ ଭିକାରି ବ୍ରାହ୍ମଣ କୁମାର ସହ ରାଜକୁମାରଙ୍କ ବା କି ବନ୍ଧୁତା? ବାଲ୍ୟାବସ୍ଥାରେ ଦେଇଥିବା ବଚନ ଉପରେ ମୁଁ କିପରି ବା ବିଶ୍ଵାସ କରିପାରିବି? ଏହି ଲାଞ୍ଚ୍ଛନା ରଡ଼ ନିଆଁ ଭଳି ମୋ ହୃଦୟରେ ଦାଉଦାଉ ହୋଇ ଜଳୁଛି ସେହିକାଳୁ । ତାଙ୍କର ଔଦ୍ଧତ୍ୟକୁ ଚୂର୍ଣ୍ଣ କରି ବନ୍ଦୀ ଭାବରେ ମୋ ନିକଟକୁ ନେଇଆସ । ଏହାଛଡ଼ା ଆଉ କୌଣସି ବି ଉପହାର ମୋତେ ଅଧିକ ଖୁସି
କରିପାରିବନି। ତାହା ହିଁ ହେବ ମୋ ପାଇଁ ଶ୍ରେଷ୍ଠ ଉପହାର ।

ଅହଂକାରୀ ଦୁର୍ଯ୍ୟୋଧନ ଗୁରୁଙ୍କଠାରୁ ବାହାବା ପାଇବା ଆଶାରେ ଦ୍ରୋପଦଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲେ । ହେଲେ ଦ୍ରୋ ପଦଙ୍କ କର୍ତ୍ତୁକ ପରାସ୍ତ ହୋଇଥିଲେ। ଦ୍ରୋପଦ ତାଙ୍କୁ ନିଜ ରାଜ୍ୟରୁ ଘଉଡ଼ାଇ ଦେଇଥିଲେ। ଦ୍ରୋପଦଙ୍କ ବୀରତ୍ଵ ନିକଟରେ ଦୁର୍ଯ୍ୟୋଧନଙ୍କ ପରାକ୍ରମ ଢ଼େର ଉଣା ଥିଲା ।

ଶେଷରେ ମଧ୍ଯମ ପାଣ୍ତବ, ଗାଣ୍ଡିବ ଧାରୀ, ଆଚାର୍ଯ୍ୟ ଦ୍ରୋଣଙ୍କର ସବୁଠାରୁ ପ୍ରିୟ ଶିଷ୍ୟ ଧନୁର୍ଧାରୀ ଅର୍ଜୁନ ହିଁ ପାଞ୍ଚାଳ ନରେଶଙ୍କୁ ପରାଜିତ କରି ବନ୍ଦୀ ଭାବରେ ଦ୍ରୋପଦଙ୍କ ସମ୍ମୁଖକୁ ନେଇ ଆସିଥିଲେ।

ଆଚାର୍ଯ୍ୟ ଦ୍ରୋଣ ହସିହସି ବନ୍ଦୀ ଦ୍ରୋପଦଙ୍କୁ କହିଲେ- “ଏବେ ତୁମେ ମୋର ବନ୍ଦୀ | ତୁମେ କହିଥିଲ ଜଣେ ରାଜାର ଭିକାରି ବ୍ରାହ୍ମଣ ସହ ମିତ୍ରତା କେବେ ବି ସମ୍ଭବ ନୁହେଁ। ଏବେ ତୁମର ପୁରା ରାଜ୍ୟ ମୋ ହାତରେ, ଯେହେତୁ ତୁମେ ମୋ ସମ୍ମୁଖରେ ବନ୍ଦୀ ଭାବରେ ଠିଆ ହୋଇଛ | ହେଲେ ସମଗ୍ର ରାଜ୍ୟ ମୁଁ ନରଖି ସେଥିରୁ ଅଧା ତୁମକୁ ଖୁସିରେ ଦେଇ ଦେଉଛି। ବାକି ଅଧକ ମୋର। ଏବେ କ’ଣ ଆମେ ଦୁହେଁ ମିତ୍ର ହୋଇ ପାରିବାନି? ଏବେ ତ ଆମେ ଦୁହେଁ ସମାନ ସ୍ତରକୁ ଆସିଯିବା। ଅଧା ରାଜ୍ୟ ତୁମ ପାଖରେ, ଅଧା ରାଜ୍ୟ ମୋ ପାଖରେ ”

ଦ୍ରୋପଦଙ୍କୁ ମୁକ୍ତ କରିଦେଇଥିଲେ ଆଚାର୍ଯ୍ୟ ଦ୍ରୋଣ। ଆଗାମୀ ଦିନରେ ଏହାର ଉଚିତ ପ୍ରତିଶୋଧ ନେବା ଦାବାଗ୍ନିକୁ ମନ ଭିତରୁ କେବେ ବି ପ୍ରଶମିତ କରିପାରି ନଥିଲେ ଦ୍ରୋପଦ | ଜ୍ଵାଳାମୁଖୀ ଭାବରେ ଅପେଷା କରି ରହିଥିଲେ ଉଚିତ ସମୟକୁ- ମହାଭାରତର ସଂହାରକାରୀ ଯୁଦ୍ଧକୁ |

ବୃଦ୍ଧଙ୍କ ଉତ୍ତର

ଜଣେ ବୃଦ୍ଧ ପ୍ରତିଦିନ ମନ୍ଦିର ଆସୁଥିଲେ l ବୃଦ୍ଧ ଜଣକ ଆସୁଥିଲେ ନିକଟସ୍ଥ ବୃଦ୍ଧାଶ୍ରମରୁ l ଦିନେ ପୂଜକ ପଚାରିଲେ – ଆଜ୍ଞା, ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି ? ବୃଦ୍ଧ କହିଲେ – ମୋ ପୁଅ, ବୋହୂ ଓ ନାତି l ପୂଜକ ପଚାରିଲେ ସେମାନେ ଏବେ କେଉଁଠି ? ବୃଦ୍ଧ କହିଲେ – ସେମାନେ ଏଇ ପାଖ ସହରରେ ରହନ୍ତି l ପୂଜକ କହିଲେ – ଆପଣ ଯାହାଙ୍କ ନାମରେ ବେଳେ ବେଳେ ପୂଜା କରାନ୍ତି, ସେ କିଏ ? ବୃଦ୍ଧ କହିଲେ -ସେ ମୋର ପୁଅ l ପୂଜକ ଟିକିଏ ବିସ୍ମିତ ହୋଇ କହିଲେ – ପଚାରୁଛି ବୋଲି କିଛି ଭାବିବେ ନାହିଁ l ଆପଣଙ୍କ ପୁଅ ଆପଣଙ୍କୁ ଆଣି ଏଠାରେ ପରିତ୍ୟକ୍ତ ଭାବେ ଛାଡି ଦେଇଗଲେ, ଅଥଚ ଆପଣ ତା ‘ ରି ମଙ୍ଗଳ ପାଇଁ ପ୍ରତିଦିନ ପୂଜା କରୁଛନ୍ତି l

ବୃଦ୍ଧ କିଛି ସମୟ ନିରବ ରହି କହିଲେ – ସତ କହିବି ? ମୋ ପୁଅ ମୋତେ ପରିତ୍ୟକ୍ତ କରିଦେଲା ପରେମୋ ମନରେ ଅନେକ ଦିନ ଧରି ପ୍ରତିକ୍ରିୟା ସୃଷ୍ଟି ହେଲା l ମୋ ମନ ଘୃଣାରେ ଭାରିଗଲା l କିନ୍ତୁ ଦିନେ ହଠାତ ଭାବିଲି ତା’ର ଏଭଳି ଆଚରଣ ପରେ ମୁଁ ଯଦି ସେଇ ସମାନ ଆଚରଣ ପ୍ରଦର୍ଶନ କରିବି ତେବେ ଆମ ଭିତରେ ଫରକ ରହିଲା କୋଉଁଠି ? ତେଣୁ ସେ ମୋତେ ଭଲ ନ ପାଇଲେ ବି ମୁଁ ସେଥିପ୍ରତି ଧ୍ୟାନ ଦେବି ନାହିଁ l ସେହି ଦିନ ଠାରୁ ମୁଁ ଶାନ୍ତିରେ ଅଛି l ମନରେ ଆଉ ସେ ଜ୍ୱାଳା ନାହିଁ l

ଈଶ୍ଵରଙ୍କ ଅସ୍ତିତ୍ବ

ସହରର ଉପକଣ୍ଠରେ ଜଣେ ସନ୍ଥ ରହୁଥିଲେ l ଜନଗହଳି ଗାଡ଼ିମଟର ଭିଡାଭାଡଠାରୁ ଏ ସ୍ଥାନଟି ଥିଲା ସମ୍ପୂର୍ଣ ମୁକ୍ତ l ମୁଖ୍ୟ ରାସ୍ତାର ଦୁଇଟି ପାର୍ଶ୍ୱରେ ଡେଙ୍ଗା ଡେଙ୍ଗା ବୃକ୍ଷ ଆଉ ଅଳ୍ପ କିଛି କୁଡ଼ିଆ ଘର l ନିଜ କୁଟୀରକୁ ଖୁବ ପରିଷ୍କାର ପରିଚ୍ଛନ ରଖୁଥିଲେ l ଚାରିପଟରେ ନାନା ରକମର ଫୁଲଫଳ ଆଉ ପନିପରିବା ଗଛ ଆକର୍ଷଣୀୟ ଦିଶୁଥିଲା l ସନ୍ଥ ନିଜ ସନ୍ତାନ ପରି ସମସ୍ତ ଗଛ ଲତା ର ଯତ୍ନ ନେଉଥିଲେ l କୁଡ଼ିଆକୁ ଆସୁଥିବା ଅତିଥିଙ୍କୁ ସନ୍ଥ ନିଜ ବାଡିରୁ ତୋଳିଥିବା ଫଳ ଆଉ ପନିପରିବା ବାଣ୍ଟିଦିଅନ୍ତି l ଦିନର ଅନ୍ୟ ସମୟ ପୂଜାପାଠ ଶାସ୍ତ୍ର ଅଧ୍ୟୟନରେ ବିତିଯାଉଥିଲା l ସନ୍ଧ୍ୟା ସମୟରେ ଆଖ ପାଖର ଲୋକ ତାଙ୍କ ପାଖକୁ ଛୁଟି ଆସୁଥିଲେ l ସନ୍ଥଙ୍କ ତୁଣ୍ଡରୁ ଗୀତା ଭାଗବତ ପୁରାଣ ଶାସ୍ତ୍ର ଶ୍ରବଣ କରି ଉପସ୍ଥିତ ସ୍ରୋତାଗନଖୁସି ହୋଇଉଠୁଥିଲେ l

ଦିନେ ସକାଳୁ ସନ୍ଥ ପାଖ ବଜାରକୁ ଯାଇଥାନ୍ତି l ଏଇ ସମୟରେ ଦୂର ସହରରୁ ଆସିଥିବା ଜଣେ ଯୁବକ ସହିତ ତାଙ୍କର ଭେଟ ହେଲା l ଯୁବକଟି ସନ୍ଥଙ୍କ ବିଷୟରେ ଅଳ୍ପବହୁତ ଜାଣିଥିଲେ l ଯୁବକ ଜଣକ ମେଳାପୀ ଆଉ ମିଷ୍ଟଭାଷୀ l ମାତ୍ର ଅଳ୍ପ ସମୟରେ ସନ୍ଥଙ୍କ ସହିତ ଖୁବ ଭଲଭାବରେ ପରିଚିତ ହୋଇଗଲେ l

ସନ୍ଥ ଯେତେବେଳେ ନିଜ କୁଟୀରକୁ ପ୍ରସ୍ଥାନ କଲେ ଯୁବକ ବି ତାଙ୍କ ସହିତ ଧାଇଁ ଆସିଲେ l ପୂଜା ସମୟ ହେଉଥାଏ, ଯୁବକଙ୍କୁ ପାଣି ଗିଲାସେ ଦେଇ ସେ ବସାଇବାର ଅନୁଗ୍ରହ କଲେ l ସନ୍ଥଙ୍କ ଅମାୟିକ ବ୍ୟବହାରରେ ଯୁବକଟି ପ୍ରସନ୍ନ ଦିଶୁଥାଏ l ଏଇ ସମୟରେ ଯୁବକ ପ୍ରଶ୍ନ କଲେ, ଆଚ୍ଛା ମହାତ୍ମା ଆପଣ କଣ ଇଶ୍ଵରଙ୍କୁ ଦେଖିଛନ୍ତି ? ଏ ପ୍ରଶ୍ନରେ ସନ୍ଥ ପୁରାପୁରି ନିରବ ପଡିଗଲେ l ଯୁବକ ପୁଣି ପ୍ରଶ୍ନ କଲେ ଆପଣ କ’ଣ ଆତ୍ମାକୁ ବିଶ୍ୱାସ କରନ୍ତି ? ଏଥର ବି ସନ୍ଥ ନିରବ l ଯୁବକ ନିଶ୍ଚିତ ହେଲେ ସନ୍ଥଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ, ଏଣୁ ବିଦାୟ ନେବାକୁ ବାହାରିଲେ l

ମିତ୍ର ପରୀକ୍ଷା

ଦୁଇ ବାଳକଙ୍କ ମଧ୍ଯରେ ଘନିଷ୍ଠ ମିତ୍ରତା ଥିଲା। କେହି କାହାକୁ ଦଣ୍ଡେ ନଦେଖିଲେ ରହିପାରନ୍ତିନାହିଁ। ସେମାନଙ୍କଠାରେ ଏପରି ଅନ୍ତରଙ୍ଗ ଭାବ ଦେଖି ସାଧାରଣରେ ଲୋକେ ସେମାନଙ୍କୁ ରାମ-ଲକ୍ଷ୍ମଣ ବୋଲି ସମ୍ବୋଧନ କରିଥାନ୍ତି। ଏକଦା ଦୁହେଁ ସାଙ୍ଗହୋଇ ଏକ ଦୂରସ୍ଥାନକୁ ଯାଉଥିଲେ l ଫେରିବା ମାର୍ଗରେ ଜଙ୍ଗଲରାସ୍ତା ଦେଇ ଖୁସି ଗପସପ କରି ଆସୁଥାନ୍ତି।

ହଠାତ ସେମାନେ ଶୁଣିବାକୁ ପାଇଥିଲେ କିଛି ଗୋଟାଏ ଜଙ୍ଗଲି ଜନ୍ତୁ ଆସୁଥୁବାର ଶବ୍ଦ । ଉଭୟେ ତଟସ୍ଥ ହୋଇ ଅନାଇଲା ବେଳକୁ ଯାହା ଦେଖୁଲେ ସେମାନଙ୍କ ଆଖି ଖେସି ହୋଇଗଲା। ପ୍ରକାଣ୍ଡକାୟ ଭାଲୁଟି ସେମାନଙ୍କ ଆଡ଼କୁ ଆସୁଥୁବା ଦେଖୁ ଅହେତୁକ ଭୟ, ଆଶଙ୍କାରେ ଦୁହିଙ୍କ ବୁଦ୍ଧି ହଜି ଯାଇଥିଲା। ପ୍ରଥମ ମିତ୍ର ଦ୍ବିତୀୟ ମିତ୍ରଙ୍କୁ କହିଲା- ମିତ୍ର ଚାଲ, ଗଛ ଉପରେ ଚଢ଼ିଯିବା ନଚେତ ଭାଲୁ ଆମ ଉପରେ ଆକ୍ରମଣ କରିବ ନିଶ୍ଚୟ ଦ୍ବିତୀୟ ମିତ୍ର କାତର କଣ୍ଠରେ କହୁଥିଲା- ମୁଁ ତ ଗଛ ଚଢ଼ାଜାଣିନାହିଁ । କିପରି ଚଢ଼ିବି ? ପ୍ରଥମ ମିତ୍ର କିନ୍ତୁ ଜୋର୍‌ ଦେଉଥିଲେ କୌଣସି ପ୍ରକାରେ ଗଛରେ ଚଢ଼ିଯିବା ନିମନ୍ତେ ଭାଲୁଟି ସେମାନଙ୍କ ଆଡ଼କୁ ମାଡ଼ିଆସୁଥାଏ l

ଦ୍ବିତୀୟ ମିତ୍ରଠାରୁ ନାସ୍ତିସୂଚକ ବାଣୀ ଶୁଣି ପ୍ରଥମ ମିତ୍ର ଜୀବନରକ୍ଷା ପାଇଁ କାଳବିଳମ୍ବ ନକରି ନିକଟରେ ଥିବା ଏକ ଗଛ ଉପରେ ଚଢ଼ିଯାଇଥିଲା। ଦ୍ବିତୀୟ ମିତ୍ର ଅନନ୍ୟୋପାୟ ହୋଇ ପଡୁଥୁବାବେଳେ ହଠାତ ତାଙ୍କ ମୁଣ୍ଡକୁ ଆସିଲା- ଭାଲୁ ମୃତ ବ୍ୟକ୍ତିଙ୍କୁ ଛୁଏଁ ନାହିଁ (ଆଘାତ କରେ ନାହିଁ) ବୋଲି। ଏହାକୁ ମନରେ ରଖି କାଳବିଳମ୍ବ , ନ କରି ସେ ନିଃଶ୍ଵାସପ୍ରଶ୍ଵାସ ବନ୍ଦ କରି ମୃତବତ୍‌ ଭୂମିରେ ଶୋଇପଡ଼ିଥିଲେ।

ଭାଲୁ ନିକଟକୁ ଆସି ଶୋଇଥିବା ମିତ୍ରଙ୍କ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଶୁଙ୍ଘିଥି ଲା । ଶୁଙ୍ଘିବା ସମୟରେ ଗଛରେ ଚଢ଼ିଥିବା ମିତ୍ର ଏହି ଦୃଶ୍ୟ ଦେଖୁଥାଏ। ଭାଲୁଟି ଶୁଙ୍ଘିସାରି ନିଜ ବାଟରେ ଚାଲିଯାଉଥିଲା । ବିପଦ ଅପସରି ଯାଇଛି ଜାଣି ଭୂମିରେ ଶୋଇଥିବା ଦ୍ବିତୀୟ ମିତ୍ର ଉଠିଥିଲେ । ଗଛରେ ଚଢ଼ିଥିବା ମିତ୍ର ଗଛରୁ ଓହ୍ଲାଇ ଆସି ଦ୍ବିତୀୟ ମିତ୍ରଙ୍କୁ କହିଲା – ମିତ୍ର! ଭାଲୁ ତୁମ କାନରେ କ’ଣ କହୁଥୁଲା କି ? ପ୍ରଥମ ମିତ୍ରଙ୍କ ବ୍ୟବହାରରେ କ୍ଷୁବ୍ଧ ଦ୍ବିତୀୟ ମିତ୍ର କହିଲା -‘ସ୍ୱାର୍ଥପର ସାଙ୍ଗକୁ କେବେ ବି ବିଶ୍ବାସ କରିବ ନାହିଁ ବୋଲି ଭାଲୁ କହିଲା’

Inspirational Odia Story

Inspirational Odia Story, Inspirational Odia Story, Inspirational Odia Story, Inspirational Odia Story, Inspirational Odia Story, Inspirational Odia Story, Inspirational Odia Story

Motivational Story – Click Here

Leave a Comment

You cannot copy content of this page