Read the full Odia lyrics of the emotional Lord Jagannath Bhajan ‘Tu Punya Daru Tie’ (ତୁ ପୁଣ୍ୟ ଦାରୁଟିଏ) sung by Sourav Bharadwaj. Released by 29 TWO NINE MUSIC BHAKTI.
ତୁ ପୁଣ୍ୟ ଦାରୁଟିଏ | Tu Punya Daru Tie Odia Song Lyrics
ତୁ ପୁଣ୍ୟ ଦାରୁଟିଏ ମୁଁ ପାପୀ ଦିନ ଟିଏ
ମୁଁ ମୁଢ଼ ମନ ଟିଏ ତୁ ମୋହା ବ୍ରହ୍ମଟିଏ
ମୁଁ ହେଲେ ପତିତ ତୁ ପତିତ ପାବନ
ଅରତିଏ ନେ ମୋତେ କୋଳେଇ
ଯଦି ମୋତେ ଜଗାରେ ଦବୁ ମୋତେ ଦୂରେଇ
ଲୁହରେ ମୁଁ ଦେବୀ ତୋ ଶ୍ରୀମନ୍ଦିର ଭସେଇ
ତୁ ପରା ମୋ ମହାଜନ ମୁଁ ମୁଲିଆ
ତୋ ଦୁଆରେ ଆସି ମୁଁ ହେଇଛି ଠିଆ
କରୁଣାର ଭଣ୍ଡାର ତ ଗଲେ ଉଛୁଳି
କୋଟି ବୈକୁଣ୍ଠ ଯିବରେ ମିଳି
ବଡ଼ଦାଣ୍ଡେ ଏମିତି ଜୀବନ ଯାଉ ବିତି
ଚକା ନୟନରେଥା ଅନେଇ
ଯଦି ମୋତେ ଜଗାରେ ଦବୁ ମୋତେ ଦୂରେଇ
ଲୁହରେ ମୁଁ ଦେବୀ ତୋ ଶ୍ରୀମନ୍ଦିର ଭସେଇ
ସରଘାର ଦେବତା ତୁ ମୁଁ ଆଶ୍ରିତ
ସେ ଲାଗି ପରା ତୁ ଜଗତ ନାଥ
କୋଟି ପୁଣ୍ୟ ପସରା ତୁ ଭାବରେ ବନ୍ଧା
କାହିଁକି କରିବି ମୁଁ ତୋତେ ରେ ନିନ୍ଦା
ଶ୍ରୀମନ୍ଦିର ବେଢ଼ାରେ ସବୁ ଦୁଃଖ ପାଶୁରେ
ମରତେ ସରଗ ଯାଏ ମୁଁ ପାଇ
ଯଦି ମୋତେ ଜଗାରେ ଦବୁ ମୋତେ ଦୂରେଇ
ଲୁହରେ ମୁଁ ଦେବୀ ତୋ ଶ୍ରୀମନ୍ଦିର ଭସେଇ
ଯଦି ମୋତେ ଜଗାରେ ଦବୁ ମୋତେ ଦୂରେଇ
ଲୁହରେ ମୁଁ ଦେବୀ ତୋ ଶ୍ରୀମନ୍ଦିର ଭସେଇ
Song Credits
- Song: Tu Punya Daru Tie (ତୁ ପୁଣ୍ୟ ଦାରୁଟିଏ)
- Category: Emotional Jagannath Bhajan
- Singer: Sourav Bharadwaj
- Lyrics: Ranjan Nayak
- Producer: Jagrati A. Mohanty
- Editor: Priyansu Giri
- Music Label: 29 TWO NINE MUSIC BHAKTI
- Youtube video : – Click Here