Odia Ekankika | Free Read

Odia Ekankika

Odia Ekankika | Free Read

Facebook
WhatsApp
Telegram

Odia Ekankika Story One is a one-act play that depicts the couple as they are thrust into a world of uncertainty, where they have to face their conflicting desires and make difficult sacrifices.

ଜ୍ୟୋତିର ସମ୍ମତି

Monalisha Rout

ଆରେ ତୁ ଅଭୟ ମାଷ୍ଟ୍ରେଙ୍କ
ପୁଅ ଅରୁଣ ନା ! ଏମିତି ସଞ୍ଜବେଳଟାରେ କୁଆଡେ ଯାଉଛୁ ? ତୁ ପରା କୋଉଠି ବିଦେଶରେ ଥିଲୁ , କେବେ ଆସିଲୁ ?
ଦାଣ୍ଡ ପିଣ୍ଡାରେ ଖୁଣ୍ଟକୁ ଆଉଜି ବସିଥିବା ରଘୁସାର ଙ୍କ ପାଦ ଛୁଁ ଛୁଁ

ଅରୁଣ କହିଲା
– ” ହଁ ସାର, ବିଦେଶରେ ଥିଲି l ଆଜି ଆସି ପହଁଚିଛି l ଆପଣ କେମିତି ଅଛନ୍ତି ?

-ଦେଖୁଛୁ ତ ବାବା, ବୟସ ଠାରୁ ଅଧିକ ମୋ ଚିନ୍ତା ମୋତେ ବୁଢା କରିଦେଇଛି l ନା ସଳଖି ଚାଲିପାରୁଛି ନା ବସି ପାରୁଛି l ତୁ କହ….. ଘରେ ପହଞ୍ଚୁ ପହଞ୍ଚୁ ଏଠିକି ଚାଲି ଆସିଛୁ ! କିଛି କାମ ଥିଲା କି ?

-ନାଇଁ ସାର, ଜ୍ୟୋତି ବିଷୟରେ ଶୁଣିଥିଲି l ତା ସ୍ୱାମୀଙ୍କ ମୃତ୍ୟୁ ପରେ ଏଇଠି ରହୁଛି ବୋଲି ମାଆ ଫୋନରେ କହିଥିଲେ l ଆପଣ ତ ଜାଣିଛନ୍ତି ଆମେ ଦୁହେଁ କେତେ ସାଙ୍ଗ ହଉ ଛୋଟବେଳେ l ହଠାତ ତା’ର ଏମିତି ଦୁର୍ଦଶା ଶୁଣି ମୋତେ ଭାରି କଷ୍ଟ ଲାଗୁଥିଲା l ସହରଠୁ ଏଠିକି ଅଢେଇ ଘଣ୍ଟାର ବାଟ l ଡେରି ହୋଇଯିବ, ତେଣୁ ଘରେ ପହଞ୍ଚି ଖାଲି ଧୋଇ ହୋଇ ସାଙ୍ଗେ ସାଙ୍ଗେ ତାକୁ ଟିକେ ଦେଖା କରିବାକୁ ପଳେଇଆସିଲି l କୋଉଠି ଅଛି ସେ l ତାକୁ ଟିକେ ଡାକି ଦିଅନ୍ତୁ, ଦେଖାକରି ଜଲ୍ଦି ପଳେଇଯିବି l ନହେଲେ ବହୁତ ରାତି ହେଇଯିବ l

-ସେ କଣ ଆଉ ବାହାରକୁ ବାହାରୁଛି ବାବା ? ସେମିତି ଘର କୋଣଟାରେ ପଡିରହୁଛି l ନା କାନ୍ଦୁଛି ନା ହସୁଛି l କଥା ପଡେ ବି କହୁନି , ସବୁବେଳେ ଚୁପ l ଯେତେ ଚେଷ୍ଟା କଲେବି ତାକୁ ମୁଁ ସେ ଦୁଃଖରୁ ମୁକୁଳେଇପାରୁନି l ଏ ବୁଢ଼ା ବୟସରେ ମୋତେ ଏସବୁ ଦେଖିବାକୁ ଥିଲା l ଯେଉଁ ବୟସରେ ପିଲାମାନେ ବାପା ମା ଙ୍କର କରିବା କଥା ସେ ବୟସରେ ଆମେ ପିଲାର କରୁଛୁ l ଡର ଲାଗୁଛି ବାବା l ଆମେ ଦି ‘ ଜଣ ପାଚିଲା ଆମ୍ବ, କେତେବେଳେ ଖସି ପଡ଼ିବୁ କିଛି ଠିକ ନାହିଁ l ଆମର ଛୁଆପିଲା ହଉନଥିଲା ବୋଲି ଜ୍ୟୋତିର ମାଆ କେତେ ଦିଅଁ ମନାସିଛି, କେତେ ପୂଜା ପାଠ କରିଛି l ବିବାହର ଦୀର୍ଘ ବରାବର୍ଷ ପରେ ସେ ଆମ କୋଳକୁ ଆସିଥିଲା l ତାର କୋଉ ଆଉ ଭାଇଭଉଣୀ ଅଛନ୍ତି
ଯିଏ ଆମେ ଚାଲିଗଲା ପରେ ତା ପାଖରେ ଠିଆହେବ l ଆଜିକାଲି ଯୁଗ ସମୟ ଯାହା ହେଲାନି ତୁ ତ ଜାଣିଛୁ l ସେଇ ସବୁ ଭାବି ଭାବି ଆମେ ବୁଢ଼ା ବୁଢ଼ୀ ଦି ‘ ଟା ନିଇତି କାନ୍ଦୁଛୁ l ( କାନ୍ଧ ଗାମୁଛାରେ ଆଖି ପୋଛିବାକୁ ଲାଗିଲେ ରଘୁସାର l ଅରୁଣ ତାଙ୍କର ଦୁଇ ହାତକୁ ଧରିଲା l )

-ଆପଣ କାନ୍ଦନ୍ତୁନି ସାର, ଭଗବାନଙ୍କ ଉପରେ ଭରସା ରଖନ୍ତୁ l ସେ ନିଶ୍ଚୟ ସବୁବେଳେ ଠିକ କରିଦେବେ l

-ଯା, ଘର ଭିତରେ ଯାଇ ଦେଖା କରିଦିଏ l ତା ମା ବୋଧେ ସଞ୍ଜ ଦଉଛି l ମୁଁ ଜଣେଇଦେବି ତୁ ଆସିଛୁ l ଯା ବାବା ଭିତରକୁ ଯା l

ରୁମଟା ପୁରା ଅନ୍ଧାର, କିଛି ଦେଖା ଯାଉନି l ଅରୁଣ ପକେଟରୁ ମୋବାଇଲ ବାହାରକରି ଟର୍ଚ୍ଚ ଜଳେଇ ଦେଲା l ଖଟ ଉପରେ କାନ୍ଥକୁ ଆଉଜି ବସିଥିଲା ଜ୍ୟୋତି l ଲାଇଟ ପଡିବା ମାତ୍ରେ ଚିହିଁକି ଉଠିଲା ଜ୍ୟୋତି l ଦୁଇ ପାପୁଲିରେ ମୁହଁକୁ ଲୁଚାଇଦେଲା l

-ଜ୍ୟୋତି…. ତୋତେ ଦେଖିବାକୁ ମୁଁ ତରତର ହୋଇ ଆସିଛି, ଅଥଚ ତୁ ମୋତେ ଦେଖାନଦେଇ ମୁହଁ ଲୁଚେଇ ଦଉଛୁ l

ଜ୍ୟୋତି……ଜ୍ୟୋତି….. ଡାକି ଡାକି ତା ହାତ ଦିଟାକୁ ମୁହଁଉପରୁ କାଢିନେଲା ଅରୁଣ l ମୋବାଇଲର ଫିକା ଫିକା ଆଲୁଅରେ ଜ୍ୟୋତିର ଆଖି ଦୁଇଟା ଝଲସି ଉଠିଲା l

ମୋତେ ଟିକେ ଚାହିଁବୁନି ଜ୍ୟୋତି ? ଏ କଣ ଜୁ
ଜ୍ୟୋତି, କାହିଁକି ନିଜକୁ ଏତେ କଷ୍ଟ ଦଉଛୁ ? ତୁ ପାଠ ସାଠ ପଢି ଏମିତି କଣ ଅବୁଝା ହଉଛୁ l ଏମିତି ଭାଂଗିପଡିଲେ ହବ ? ନିଜକୁ ନିଜେ ପୁଣିଥରେ ଗଢ଼ିତୋଳିବାକୁ ଚେଷ୍ଟା କର l ଯେତେ ଲୁହ ଗଡେଇଲେ ବି ଯିଏ ଚାଲିଗଲାଣି ସେ କଣ ଆଉ ଫେରିବ ?

କିଏ ଚାଲିଯାଇଛି ଅରୁଣ….. ସେ ନପୁଂସକ ?

-ତୁ ଏମିତି କଣ କହୁଛୁ ଜ୍ୟୋତି ? ସେ ତୋର ସ୍ୱର୍ଗବାସୀ ସ୍ୱାମୀ l ତୋ ମୁଣ୍ଡ କଣ ଖରାପ ହୋଇଗଲାଣି ?

-ନା, ମୋ ମୁଣ୍ଡ କାହିଁକି ଖରାପ ହବ ? ମୁଁ ଠିକ କହୁଛି ଅରୁଣ, ସେ ମରିନି l ମୋ ବାପା ଥରେ ସହରକୁ ଯାଇଥିଲେ l ସେଠି ତୋ ବାପାଙ୍କର ଦେଖାହୋଇଥିଲା ମୋ ବାପାଙ୍କ ସହ l ତାଙ୍କୁ ମୋ ବାପା କହିଥିଲେ ଜ୍ୱାଇଁ ଚାଲିଗଲେ ବୋଲି l ତେଣୁ ତମ ଘରେ ସମସ୍ତେ ଜାଣିଥିବେ ମୁଁ ବିଧବା ହୋଇଯାଇଛି l ତୋତେ ବି ସେହି କଥା କହିଥିବେ l ପାଖା ପାଖି ହୋଇଥିଲେ ତମେ ସବୁ ଜାଣିପାରିଥାନ୍ତ l କିନ୍ତୁ ତମେ ତ ସହରକୁ ଚାଲିଗଲ, ଏଠିକା କଥା ଜାଣିବ କେମିତି ?

-ତାହେଲେ ତୋର ଏ ବିଧବା ବେଶ….. ଆଉ ତୋ ବାପା ମିଛ କହିଲେ କାହିଁକି ?

-କିଛି ମିଛ ନୁହେଁ ଅରୁଣ, ନା ମୋ ବାପା ମିଛ କହିଛନ୍ତି ନା ମୋ ବିଧବା ବେଶ ମିଛ l

-ତୁ କଣ କହୁଛୁ ତୁ ନିଜେ ଜାଣିପାରୁଛୁ ତ ? ସତରେ ତୋ ମୁଣ୍ଡ ଖରାପ ହୋଇଗଲାଣି l

-ତୁ ଜାଣିବାକୁ ଚାହୁଁଛୁ ତ ମୁଁ କାହିଁକି କହୁଛି !
ତୋର ଧର୍ଯ୍ୟ ଅଛି ସେସବୁ ଶୁଣିବାକୁ ?

-ତୁ ଜାଣିବାକୁ ଚାହୁଁଛୁ ତ ମୁଁ କାହିଁକି କହୁଛି ? ତୋର ଧର୍ଯ୍ୟ ଅଛି ସେସବୁ ଶୁଣିବାକୁ l

-ତୁ ମୋତେ ଚିନ୍ହିପାରିଲୁନି ବୋଧେ , ନହେଲେ ତୋ କଥା ଶୁଣିବାକୁ ମୋ ଧର୍ଯ୍ୟ ର ଦ୍ୱାହି ଦେଇନଥାନ୍ତୁ l ମନେ ଅଛି ତୋର ଅଷ୍ଟମ ଶ୍ରେଣୀରେ ପଢୁଥିଲେ ସେତେବେଳେ l ଦିନେ ଖେଳୁ ଖେଳୁ ତୁ ପଡିଯାଇ ତୋ ଡାହାଣ ହାତ ଭାଙ୍ଗିଯାଇଥିଲା l କଷ୍ଟରେ ତୁ କାନ୍ଦିକି କମ୍ପେଇ ଦେଇଥିଲୁ l ତୋ କାନ୍ଦ ଦେଖି ମୁଁ ବି କାନ୍ଦିପକେଇଥିଲି l ତୋର ସେ କଷ୍ଟ କେମିତି କମ କରିବି ଜାଣିପାରିଲିନି l ସମ ବୟସ୍କ ଆମେ, କିନ୍ତୁ ତୋତେ ମୁଁ ସେଦିନ ଦୁଇ ହାତରେ ଉଠେଇ ଏକ ମୁହାଁ ହୋଇ ଦୌଡ଼ିଥିଲି ତମ ଘର ଆଡେ l ଛୋଟ ବେଳେ କେତେ ପତଳା ଥିଲି ଆଉ ତୁ ମୋଟୀ l ସେତେବେଳେ କିନ୍ତୁ ମୋର ଏତେ ବଳ କଉଠୁ ଆସିଲା ମୁଁ ନିଜେ ବି ଜାଣେନି l ରଘୁସାର ଙ୍କ ସହିତ ମୁଁ ବି ଯାଇଥିଲି ତୋତେ ମେଡିକାଲ ନେଇ l ଏକୋଇଶ ଦିନ ପର୍ଯ୍ୟନ୍ତ ତୋ ହାତରେ ପ୍ଲାଷ୍ଟର ବନ୍ଧାହୋଇ ରହିଲା l ତୁ ସିନା ସ୍କୁଲ ଯାଉଥିଲୁ ହେଲେ ଲେଖା ଲେଖି ସବୁ ତ ମୁଁ କରିଦେଉଥିଲି ଘରକୁ ଯେଉଁ ପାଠ କରିବାପାଇଁ ଦିଆଯାଥିଲା ସେସବୁ ମୁଁ ରାତି ଦୁଇଟାଯାଏ ବସି ଲେଖୁଥିଲି ତୋ ପାଇଁ l ସ୍କୁଲରେ ପିଲାମାନେ ମୋତେ ଚିଡ଼ାନ୍ତି ଯେତେବେଳେ ମୁଁ ତୋତେ ଟିଫିନ ଖୁଆଇଦିଏ l କିନ୍ତୁ ମୋତେ ସେସବୁ କିଛି ବାଧେନି କାହିଁକି ଜାଣିଛୁ ? କାହିଁକି ନା ମୁଁ କେବଳ ତୋ ଖୁସି ଚାହେଁ l ତୋର ହସ ହସ ମୁହଁ ଦେଖିଲେ ମୁଁ ମୋର ସବୁ କଷ୍ଟ ଭୁଲିଯାଏ l ତୋରି ଖୁସି ପାଇଁ ତ ମୁଁ ସେଦିନ…. ( ଆଗକୁ କିଛି ନକହି ଚୁପ ହୋଇଗଲା ଅରୁଣ l କିଛି ସମୟ ପରେ…..)

ଏତେକଥା ମୁଁ ତୋତେ କହିବାକୁ ଚାହୁଁନି l ମୁଁ କେବଳ ଏତିକି ଜାଣିଛି ତୁ ମୋର ସବୁଠୁ ଭଲ ସାଙ୍ଗ l ତୋ ପାଇଁ ମୁଁ ସବୁକିଛି କରିପାରିବି l ଏବେ କହ……

-ସବୁ ମନେ ଅଛି ଅରୁଣ l ତୋ ଛଡା ଆଉ କିଏ ଅଛି ଯାହାକୁ ମୁଁ ମୋ ଅନ୍ତର୍ବ୍ୟଥା କହିପାରିବ l ତାହେଲେ ଶୁଣ…

ବାପା ମା ଙ୍କର ଏକମାତ୍ର ସନ୍ତାନ ହିସାବରେ ମୁଁ ସବୁବେଳେ ଚାହୁଁଥିଲି ଆତ୍ମନିର୍ଭରଶିଳ ହବାପାଇଁ l ଗୋଟିଏ ଏମିତି ଚାକିରି କରିବାକୁ ଯେଉଁ ଚାକିରୀ ପାଇଁ ମୋତେ ଦୁରକୁ ଯିବାକୁ ପଡ଼ିନଥାନ୍ତା l ପାଖରେ ରହି ତାଙ୍କର ଭଲ ମନ୍ଦ ବୁଝିବାକୁ ଚାହୁଁଥିଲି l ଏଥିପାଇଁ ଶିକ୍ଷକତା ମୋର ପ୍ରଥମ ପସନ୍ଦ ଥିଲା କାରଣ ଏଥିରେ ଟିକେ ଖାଲିସମୟ ମିଳିଯାଏ l ତେଣୁ ଗ୍ରାଜୁଏସନ ପରେ ବି. ଏଡ଼ କରିବାକୁ ନିଷ୍ପତ୍ତି ନେଲି l ଆଉ ସେହି ନିଷ୍ପତ୍ତି ହିଁ ମୋ ପାଇଁ ଅଭିଶାପ ପାଲଟିଗଲା l

କ୍ୟାରିଅର ଫାଷ୍ଟକ୍ଳାସ, ତେଣୁ ମୋର ସିଲେକସନ ସହଜରେ ହୋଇଗଲା l ଘର ଛାଡି ମୋତେ ସହର ଯାଇ ହଷ୍ଟେଲରେ ରହିବାକୁ ପଡିଲା l ସେଠି ମୋତେ ଅନେକ ସାଙ୍ଗ ମିଳିଲେ l ପାଠପଢା ସାଙ୍ଗକୁ ବହୁତ ମଉଜ ମସ୍ତି କରନ୍ତି, ବାହାରେ ବୁଲାବୁଲି ମଧ୍ୟ କରନ୍ତି l ତୁ ତ ଜାଣିଛୁ ଛୋଟବେଳୁ ମୁଁ ଟିକେ ଚୁପ ଆଉ ନରମ ସ୍ଵଭାବର l ତେଣୁ ମୁଁ ବାହାରକୁ ପ୍ରାୟ ଯାଏନି, ବେଶୀ ସମୟ ସେମାନଙ୍କ ସହିତ ଗୁଲ୍ଲିଖଟି ନ କରି ପଢ଼ାରେ ଧ୍ୟାନ ଦିଏ l କିନ୍ତୁ ବାହାରେ କିଛି ଖାଇବାକୁ ଥିଲେ ମୁଁ ସେମାନଙ୍କ ସହିତ ଯାଏ କାରଣ ହଷ୍ଟେଲ ଖାଇବା ମୋତେ ଆଦୌ ଭଲଲାଗେନି l ପ୍ରାୟ ସମୟରେ ଲଞ୍ଚ ପାଇଁ ଆମେ ସେଇ ପାଖରେ ଥିବା ରେସ୍ତୋରାଁକୁ ଯାଉ l ସେଠି ବି ସବୁ ସାଙ୍ଗ ମସ୍ତି କରନ୍ତି ମୋତେ ଛାଡି l ବାହାରେ କାହାସହ କଥା ହେବା କିମ୍ବା ହସ ମଜା କରିବା ମୋତେ ଭଲ ଲାଗେନି l ମୋର ଏହି ସ୍ଵଭାବକୁ ସେଠାରେ ହୁଏତ କେହି ଭଲଭାବେ ନିରୀକ୍ଷଣ କରୁଥିଲା l ବୋଧ ହୋଏ କେହିଜଣେ ବଳିର ବୋଦା ଅନ୍ୱେଷଣରେ ଥିଲା ଆଉ ସେଠି ତାକୁ ମୁଁ ମିଳିଯାଇଥିଲି l

ବି. ଏଡ଼ ର ଠିକ ସତମାସ ପରେ ଆମ ଘରକୁ କେହିଜଣେ ମୋ ପାଇଁ ବିବାହ ପ୍ରସ୍ତାବ ନେଇ ଆସିଲେ l କହିଲେ….. ପୁଅବାଲା ବହୁତ ଧନୀଘର, ସହରରେ ତିନୋଟି ବଡ଼ ବଡ଼ ପ୍ରାସାଦ ସାଙ୍ଗକୁ ହୋଟେଲ, ରେସ୍ତୋରାଁ ସବୁକିଛି ଅଛି l ଘରେ ଚାକର ଚାକରାଣୀ ଭର୍ତି l ପୁଅ ବି ଏମ. ବି. ଏଡ଼ କରିଛି କିନ୍ତୁ ଚାକିରୀ ନ କରି ନିଜର ଫ୍ୟାମିଲି ବିଜନେସ କରିଛି l ଦେଖିବାକୁ ବି ହାଣ୍ଡସମ l ତାଛଡା ସେମାନଙ୍କର କୌଣସି ଡିମାଣ୍ଡ ମଧ୍ୟ ନାହିଁ l ସେ ମଧ୍ୟସ୍ଥିର କଥା ଶୁଣି ଆଉ ପୁଅର ଫୋଟୋ ଦେଖି ବାପା ପୁରା ଖୁସି l ମାଆ କୁ କହିଲେ ଏମିତି ପ୍ରସ୍ତାବ କୋଟିଏରେ ଗୋଟିଏ ମିଳେ l ଝିଅ ମୋର ରାଜସୁଖ କରିବ l ଝିଅକୁ ଏ ବିଷୟରେ ଜଣାଅ l ସେମାନେ ବାହାଘର ବହୁତ ଜଲ୍ଦି କରିବା ପାଇଁ କହୁଛନ୍ତି l ଆମେ ଲେଟ କଲେ ପ୍ରସ୍ତାବଟା ହାତଛଡା ହୋଇଯିବ l

ମୋ ମା କିନ୍ତୁ ସହମତି ନଥିଲା ଏ ପ୍ରସ୍ତାବରେ l ମା ମାନେ ତ ଛୁଆକୁ ଆସୁଥିବା ସବୁ ବିପତ୍ତି ଆଗରୁ ବାରିପାରନ୍ତି l ବୋଧହୁଏ ସେଦିନ ମା ସେମିତି କିଛି ବାରି ପାରିଥିଲା l ତେଣୁ ମୋତେ ଜଣେଇବା ପୂର୍ବରୁ ବାପାଙ୍କୁ କହିଲା……..
ମୋତେ ଏ ପ୍ରସ୍ତାବରେ କିଛି ଗୋଳମାଳ ଲାଗୁଛି l ଏତେ ଧନୀଘର, ତଥାପି ଆମ ଝିଅ ପାଇଁ କାହିଁକି ପ୍ରସ୍ତାବ ପଠେଇଛନ୍ତି ସେମାନେ ? ସେମାନଙ୍କୁ ସହରରେ ନାମଦାମ ଖାନ୍ଦାନୀ ଘରର ଝିଅ ମିଳିବ l କାହିଁକି ଗୋଟେ ଗାଉଁଲି ମଧ୍ୟବିତ୍ତ ଘରେ ବନ୍ଧୁ ବାନ୍ଧିବାକୁ ଚାହୁଁଛନ୍ତି ? ତୁମେ ଆଗ ବୁଝାବୁଝୀ କର ସେମାନଙ୍କ ବିଷୟରେ l କିଛି ନବୁଝି କେମିତି ଆମେ ଝିଅ ଦେଇଦେବା l ବାପାଙ୍କ ମନ କୁ କଥାଟା ପାଇଲା l କହିଲେ ହଉ,,, ମଧ୍ୟସ୍ଥି ସହିତ କଥା ହୋଇ ମୁଁ ସେଠିକି ଯାଇ ସବୁ ବୁଝିଆସିବି l ତୁମେ ଵ୍ୟସ୍ତ ହୁଅନି l ଯଦି ଠିକ ଲାଗିବ କରିବା ନହେଲେ ନାହିଁ l ବାପା ସେ ମଧ୍ୟସ୍ଥି କୁ ଫୋନ କରି କହିଲେ… ମୁଁ ନିଜେ ଯାଇ ସବୁ ବୁଝାବୁଝୀ କରିବି l ଗୋଟିଏ ବୋଲି ଝିଅ ମୋର, କିଛି ନ ବୁଝି କେମିତି କାହା ହାତରେ ଟେକିଦେବି l ସେ କହିଲେ ଯେମିତି ଆପଣ ଚାହିଁବେ ଆଜ୍ଞା l ଲୁଚା ଛପା କିଛି ନାହିଁ l ମୁଁ କାମରେ ବାହାରକୁ ଯାଉଛି, ଫେରିଲେ ଆପଣଙ୍କୁ ଜଣେଇବି l ଆପଣ ଯେତେବେଳେ ଚାହିଁବେ ଆସିପାରିବେ l

ଠିକ ଚାରିଦିନ ପରେ ମଧ୍ୟସ୍ଥି ବାପାଙ୍କୁ କଲ କଲା l କହିଲା ଆପଣ କାଲି ଆସନ୍ତୁ ସବୁ ବୁଝିକରି ଯିବେ l ମୁଁ ବସ ପାଖରେ ଥିବି l ଆପଣ ଆସିଲେ ମୁଁ ଆପଣଙ୍କୁ ନେଇ ଆସିବି l ବାପା ତା ପରଦିନ ସେଠାରେ ପହଞ୍ଚିଲେ l ମଧ୍ୟସ୍ଥି ସହ ବୁଲାବୁଲି ଘରବାଡି ସବୁ ଦେଖିଲେ l ସବୁ ମନକୁ ପାଇଲା ବାପାଙ୍କର l କିନ୍ତୁ ପିଲା ବିଷୟରେ କିଛି ଜାଣିପାରିଲେ ନାହିଁ l ମଧ୍ୟସ୍ଥି କହିଲା ମୋ କଥା ତ ଆପଣ ବିଶ୍ୱାସ କରିବେନି ତେଣୁ ଆପଣ ନିଜେ ପଚାରି ବୁଝିନେବା ଭଲ l ସେ ପିଲା ଗୋଟିଏ ରେସ୍ତୋରାଁକୁ ପ୍ରାୟ ସମୟ ଯାଏ l ବହୁତ ଲୋକ ଚିନ୍ହି ଥିବେ ତାକୁ l ଆପଣ ସେଇଠିକି ଚାଲନ୍ତୁ l ପଚାରି ବୁଝିନେବେ l ବାପାଙ୍କୁ ଠିକ ଲାଗିଲା ତା କଥା l ସେ ପିଲା ଯଦି ସେଠିକି ପ୍ରାୟ ଆସୁଥିବ ତାହେଲେ ସେଠିକାର କର୍ମଚାରୀ ମାନେ ତ ଜାଣିଥିବେ ସେ କେମିତିକା ସ୍ଵଭାବର l ସେମାନଙ୍କୁ ପଚାରିବି l ଆଖ ପାଖରେ ପଚାରିଦେବଟା ଠିକ ହବ l ଏମିତି ଭାବି ବାପା ସେ ମଧ୍ୟସ୍ଥି ସହ ରେସ୍ତୋରାଁ କୁ ଗଲେ l କିନ୍ତୁ ବାପା ଜାଣିନଥିଲେ ସେ ଯେଉଁଠିକି ଯାଉଛନ୍ତି ସେଇଟା ଗୋଟିଏ ଚକ୍ରବ୍ୟୁହ l

କିନ୍ତୁ ବାପା ଜାଣିନଥିଲେ ସେ ଯେଉଁଠିକି ଯାଉଛନ୍ତି ସେଇଟା ଗୋଟେ ଚକ୍ରବ୍ୟୁହ l ଆଉ ସେ ଚକ୍ରବ୍ୟୁହ ରେ ଫସିଗଲେ ବାପା l

ଜାଣିଛ ଅରୁଣ ସେ ରେସ୍ତୋରାଁର ମାଲିକ କିଏ ! ସେଇ ନପୁଂସକ ଶୁଭମ ପଟ୍ଟନାୟକ l ସବୁକିଛି ପୂର୍ବରୁ ପ୍ଲାନ ହୋଇସାରିଥିଲା l ବିଡା ବିଡା ଟଙ୍କା ଫୋପାଡ଼ି ମୁହଁ ବନ୍ଦ କରାଯାଇଥିଲା ରେସ୍ତୋରାଁର ମ୍ୟାନେଜର, ୱେଟର, କୁକ, ସଫେଇ କର୍ମଚାରୀ, ଏମିତିକି ଆଖ ପାଖ ଅଧକିଲୋମିଟର ରେଡ଼ିଅସରେ ଥିବ ଦୋକାନୀ, ଭିକାରି ଆଉ ବୁଲାବିକାଳୀ ମାନଙ୍କର l ସମସ୍ତେ ଗୋଟିଏ ଗୋଟିଏ ଅଭିନେତା ପାଲଟିଯାଇଥିଲେ l ସମସ୍ତଙ୍କୁ ନିଜ ନିଜ ଚରିତ୍ର ବିଷୟରେ ଭଲରେ ବୁଝେଇଦିଆଯାଇଥିଲା l ତିନି ଘଣ୍ଟା ପାଇଁ ସିଜ କରିଦିଆଯାଇଥିଲା ରେସ୍ତୋରାଁକୁ ଯିବା ଆସିବା ରାସ୍ତା ଯେମିତିକି ମୋ ବାପା ସେଠି ଉପସ୍ଥିତ ଥିବ ସମୟରେ ଗୋଟେ କୁକୁର ବି ଆସିପାରିବନି l

ବାପାଙ୍କୁ ସେଠି ଛାଡି କରି କାମର ଆଳ ଦେଖାଇ କିଛି ସମୟ ପରେ ଆସିବି କାହି ମଧ୍ୟସ୍ଥ ସେଠାରୁ ପଳେଇଗଲା l ରେସ୍ତୋରାଁରେ ଖାଇବା ପାଇଁ କିଛି ଅର୍ଡର କରି ବାପା ସିଧା ଉଠି ଚାଲିଗଲେ ସେଠିକାର ମ୍ୟାନେଜର ପାଖକୁ l ପଚାରିଲେ……

-ଆରେ ବାବୁ, ଶୁଭମ ପଟ୍ଟନାୟକଙ୍କୁ ଜାଣିଛ ?

-ହଁ, ଆଜ୍ଞା ଜାଣିଛି l ହେଲେ ଆପଣ….?

-ମୋତେ ଆପଣ ଜାଣିପାରିବେନି l ହେଲେ ମୁଁ ତାଙ୍କ ବିଷୟରେ ଜାଣିବାକୁ ଚାହୁଁଛି l ଶୁଣିଛି ସେ ପ୍ରାୟ ସମୟ ଏଠାକୁ ଆସନ୍ତି l କେମିତିକା ପିଲା ସେ କିଛି କହିପାରିବ ?

-ନାଇଁ ମଉସା, ସେ ଏଠାକୁ ଆସନ୍ତି ସତ ହେଲେ ମୁଁ ତାଙ୍କ ସହ ବେଶି ମିଶିପାରେନି l କିନ୍ତୁ ସେ ଏଠାକାର ଅନ୍ୟ ଷ୍ଟାଫ ମାନଙ୍କ ସହ ମିଶିବାର ଦେଖିଚି l ଆପଣ ସେମାନଙ୍କୁ ପଚାରନ୍ତୁ, ସେମାନେ ଭଲରେ କହିପାରିବେ l ରୁହନ୍ତୁ ମୁଁ ଡାକିଦେଉଛି l ଏ ରବି,,, ସୁଧାକର,,, ବିଶୁ,, ଟିକେ ଏ ମଉସାଙ୍କ କଥା ଶୁଣିଲ l ମାଉସା, ଆପଣ ଯାଇ ବସନ୍ତୁ,,,, ସେମାନେ ଆସୁଛନ୍ତି l

( କିଛି ସମୟ ପରେ ୱେଟର ମାନେ ଟେବୁଲ ପାଖକୁ ଆସିଲେ )
ବିଶୁ – ଆଜ୍ଞା ଆମକୁ ଡାକିଲେ କିଛି ଦରକାର ଥିଲାକି ?

-ଆରେ ବାବୁ, ତୁମେ ଶୁଭମ ପଟ୍ଟନାୟକ ଙ୍କୁ ଜାଣିଛ ବୋଲି ମ୍ୟାନେଜର କହୁଥିଲେ l ମୋତେ କହିପାରିବ ସେ ପିଲା ହିସାବରେ କେମିତି?

ରବି – ଶୁଭମ ସାର ଙ୍କୁ କିଏ ନଜାଣିଛି ସାର l ଏତେବଡ ଘର ପିଲା ହେଲେ ମଧ୍ୟ ଆମ ସହ ପୁରା ସାଙ୍ଗ ପରି ମିଶନ୍ତି l ତାଙ୍କ ପାଖରେ ଛୁଟ ବଡ଼ କିଛି ନାହିଁ l ଭାରି ମେଳାପୀ ଲୋକ ସେ l

ସୁଧାକର – କେବଳ ସେ ନୁହଁନ୍ତି ତାଙ୍କ ଘର ପରିବାର ଲୋକମାନେ ବି ଭାରି ଦୟାଳୁ l ଏଠାକୁ ଯେତେବେଳେ ଆସନ୍ତି, ସମସ୍ତଙ୍କୁ ଆମେ ଖାଇବାକୁ ଦଉ l କେବେବି କେହି ଆମକୁ ଆମ ଖାଇବା ବିଷୟରେ ପଚାରନ୍ତିନି l ଶୁଭମ ସାର ଏଂବ ତାଙ୍କ ମାଆ କିନ୍ତୁ ଯେତେବେଳେ ଆସନ୍ତି ଆଗ ଆମ ଖାଇବା ବିଷୟରେ ପଚାରନ୍ତି l ଆମ ସମସ୍ତଙ୍କୁ ଭଲ ଟିପ୍ସ ବି ଦିଅନ୍ତି l ଛୋଟ ମୁହଁରେ ବଡ କଥା ଆଜ୍ଞା l ଆପଣ କାହିଁକି ତାଙ୍କ ବିଷୟରେ ପଚାରୁଛନ୍ତି ?

-ନା ନା ସେମିତି କିଛି ନୁହଁ l ବହୁତ ଲୋକଙ୍କ ଠୁ ତାଙ୍କ ବିଷୟରେ ଶୁଣିଥିଲି ତ….. ଭାବିଲି ଟିକେ ପଚାରିଦେବି l ହଉ ତମେମାନେ ଯାଅ l

ଏତେ ପ୍ରଶଂସା ଶୁଣି ମୋ ବାପା ଖୁସିରେ ଗଦ ଗଦ ହୋଇଯାଇଥିଲେ l ମନେ ମନେ ଠାକୁରଙ୍କୁ ଧନ୍ୟବାଦ ଦେଉଥାନ୍ତି l ହେଲେ ବାପା ପୁରା ସନ୍ତୋଷ୍ଟ ହୋଇନଥାନ୍ତି l ପେମେଣ୍ଟ କରି ବାହାରକୁ ଆସିଲେ l ଦେଖିଲେ କିଛି ଭିକାରୀ ବାହାରେ ବସିଛନ୍ତି l ସେମାନଙ୍କୁ କିଛି କିଛି ପଇସା ଦେଇ ଆସୁ ଆସୁ ଗୋଟିଏ ଭିକାରୀ କହିଲା, ଭଗବାନ ତମର ମଙ୍ଗଳ କରନ୍ତୁ, ଆପଣଙ୍କ ପିଲାମାନେ ରାଜସୁଖ ଭୋଗକରନ୍ତୁ l ” ରାଜସୁଖ ଶବ୍ଦ ଶୁଣୁଶୁଣୁ ବାପାଙ୍କ ଆଖି ଆଗରେ ମୋ ମୁହଁ ଝଲସି ଉଠିଲା l ବୁଲି ପଡି ତାକୁ ପଚାରିଲେ…….

-ଆଚ୍ଛା…. ତୁମେ କଣ ଏଠି ସବୁଦିନ ବସ ?

-ହଁ ଆଜ୍ଞା, ମୁଁ ଏଇ ଆଖ ପାଖରେ ଭିକ ମାଗେ l ଦ୍ବିପହରେ ଖାଇବା ସମୟ ହେଲେ ଏଠି ବସିଯାଏ l

-କାହିଁକି ?

-ଆପଣ ଏଠି ନୂଆ ଆଜ୍ଞା, ସେଥିପାଇଁ ଜାଣି ନାହାନ୍ତି l ଆଉ କିଛି ସମୟ ଅପେକ୍ଷା କରନ୍ତୁ, ଆପେ ଆପେ ଜାଣିଯିବେ l

-ଆପଣ ଏଠି ନୂଆ ଆଜ୍ଞା, ସେଥିପାଇଁ ଜାଣି ନାହାନ୍ତି l ଆଉ କିଛି ସମୟ ଅପେକ୍ଷା କରନ୍ତୁ, ଆପେ ଆପେ ଜାଣିଯିବେ l

-କଣ କାହାକୁ ଅପେକ୍ଷା କରିଛ ?

-ହଁ ଆଜ୍ଞା, ଆମ ବାବୁଙ୍କ ଆସିବା…

ଏତିକି କହୁକହୁ ଗୋଟିଏ କଳା ରଙ୍ଗର ସ୍କୋଡା କାର ଆସିଲା l ସେଥିରୁ ଜଣେ ସୁନ୍ଦର ଯୁବକ ଓଲ୍ହାଇ ଆସୁ ଆସୁ ଆଖ ପାଖ ଭିକାରୀମାନେ ଖୁସି ହୋଇ ଦୌଡିଆସିଲେ l ଯୁବକ ଜଣକ ସମସ୍ତଙ୍କ ଆଡେ ଚାହିଁ ହସିଦେଇ ରେସ୍ତୋରାଁ ଭିତରକୁ ପଶିଗଲେ l

-ଆଚ୍ଛା….. ଇଏ ଶୁଭମ ପଟ୍ଟନାୟକ ନା ?

-ହଁ ଆଜ୍ଞା, ଇଏ ହି ଆମ ବାବୁ l

-ତୁମ ବାବୁ ମାନେ ?

-ଆଜ୍ଞା ସାରେ,…. ଆପଣ ସିନା ଜାଣିନାହାନ୍ତି, କିନ୍ତୁ ଆମ ଦୁଃଖୁରଙ୍କୀ ଙ୍କର ସାହା ଭରସା l ଭଗବାନ ତାଙ୍କୁ ବହୁତ ବଡ଼ ହୃଦୟ ଦେଇଛନ୍ତି l ଭିକ ମାଗି ଯାହା ମିଳେ ପିଲା ଛୁଆଙ୍କୁ ନିଅଣ୍ଟ ସେକଥା ସେ ଭଲକି ଜାଣିଛନ୍ତି l ତେଣୁ ସବୁଦିନ ଆମକୁ ଗୋଟିଏ ଓଳିର ଖାଇବା ସେ ନିଜ ତରଫରୁ ଦିଅନ୍ତି l ଯେଉଁଦିନ ସହରରେ ଥାନ୍ତି ସେ ନିଜେ ଆସି ଆମକୁ ଖାଇବାକୁ ଦିଅନ୍ତି ନହେଲେ ରେସ୍ତୋରାଁରେ କହିଦିଅନ୍ତି ଆମକୁ ଖାଇବାକୁ ଦେବାପାଇଁ l ଭଗବାନ ତାଙ୍କୁ କୋଟି ପରମାୟୁ ଦିଅନ୍ତୁ l

ବାପାଙ୍କୁ ସେ ଭିକାରୀ କଥା ଶୁଣି ଆତ୍ମତୃପ୍ତି ଲାଗୁନଥାଏ l କିଛିବାଟ ଆସି ଗୋଟିଏ ଦୋକାନ ପାଖରେ ଠିଆହୋଇ ସେଇ ରେସ୍ତୋରାଁ ଆଡକୁ ଚାହିଁ ରହିଲେ l କିଛିସମୟ ପରେ ଶୁଭମ ପଟ୍ଟନାୟକ ସହ ଦି ଜଣ ୱେଟର ହାତରେ କିଛି ପ୍ୟାକେଟ ଧରି ବାହାରକୁ ଆସିଲେ l ସମସ୍ତଙ୍କୁ ଗୋଟିଏ ଗୋଟିଏ ପ୍ୟାକେଟ ଦେଇ ପୁଣି ଭିତରକୁ ଚାଲିଗଲେ l ବାପାଙ୍କର ଆଉ କିଛି ସନ୍ଦେହ ନଥିଲା l ଭଗବାନ ଙ୍କ ଉଦ୍ଦେଶ୍ୟରେ ଦୁଇହାତ ଉପରକୁ ଯୋଡି ଚାହିଁଲେ l ଫୋନକରି ମାଆ ଙ୍କୁ ମଧ୍ୟ ସବୁକିଛି ଜଣାଇଲେ l କିଛିସମୟ ପରେଅଧ୍ୟସ୍ତ ପହଞ୍ଚିଲା l ଏମିତି ଗୋଟିଏ ପ୍ରସ୍ତାବ ଅଣିଥିବାରୁ ତାକୁ ମଧ୍ୟ ହାତଯୋଡ଼ି ଧନ୍ୟବାଦ ଦେଲେ l

ସେଦିନ ବାପା ହଠାତ ମୋ ହଷ୍ଟେଲ ରେ ଆସି ପହଞ୍ଚିଲେ l ତାଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି l ଆଶ୍ଚର୍ଯ୍ୟ ତ ନୁହେଁ ଗୋଟେ ପ୍ରକାର ଡରିଯାଇଥିଲି l ବାପା ଫୋନ ନକରି ପହଞ୍ଚିବା କଥା ମୁଁ ହଜମ କରିପାରୁନଥିଲି l ଵ୍ୟସ୍ତ ହୋଇ ପଚାରିଲି……

-କଣ ହେଇଛି ବାପା ! ମୋତେ ଫୋନ କଲନି ଯେ ! ସବୁ ଠିକ ଅଛି ତ ? ମା….

-ଆରେ ଆରେ, ତୁ ଏମିତି ବ୍ୟସ୍ତ କଣ ପାଇଁ ହଉଛୁ l ସବୁ ଠିକ ଅଛି l ଗୋଟିଏ କାମରେ ଆସିଥିଲି l କାମସାରି ଏଇ ପାଖ ରେସ୍ତୋରାଁରେ ଖାଇକି ତୋପାଖକୁ ଆସିଲି l

-କୋଉଠି ଏଇ ଟେଷ୍ଟ ଏଣ୍ଡ ଟ୍ଵିଷ୍ଟ ରେସ୍ତୋରାଁରେ ?

-ହଁ ସେଇଠି l

-ମୁଁ ତ ସେଠିକି ପ୍ରାୟ ସମୟ ଯାଏ ଖାଇବା ପାଇଁ l ଆସିଲ କିନ୍ତୁ ମୋତେ ଜଣେଇଲନାହିଁ l ଖାଇବା ବେଳକୁ ହେଲେ ଜଣେଇଥାନ୍ତ ସାଙ୍ଗ ହୋଇ ଖାଇଥାନ୍ତେ l ମୋତେ ଏ ହଷ୍ଟେଲ ର ଖାଇବା ଆଦୌ ଭଲ ଲାଗୁନି l

-ହଉ ଚାଲ ଏବେ ଘରକୁ, ତୋ ମା ହାତ ରନ୍ଧା ଖାଇବୁ l

-ଘରକୁ ଯିବି…… କାହିଁକି ? ଏବେ ତ କିଛି ଛୁଟି ନାହିଁ l ତମେ ସତ କହିଲ ବାପା କଣ କିଛି ଅସୁବିଧା ହେଇଛି ?

-ଆରେ ନାଇଁ l ତୋ ମା କହୁଥିଲା କିଛି ଗୁରୁତ୍ୱପୂର୍ଣ କଥା ଅଛି ତୋ ସହ l ଫୋନରେ କହିପାରିବନି l ସେଥିପାଇଁ ତୁ ମୋ ସହ ଚାଲ l ଦିନେ ଦୁଇଦିନ ରହି ଆସିଯିବୁ l ସେମିତିରେ ବି ମାସେ ହେଲାଣି ତୋ ମା ତୋତେ ଦେଖିନି l

-ହଉ, ଆଉ ମୋତେ ଇମୋସନାଲ କରନି l ମୁଁ ରେଡି ହେଇଆସୁଛି l

ଘରେ ପହଞ୍ଚି ମୁଁ ଲକ୍ଷ୍ୟ କଲି ମୋ ମାଆ ମୁହଁରେ ଗୋଟିଏ ଅପୂର୍ବ ଆନନ୍ଦର ଲହରୀ ଖେଳୁଛି l ହଷ୍ଟେଲରୁ ତ ଏମିତି କେତେଥର ଆସିଛି l ମା ମୋତେ ଦେଖିଲେ ଖୁସିରେ କାନ୍ଦିପକାଏ l କିନ୍ତୁ ଆଜିର ଖୁସି ଟିକେ ଅଲଗା ଅଲଗା ଲାଗୁଥିଲା ମୋତେ l ଦୁଇଟୋପା ଆନନ୍ଦସୃ ଖସିପଡ଼ିଲା ତା ଆଖିରୁ l କୋଳେଇନେଇ କହିଲା ଆଜି ଲାଗୁଛି ମୋଠାରୁ ଅଧିକ ଭାଗ୍ୟବାନ ଏ ଦୁନିଆରେ କେହି ନଥିବେ l ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି କଥା କଣ ମା…. ଆଜି ତୋର ଗୋଟେ ଅଲଗା ରୂପ ମୁଁ ଦେଖୁଛି l ତୋତେ ଏତେ ଖୁସିରେ ଦେଖି ମୋତେ ବି ବହୁତ ଖୁସି ଲାଗୁଛି, ହେଲେ କହ ଏ ଖୁସିର କାରଣ କଣ ?

ହଁ ହଁ ସବୁ କହିବି, ଆଗ ଗଲୁ…. ଡ୍ରେସ ବଦଳେଇ ଧୁଆ ଧୋଇ ହୋଇଆଇବୁ l ନଖାଇ ନପିଇ ମୋ ସୁନାଟା ଶୁଖିଗଲାଣି l ଆଗ ଖିଆପିଆ କର ତାପରେ କଥାବାର୍ତ୍ତା l

ଠାକୁରଙ୍କ ପାଖରେ ସଞ୍ଜବତୀ ଲଗେଇ, କେଜାଣି କଣ ସବୁ ମନରେ ଅଧଘଣ୍ଟା ମନାସିସାରୀ ଗୋଟିଏ ଫୋଟ ହାତରେ ଧରି ମୋ ପାଖକୁ ଆସିଲା l

କହିଲା…..

-ଦେଖିଲୁ ଏ ଫୋଟଟିକୁ l

-ଇଏ କିଏ ମା, ମୁଁ ତ ଜାଣିନି ୟାଙ୍କୁ l

-ନା, ମ ତୁ କେମିତି ଜାଣିବୁ ? କିନ୍ତୁ ଦେଖିବାକୁ କେମିତି କହିଲୁ l

-ହଁ ଭଲ, ମୋତେ କାହିଁକି ପଚାରୁଛୁ ?

-କାହିଁକି ନା ମୋ ରାଜକୁମାରୀ ପାଇଁ ଏଇ ରାଜକୁମାର ର ବିବାହ ପ୍ରସ୍ତାବ ଆସିଛି l ପିଲା ବି. ଏମ. ବି. ଏଡ଼ କରିଛି, ଫ୍ୟାମିଲି ବିଜନେସ ତାଙ୍କର l ସହରରେ ତିନି ତିନିଟା ପ୍ରାସାଦ l ହୋଟେଲ ରେସ୍ତୋରାଁ l ଚାକର ଚାକରାଣୀ ସବୁଥିରେ ପରିପୂର୍ଣ ତାଙ୍କ ଘର l

-ସେତିକି ଥାଉ, ଆଉ କିଛି କହନି l ତୋତେ କହିଥିଲି ନା ମୁଁ ତମ ଦୁଇଜଣକୁ ଛାଡି କୁଆଡେ ଯିବିନି l କେମିତି ବି. ଏଡ଼ କରିସାରିଲେ ଏଇ ପାଖ ସ୍କୁଲରେ ଚାକିରୀ ମିଳିବ ମୁଁ ସେ ବିଷୟରେ ଭାବୁଛି l ତମେ ଦୁଇଜଣ କିନ୍ତୁ ମୋ ବାହାଘର ବିଷୟରେ ଚିନ୍ତା କରୁଛ l କଣ ଏତିକିବେଳୁ ମୁଁ ତମ ଉପରେ ବୋଝ ହେଲିଣି ?

-ଛି……. ଏମିତି କଣ କହୁଛୁ l ତୁ ତ ଜାଣିଛୁ ତୋତେ ପାଇବାପାଇଁ ଆମେ କେତେ କଷ୍ଟ ସହିଛୁ l

-ହଁ ଜାଣିଛି, ଏବେ ସେସବୁ କାହିଁ ମୋତେ ଆଉ କନ୍ଦାନି l

-ତାହେଲେ ତୁ କେମିତି ଭାବୁଛୁ ଯେ ତୁ ଆମ ଉପରେ ବୋଝ ହୋଇଗଲୁ l ଏତେ ଭଲ ପ୍ରସ୍ତାବ ପୁଅ ଘର ଆଡୁ ଆସିଛି l ବାପା ତାଙ୍କ ବିଷୟରେ ବି ସବୁକିଛି ବୁଝାବୁଝି କରିସାରିଲେଣି l କୌଣସି କଥାରେ କେହି ବାରିବାର ନାହିଁ l ମୋ ମା ଟା ପରା ଥରେ ଏ ବିଷୟରେ ଭାବ l

-ମୋର ତାମମାନଙ୍କ ଛଡା ଆଉ କିଛି ଭାବିବାର ନାହିଁ l ତମେ ବି କିଛି ଭାବନି ଏବେ, ଯାହା ଭାବିବ ମୋ ଚାକିରୀ ପରେ ଭାବିବ l

-ମୋ ମା ବାପାଙ୍କୁ ଡାକି କହିଲା ମୁଁ ଯେତେ ବୁଝେଇଲେବି ସେ ରାଜି ହଉନି l ତମେ ଟିକେ ବୁଝାଅ l ବାପା ବି ବହୁତ ବୁଝେଇଲେ l ହେଲେ ମୁଁ ସିଧା ମନା କରିଦେଲି l କହିଲି ଯାଦୁ ବାହାହେବି ଏଇ ଆଖପାଖରେ l ଯେମିତି ତମର ସୁବିଧା ଅସୁବିଧା ବୁଝିପାରିବି l ଏତେ ଦୂରରେ ନୁହଁ l ଆଉ କିଛିବି ମୁଁ ଶୁଣିବାକୁ ଚାହୁଁନି l ତମେ ସେମାନଙ୍କୁ ମନା କରିଦି l ମୋ ବାପା ଜାଣିସାରିଥିଲେ ଏତେ ଦୂରରେ ବାହାହବା ରେ ମୋର ଖୁସି ନଥିଲା ତେଣୁ ସେ ମୋତେ ଆଉ ବାଧ୍ୟ କଲେ ନାଇଁ l ମଧ୍ୟସ୍ଥ କୁ ଫୋନ କରି ମନାକରିଦେଲେ l ହେଲେ ଶିକାରୀ ହାତ ମୁଠାରୁ ଶିକାର ଖସିଯିବା କଣ ସହଜ, କଳେ ବଳେ କୌଶଳେ ଶିକାର କରିବ ହିଁ କରିବ l

-ଦୁଇଦିନ ପରେ ଶିକାରୀ ଗୋଟିଏ ନୂଆ ଜାଲ ବିଛେଇ ଶିକାର କରିବାକୁ ପୁଣି ଆମ ଘରକୁ ଆସିଲା l

ଦୁଇଦିନ ପରେ ଗୋଟିଏ ନୂଆ ଜାଲ ବିଛେଇ ଶିକାର କରିବାକୁ ପୁଣି ଆମ ଘରକୁ ଆସିଲା l ମୁଁ ଘରେ ଥାଏ l ବାପାଙ୍କୁ କହିଲା ଯଦି ଅନ୍ୟ କୌଣସି କାରଣ ପାଇଁ ଝିଅ ବାହାହବାକୁ ମନକରିଥାନ୍ତା ତାହେଲେ ମୁଁ ପୁଣି ଥରେ ଆପଣଙ୍କ ପାଖକୁ ଆସିନଥାନ୍ତି l ହେଲେ ଏଇଟା ଗୋଟିଏ ଛୋଟ କଥା ଆଜ୍ଞା l ଆପଣ ଯାହାସବୁ କହିଲେ ମୁଁ ସେମାନଙ୍କୁ ଜଣେଇଲି l ସେମାନେ ତ କଥାଟାକୁ ହସରେ ଉଡାଇଦେଲେ l କହିଲେ ଇଏ ଗୋଟିଏ କଥା l ଝିଅକୁ କିଏ କହିଲା ଯେ ବାହାଘର ପରେ ଶାଶୁଘରେ ବାନ୍ଧି ହୋଇ ରହିବା ?

ବାହାଘର ପରେବି ସେ ଯେତେ ପର୍ଯ୍ୟନ୍ତ ପଢିବାକୁ ଚାହିଁବ ପଢିବ l କୌଣସି ଆପତ୍ତି ନାହିଁ l ଆଉ ବାକି ରହିଲା ବାପାମାଆ ଙ୍କ କଥା…. ସେ ଯେତେବେଳେ ତାଙ୍କ ପାଖକୁ ଯିବାକୁ ଚାହିଁବ ଯାଇପାରିବ l ଯାହା କରିବାକୁ ଚାହିଁବ କରିପାରିବ l ସହର ଏମିତି କେତେ ଦୂର କି ? ନିଜ ଗାଡ଼ିରେ ଗଲେ ଦୁଇଘଣ୍ଟା ଲାଗିବ l ଆମ ସାନ ବୋହୂ ପାଇଁ ଗୋଟିଏ ସ୍ୱତନ୍ତ୍ର ଡ୍ରାଇଭର ରଖିଦବୁ, ଯୁଆଡେ ଯିବାକୁ ଚାହିଁବ ଯିବ l ଏସବୁରେ ଯଦି ତାର ଆପତ୍ତି ଅଛି ତାହେଲେ ସେ ତା ବାପା ମାଆ ଙ୍କୁ ଏଠି ଆଣି ରଖିପାରିବ l ଆମେ କେବଳ ଆମ ପୁଅର ଖୁସି ଚାହୁଁ l ପୁଅ କହୁଚି ତାକୁ ବାହାନହେଲେ ଆଉ କାହାକୁ ବାହାହବନି l ଆମ ପୁଅ ଯେତେବେଳେ ତାକୁ ନିଜେ ପସନ୍ଦ କରିଛି, ତା ଖୁସି ପାଇଁ ଆମେ ସବୁ କରିପାରିବୁ l

ମୁଁ ଦୁଆର ମୁହଁରେ ଠିଆହୋ ଇ ସବୁ ଶୁଣୁଥାଏ l କାହିଁକି କେଜାଣି ସେଦିନ ସେ ଜାଲଟି ମୋତେ ଆକର୍ଷଣ କଲା l ଏମିତି ପରିବାର, ଏମିତି ବାପା ମା ଯିଏକି ନିଜ ପୁଅପାଇଁ ସବୁକିଛି କରିବାକୁ ପ୍ରସ୍ତୁତ l ମୋତେ କେତେ ଭଲ ନପାଇବେ ସତେ ! ଏମିତି ଲୋକ ଆଉ କେଉଁଠି ମିଳିବେ ଯିଏ ମୋତେ ଏତେ ସ୍ୱାଧୀନତା ଦେବେ ! ନିଜକୁ କିଛିକ୍ଷଣ ପାଇଁ ହଜେଇଦେଇଥିଲି ଅନ୍ୟ ଏକ ଦୁନିଆରେ l ମୋ ବାପା ମାଆ ଙ୍କ ପାଇଁ ଦେଖିଥିବା ସବୁ ସ୍ବପ୍ନ ମୋର ପୂରଣ ହେଲାଭଳି ଲାଗୁଥିଲା , ତା ସହିତ ଆଉ ଗୋଟିଏ ମୁହଁ ଘୁରିବୁଲୁଥିଲା ମୋ ମାନସ ପଟ୍ଟରେ…… ଶୁଭମ l

ବାପା ମାଆ ମଧ୍ୟସ୍ଥିକୁ ବିଦାକରି ମୋ ପାଖକୁ ଆସିଲେ l ମା କହିଲା ସବୁ ତ ନିଜେ ଶୁଣିଲୁ l ଏବେ କଣ କହୁଛୁ ? ମୁଁ କିଛି ନକହି ମୁହଁ ପୋତି ଚାଲିଆସିଲି ମୋ ରୁମକୁ l କେମିତି ଗୋଟେ ଶିହରଣ ଖେଳି ଯାଉଥିଲା ମୋ ତନୁମନରେ l ମୁଁ ସତରେ କଣ ଏତେ ସୁନ୍ଦରୀ ଯେ କେହି ମୋତେ ଏମିତି ପାଗଳ ଭଳି ଏକତରଫା ଭଲ ପାଇବ l କେଉଁଠି ଦେଖିଲେ ସେ ମୋତେ ? କାହିଁ ମୁଁ ତୋ କେବେ ଦେଖିପାରିଲିନି ତାଙ୍କୁ ? ନିଜ ସୁନ୍ଦରତାକୁ ଆଉ ଟିକେ ଭଲଭାବେ ନିରୀକ୍ଷଣ କରିବାକୁ ଇଚ୍ଛା ହେଲା l ଆଇନା ଆଗରେ ଯାଇ ଠିଆ ହେଲି l ଇସ……. ଲାଜରେ ନିଜ ମୁହଁକୁ ଚାହିପାରିଲିନି l ଦୁଇହାତ ପାପୁଲିରେ ମୁହଁକୁ ଲୁଚେଇ ଲୁଚେଇ ପଲଙ୍କରେ ଆସି ଗଡିଗଲି l ସେଦିନ ମା ଆଣିଥିବା ସେ ଫୋଟୁକୁ ବର୍ଜ୍ୟବସ୍ତୁ ଭାବି ଭଲକରି ଦେଖିନଥିଲି l କିନ୍ତୁ ଆଜି କାହିଁକି କେଜାଣି ସେଇ ଫୋଟୋ ଟିକୁ ବାରମ୍ବାର ଦେଖିବାକୁ ଇଛା ହଉଥିଲା l

ମୌନେ ସମ୍ମତି ଲକ୍ଷଣ l ତେଣୁ ବାପା ମା ଆଉ ମୋତେ କିଛି ନପଚାରି କଥା ଆଗେଇ ନେଲେ lଠିକ ସତରଦିନ ପରେ ମୋ ବିବାହ ତିଥି ଧାର୍ଯ୍ୟ ହେଲା l ବାପା ମା ଯୋଗାଡ଼ ଯନ୍ତ୍ରରେ ଲାଗିପଡିଲେ l ସେଇ ସତର ଦିନ ମୁଁ ଯେମିତି ଗୋଟିଏ ଚଗଲି ପକ୍ଷୀ ଭଳି ଅନୁଭବ କରୁଥିଲି l ଉଡ଼ି ଉଡ଼ି କେବେ ଜହ୍ନରାଇଜରେ ପହଞ୍ଚୁଥିଲି ତୋ କେବେ ସ୍ବପ୍ନ ରାଇଜରେ l ନା ଥକୁଥିଲି ନା ହାରୁଥିଲି l ଜାଣିନଥିଲି ସବୁଠୁ ଉପରେ ମୋର ଭେଟହେବ ଭୟଙ୍କର ବାଜ ପକ୍ଷୀ ସହିତ l ତାର ଶାଣିତ ଥଣ୍ଟରେ ମୋ ଭଳି ଗୋଟିଏ ସୁକୋମଳ ପକ୍ଷୀର ଡେଣା କାଟି ରକ୍ତାକ୍ତ କରିଦେବ ଆଉ ମୁଁ ଖସିପଡ଼ିବି କଣ୍ଟାର ଶୋଜ ଉପରେ l

ସେହି ଅଶୁଭ ଦିନ ଆସି ଉପସ୍ଥିତ ହେଲା l

ସେହି ଅଶୁଭ ଦିନ ଉପସ୍ଥିତ ହେଲା l ବର ପହଞ୍ଚିଲା ବେଳକୁ ରାତି ଦଶଟା l ବାଜା, ବାଣ, ରୋଶଣି ରେ ଗାଁ ଆମର ଉଠୁଥିଲା ପଡୁଥିଲା l ଗାଁ ରେ ସମସ୍ତେ କୁହାକୁହି ହଉଥିଲେ…. ଏମିତି ପ୍ରୋସେସନ ଆମେ ଜୀବନରେ ଦେଖିନଥିଲୁ l ବର ବି ବହୁତ ସୁନ୍ଦର l ଜ୍ୟୋତି ବୋଧେ ଆର ଜନ୍ମରେ କିଛି ପୁଣ୍ୟ କରିଥିଲା ସେଥିପାଇଁ ଏ ଜନ୍ମରେ ତାକୁ ଏକ ସୁନ୍ଦର ବର, ଏତେ ଧନୀ ଘର ମିଳିଲା l ଏସବୁ କଥା ଶୁଣି ମୋ ସାଙ୍ଗମାନେ ଯେତେବେଳେ ଆସି ମୋତେ ଚିଡ଼ଉଥିଲେ ମନେ ମନେ ମୁଁ ଟିକେ ଗର୍ବ କରୁଥିଲି l

ବାହାଘର ଶେଷ ହେଲା l ସକାଳୁ ସକାଳୁ ବିଦାୟ ପର୍ବ, ନିଶ୍ଚିତ ଭାବରେ ହୃଦୟ ବିଦାରକ ସେ ବିଦାୟ ଦୃଶ୍ୟ l କିନ୍ତୁ ବାପା ମା ଙ୍କୁ ଛାଡି ଯିବାର କଷ୍ଟ ମୋର ଅଧା ହୋଇଯାଇଥିଲା l ଯେତେବେଳେ ଶୁଭମ ମୋ ମା କୁ ମା କହିଥିଲା…. କାନ୍ଦନ୍ତୁନି ମା, ସେ ହଷ୍ଟେଲରେ ରହିଲାବେଳେ ଯେମିତି ଆପଣଙ୍କ ପାଖକୁ ଯିବା ଆସିବା କରୁଥିଲା ସେମିତି ଯିବା ଆସିବା କରିବ l ସେ ବାହା ହୋଇଯାଇଛି ବୋଲି କାହିଁକି ଭାବୁଛନ୍ତି ? ଭାବନ୍ତୁ ସେ ହଷ୍ଟେଲ ଯାଉଛି ଲ ତା ଛଡା ଏବେ କେବଳ ଜ୍ୟୋତି ଆପଣଙ୍କ ଝିଅ ନୁହେଁ, ମୁଁ ବି ଆପଣଙ୍କ ପୁଅ l ଆପଣ ଯେତେବେଳେ ଚାହିଁବେ ସେତେବେଳେ ଯାଇ ମୋ ପାଖରେ ରହିପାରିବେ l ସତରେ ସେଦିନ ମୁଁ ଗର୍ବରେ ଫୁଲିପଡ଼ିଥିଲି l କଥାରେ ଅଛି ଭଗବାନ ସବୁ ସହିପାରନ୍ତି କିନ୍ତୁ କାହାର ଗର୍ବ ସାହିପାରନ୍ତିନି l ସେଦିନର ସେଇ କିଛି କ୍ଷଣର ଗର୍ବ ପାଇଁ ମୋତେ ଭଗବାନ କଣ ଏତେ ବଡ଼ ଦଣ୍ଡ ଦେଲେ ନା ଏଇଟା ମୋ ପୂର୍ବ ଜନ୍ମର କର୍ମ ଫଳ ? ଏଇ ପ୍ରଶ୍ନର ଉତ୍ତର ମୁଁ ଆଜି ଯାଏ ଖୋଜିପାଉନି l

ଶାଶୁ ଘରେ ପହଂଚିବାକ୍ଷଣି ଏକ ଭବ୍ୟ ସମ୍ବର୍ଦ୍ଧନାରେ ଆମକୁ ପାଛୋଟିନେଲେ ବନ୍ଧୁ ଓ ପରିବାରବର୍ଗ l ସେଇଠୁ କିନ୍ତୁ ମୋ ମନରେ ଅଙ୍କୁରିତ ହେଲା ପ୍ରଥମ ସନ୍ଦେହର ବୀଜ l ଲକ୍ଷ୍ୟ କଲି ସମସ୍ତେ ହସ ଖୁସିରେ ମସଗୁଲ ଥିବାବେଳେ ମୋ ବଡ଼ ଯାଆ ଙ୍କ ମୁହଁ ଶୁଖିଯାଇଛି l ଗୋଟିଏ ରୋବଟ ଭଳି ସେ କେବଳ କାମ କରିଚାଲିଥିଲେ l କାହାରି ସହ କଥାବାର୍ତ୍ତା ନାହିଁ କି ହସ ଖୁସି ନାହିଁ l ସବୁ ଵିଧି ବିଧାନ ସରିବା ପରେ ନିଜ ରୁମକୁ ଯାଇ ଫ୍ରେଶ ହୋଇ ବାଥରୁମ ରୁ ବାହାରି ଦେଖିଲି ଦିଦି ଜୁସ ଧରି ଛିଡ଼ାହୋଇଛନ୍ତି l ଇଆଡ଼େ ସିଆଡେ ଚାହିଁ ମୋତେ କହିଲେ ଜୁସ ପିଇଦେ l ତାଙ୍କର ଯେମିତି ସାହସ ନଥିଲା ମୋ ଆଖିରେ ଆଖି ମିସେଇବା ପାଇଁ l

ତାଙ୍କ ହାତରୁ ଜୁସ ଗ୍ଲାସ ଟା ନେଇ ଟେବୁଲ ଉପରେ ରଖିଦେଇ ତାଙ୍କ ଦୁଇହାତକୁ ଧରିନେଇ ପଚାରିଲି – କଣ ହୋଇଛି ଦିଦି, ତୁମ ମୁହଁ କାହିଁକି ଶୁଖିଯାଇଛି ? ଆସିବବେଳୁ ଲକ୍ଷ୍ୟ କରିଛି ତମେ ମୋତେ ଠିକ ରେ ଚାହୁଁନ l କଣ ମୁଁ ତମର ପସନ୍ଦ ନୁହଁ ? ଉତ୍ତର ରେ କେବଳ ତାଙ୍କ ଆଖିରୁ ଲୁହ ଝରିଗଲା l ତାଙ୍କ ହାତକୁ ମୋ ହାତରୁ ଟାଣିଆଣି କେବଳ ଏକ କରୁଣ ଚାହାଣି ଚାହିଁ ସେ ସେଠାରୁ ପଳେଇଗଲେ l
ସେଇ ସନ୍ଧ୍ୟାରେ ରିସେପସନ ପାର୍ଟି ରଖାଯାଇଥିଲା l ଏତେ ବଡ଼ ବଡ଼ ହୋଟେଲ, ରେସ୍ତୋରାଁ ସବୁ ଥାଇ ମଧ୍ୟ ପାର୍ଟି ଘରେ ରଖାଯାଇଥିଲା l ସାଜସଜ୍ଜା ଏମିତି ସତେ ଯେମିତି ଇନ୍ଦ୍ରଭୁବନ l କିନ୍ତୁ ଅତିଥି ନାଁ ରେ କେବଳ ନିଜର କର୍ମଚାରୀ, ଅଳ୍ପ କିଛି ରିଲେଟିଭ ଏବଂ ଆମ ଗାଁରୁ ଆଉ କଲେଜ ରୁ ଆସିଥିବା ମୋର ସାଙ୍ଗ ଏବଂ ଭାଇଭଉଣୀ ମାନେ l ଟିକେ ଅଡୁଆ ଲାଗୁଥିଲା l ଏତେ ନାଁ, ଏତେ ପଇସା ଏମାନଙ୍କର କିନ୍ତୁ ଘରର ଗେଲ୍ହା ସାନପୁଅ ରିସେପ୍ସନ ରେ ହାତଗଣତି କେତୋଟି ବନ୍ଧୁ ବାନ୍ଧବ ଆଉ କର୍ମଚାରୀ l ସନ୍ଦେହର ବୀଜ ଆଉ ଟିକେ ବଡ ହୋଇସାରିଥିଲା l କାହାକୁ ପଚାରିବି ? ଆଉ କାହାକୁ ପଚାରିଲେ ହୁଏତ କେହି ଖରାପ ଭାବିପାରନ୍ତି କିନ୍ତୁ ଶୁଭମ… ସେ ତ ମୋତେ ଏତେ ଭଲ ପାଆନ୍ତି l ମୋତେ ଖରାପ ଭାବିବେନି ସେ ତେଣୁ ତାଙ୍କୁ ପଚାରିବା ସବୁଠୁ ଭଲ ହବ l ପଚାରିଲି……

-ତମର କେହି ସାଙ୍ଗସାଥି ନାହାଁନ୍ତିକି ?

-କାଇଁ, ତମର କଣ ଦରକାର ମୋ ସାଙ୍ଗ ସାଥୀ ମାନଙ୍କ ପାଖରେ ?

-କିଛି ନାହିଁ ଯେ, ମୁଁ ଭାବୁଥିଲି ତମେ ଏତେବଡ ଲୋକ, ପୁରା ସହରକୁ ପାର୍ଟି ଦେଇପାରିବ l କିନ୍ତୁ ଏତେ କମ ଲୋକ କାହିଁକି ?

-ଆରେ ବାଃ…. ତମେ ପ୍ରଶ୍ନ ବି କରିପାର !!!!

-କିଛି ନାହିଁ ଯେ, ମୁଁ ଭାବୁଥିଲି ତମେ ଏତେବଡ ଲୋକ, ପୁରା ସହରକୁ ପାର୍ଟି ଦେଇପାରିବ l କିନ୍ତୁ ଏତେ କମ ଲୋକ କାହିଁକି ?

-ଆରେ ବାଃ….. ତମେ ପ୍ରଶ୍ନ ବି କରିପାର !!!!!

ଶୁଭମ ଙ୍କ ଏମିତି ଏକ ବାକ୍ୟରେ ମୁଁ ଚମକି ପଡ଼ିଥିଲି ସେଦିନ l ମୋତେ ଅସହଜ ହେବା ଲକ୍ଷ୍ୟ କରି ସେ କହିଲେ

ଆରେ ଡ଼ରିଗଲ ନା କଣ ? ମୁଁ ତୁମକୁ ଏତେ କଥା କହିବାର ଆଗରୁ ଦେଖିନି, ବାହାଘର ଧାର୍ଯ୍ୟ ହେବା ପରେ ମଧ୍ୟ ଥରେ ହେଲେ ବି ମୋ ସହ କଥା ହୋଇନ l ଆଜି ହଠାତ ପ୍ରଶ୍ନଟେ ପଚାରିଦେଲ ତ ସେଥିପାଇଁ ମୁଁ ଏମିତି କହିଦେଲି l କଥା କଣ କି ମୋତେ ଏତେ ଗହଳ ଚହଳ ପାଟିତୁଣ୍ଡ ପସନ୍ଦ ନୁହଁ l ତେଣୁ ମୁଁ ପୁରା ନୀଡାମ୍ବର ଭାବେ ସବୁକିଛି କରିବାକୁ ଚାହୁଁଥିଲି l

ସେ କହିଚାଲିଥିଲେ, କିନ୍ତୁ ମୋ ସନ୍ଦେହ ଚାରାଟି ଆହୁରି ବଢିବାକୁ ଲାଗିଥିଲା l କାହିଁ ବାହାଘର ଦିନ ତ ମୋତେ ଲାଗୁନଥିଲା ଶୁଭମ ଙ୍କୁ ପାଟିତୁଣ୍ଡ କିମ୍ବା ଗହଳି ପସନ୍ଦ ନୁହେଁ ! ତାଙ୍କ ପକ୍ଷରୁ ଅଳ୍ପ ବରଯାତ୍ରୀ ଯାଇଥିଲେ ସତ କିନ୍ତୁ ଗୀତ, ନାଚ, ବାଜା, ରୋଷଣିରେ ତ ଗାଁ କମ୍ପୁଥିଲା l ଏମିତି କେତେ କଣ ମୋ ମସ୍ତିଷ୍କ ରେ ଘୁରିବୁଲୁଥିଲା ଲ ନୂଆ ବୋହୂ ମୁଁ, କାହାକୁ ସେମିତି ଭଲରେ ଜାଣିଛି ଯେ ମୋ ମନ ଖୋଲି ଶୁଭମଙ୍କ ବିଷୟରେ ପଚାରିବି l ଦିଦି, ହଁ ଦିଦିଙ୍କୁ ପଚାରିଲେ ହବ l ମୋ ଆଖି ତାଙ୍କୁ ଖୋଜୁଥାଏ କିନ୍ତୁ ସେ ସେଠାରେ ଉପସ୍ଥିତ ନଥିଲେ l ସମସ୍ତଙ୍କ ଖିଆପିଆ ସରିବା ପରେ ସେ ଆସିଲେ, ମୋତେ କେବଳ ଗୋଟିଏ ବାକ୍ୟ କହିଲେ ” ଆ…. ଖାଇବୁ ” l ତା ‘ ପରେ ଯେତେବେଳେ ବି ମୋ ସାମ୍ନାକୁ ଆସିଥାନ୍ତି ମୋତେ ଯେମିତି ସେ ଅଣଦେଖା କରି ଚାଲିଗଲା ଭଳି ଲାଗେ ମୋତେ l ମୁଁ କାରଣ ଖୋଜେ l ମୋତେ ଲାଗେ ଏହାର ରହସ୍ୟ ନିଶ୍ଚୟ ତ କିଛି ଅଛି l

ସେଦିନ ଚତୁର୍ଥୀ l ସକାଳୁ ସକାଳୁ ରୀତି ନୀତି ଆରମ୍ଭ ହୋଇଗଲା l ମୋ ଅପେକ୍ଷା ମୋ ସାଙ୍ଗମାନେ ସେଦିନ ବେଶି ଉତ୍ସାହିତ l ଫୋନ କରି କରି ମୋତେ ଚଉଠି ରାତିର ନୀତି ନିୟମ ସବୁ ଜଣାଉଥାନ୍ତି l ଯେତିକି ଶିହରଣ ଦେହରେ ଖେଳିଯାଉଥିଲା ତାଠୁ ଅଧିକ ମନରେ l ପ୍ରିୟତମର ବାହୁ ବନ୍ଧନରେ ନିଜକୁ ସମର୍ପିଦେବା ଭାବନାରେ ଲାଜେଇ ଯାଇଥାଏ l ମୋତେ ଏମିତି କହିବେ, ସେମିତି ଅନେଇବେ ଭାବି ଭାବି ଆତ୍ମହରା ହୋଇପଡୁଥାଏ l ମନରେ କେତେ ସ୍ବପ୍ନ, କେତେ ଆକାଂକ୍ଷା ଓ ହାତରେ କ୍ଷୀର ଗ୍ଲାସ ଧରି ମୁଁ ରୁମକୁ ଗଲି l ଅପୂର୍ବ ସାଜସଜ୍ଜାରେ ଝଟକୁଥିଲା ରୁମ ଟା ସତେ ଯେପରି ସ୍ବର୍ଗପୁର l ମୁଁ ଜାଣିନଥିଲି ସେଠାରେ ପୂର୍ବରୁ ମୋତେ ଅପେକ୍ଷା କରିଥିଲେ ଶୁଭମ l ପଛଆଡୁ ହଠାତ ମୋତେ ଭିଡି ଧରିଲେ, ଗୋଟେ ଚିତ୍କାର ସହ ହାତରୁ କ୍ଷୀର ଗ୍ଲାସ ଟା ଖସିପଡିଲା l ସେ କଟାକ୍ଷ୍ୟ କରି କହିଲେ…..
– କ୍ଷୀର ଗ୍ଲାସ ଟା ସମ୍ଭାଳି ପାରିଲନି…….. ନିଜକୁ କେମିତି ସମ୍ଭାଳିବ ?

ମୁଁ ଯଦି ନିଜକୁ ସମ୍ଭାଳି ନପାରେ ତାହେଲେ ତମେ ମୋତେ ସମ୍ଭାଳିବ l

କଥା କହିବା ଶିଖିଛ ତାହେଲେ l ଖାଲି କଥା ଶିଖିଛ ନା ଆଉ କିଛି ଶିଖିଛ ?

ମାନେ ?

ମାନେ ସ୍ୱାମୀଙ୍କୁ କେମିତି ଖୁସି କରାଯାଏ ଶିଖିଛ l

ନା l

ତାହେଲେ ଶିଖ l
ଏତିକି କହି ସେ ମୋତେ ଜୋର କରି ଟାଣିନେଲେ ବେଡ଼କୁ l ଯାହା ସବୁ ଘଟୁଥିଲା ମୋ ଭାବନା ବାହାରେ ଥିଲା l ସବୁକିଛି ମୋ ଇଚ୍ଛା ବିରୁଦ୍ଧ ଥିଲା l ନା କିଛି କଥା ନା ରୋମାନ୍ସ l ଜୋର ଜବରଦସ୍ତି ଆଦାୟ କରିନେଲେ ତାଙ୍କ ପାଉଣା l ଏଇ କିଛି ସମୟ ପୂର୍ବରୁ ଦେଖିଥିବା ମି ସବୁ ସ୍ବପ୍ନ ସେଇ ସ୍ୱପ୍ନରେ ହି ରହିଗଲା l ଆଖିରୁ ଖାଲି ବୋହୋଯାଉଥାଏ ଲୁହ l

ପରଦିନ ସକାଳୁ ସକାଳୁ ମୁଁ ଗାଧୋଇ, ପୂଜାସାରୀ ଶୁଭମଙ୍କ ପାଇଁ ଚା ‘ କପ ଟା ବଢା଼ଉ ବଢା଼ଉ ମୋ ନଜର ପଡିଲା ଲାପଟପ ସ୍କ୍ରିନ ଉପରେ l ମୋ ସାରା ଶରୀର ଥରିଉଥିଲା ଆଉ ଚା ‘ କପ ଟି ଖସିପଡିଲା ବେଡ଼ ଉପରେ l

ଥରି ଥରି ପଚାରିଲି….. ଏସବୁ ଭିଡିଓ…?

ହଁ, କାଲି ରାତିର, ଆମ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ l
-କିନ୍ତୁ କେମିତି ?
ଏଥର ଗୋଟିଏ ଅଟହାସ୍ୟ କରି କହିଲେ

ମୋ ରୁମରେ ପ୍ରତିଟି କୋଣରେ ଗୋଟିଏ ଗୋଟିଏ କ୍ୟାମେରା ଲାଗିଛି l ଭଲ ଭାବରେ ଲକ୍ଷ୍ୟ କର l

ଚାରିଆଡେ ଟିକେ ନଜର ବୋଲେଇ ଆଣିଲି l ଫୋଟୋ ଫ୍ରେମ, ବୋକସେଲସ, ଡିଜାଇନର ବଲବ, ସବୁ ଜିନିଷ ପାଖରେ ଗୋଟିଏ ଗୋଟିଏ ଛୋଟ କ୍ୟାମେରା l କହିଲି

କିନ୍ତୁ କାହିଁକି ?

ଏଥିରେ ତୁମର ଅସୁବିଧା କଣ ? ତମେ ତ ଏବେ ମୋ ସ୍ତ୍ରୀ, ମୋ ପାଖରେ ଆଉ ଲାଜ କଣ? ତାଛଡା ଏଇ ଭିଡିଓ ଆମକୁ ଆମ ପ୍ରଥମ ରାତି କଥା ସବୁବେଳେ ମନେପକେଇଦେଉଥିବା l

ତା ମାନେ….. ଏସବୁ ତମେ ପ୍ଲାନ କରିଛ l ସେଥିପାଇଁ ମୋତେ ଲାଇଟ ବନ୍ଦ କରିବାକୁ ଦେଇନଥିଲ l ଯେଉଁ ମୁହୂର୍ତ୍ତ ଆମ ମନରେ ଚିର ସ୍ମରଣୀୟ ହୋଇ ରହିବ ସେସବୁର ଭିଡିଓ କରିବା ମାନେ କଣ ? କାହିଁକି ଏମିତି କଲ ?

କାହିଁକିନା ମୁଁ ଚାହେଁ ତମେ ସବୁବେଳେ ମୋ ପାଖରେ ବନ୍ଧା ହୋଇ ରୁହ l ଏଇଟା ହେଉଛି ସେଇ ଅସ୍ତ୍ର ଯେଉଁଟା ମୋ ପାଖରେ ଥିଲେ ତମେ ଏଠୁ କୁଆଡେ ଯାଇପାରିବନି l ଆଉ ଯଦି ଉଡିବାକୁ ଚାହଁ ତାହେଲେ ଏଇ ଅସ୍ତ୍ରରେ ମୁଁ ତମର ଡେଣା କାଟିଦେବି l
ଚମକି ପଡିଲି ମୁଁ l ତଥାପି ନିଜକୁ ସହଜ କରି କହିଲି

ଦଶଦିଗପାଳଙ୍କୁ ସାକ୍ଷୀରଖି ତମକୁ ବିବାହ କରିଛି l ଏବେ ତୁମେ ହିଁ ମୋର ସବୁକିଛି l ତୁମକୁ ଛାଡି ମୁଁ ଯିବି କୁଆଡେ ? ସେଥିପାଇଁ ଏ ଭିଡିଓ କରିବା କଣ ଆବଶ୍ୟକ ଥିଲା ?

ସେ ଯେମିତି ନିଜ ଉପରୁ ନିୟନ୍ତ୍ରଣ ହରାଉଥିଲେ l ଛାଟିପିଟି ହୋଇ ଉଠିପଡିଲେ ବେଡ଼ ଉପରୁ l ଚଢ଼ା ସ୍ୱରରେ କହିଲେ

ବହୁତ ପ୍ରଶ୍ନ ପଚାରୁଛୁ ନା ? କଥା ବି ବହୁତ କହିପାରୁଛୁ l ଏତେଦିନ ମୁଁ ତୋ ଉପରେ ନଜର ରଖିଲି କିନ୍ତୁ ତୋତେ ତ କେବେ ଏମିତି କଥା କହିବାର ମୁଁ ଦେଖିନି l

ଶୁଭମ ର ଏମିତି ବ୍ୟବହାର ରେ ମୁଁ ସ୍ତବ୍ଧ ହୋଇଯାଇଥିଲି l ସବୁ ଗୋଳମାଳ ହୋଇଯାଇଥିଲା l ନିଜକୁ ପ୍ରଶ୍ନ ପଚାରୁଥିଲି ଇଏ କଣ ସେହି ଲୋକ ଯିଏ ମୋତେ ପାଗଳଙ୍କ ପରି ଭଲ ପାଉଥିଲା l ଇଏ କଣ ସେଇ ଲୋକ ଯିଏ କହୁଥିଲା ମୋତେ ପୂର୍ଣ୍ଣ ସ୍ୱାଧୀନତା ଦବ, ମୁଁ ଯାହା ଚାହିଁବି କରିପାରିବି l କିନ୍ତୁ ଇଏ ତ ମୋ କଥା କହିବା ଉପରେ ବି ପ୍ରତିବନ୍ଧ ଲଗାଉଛି l ତାହେଲେ ସତରେ କଣ କିଛି ରହସ୍ୟ ଲୁଚିରହିଛି ଏ ବିବାହାରେ l ମୁଁ କିଛି ଭ୍ରମରେ ପଡିଯାଇନି ତ l ଜାଲରେ ଛନ୍ଦି ହୋଇଗଲାଭଳି ଲାଗୁଥିଲା ମୋତେ l ବହୁତ ଡର ଲାଗୁଥିଲା l ସାହସ କରି କହିଲି..ଶୁଭମ ର ଏମିତି ବ୍ୟବହାର ରେ ମୁଁ ସ୍ତବ୍ଧ ହୋଇଯାଇଥିଲି l ସବୁ ଗୋଳମାଳ ହୋଇଯାଇଥିଲା l ନିଜକୁ ପ୍ରଶ୍ନ ପଚାରୁଥିଲି ଇଏ କଣ ସେହି ଲୋକ ଯିଏ ମୋତେ ପାଗଳଙ୍କ ପରି ଭଲ ପାଉଥିଲା l ଇଏ କଣ ସେଇ ଲୋକ ଯିଏ କହୁଥିଲା ମୋତେ ପୂର୍ଣ୍ଣ ସ୍ୱାଧୀନତା ଦବ, ମୁଁ ଯାହା ଚାହିଁବି କରିପାରିବି l କିନ୍ତୁ ଇଏ ତ ମୋ କଥା କହିବା ଉପରେ ବି ପ୍ରତିବନ୍ଧ ଲଗାଉଛି l ତାହେଲେ ସତରେ କଣ କିଛି ରହସ୍ୟ ଲୁଚିରହିଛି ଏ ବିବାହାରେ l ମୁଁ କିଛି ଭ୍ରମରେ ପଡିଯାଇନି ତ l ଜାଲରେ ଛନ୍ଦି ହୋଇଗଲାଭଳି ଲାଗୁଥିଲା ମୋତେ l ବହୁତ ଡର ଲାଗୁଥିଲା l ସାହସ କରି କହିଲି..

ଏଥିରେ ଏତେ ରାଗିବାର କଣ ଅଛି ? ମୁଁ ତମଠୁ ଏମିତି ଆଶା କରୁନଥିଲି l ମୋତେ ନଜଣେଇ ଭିଡିଓ କରିବା ମୋତେ ଭଲଲାଗିଲାନି l ମୋତେ ଏ ବିଷୟରେ କହି ତ ପାରିଥାନ୍ତ l

ତୋ ସହ ଆହୁରି ଏମିତି ଅନେକ କିଛି ଘଟିବାକୁ ଯାଉଛି ଯେଉଁଟାକି ତୋତେ ଭଲ ଲାଗିବନି କିନ୍ତୁ କରିବାକୁ ବାଧ୍ୟ l ନହେଲେ ଏଇ ଭିଡିଓ ଦେଖୁଛୁ ତାକୁ ଲିକ କରିବା ପାଇଁ ମୋତେ ସମୟ ଲାଗିବନି l

ପାଦତଳୁ ଯେମିତି ପୃଥିବୀ କୁଆଡେ ଉଭେଇ ଯାଉଥିଲା l ବେଡ଼ କୁ ସାହାରା କରି ବସିପଡ଼ିଲି l କଣ ଶୁଣୁଛି ମୁଁ ? ନିଜ କାନକୁ ବିଶ୍ୱାସ କରିପାରୁନଥିଲି l ବାପା ମାଙ୍କ ମୁହଁ ଘୁରିବୁଲୁଥିଲା ମୋ ଚାରିପଟେ ଆଉ ଆଖିରୁ ଝରିଯାଉଥିଲା ଲୁହ l ସ୍ବପ୍ନ ସବୁ ପାଣିଫୋଟକା ଭଳି ମିଳେଇଯାଉଥିଲା l କଣ ଘଟିବାକୁ ଯାଉଛି ମୋ ସହ ? ଦିଦି କଣ ଜାଣିଥିଲେ ମୋ ସହ ଏମିତି କିଛି ଘଟିବାକୁ ଯାଉଛି ? ତାଙ୍କର ସେ ଆଖି ଦୁଇ ଟା ବହୁତ କିଛି କହିବାକୁ ଚାହୁଁଥିଲା l କିନ୍ତୁ ମୁଁ ବୁଝିବାକୁ ଚେଷ୍ଟା କଲିନି l ଏମିତି କେତେ କଣ ଭାବନା ଘୁରି ବୁଲୁଥିଲା ମୋ ମୁଣ୍ଡରେ l ପଚାରିଲି

ମୁଁ କଣ ଦୋଷ କରିଛି ତୁମର ? କଣ ଚାହଁ ତମେ ? ଗର୍ଜି ଉଠିଲେ ସେ

ଜାଣିବାକୁ ଚାହୁଁ ମୁଁ ତୋଠାରୁ କଣ ଚାହେଁ ! ଗୋଟିଏ ସନ୍ତାନ, ହଁ କେବଳ ଗୋଟିଏ ସନ୍ତାନ ଯିଏ ମୋ ପୌରୁଷତ୍ୱ ଉପରେ ଲାଗିଥିବା ଦାଗକୁ ଲିଭେଇ ପାରିବ l ମୋତେ ଏ ସମାଜ ଦେଇଥିବା ନିନ୍ଦା ଅପମାନରୁ ମୁକ୍ତି ଦରକାର l ସେଥିପାଇଁ ମୋତେ ଯାହା କରିବାକୁ ପଡିବ ମୁଁ କରିବି l ଆଜିଠୁ ପ୍ରତି ରାତିରେ ତୁ ନିଜକୁ ଗୋଟିଏ ଗୋଟିଏ ପରପୁରୁଷକୁ ସମର୍ପି ଦବୁ l ଯେ ପର୍ଯ୍ୟନ୍ତ ତୁ ଗର୍ଭବତୀ ନହୋଇଛୁ ସେ ପର୍ଯ୍ୟନ୍ତ ତୋତେ ଏସବୁ କରିବାକୁ ପଡିବ l ଆଉ ମୋ କଥାରେ ରାଜିନହେଲେ ତୋତେ ସମାଜରେ ବଦନାମ କରିବାକୁ ମୋତେ ସମୟ ଲାଗିବନି l

ତମକୁ ମୁଁ ବିବାହ କରିଛି l ସ୍ୱାମୀ ହୋଇ ପର ପୁରୁଷକୁ ମୋତେ ସମର୍ପି ଦବ ? ତମକୁ ଲାଜ ଲାଗୁନି ? ତମ ଛଡା ଆଉ କାହାର ସନ୍ତାନକୁ ମୁଁ ଗର୍ଭରେ ଧାରଣ କରିବି, ଏକଥା ତମେ କହିପାରୁଛ ?

ହଁ ମୁଁ କହିପାରୁଛି କାରଣ ମୁଁ ଗୋଟିଏ ନପୁଂସକ l

ହଁ ମୁଁ କହିପାରୁଛି ମୁଁ ନପୁଂସକ l ସନ୍ତାନ ଜନ୍ମଦେବା ପାଇଁ ମୁଁ ସକ୍ଷମ ନୁହେଁ l ଏଥିପାଇଁ ମୁଁ ବହୁତ ଅପମାନିତ ହୋଇସାରିଲିଣି l ମୋ ଶରୀରର ଏହା ଗୋଟିଏ ଦୋଷ ପାଇଁ ମୋ ମାନ ସମ୍ମାନ, ପ୍ରତିଷ୍ଠା ସବୁକିଛି ମାଟିରେ ମିଶିଯାଇଛି l ସେଇସବୁ ଫେରିପାଇବା ପାଇଁ ମୋତେ କେବଳ ଜଣେ ହିଁ ସାହାଯ୍ୟ କରିପାରିବ, ତୁ….. l

ଟଙ୍କା ଫିଙ୍ଗିଥିଲେ କେତେ ଝିଅ ତାମପାଇଁ ସନ୍ତାନଟିଏ ଦେବାପାଇଁ ରାଜିହୋଇଯାଇଥାନ୍ତେ l ମୁଁ କାହିଁକି ?

ନା ତୁ ନୁହଁ, ତୋ ପାଇଁ ଏ ଜାଲ ମୁଁ ବିଛେଇ ନଥିଲି l ସେ ଜାଲ ବିଛାଯାଇଥିଲା ଗୋଟିଏ ଏମିତି ଝିଅ ପାଇଁ ଯିଏ ଏ ପଟ୍ଟନାୟକ ବଂଶ ର ଗୁପ୍ତ ରହସ୍ୟକୁ ଗୁପ୍ତ ରଖିପାରିବ l ସଂସ୍କାରି ହେବା ସହିତ ନମ୍ର ଆଉ ଡରୁଆ ହୋଇଥିବ l ଯାହାକୁ ସମସ୍ତଙ୍କ ସାମ୍ନାରେ ମୋ ସ୍ତ୍ରୀ ବୋଲି ପରିଚୟ ଦେଇପାରୁଥିବି ଆଉ ଯିଏ ମୋ କଥାରେ ଉଠ ବସ ହବ l କୌଣସି ବଡଘର ଝିଅ କଣ ଏସବୁ ବରଦାସ୍ତ କରିପାରିଥାନ୍ତା ନା ଟଙ୍କାଦେଇ କିଣା ହୋଇଥିବା ଝିଅ ମୋ ପାଖରେ ବାନ୍ଧି ହୋଇଥାନ୍ତା ! କେବେ ନା କେବେ କାହା ପାଖରେ ମୁହଁ ଖୋଲିଥାନ୍ତା ନିଶ୍ଚୟ l ତୁ ଜାଣିଛୁ ଯେଉଁ ରେସ୍ତୋରାଁକୁ ଖାଇବାକୁ ଯାଉଥିଲୁ ସେଇଟା କାହାର ? ସେଇଟା ହେଉଛି ମୋର, ଶୁଭମ ପଟ୍ଟନାୟକର l ସେଠାକାର ସବୁ ଷ୍ଟାପ ମୋ ପୋଷା କୁକୁର l ସେଠାରେ ଦେଢବର୍ଷ ମୁଁ ମୋ ଶିକାରକୁ ଅପେକ୍ଷା କରିଛି l କେତେ ଝିଅ ଆସିଛନ୍ତି ସେଠାକୁ l ସମସ୍ତଙ୍କ ଉପରେ ନଜର ରଖାଯାଏ, କିନ୍ତୁ କେହି ବି ମୋ ପ୍ଲାନ ସହ ଖପଖାଉନଥିଲେ l ଶେଷରେ ତୁ ଆସିଲୁ l ପ୍ରଥମ ଦିନରୁ ହିଁ ମୋର ତୋ ଉପରେ ନଜର ଥିଲା l ପୁରା ୬ ମାସ ତୋତେ ଅନୁଧ୍ୟାନ କଲି l ତୋ ବ୍ୟକ୍ତିତ୍ୱ ପୁରା ପୁରୀ ଭାବରେ ଖପଖାଉଥିଲା ମୋ ପ୍ଲାନ ସହିତ l ତେଣୁ ତୁ ମୋ ଶିକାର ହେଲୁ l ମୁଁ ଲୋକ ପଠାଇ କଳେ ବଳେ କୌଶଳେ ତୋତେ ହାସଲ କଲି l ଏବେ ତୁ ମୋ ହାତରେ କାଠକଣ୍ଢେଇ l ମୋ ଇସାରାରେ ନନାଚିଲେ ତୁ ଭାବିପାରିବୁନି ମୁଁ କଣ କରିବି ତୋ ସହିତ l
ଆଉ କିଛି ବୁଝିବାକୁ ବାକି ନଥିଲା l ସେ ମଧ୍ୟସ୍ଥି ତାହେଲେ ୟାଙ୍କ ଲୋକ l ଆମ ଘରକୁ ବିବାହ ପ୍ରସ୍ତାବ ଆସିବା ଆଉ ତାପର ର ଘଟଣା ସବୁ ମୋତେ ଗୋଟିଏ ଫିଲ୍ମ ଭଳି ଲାଗୁଥିଲା l ବାପାଙ୍କୁ ସେହି ରେସ୍ତୋରାଁକୁ ନବା, ସେ ଭିକାରୀ ବାପାଙ୍କ ସହ କଥାହେବା, ଶୁଭମ ପଟ୍ଟନାୟକର ସେ ବଦାନ୍ୟତା ସବୁକିଛି ଅଭିନୟ ଥିଲା l ମୁଣ୍ଡ ଭିତରଟା ପୁରା ଶୂନ ହୋଇଯାଉଥିଲା l ନା କିଛି କହିବାକୁ ଶବ୍ଦ ଥିଲା ନା ଭାବିବାକୁ ଜ୍ଞାନ l ବହୁତ ଅସହାୟ ଲାଗୁଥିଲା l କଣ କରିବି କଣ ନାହିଁ କିଛି ଭାବିପାରିଲିନି l ନିରୁପାୟ ହୋଇ ନିଜ ମୁଣ୍ଡକୁ କାନ୍ଥରେ ବାଡେଇଦେଇ ପଡ଼ିଗଲି ସେଇଠି l

ଆଖି ଖୋଲିଲା ବେଳକୁ ମୁଣ୍ଡ ଉପର ଫ୍ୟାନ ଟା ଘୁରୁଥିଲା ସାଇଁ ସାଇଁ ହୋଇ l ଉଠିବାକୁ ଚେଷ୍ଟା କଲି କିନ୍ତୁ ଉଠିପାରିଲିନି l କାରଣ ବେଡ଼ର ଚାରି ଗୋଡ଼ରେ ମୋ ଗୋଡ଼ାହାତ ବାନ୍ଧହୋଇଥିଲା ଆଉ ଶୁଭମ ପଟ୍ଟନାୟକ ବସିଥିଲା ସୋଫା ଉପରେ l ଚିତ୍କାର କଲି…..

ଅମଣିଷ, ରାକ୍ଷସ, ମୋତେ ଛାଡ଼ିଦେ l ମୋତେ ଏମିତି କଷ୍ଟଦେଲେ ଭଗବାନ ତୋତେ କେବେ ସହବେନି l ମୋ ଆଖି ଲୁହରେ ତୁ ଜଳିଯିବୁ l ନିଜ ଦୋଷକୁ ଘୋଡ଼େଇବାକୁ ଯାଇ ଅନ୍ୟ ଜଣକୁ ନର୍କକୁ ଠେଲିଦେବାର ପାପ ତୋତେ ସମୂଳେ ଧ୍ବଂସ କରିବ l

ଏଥର ଗୋଟିଏ ବିକଟାଳ ହସ ହସିଲା ସେ ରାକ୍ଷସ l କହିଲା – ଠିକ ଏମିତି କିଛି କହିଥିଲା ମିନୁ l ଠାକୁରଙ୍କୁ ଡାକି କେତେ ଅଭିଶାପ ଦେଇଥିଲା ମୋତେ l କିନ୍ତୁ କଣ ହେଲା ? ତାକୁ ମୁଁ ସେଇ ଠାକୁରଙ୍କ ପାଖକୁ ପଠେଇଦେଲି l

ତୋତେ ଆଶ୍ଚର୍ଯ୍ୟ ଲାଗୁଛି ନା ମିନୁ କଥା ଶୁଣି l ଜାଣିଛୁ ସେ କିଏ ? ସେ ଥିଲା ମୋ ପ୍ରଥମ ପ୍ରେମ, ପ୍ରଥମ ସ୍ତ୍ରୀ ଆଉ ପ୍ରଥମ ବଦନାମ ର କାରଣ l ଜୀବନଠୁ ଅଧିକ ମୁଁ ତାକୁ ଭଲ ପାଉଥିଲି l କିନ୍ତୁ ସେ ମୋତେ ଏ ସମାଜରେ ବଦନାମ କରି ଚାଲିଗଲା କାରଣ ତାକୁ ମୁଁ ଗୋଟିଏ ସନ୍ତାନ ଦେଇପାରିଲିନି l ଏଥିରେ ମୋର ଦୋଷ କଣ ? ଛୋଟବେଳେ ମୋର ଗୋଟିଏ ଆକ୍ସିଡେଣ୍ଟ ହୋଇଥିଲା l ବହୁତ ଟଙ୍କା ଖର୍ଚ୍ଚ କରି ମୋ ବାପା ମା ମୋତେ ଭଲ କଲେ l ସବୁକିଛି ଠିକ ଠାକ ଥିଲା l ଧୀରେ ଧୀରେ ବଡ ହେଲି l କଲେଜରେ ପଢ଼ୁଥିବା ସମୟରେ ବଡଭାଇଙ୍କ ବିବାହ ହେଲା l ସେଇ ବାହାଘରରେ ମିନୁ ସହିତ ମୋର ଦେଖାହୋଇଥିଲା l ସମ୍ପର୍କରେ ସେ ମୋ ସାନ ଭାଉଜଙ୍କ ମାମୁଁ ଝିଅ, ତେଣୁ ଶାଳୀ ହିସାବରେ ତା ସହିତ ମଜା ମସ୍ତି କରୁ କରୁ କେବେ ଆମେ ଦୁହେଁ ଦୁହିଁଙ୍କୁ ଭଲପାଇବସିଲୁ ଜାଣିପାରିଲୁନି l ଉଭୟଙ୍କ ପରିବାର କିନ୍ତୁ ଆମ ସମ୍ପର୍କକୁ ଜାଣିସାରିଥିଲେ l କାହାର କୌଣସି ଆପତ୍ତି ମଧ୍ୟ ନଥିଲା l ତେଣୁ ପଢା ସରୁ ସରୁ ଆମର ବିବାହ ହୋଇଗଲା l ଦୁହେଁ ଦୁହିଁଙ୍କୁ ପାଇ ବହୁତ ଖୁସିଥିଲୁ l କିନ୍ତୁ ଆମ ଖୁସିରେ ବୋଧହୋଏ କାହାର ନଜର ଲାଗିଗଲା l

ବିବାହର ଦୁଇବର୍ଷ ପର୍ଯ୍ୟନ୍ତ ମିନୁର ଗର୍ଭସଂଚାର ହୋଇପାରିଲାନି l ତେଣୁ ଆମେ ଡାକ୍ତରଙ୍କ ପାଖକୁ ଯାଇ ମିନୁର ସବୁପ୍ରକାର ପରୀକ୍ଷା ନିରୀକ୍ଷା କରେଇଲୁ l କିନ୍ତୁ କିଛି ଅସୁବିଧା ନଥିଲା ମିନୁ ଶରୀରରେ l ସବୁ ରିପୋର୍ଟ ନର୍ମାଲ ଆସିଲା l ଡାକ୍ତରଙ୍କ କହିବା ଅନୁସାରେ ମୋର ମଧ୍ୟ ପରୀକ୍ଷା କରାଗଲା l ରିପୋର୍ଟରେ ଜଣାପଡିଲା ଦୋଷ ମୋଠାରେ ଅଛି l ମୁଁ ଜୀବନରେ କେବେ ବି ବାପା ହବାପାଇଁ ସମର୍ଥ ହେବିନି l ଛୋଟବେଳେ ଯେଉଁ ଆକ୍ସିଡେଣ୍ଟ ମୋର ହୋଇଥିଲା ସେଇଥିରେ ମୁଁ ମୋର ପୌରୁଷତ୍ୱକୁ ହରେଇ ବସିଥିଲି l ବାସ……. ତାପରଠୁ ଆମ ହସଖୁସିର ସଂସାରରେ ଦୁଃଖର କଳବାଦଲ ଘୋଟିଆସିଲା l ସବୁବେଳେ ମିନୁ ଦୁଃଖରେ ରହିବାକୁ ଲାଗିଲା l ତାକୁ ଦେଖି ମୋତେ ଆଉ ଦୁନିଆରେ କିଛିବି ଭଲ ଲାଗୁନଥିଲା l ପରିବାରର ସମସ୍ତେ ମିଶି ମିନୁକୁ ବୁଝେଇବାକୁ ଚେଷ୍ଟା କଲୁ l ପୋଷ୍ୟସନ୍ତାନଟିଏ ଗ୍ରହଣ କରିବାପାଇଁ ବି ମୁଁ ମନସ୍ଥ କରିସାରିଥିଲି l କିନ୍ତୁ ମିନୁର ଗୋଟିଏ ଜିଦ, ସେ ପୋଷ୍ୟ ସନ୍ତାନକୁ ନିଜର କରିପାରିବନି l ନିଜ ଗର୍ଭର ସନ୍ତାନ ପାଇଁ ଯେଉଁ ମୋହ ମାୟା ସେଇଟା ଆଉ କାହାପ୍ରତି କେମିତି ଆସିବ ! ଧୀରେ ଧୀରେ ତା ଜୀବନର ଖାଲି ପଣ ତାକୁ ମାଡ଼ିବସୁଥିଲା l ମୋତେ ବିବାହ କରି ତା ଜୀବନ ଅସମ୍ପୂର୍ଣ ରହିଗଲା ବୋଲି ସେ ମୋଠାରୁ ଦୂରେଇବାକୁ ଲାଗିଲା l ଲାଗୁଥିଲା ଯେମିତି ସେ ତା ମାନସିକ ଭାରସ୍ୟାମ ହରାଉଛି l ଯିଏ ମୋତେ ଦିନେ ଏତେ ଭଲପାଉଥିଲା, ଯିଏ ଦିନେ ମୋତେ ନଦେଖିଲେ କାନ୍ଦିପକାଉଥିଲା, ଆଜି ସେ ମୋତେ ଦେଖିଲେ ମୁହଁ ବୁଲେଇ ନେଉଥିଲା l ତାର ଏଇ ରୁକ୍ଷ ବ୍ୟବହାର ମୋତେ ବହୁତ କଷ୍ଟ ଦଉଥିଲା କିନ୍ତୁ ମୁଁ ନିରୁପାୟ l

ହଠାତ ଦିନେ ସେ ଘରୁ କେଉଁଆଡେ ଲୁଚି ପଳେଇଲା l ଅନେକ ଖୋଜାଖୁଜି କରିବା ପରେ ତାକୁ ଆମେ କେଇଠୁଁ ପାଇଲୁ ଜାଣିଛୁ ! କୋର୍ଟ ପାଖରେ l ଗୋଟିଏ ଓକିଲ ସହିତ କଥାବାର୍ତ୍ତା କରୁଥିବାର ମୁଁ ଦେଖିଲି l ପାଖକୁ ଯାଇ ପଚାରିବାରୁ ସେ ଓକିଲ କହିଲା ମ୍ୟାଡ଼ାମ ଆପଣଙ୍କଠୁ ଡିଭୋର୍ସ ଚାହାଁନ୍ତି l ଆପଣ ନପୁଂସକ ବୋଲି ବିବାହ ପୂର୍ବରୁ ତାଙ୍କୁ ଲୁଚେଇଥିଲେ l ମିଛ କହି ତାଙ୍କୁ ବିବାହ କରିଛନ୍ତି ଯେଉଁ କାରଣରୁ ସେ ମାନସିକ ଅଶାନ୍ତି ଭୋଗକରୁଛନ୍ତି l

ମୋ ମୁଣ୍ଡ ଆଉ କିଛି କାମ କରୁନଥିଲା l ପ୍ରେମ କରି ଆମେ ବିବାହ କରିଥିଲୁ କିନ୍ତୁ ଇଏ କେମିତିକା ପ୍ରେମ ଯେଉଁଥିରେ ଜଣେ ଅନ୍ୟର ଗୋଟିଏ ଦୋଷ ପାଇଁ ତାକୁ ଏତେବଡ ଦଣ୍ଡ ଦେବାକୁ ଯାଉଛି l ଜାଣିଛି ଗୋଟିଏ ନାରୀ ପାଇଁ ମାଆ ହବା ଦୁନିଆଁର ସବୁଠୁ ବଡ଼ ଖୁସି, ହେଲେ ସେଇଟା ଯଦି ସମ୍ଭବ ନହୁଏ ତାହେଲେ କଣ ସ୍ୱାମୀ ସ୍ତ୍ରୀ ସମ୍ପର୍କ ନଷ୍ଟ ହୋଇଯାଏ ? ବହୁତ ବୁଝେଇବାକୁ ଚେଷ୍ଟା କଲି କିନ୍ତୁ ସେ ତା ଜିଦରେ ଅଟଳ l କହିଲି ଯଦି ତମେ ଡିଭୋର୍ସ ନବାପାଇଁ ସ୍ଥିର କରିସାରିଛ ତାହେଲେ ଠିକ ଅଛି l ଘରକୁ ଚାଲ, ଦୁଇ ପରିବାର ମଧ୍ୟରେ ଆପୋଷ ବୁଝାମଣାରେ ଡିଭୋର୍ସ ହବ l କୋର୍ଟ କୁ ଆସି ମୋତେ ତମେ ବଦନାମ କରନି l ମୋର ଓ ମୋ ପରିବାରର ଏ ସହରରେ ଥିବା ମାନ ଇଜ୍ଜତ ଏମିତି ତଳେ ପକାଅନି l ତମେ ଯାହା ଚାହିଁବ ସେଇୟା ହବ l ମୋ କଥା ଶୁଣି ସେ କହିଲା ଯଦି ମୁଁ ଆପୋଷ ବୁଝାମଣାରେ ଡିଭୋର୍ସ ନେବି ତାହେଲେ ଏ ସହର ସାରା ଲୋକମାନେ ମୋତେ ଦୋଷ ଦେବେ କାରଣ ଏଠାରେ ତମର ନାଁ ଅଛି ଲ ସତକଥା କେହି ଜାଣିପାରିବେନି l ତମ ଦୋଷକୁ ମୋ ମୁଣ୍ଡରେ ବୋଳିଦେବେ l ମୁଁ ମୁଣ୍ଡଟେକି ବାଟ ଚାଲିପାରିବିନାହିଁ l ତେଣୁ ସମସ୍ତେ ଜାଣିବା ଦରକାର ମୁଁ କଣ ପାଇଁ ତମଠୁ ଅଲଗା ହଉଛି l

ଏତେ ସ୍ୱାର୍ଥ, ଏତେ ଭୟଙ୍କର ଚିନ୍ତାଧାରା….. କାହିଁ ମୁଁ ତ ଆଗରୁ କେବେ ଦେଖିନଥିଲି ମିନୁ ପାଖରେ l ତାର କଥାବାର୍ତ୍ତା ମୋତେ ଅଲଗା ପ୍ରକାର ଲାଗୁଥିଲା l କାହିଁକି ସେ ଏମିତି କଥାବାର୍ତ୍ତା କରିଛି, ସତରେ କଣ ମିନୁ ମାନସିକ ଭାରଶ୍ୟାମ ହରେଇବାକୁ ଲାଗିଲାଣି l ମନକୁ କେତେପ୍ରକାର ଭାବନା ଆସୁଥାଏ l ମିନୁକୁ ବୁଝେଇ ଶୁଝେଇ ଘରକୁ ଆଣିବା ପ୍ରୟାସରେ ମୁଁ ସେ ଓକିଲ ସହ କଥା ହବାକୁ ଭୁଲିଯାଇଥିଲି l
କିଛିଦିନ ପରେ ଆମ ଘରକୁ କୋର୍ଟର ନୋଟିସ ଆସିଲା ଯେଉଁଥିରେ ଲେଖାଥିଲା ଡିଭୋର୍ସ ପାଇଁ ଯେଉଁ ଆବେଦନ କରାଯାଇଥିଲା ତାର ପ୍ରଥମ ତାରିଖ ଧାର୍ଯ୍ୟ ହୋଇଛି l ଦୁଇପକ୍ଷ କୋର୍ଟରେ ହାଜିର ହବାପାଇଁ ଉଲ୍ଲେଖ ଥିଲା ସେ ନୋଟିସରେ l

ତାମାନେ ସେଦିନ ମିନୁ ପାଖରେ ମୁଁ ପହଂଚିବାବେଳକୁ ମିନୁ ସବୁ କାଗଜପତ୍ର ଜମ୍ମା କରିସାରିଥିଲା l ଓକିଲ ସହିତ କଥା ହୋଇଥିଲେ ହୁଏତ କିଛି କରିପାରିଥାନ୍ତି l କିନ୍ତୁ ଏବେ ତ କେଶ ଯଜଙ୍କ ପାଖରେ l ଆଉ କିଛି କରିବାର ଉପାୟ ନାହିଁ l ଯେଉଁ ବଦନାମିକୁ ମୁଁ ଡରୁଥିଲି ଆଜି ସେଇ ଡର ମୋତେ କବଳିତ କରିପକାଉଥିଲା l

ହଁ ମୁଁ କହିପାରୁଛି ମୁଁ ନପୁଂସକ l ସନ୍ତାନ ଜନ୍ମଦେବା ପାଇଁ ମୁଁ ସକ୍ଷମ ନୁହେଁ l ଏଥିପାଇଁ ମୁଁ ବହୁତ ଅପମାନିତ ହୋଇସାରିଲିଣି l ମୋ ଶରୀରର ଏହା ଗୋଟିଏ ଦୋଷ ପାଇଁ ମୋ ମାନ ସମ୍ମାନ, ପ୍ରତିଷ୍ଠା ସବୁକିଛି ମାଟିରେ ମିଶିଯାଇଛି l ସେଇସବୁ ଫେରିପାଇବା ପାଇଁ ମୋତେ କେବଳ ଜଣେ ହିଁ ସାହାଯ୍ୟ କରିପାରିବ, ତୁ….. l

ଟଙ୍କା ଫିଙ୍ଗିଥିଲେ କେତେ ଝିଅ ତାମପାଇଁ ସନ୍ତାନଟିଏ ଦେବାପାଇଁ ରାଜିହୋଇଯାଇଥାନ୍ତେ l ମୁଁ କାହିଁକି ?

ନା ତୁ ନୁହଁ, ତୋ ପାଇଁ ଏ ଜାଲ ମୁଁ ବିଛେଇ ନଥିଲି l ସେ ଜାଲ ବିଛାଯାଇଥିଲା ଗୋଟିଏ ଏମିତି ଝିଅ ପାଇଁ ଯିଏ ଏ ପଟ୍ଟନାୟକ ବଂଶ ର ଗୁପ୍ତ ରହସ୍ୟକୁ ଗୁପ୍ତ ରଖିପାରିବ l ସଂସ୍କାରି ହେବା ସହିତ ନମ୍ର ଆଉ ଡରୁଆ ହୋଇଥିବ l ଯାହାକୁ ସମସ୍ତଙ୍କ ସାମ୍ନାରେ ମୋ ସ୍ତ୍ରୀ ବୋଲି ପରିଚୟ ଦେଇପାରୁଥିବି ଆଉ ଯିଏ ମୋ କଥାରେ ଉଠ ବସ ହବ l କୌଣସି ବଡଘର ଝିଅ କଣ ଏସବୁ ବରଦାସ୍ତ କରିପାରିଥାନ୍ତା ନା ଟଙ୍କାଦେଇ କିଣା ହୋଇଥିବା ଝିଅ ମୋ ପାଖରେ ବାନ୍ଧି ହୋଇଥାନ୍ତା ! କେବେ ନା କେବେ କାହା ପାଖରେ ମୁହଁ ଖୋଲିଥାନ୍ତା ନିଶ୍ଚୟ l ତୁ ଜାଣିଛୁ ଯେଉଁ ରେସ୍ତୋରାଁକୁ ଖାଇବାକୁ ଯାଉଥିଲୁ ସେଇଟା କାହାର ? ସେଇଟା ହେଉଛି ମୋର, ଶୁଭମ ପଟ୍ଟନାୟକର l ସେଠାକାର ସବୁ ଷ୍ଟାପ ମୋ ପୋଷା କୁକୁର l ସେଠାରେ ଦେଢବର୍ଷ ମୁଁ ମୋ ଶିକାରକୁ ଅପେକ୍ଷା କରିଛି l କେତେ ଝିଅ ଆସିଛନ୍ତି ସେଠାକୁ l ସମସ୍ତଙ୍କ ଉପରେ ନଜର ରଖାଯାଏ, କିନ୍ତୁ କେହି ବି ମୋ ପ୍ଲାନ ସହ ଖପଖାଉନଥିଲେ l ଶେଷରେ ତୁ ଆସିଲୁ l ପ୍ରଥମ ଦିନରୁ ହିଁ ମୋର ତୋ ଉପରେ ନଜର ଥିଲା l ପୁରା ୬ ମାସ ତୋତେ ଅନୁଧ୍ୟାନ କଲି l ତୋ ବ୍ୟକ୍ତିତ୍ୱ ପୁରା ପୁରୀ ଭାବରେ ଖପଖାଉଥିଲା ମୋ ପ୍ଲାନ ସହିତ l ତେଣୁ ତୁ ମୋ ଶିକାର ହେଲୁ l ମୁଁ ଲୋକ ପଠାଇ କଳେ ବଳେ କୌଶଳେ ତୋତେ ହାସଲ କଲି l ଏବେ ତୁ ମୋ ହାତରେ କାଠକଣ୍ଢେଇ l ମୋ ଇସାରାରେ ନନାଚିଲେ ତୁ ଭାବିପାରିବୁନି ମୁଁ କଣ କରିବି ତୋ ସହିତ l
ଆଉ କିଛି ବୁଝିବାକୁ ବାକି ନଥିଲା l ସେ ମଧ୍ୟସ୍ଥି ତାହେଲେ ୟାଙ୍କ ଲୋକ l ଆମ ଘରକୁ ବିବାହ ପ୍ରସ୍ତାବ ଆସିବା ଆଉ ତାପର ର ଘଟଣା ସବୁ ମୋତେ ଗୋଟିଏ ଫିଲ୍ମ ଭଳି ଲାଗୁଥିଲା l ବାପାଙ୍କୁ ସେହି ରେସ୍ତୋରାଁକୁ ନବା, ସେ ଭିକାରୀ ବାପାଙ୍କ ସହ କଥାହେବା, ଶୁଭମ ପଟ୍ଟନାୟକର ସେ ବଦାନ୍ୟତା ସବୁକିଛି ଅଭିନୟ ଥିଲା l ମୁଣ୍ଡ ଭିତରଟା ପୁରା ଶୂନ ହୋଇଯାଉଥିଲା l ନା କିଛି କହିବାକୁ ଶବ୍ଦ ଥିଲା ନା ଭାବିବାକୁ ଜ୍ଞାନ l ବହୁତ ଅସହାୟ ଲାଗୁଥିଲା l କଣ କରିବି କଣ ନାହିଁ କିଛି ଭାବିପାରିଲିନି l ନିରୁପାୟ ହୋଇ ନିଜ ମୁଣ୍ଡକୁ କାନ୍ଥରେ ବାଡେଇଦେଇ ପଡ଼ିଗଲି ସେଇଠି l

ଆଖି ଖୋଲିଲା ବେଳକୁ ମୁଣ୍ଡ ଉପର ଫ୍ୟାନ ଟା ଘୁରୁଥିଲା ସାଇଁ ସାଇଁ ହୋଇ l ଉଠିବାକୁ ଚେଷ୍ଟା କଲି କିନ୍ତୁ ଉଠିପାରିଲିନି l କାରଣ ବେଡ଼ର ଚାରି ଗୋଡ଼ରେ ମୋ ଗୋଡ଼ାହାତ ବାନ୍ଧହୋଇଥିଲା ଆଉ ଶୁଭମ ପଟ୍ଟନାୟକ ବସିଥିଲା ସୋଫା ଉପରେ l ଚିତ୍କାର କଲି…..

ଅମଣିଷ, ରାକ୍ଷସ, ମୋତେ ଛାଡ଼ିଦେ l ମୋତେ ଏମିତି କଷ୍ଟଦେଲେ ଭଗବାନ ତୋତେ କେବେ ସହବେନି l ମୋ ଆଖି ଲୁହରେ ତୁ ଜଳିଯିବୁ l ନିଜ ଦୋଷକୁ ଘୋଡ଼େଇବାକୁ ଯାଇ ଅନ୍ୟ ଜଣକୁ ନର୍କକୁ ଠେଲିଦେବାର ପାପ ତୋତେ ସମୂଳେ ଧ୍ବଂସ କରିବ l

ଏଥର ଗୋଟିଏ ବିକଟାଳ ହସ ହସିଲା ସେ ରାକ୍ଷସ l କହିଲା – ଠିକ ଏମିତି କିଛି କହିଥିଲା ମିନୁ l ଠାକୁରଙ୍କୁ ଡାକି କେତେ ଅଭିଶାପ ଦେଇଥିଲା ମୋତେ l କିନ୍ତୁ କଣ ହେଲା ? ତାକୁ ମୁଁ ସେଇ ଠାକୁରଙ୍କ ପାଖକୁ ପଠେଇଦେଲି l

ତୋତେ ଆଶ୍ଚର୍ଯ୍ୟ ଲାଗୁଛି ନା ମିନୁ କଥା ଶୁଣି l ଜାଣିଛୁ ସେ କିଏ ? ସେ ଥିଲା ମୋ ପ୍ରଥମ ପ୍ରେମ, ପ୍ରଥମ ସ୍ତ୍ରୀ ଆଉ ପ୍ରଥମ ବଦନାମ ର କାରଣ l ଜୀବନଠୁ ଅଧିକ ମୁଁ ତାକୁ ଭଲ ପାଉଥିଲି l କିନ୍ତୁ ସେ ମୋତେ ଏ ସମାଜରେ ବଦନାମ କରି ଚାଲିଗଲା କାରଣ ତାକୁ ମୁଁ ଗୋଟିଏ ସନ୍ତାନ ଦେଇପାରିଲିନି l ଏଥିରେ ମୋର ଦୋଷ କଣ ? ଛୋଟବେଳେ ମୋର ଗୋଟିଏ ଆକ୍ସିଡେଣ୍ଟ ହୋଇଥିଲା l ବହୁତ ଟଙ୍କା ଖର୍ଚ୍ଚ କରି ମୋ ବାପା ମା ମୋତେ ଭଲ କଲେ l ସବୁକିଛି ଠିକ ଠାକ ଥିଲା l ଧୀରେ ଧୀରେ ବଡ ହେଲି l କଲେଜରେ ପଢ଼ୁଥିବା ସମୟରେ ବଡଭାଇଙ୍କ ବିବାହ ହେଲା l ସେଇ ବାହାଘରରେ ମିନୁ ସହିତ ମୋର ଦେଖାହୋଇଥିଲା l ସମ୍ପର୍କରେ ସେ ମୋ ସାନ ଭାଉଜଙ୍କ ମାମୁଁ ଝିଅ, ତେଣୁ ଶାଳୀ ହିସାବରେ ତା ସହିତ ମଜା ମସ୍ତି କରୁ କରୁ କେବେ ଆମେ ଦୁହେଁ ଦୁହିଁଙ୍କୁ ଭଲପାଇବସିଲୁ ଜାଣିପାରିଲୁନି l ଉଭୟଙ୍କ ପରିବାର କିନ୍ତୁ ଆମ ସମ୍ପର୍କକୁ ଜାଣିସାରିଥିଲେ l କାହାର କୌଣସି ଆପତ୍ତି ମଧ୍ୟ ନଥିଲା l ତେଣୁ ପଢା ସରୁ ସରୁ ଆମର ବିବାହ ହୋଇଗଲା l ଦୁହେଁ ଦୁହିଁଙ୍କୁ ପାଇ ବହୁତ ଖୁସିଥିଲୁ l କିନ୍ତୁ ଆମ ଖୁସିରେ ବୋଧହୋଏ କାହାର ନଜର ଲାଗିଗଲା l

ବିବାହର ଦୁଇବର୍ଷ ପର୍ଯ୍ୟନ୍ତ ମିନୁର ଗର୍ଭସଂଚାର ହୋଇପାରିଲାନି l ତେଣୁ ଆମେ ଡାକ୍ତରଙ୍କ ପାଖକୁ ଯାଇ ମିନୁର ସବୁପ୍ରକାର ପରୀକ୍ଷା ନିରୀକ୍ଷା କରେଇଲୁ l କିନ୍ତୁ କିଛି ଅସୁବିଧା ନଥିଲା ମିନୁ ଶରୀରରେ l ସବୁ ରିପୋର୍ଟ ନର୍ମାଲ ଆସିଲା l ଡାକ୍ତରଙ୍କ କହିବା ଅନୁସାରେ ମୋର ମଧ୍ୟ ପରୀକ୍ଷା କରାଗଲା l ରିପୋର୍ଟରେ ଜଣାପଡିଲା ଦୋଷ ମୋଠାରେ ଅଛି l ମୁଁ ଜୀବନରେ କେବେ ବି ବାପା ହବାପାଇଁ ସମର୍ଥ ହେବିନି l ଛୋଟବେଳେ ଯେଉଁ ଆକ୍ସିଡେଣ୍ଟ ମୋର ହୋଇଥିଲା ସେଇଥିରେ ମୁଁ ମୋର ପୌରୁଷତ୍ୱକୁ ହରେଇ ବସିଥିଲି l ବାସ……. ତାପରଠୁ ଆମ ହସଖୁସିର ସଂସାରରେ ଦୁଃଖର କଳବାଦଲ ଘୋଟିଆସିଲା l ସବୁବେଳେ ମିନୁ ଦୁଃଖରେ ରହିବାକୁ ଲାଗିଲା l ତାକୁ ଦେଖି ମୋତେ ଆଉ ଦୁନିଆରେ କିଛିବି ଭଲ ଲାଗୁନଥିଲା l ପରିବାରର ସମସ୍ତେ ମିଶି ମିନୁକୁ ବୁଝେଇବାକୁ ଚେଷ୍ଟା କଲୁ l ପୋଷ୍ୟସନ୍ତାନଟିଏ ଗ୍ରହଣ କରିବାପାଇଁ ବି ମୁଁ ମନସ୍ଥ କରିସାରିଥିଲି l କିନ୍ତୁ ମିନୁର ଗୋଟିଏ ଜିଦ, ସେ ପୋଷ୍ୟ ସନ୍ତାନକୁ ନିଜର କରିପାରିବନି l ନିଜ ଗର୍ଭର ସନ୍ତାନ ପାଇଁ ଯେଉଁ ମୋହ ମାୟା ସେଇଟା ଆଉ କାହାପ୍ରତି କେମିତି ଆସିବ ! ଧୀରେ ଧୀରେ ତା ଜୀବନର ଖାଲି ପଣ ତାକୁ ମାଡ଼ିବସୁଥିଲା l ମୋତେ ବିବାହ କରି ତା ଜୀବନ ଅସମ୍ପୂର୍ଣ ରହିଗଲା ବୋଲି ସେ ମୋଠାରୁ ଦୂରେଇବାକୁ ଲାଗିଲା l ଲାଗୁଥିଲା ଯେମିତି ସେ ତା ମାନସିକ ଭାରସ୍ୟାମ ହରାଉଛି l ଯିଏ ମୋତେ ଦିନେ ଏତେ ଭଲପାଉଥିଲା, ଯିଏ ଦିନେ ମୋତେ ନଦେଖିଲେ କାନ୍ଦିପକାଉଥିଲା, ଆଜି ସେ ମୋତେ ଦେଖିଲେ ମୁହଁ ବୁଲେଇ ନେଉଥିଲା l ତାର ଏଇ ରୁକ୍ଷ ବ୍ୟବହାର ମୋତେ ବହୁତ କଷ୍ଟ ଦଉଥିଲା କିନ୍ତୁ ମୁଁ ନିରୁପାୟ l

ହଠାତ ଦିନେ ସେ ଘରୁ କେଉଁଆଡେ ଲୁଚି ପଳେଇଲା l ଅନେକ ଖୋଜାଖୁଜି କରିବା ପରେ ତାକୁ ଆମେ କେଇଠୁଁ ପାଇଲୁ ଜାଣିଛୁ ! କୋର୍ଟ ପାଖରେ l ଗୋଟିଏ ଓକିଲ ସହିତ କଥାବାର୍ତ୍ତା କରୁଥିବାର ମୁଁ ଦେଖିଲି l ପାଖକୁ ଯାଇ ପଚାରିବାରୁ ସେ ଓକିଲ କହିଲା ମ୍ୟାଡ଼ାମ ଆପଣଙ୍କଠୁ ଡିଭୋର୍ସ ଚାହାଁନ୍ତି l ଆପଣ ନପୁଂସକ ବୋଲି ବିବାହ ପୂର୍ବରୁ ତାଙ୍କୁ ଲୁଚେଇଥିଲେ l ମିଛ କହି ତାଙ୍କୁ ବିବାହ କରିଛନ୍ତି ଯେଉଁ କାରଣରୁ ସେ ମାନସିକ ଅଶାନ୍ତି ଭୋଗକରୁଛନ୍ତି l

ମୋ ମୁଣ୍ଡ ଆଉ କିଛି କାମ କରୁନଥିଲା l ପ୍ରେମ କରି ଆମେ ବିବାହ କରିଥିଲୁ କିନ୍ତୁ ଇଏ କେମିତିକା ପ୍ରେମ ଯେଉଁଥିରେ ଜଣେ ଅନ୍ୟର ଗୋଟିଏ ଦୋଷ ପାଇଁ ତାକୁ ଏତେବଡ ଦଣ୍ଡ ଦେବାକୁ ଯାଉଛି l ଜାଣିଛି ଗୋଟିଏ ନାରୀ ପାଇଁ ମାଆ ହବା ଦୁନିଆଁର ସବୁଠୁ ବଡ଼ ଖୁସି, ହେଲେ ସେଇଟା ଯଦି ସମ୍ଭବ ନହୁଏ ତାହେଲେ କଣ ସ୍ୱାମୀ ସ୍ତ୍ରୀ ସମ୍ପର୍କ ନଷ୍ଟ ହୋଇଯାଏ ? ବହୁତ ବୁଝେଇବାକୁ ଚେଷ୍ଟା କଲି କିନ୍ତୁ ସେ ତା ଜିଦରେ ଅଟଳ l କହିଲି ଯଦି ତମେ ଡିଭୋର୍ସ ନବାପାଇଁ ସ୍ଥିର କରିସାରିଛ ତାହେଲେ ଠିକ ଅଛି l ଘରକୁ ଚାଲ, ଦୁଇ ପରିବାର ମଧ୍ୟରେ ଆପୋଷ ବୁଝାମଣାରେ ଡିଭୋର୍ସ ହବ l କୋର୍ଟ କୁ ଆସି ମୋତେ ତମେ ବଦନାମ କରନି l ମୋର ଓ ମୋ ପରିବାରର ଏ ସହରରେ ଥିବା ମାନ ଇଜ୍ଜତ ଏମିତି ତଳେ ପକାଅନି l ତମେ ଯାହା ଚାହିଁବ ସେଇୟା ହବ l ମୋ କଥା ଶୁଣି ସେ କହିଲା ଯଦି ମୁଁ ଆପୋଷ ବୁଝାମଣାରେ ଡିଭୋର୍ସ ନେବି ତାହେଲେ ଏ ସହର ସାରା ଲୋକମାନେ ମୋତେ ଦୋଷ ଦେବେ କାରଣ ଏଠାରେ ତମର ନାଁ ଅଛି ଲ ସତକଥା କେହି ଜାଣିପାରିବେନି l ତମ ଦୋଷକୁ ମୋ ମୁଣ୍ଡରେ ବୋଳିଦେବେ l ମୁଁ ମୁଣ୍ଡଟେକି ବାଟ ଚାଲିପାରିବିନାହିଁ l ତେଣୁ ସମସ୍ତେ ଜାଣିବା ଦରକାର ମୁଁ କଣ ପାଇଁ ତମଠୁ ଅଲଗା ହଉଛି l

ଏତେ ସ୍ୱାର୍ଥ, ଏତେ ଭୟଙ୍କର ଚିନ୍ତାଧାରା….. କାହିଁ ମୁଁ ତ ଆଗରୁ କେବେ ଦେଖିନଥିଲି ମିନୁ ପାଖରେ l ତାର କଥାବାର୍ତ୍ତା ମୋତେ ଅଲଗା ପ୍ରକାର ଲାଗୁଥିଲା l କାହିଁକି ସେ ଏମିତି କଥାବାର୍ତ୍ତା କରିଛି, ସତରେ କଣ ମିନୁ ମାନସିକ ଭାରଶ୍ୟାମ ହରେଇବାକୁ ଲାଗିଲାଣି l ମନକୁ କେତେପ୍ରକାର ଭାବନା ଆସୁଥାଏ l ମିନୁକୁ ବୁଝେଇ ଶୁଝେଇ ଘରକୁ ଆଣିବା ପ୍ରୟାସରେ ମୁଁ ସେ ଓକିଲ ସହ କଥା ହବାକୁ ଭୁଲିଯାଇଥିଲି l
କିଛିଦିନ ପରେ ଆମ ଘରକୁ କୋର୍ଟର ନୋଟିସ ଆସିଲା ଯେଉଁଥିରେ ଲେଖାଥିଲା ଡିଭୋର୍ସ ପାଇଁ ଯେଉଁ ଆବେଦନ କରାଯାଇଥିଲା ତାର ପ୍ରଥମ ତାରିଖ ଧାର୍ଯ୍ୟ ହୋଇଛି l ଦୁଇପକ୍ଷ କୋର୍ଟରେ ହାଜିର ହବାପାଇଁ ଉଲ୍ଲେଖ ଥିଲା ସେ ନୋଟିସରେ l

ତାମାନେ ସେଦିନ ମିନୁ ପାଖରେ ମୁଁ ପହଂଚିବାବେଳକୁ ମିନୁ ସବୁ କାଗଜପତ୍ର ଜମ୍ମା କରିସାରିଥିଲା l ଓକିଲ ସହିତ କଥା ହୋଇଥିଲେ ହୁଏତ କିଛି କରିପାରିଥାନ୍ତି l କିନ୍ତୁ ଏବେ ତ କେଶ ଯଜଙ୍କ ପାଖରେ l ଆଉ କିଛି କରିବାର ଉପାୟ ନାହିଁ l ଯେଉଁ ବଦନାମିକୁ ମୁଁ ଡରୁଥିଲି ଆଜି ସେଇ ଡର ମୋତେ କବଳିତ କରିପକାଉଥିଲା l

ଯେଉଁ ବଦନାମିକୁ ମୁଁ ଡରୁଥିଲି ଆଜି ସେଇ ଡର ମୋତେ କବଳିତ କରିପକାଉଥିଲା l

ଧାର୍ଯ୍ୟ ଦିନ କୋର୍ଟରେ ମୋ ବାପା ମାଙ୍କ ସହିତ ଉପସ୍ଥିତ ହେଲି l କାର ରୁ ଓଲ୍ଲାଉ ଓଲ୍ଲାଉ ମିଡ଼ିଆ ଲୋକମାନେ ଆମକୁ ଘେରିପଡିଲେ l ପ୍ରଶ୍ନ ପରେ ପ୍ରଶ୍ନ କରିଚାଲିଥିଲେ ସେମାନେ l କଣ ଉତ୍ତର ଦେବୁ ଆମେ ସେସବୁ ପ୍ରଶ୍ନର l ଛାତିରେ ତୀରବିଦ୍ଧ ହୋଇଚାଲିଥାଏ l ପଟ୍ଟନାୟକ ବଂଶର ମାନ ଇଜ୍ଜତ ଦାଣ୍ଡରେ ପଡି ଘାଟରେ ଗଡୁଥିଲା l ମୋ ବାପା ମା ଙ୍କୁ ଏତେ ଅସହାୟ ଅବସ୍ଥାରେ ମୁଁ କେବେ ଦେଖିନଥିଲି l ମୁହଁକୁ ତଳକୁ କରି ସବୁବେଳେ ଶୁଣିବା ପାଇଁ ସେମାନେ ବାଧ୍ୟ ହୋଇଥିଲେ କେବଳ ମୋ ପାଇଁ l ନିଜକୁ କ୍ଷମା କରିପାରୁନଥିଲି l କେମିତି ଏସବୁର ଅନ୍ତ ଘଟିବ….. କେବଳ ଏହି ଚିନ୍ତା ମୋତେ ଅସ୍ତବ୍ୟସ୍ତ କରିପକାଉଥିଲା l

ମିଡ଼ିଆ, ଓକିଲ, ଜଜ ଙ୍କ ପ୍ରଶ୍ନବାଣରେ କ୍ଷତ ବିକ୍ଷତ ହୋଇ ଘରକୁ ଫେରି ମୋ ବାପା ମାଆ ନିଜକୁ ଗୃହବନ୍ଦୀ ସଜେଇଦେଲେ l ଯେଉଁ ଇଜ୍ଜତ, ସମ୍ମାନ ଏତେ ପରିଶ୍ରମ କରି ସେ ପାଇଥିଲେ ସେତିକି ବି ଆଜି ଚାଲିଯିବାକୁ ବସିଛି ବୋଲି ଭାବି ଭାବି ବାପା ମା ଖାଦ୍ୟ ଛାଡିଦେଲେ l ପୁଅ ହିସାବରେ ମୋତେ ସେମାନଙ୍କୁ ଦେଖି କେତେ କଷ୍ଟ ହେଉଥିଲା ତୁ ବୁଝିପାରିବୁନି l ଭାବିଲି ମିନୁ ଘରକୁ ଯାଇ ମିନୁକୁ ବୁଝେଇ ଶୁଝେଇ କେଶ ଟା ଉଠେଇ ଆଣିବି l ସେଠାକୁ ଗଲି ମଧ୍ୟ l କିନ୍ତୁ ମୋର କୌଣସି କଥାରେ ସେ ରାଜିହେଲେନି l ଓଲଟା ତା ଘରଲୋକ ମୋତେ ନପୁଂସକ କହି ଧକ୍କାମାରି ମୋତେ ଘରୁ ବାହାର କରିଦେଲେ l ଲଜ୍ଜା, ଅପମାନ, ଘୃଣା ରେ ମୋ ଦେହ ଥରିଉଠିଲା ଆଉ ମନରେ ଜଳିଉଠିଲା ପ୍ରତିଶୋଧର ନିଆଁ l
କୋର୍ଟରୁ ଦ୍ୱିତୀୟ ତାରିଖ ନୋଟିସ ଆସି ପହଞ୍ଚିଲା l ପ୍ରଥମ ତାରିଖରେ ସେ ଦୃଶ୍ୟ ମୋ ଆଖିଆଗରେ ନାଚିଉଠିଲା l ପୁଣିଥରେ ସେସବୁକୁ ସାମ୍ନା କରିବା ପାଇଁ ମୋ ପକ୍ଷେ ସମ୍ଭବ ପର ନଥିଲା l ନାଁ, ଆଉ ସେ ବଦନାମ, ସେ ଲଜ୍ଜା, ସେ ଅପମାନ ମୁଁ ହବାକୁ ଦେବିନି l ପ୍ରତିଶୋଧର ନିଆଁ ରୂପନେଲା ଏକ ଫୁଲ ପ୍ରୁଫ ପ୍ଲାନରେ l ସବୁକିଛି ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ମୋତେ ସାହାଯ୍ୟ କଲେ ମୋ ଷ୍ଟାଫ ମାନେ l କେଶ ର ଦ୍ୱିତୀୟ ତାରିଖ ଦିନ ହିଁ ଧାର୍ଯ୍ୟ କରାଗଲା ଆମ ପ୍ଲାନକୁ ପରିଚାଳନା କରିବାପାଇଁ l ଗୋଟିଏ ନମ୍ବର ନଥିବା ଟ୍ରକ, ଗୋଟିଏ ଲାଇସେନ୍ସ ନଥିବା ଡ୍ରାଇଭର ଆଉ ବିଡା ବିଡା ଟଙ୍କା ଆମ ପ୍ଲାନକୁ ରୂପରେଖ ଦେବାପାଇଁ ଯଥେଷ୍ଟ ଥିଲା l

ସମୟର ବହୁତ ପୂର୍ବରୁ ମୋ ଡ୍ରାଇଭର ସହିତ ମୁଁ ପହଞ୍ଚି ଯାଇଥିଲି କୋର୍ଟ ରେ l ମୋ ଗାଡ଼ିକୁ ଦେଖି ପୂର୍ବଭଳି ଘେରିଆସିଲା ମିଡ଼ିଆ l ମୁଁ କିନ୍ତୁ କାର ଭିତରେ ଅପେକ୍ଷା କରିଥିଲି ଗୋଟିଏ ଫୋନ କଲ କୁ l କିଛି ସମୟ ପରେ ମୁଁ ଶୁଣିବାକୁ ଚାହୁଁଥିବା ଖବର ମୋତେ ମିଳିଗଲା l ଟ୍ରକ ଡ୍ରାଇଭର ସେପଟୁ କହୁଥିଲା ଆପଣଙ୍କ ରାସ୍ତା ସଫା ହୋଇଯାଇଛି, ପ୍ଲାନ ସଫଳ ହେଲା l କେହିବି ଜାଣିପାରିବେନି ଏଇଟା ଗୋଟିଏ ମର୍ଡର, ସମସ୍ତଙ୍କୁ ଆକ୍ସିଡେଣ୍ଟ ବୋଲି ଲାଗିବ l ଏଥର ଆଉ କିଛି ଭୟ ନଥିଲା l ମିଡ଼ିଆକୁ ଭୃକ୍ଷେପ ନକରି କାର ରୁ ବାହାରି ଏକାମୁହାଁ ହୋଇ ମୁଁ ଚାଲିଲି କୋର୍ଟ ରୁମକୁ l ସମୟ ଗାଡିଚାଲିଥିଲା l ମିନୁର ଓକିଲ ଵ୍ୟସ୍ତ ହୋଇପଡୁଥିଲେ l ସେତିକିବେଳେ ତାଙ୍କୁ କିଏ ଜଣେ ଫୋନ କରି କହିଲା ମିନୁ କୋର୍ଟକୁ ଆସୁଥିବାବେଳେ ତା କାର ସହିତ ଗୋଟିଏ ଟ୍ରକ ର ଆକ୍ସିଡେଣ୍ଟ ହୋଇ ମିନୁ ଓ ତା ଡ୍ରାଇଭରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l

ମିନୁର ପରିବାର ଜାଣିସାରିଥିଲେ ଏଇଟା ଆକ୍ସିଡେଣ୍ଟ ନୁହେଁ ବରଂ ମର୍ଡର l ସେମାନେ ଜାଣିସାରିଥିଲେ ଯଦି କେଶ ଆଗକୁ ବଢିବ ତାହେଲେ ଏମିତି କେତେ ଘଟଣା ଦୁର୍ଘଟଣା ଘଟିବ l ତେଣୁ ସେମାନେ ମିନୁ କରିଥିବା କେଶ ଡିସମିସ କରେଇବା ପାଇଁ ବାଧ୍ୟ ହୋଇଥିଲେ l ସେ କେଶରୁ ସିନା ମୁଁ ମୁକ୍ତି ପାଇଲି କିନ୍ତୁ ସେଥିପାଇଁ ହୋଇଥିବା ମୋର ଆଉ ଆମ ଘରର ବଦନାମୀରୁ ମୁକ୍ତି ପାଇବା ଏତେ ସହଜ ନୁହଁ l ଯେଉଁ ନପୁଂସକ ର ପରିଚୟ ମିନୁ ମୋତେ ଦେଇଥିଲା ସେ ପରିଚୟକୁ ନଷ୍ଟକରି ଗୋଟିଏ ନୂଆ ପରିଚୟ ତିଆରି କରିବା କେବଳ ମୋ ବାପା ହେବା ଉପରେ ନିର୍ଭର କରୁଥିଲା l ସନ୍ତାନଟିଏ କୋଳକୁ ଆସିଲେ ମୋ ଉପରେ ଲାଗିଥିବା ଦାଗ ଆପେ ଆପେ ଲିଭିଯିବ l ଆଉ ସେଇ ଦାଗ ଲିଭେଇବା ପାଇଁ ମୁଁ ଏ ଚକ୍ରବ୍ୟୁହ ରଚନା କରିଛି l ଆଜିଠୁ ଏଇ ରୁମ ହେଉଛି ତୋ ଦୁନିଆ l କେବେ ଉଡିବାକୁ ଚେଷ୍ଟା କରିବୁନି l ନଚେତ ମିନୁଠାରୁ ଖରାପ ଅବସ୍ଥା ମୁଁ ତୋର କରିବି l ତାକୁ ତ ଜଲ୍ଦି ମୁକ୍ତି ଦେଇଦେଲି କିନ୍ତୁ ତୋ ଅବସ୍ଥା ଏମିତି କରିବି ଯେମିତି ତୁ ଜୀବନସାରା ମରି ମରି ବଞ୍ଚିବୁ l

ତାକୁ ମୁଁ ଜଲ୍ଦି ଜଲ୍ଦି ମୁକ୍ତି ଦେଇଦେଲି କିନ୍ତୁ ତୋ ଅବସ୍ଥା ଏମିତି କରିବି ଯେମିତି ତୁ ଜୀବନସାରା ମରି ମରି ବଞ୍ଚିବୁ l

ମୋତେ ରୁମରେ ବନ୍ଦୀ କରି ରଖିଲା ସେ ସଇତାନ l କହିଲା ଆଜିଠୁ ତୋର ବନ୍ଦୀ ଜୀଵନ ଆରମ୍ଭ ହେଲା l ଯେଉଁଦିନ ତୁ ଗର୍ଭବତୀ ହେବୁ ସେଦିନ ତୁ ସୂର୍ଯ୍ୟାଲୋକ ଦେଖିବାକୁ ପାଇବୁ l

ଏତିକି କହି ସେ କବାଟ ବନ୍ଦ କରି ଚାଲିଗଲା l ଆଉ କିଛି ଭାବିବା ଅବସ୍ଥାରେ ମୁଁ ନଥିଲି l ସବୁ ନିଃଶବ୍ଦ, ସବୁକିଛି ଶୂନ୍ୟ l
ଦ୍ବିପହରରେ ଦିଦି ଆସିଲେ ମୋ ପାଇଁ ଖାଇବା ନେଇ l ତାଙ୍କୁ ଦେଖି କୋହ ସମ୍ଭାଳି ପାରିଲିନି, କାନ୍ଦି ଚାଲିଲି l କିନ୍ତୁ ମୋ ଠାରୁ ଅଧିକ ଲୁହ ତାଙ୍କର ଝରୁଥିଲା l ମୋତେ ସେ ଖୁଆଇଲାବେଳେ ପଚାରିଲି କାହିଁକି ଦିଦି? ଉତ୍ତରରେ ସେ କେବଳ ଏତିକି କହିଲେ ତୋ ଅବସ୍ଥା ମୁଁ ମିନୁ ପରି ହବାକୁ ଦେବିନି l ଏଇ କାଚଗ୍ଲାସ ଟା ଏଇଠି ରହିଲା କହି ସେ ଚାଲିଗଲେ l ତାଙ୍କ କଥାର ମାନେ କଣ ଥିଲା କିଛି ବୁଝିପାରିଲିନି l

ସେଦିନ ରାତି ଏଗାରଟା ପାଖାପାଖି ହବ l କବାଟ ଖୋଲି ଶୁଭମ ସହିତ ଆଉ ଜଣେ କିଏ ରୁମ ଭିତରକୁ ପଶିଆସିଲେ l ସେମାନଙ୍କୁ ଦେଖି ମୋ ଦେହରେ ଅଧା ରକ୍ତ ଶୁଖିଗଲା l ଶୁଭମ ତାକୁ କହିଲା ମନେଅଛି ତ…… ତମ କାମ ଠିକରେ କଲେ ତମର ପଇସା ର ଅଭାବ ରହିବନି, କିନ୍ତୁ ଯଦି କିଛି ବି ଭୋଲ ହୋଏ ତାହେଲେ ଏଇଟା ତମର ତମ ପରିବାର ସହ ଶେଷ ଦେଖା l ଲୋକଟି ଭୟଭୀତ ହୋଇଯାଇଥିଲା l କହିଲା ନା କିଛି ଭୁଲ ହବନି l ଆପଣ ମୋ ଉପରେ ବିଶ୍ୱାସ ରଖନ୍ତୁ l ଶୁଭମ ଚାଲିଗଲାପରେ ଲୋକଟି ଭିତରପଟୁ କବାଟ ବନ୍ଦ କରି ମୋ ଗୋଡ଼ ହାତ ଖୋଲିବାକୁ ଲାଗିଲା l ଜୀଵନ ମରଣର ଦୋଛକିରେ ମୁଁ ଠିଆ, କୁଆଡେ ଯିବି ? ତଣ୍ଟି ଶୁଖିଯାଉଥାଏ ଲ ପାଣି ପିଇବା ପାଇଁ ମୁଁ ଗ୍ଳାସ ଆଣିଲି l ପାଣି ପିଉ ପିଉ ସେଇ କାଚଗ୍ଲାସରେ ନିଜ ମୁହଁକୁ ଦେଖୁଥାଏ l ମୁଁ କଣ ଏତେ ଅସହାୟ ଏତେ ଦୁର୍ବଳ ଯେ ନିଜକୁ ରକ୍ଷା କରିବା ପାଇଁ ଚେଷ୍ଟା କରିପାରିବିନି l କାହା ହାତର କଣ୍ଢେଇ ସାଜିବିନି ବୋଲି ତ ବାପା ମୋତେ ପାଠ ପଢ଼ାଉଥିଲେ l ଆତ୍ମସମ୍ମାନର ସହ ବଞ୍ଚିବାକୁ ସବୁବେଳେ କହୁଥିଲେ l ବାପାଙ୍କୁ ମୁଁ କେମିତି ହାରିଯିବାକୁ ଦେବି ? ନା, ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନିଜପାଇଁ ନିଜେ ଲଢେଇ କରିବି l

ଗ୍ଳାସଟିକୁ ଟେବୁଲ ରେ ବାଡେଇ ଗୋଟିଏ ଶାଣିତ ଅସ୍ତ୍ରରେ ପରିଣତ କଲି ଆଉ ବୁଲିପଡି ସେହି ଅସ୍ତ୍ରରେ ପ୍ରହାର କଲି ସେ ଲୋକକୁ l ଆଖିରୁ ଥୋଡୀ ପର୍ଯ୍ୟନ୍ତ କଟି ରକ୍ତ ଧାର ଧାର ବୋହିଚାଲିଲା l ଯନ୍ତ୍ରଣାରେ ଛଟ ପଟ ହଉଥିଲା ସେ, ଆଖି ଖୋଲିପାରୁନଥିଲା l ସେଇ ସୁଯୋଗ ନେଇ ମୁଁ କବାଟ ଖୋଲି ଦୌଡ଼ି ଆସିଲି ତଳ ମହଲାକୁ l ମୁଖ୍ୟ ଦ୍ୱାର ଖୋଲିବାକୁ ଚେଷ୍ଟା କଲି କିନ୍ତୁ ଶୁଭମ ର ମା ମୋତେ ଧରିପକାଇଲେ l ବଡ଼ ପାଟିରେ ଶୁଭମକୁ ଡାକପକାଇଲେ l କିନ୍ତୁ ଦିଦି ତାଙ୍କ ପାଟିକୁ ପଛ ଆଡୁ ଚାପିଧରିଲେ l ମୋତେ କହିଲେ ତୁ ଯା ଜ୍ୟୋତି, ଏମାନଙ୍କ କଥା ମୁଁ ବୁଝିବି l ଦୁନିଆ ଆଗରେ ଯେତେ ମିଛ କହିଲେ ବି ମୁଁ ଜାଣିଛି ସତ କଣ l ମିନୁ ମୋତେ ସବୁକଥା କହିଥିଲା l ନିଜର ପିତୃତ୍ୱର ଲାଳସାରେ ମୋ ମିନୁ କୁ ଏମିତି ଦିନେ ଟେକିଦେଇଥିଲେ ପର ପୁରୁଷ ହାତରେ l ନିଜ କଳଙ୍କକୁ ଲୁଚେଇବା ପାଇଁ କଳଙ୍କିତ କରିଦେଇଥିଲେ ମିନୁର ଜୀବନ l ସେ ପ୍ରତିବାଦ କରିଥିଲା l ଡିଭୋର୍ସ ନେଇ ସେ ଏଠୁ ଚାଲିଯିବାକୁ ଚାହୁଁଥିଲା l ଯେତେବେଳେ ତାକୁ କାବୁକରିବାରେ ଏମାନଙ୍କ ସବୁବେଳେ ଉଦ୍ୟମ ବିଫଳ ହେଲା ସେତେବେଳେ ତାକୁ ପାଗଳୀର ଆଖ୍ୟା ଦେବାକୁ ଚେଷ୍ଟା କଲେ l କିନ୍ତୁ ତାଙ୍କ ମନ୍ଦ ଉଦ୍ଦେଶ୍ୟ କାର୍ଯ୍ୟକାରୀ ନହୋଇପାରିବା ଦେଖି ତାକୁ ଆକ୍ସିଡେଣ୍ଟ ରେ ମାରିଦେଲେ l ସବୁବେଳେ ଜାଣି ମଧ୍ୟ ମୁଁ ତାକୁ ବଞ୍ଚେଇ ପାରିଲିନି କାରଣ ମୋ ଜୀଵନ ପ୍ରତି ବିପଦ ଥିଲା l କିନ୍ତୁ ଆଜି ଆଉ ସେ ଭୟ ନାହିଁ l ଏମାନଙ୍କ ଅପରାଧର ସବୁବେଳେ ପ୍ରମାଣପତ୍ର ମୁଁ ଗୋଟିଏ ସୁରକ୍ଷିତ ହାତରେ ସମର୍ପି ଦେଇଛି l ଯଦି ମୋର କିଛି ଅସୁବିଧା ହୋଇ ତାହେଲେ ସେସବୁ ଅଦାଲତରେ ପହଞ୍ଚିବା ପାଇଁ ସମୟ ଲାଗିବନି l ମୁଁ ଜାଣିଛି ମୁଁ ଯଦି ଏଠାରୁ ଚାଲିଯାଏ ତାହେଲେ ଏମାନେ ମୋର କିଛି କ୍ଷତି କରିପାରିବେନି l ତଥାପି ମୋ ଛୋଟ ଝିଅ ଆଉ ମୋ ସ୍ୱାମୀଙ୍କର ଖୁସି ପାଇଁ ମୁଁ ଏଠି ପଡ଼ିରହିଛି କାହିଁକି ନା ବାପା ଝିଅ ଦି ଜଣ କେହି କାହାକୁ ନଦେଖିଲେ ରହିପାରିବେନି l ମୁଁ ମୋ ଝିଅକୁ ତା ବାପର ସ୍ନେହ ମମତାରୁ ବଂଚିତ କରିବାକୁ ଚାହୁଁନି l ବାହାରେ କିଛି ଦୂରରେ ଗୋଟିଏ ଗାଡି ତୋତେ ଅପେକ୍ଷା କରିଛି l ତୋ ବିବାହ ଦିନରୁ ମୁଁ ସେ ଗାଡିର ବ୍ୟବସ୍ଥା କରିରଖିଛି କାରଣ କେହି ତୋତେ ଭଲରେ ଜାଣିପାରିଥାନ୍ତୁ କି ନାହିଁ, ମୁଁ କିନ୍ତୁ ପ୍ରଥମ ଦେଖାରେ ଜାଣିପାରିଥିଲି ତୁ ନିରବରହି ଅତ୍ୟାଚାର ସହନ କରିବା ଝିଅ ନୁହଁ l ଏମିତି ଗୋଟିଏ ପଦକ୍ଷେପ ତୁ ଦିନେ ନା ଦିନେ ନିଶ୍ଚୟ ନବୁ l ତେଣୁ ମୋ ଲୋକ ଲଗେଇ ତୋ ପାଇଁ ଗାଡିର ବ୍ୟବସ୍ଥା କରିଦେଇଥିଲି l ତୁ ଜଲ୍ଦି ଯା ଜ୍ୟୋତି, ଆଉ ଭାବିବା ପାଇଁ କିଛି ବାକି ନାହିଁ l ସେଥିରେ ତୁ ଘରକୁ ଚାଲିଯା l

ମୋ ଜୀଵନ ବଞ୍ଚେଇଥିବାରୁ ଦିଦିଙ୍କୁ ମୁଁ ଧନ୍ୟବାଦ ଦେବି ନା ତାଙ୍କର କଷ୍ଟ ଯନ୍ତ୍ରଣା ପାଇଁ ସହାନୁଭୂତି ପ୍ରକାଶକରିବି ଜାଣିପାରୁନଥିଲି l ଏକ ନିଶ୍ୱାସରେ ଦୌଡିବାକୁ ଲାଗିଲି l କିଛି ଦୂରରେ ଗାଡିଟିଏ ମୋତେ ଅପେକ୍ଷା କରିଥିଲା l ମୋତେ ଆସୁଥିବାର ଦେଖି ଡ୍ରାଇଭର ଜ୍ୟୋତି ଦିଦି ବୋଲି ଡାକଟେ ଦେଲା l ବସିଗଲି ସେ ଗାଡ଼ିରେ ଆଉ ଡ୍ରାଇଭର ସିଧା ଆଣି ପହଞ୍ଚେଇଲା ଆମ ଗାଁ ରେ l

Part – 12

ରାତି ଦି ଟା ପାଖାପାଖି ହବ l କବାଟ ବାଡେଇ ବାଡେଇ ମା… ମା ଡାକ ପକେଇଲି l ମୋ ଡାକ ଶୁଣି ବାପା ମାଆ ଦି’ ଜଣ ବାହାରକୁ ଉଠିଆସିଲେ l ଏତେ ରାତିରେ ହଠାତ ନିଜ ପିଲାର ଡାକ ଶୁଣି କଉ ମା ବାପା ଛାନିଆ ନହେବେ l ମୋ ବାପା ମାଆ ଙ୍କ ଅବସ୍ଥା ବି ଠିକ ସେମିତି ହୋଇଯାଇଥିଲା l କିଛି କହିପାରୁନଥିଲି, ମା କୁ ଦେଖିବା କ୍ଷଣି ଜାବୁଡି ଧରି କାନ୍ଦିଲି l ମୋତେ ଏମିତି ଦେଖି ସେମାନେ ସ୍ତବ୍ଧ ହୋଇଯାଇଥିଲେ l ଘର ଭିତରକୁ ନେଇ ପାଣି ପିଆଇ ମୋତେ ଘଟଣା ବିଷୟରେ ସବୁ ପଚାରିଲେ l ଗୋଟି ଗୋଟି କରି ସବୁ କହିଲି l ଯେଉଁ ଝିଅ ପାଇଁ ସେମାନେ ଠାକୁରଙ୍କ ପାଖରେ ଏତେ ପୂଜା ପାଠ କରିଥିଲେ ଆଜି ସେଇ ଝିଅକୁ ଠାକୁର ଏତେ କଷ୍ଟ ଦେଲେ l କେମିତି ସହିବେ ସେ ଝିଅର କଷ୍ଟ l ମା ମୋର କାନ୍ଦି କାନ୍ଦି ଠାକୁରଙ୍କୁ କେତେ ପ୍ରଶ୍ନ ପଚାରି ଚାଲିଥାଏ ଆଉ ମୋ ଦେହ ହାତ ଆଉଁସି ପକାଉଥାଏ l ବାପା ମୋର ପାଷାଣ ପାଲଟି ଯାଇଥିଲେ l ଭୋର ହୋଇ ଆସୁଥାଏ l ବାପା ମାଆ ଙ୍କୁ କହିଲେ… ତାକୁ ଟିକେ ଶୁଆଇଦିଅ l ଭୁଲିଯାଅ ଯେ ସେ କେବେ ବିବାହ କରିଥିଲା l ସେ ଆମପାଇଁ କାଲି ଯେମିତି ଥିଲା ଆଜି ବି ସେମିତି l ସମାଜରେ କିଏ କଣ କହିବ ନକହିବ ତାକୁ ମୋର ଭୃକ୍ଷେପ ନାହିଁ l ମୋ ଝିଅର ଜୀଵନ ମୋ ପାଇଁ ସବୁଠାରୁ ମୂଲ୍ୟବାନ l

ସକାଳୁ ସକାଳୁ ଆମ ଘରେ ସାହି ପଡିଶାଙ୍କର ଭିଡ଼ l ବାପା ସମସ୍ତଙ୍କ ସହ କଥା ହଉଥାନ୍ତି l ମୋ ମା ମୋତେ ଶୋଇପକେଇବା ଉଦ୍ଦେଶ୍ୟରେ ତା କୂଳରେ ମୋ ମୁଣ୍ଡ ରଖି ଆଉଁସି ଚାଲିଥାଏ l ହେଲେ ମୋତେ ନିଦ ଆସିଲେ ତ ! ମାଆ କୂଳରେ ପଡିରହି ମୁଁ ସେମାନଙ୍କ କଥା ସବୁ ଶୁଣୁଥାଏ l କେହି ମୋ ଭାଗ୍ୟକୁ ଦୋଷ ଦେଉଥାନ୍ତି ତ କେହି ଶୁଭମ ଆଉ ତା ପରିବାରକୁ l ମୋ ଭବିଷ୍ୟତ ବିଷୟରେ କେହି ବ୍ୟକ୍ତ କରୁଥାନ୍ତି ତ ଆଉ କେହି ସବୁ ଠିକ ହୋଇଯିବ କହି ମୋ ମାକୁ ଆଶ୍ୱାସନା ଦେଉଥାନ୍ତି l ମୁଁ କିନ୍ତୁ ଚିନ୍ତା କରୁଥିଲି ମୋ ବାପା ମାଆ ଙ୍କ କଷ୍ଟ କଥା l ସେମାନେ ମୋତେ ଧର୍ଯ୍ୟ ଓ ସାହସ ଦେଉଥିଲେ ସିନା ଭିତରେ ଭିତରେ ସେମାନେ ଯେମିତି ଭାଙ୍ଗିପଡୁଥିଲେ l ସେମାନଙ୍କୁ ଆଶ୍ୱାସନା ଦେବାକୁ ମୋ ପାଖରେ ବଳ ନଥିଲା l ବାପାଙ୍କୁ ବୁଝେଇ ଶୁଝେଇ ସେମାନେ ପଳେଇଗଲେ l

ସକାଳ ଦଶଟା ସମୟ l ମା କିଛି କାମରେ ଵ୍ୟସ୍ତ ଥାଏ l ମୁଁ ବେଡ଼ ଉପରେ ଶୋଇ ଚାହିଁ ରହିଥାଏ ବାହାରକୁ l ରାତିରେ ଅନିଦ୍ରା ଥିବାରୁ ବାପା ବସୁ ବସୁ ଟିକେ ଢୁଲେଇ ପଡ଼ିଥିଲେ l ସେଇ ସମୟରେ କଳା ରଙ୍ଗର ସ୍କୋଡା କାର ଟି ଆମ ଘର ପାଖରେ ଅଟକିଗଲା l ସେଥିରୁ ବାହାରିଲେ ଶୁଭମ, ତା ବାପା ଆଉ ତା ମାଆ ଓ ତାଙ୍କର ଦୁଇ କର୍ମଚାରୀ l ଡରରେ ମୁଁ ଥରିବାକୁ ଲାଗିଲି l କାହାକୁ ଡାକିବା ପାଇଁ ମୋ ପାଟି ଖୋଲିଲାନି l ପଡୋଶୀ ମାନେ ଘରୁ ବାହାରିଆସିଲେ l ସମସ୍ତେ ଫୁସୁରୁ ଫସର ହଉଥାନ୍ତି ଶୁଭମ ର ପରିବାରକୁ ଦେଖି l ସେମାନଙ୍କୁ କେହି କିଛି ପଚାରିବା ପୂର୍ବରୁ ଶୁଭମ ଆରମ୍ଭ କଲା… ମୁଁ ଆପଣନାଙ୍କ ଠାରୁ ନ୍ୟାୟ ପାଇବା ପାଇଁ ଆସିଛି l ଆଜି ଏଇ ଗାଁ ରେ ସଭା ଡକେଇ ମୋର ଓ ଜ୍ୟୋତି ର ସମ୍ପର୍କକୁ ଶେଷକରିବାକୁ ଆସିଛି l ମୁଁ ଜାଣିଛି ଜ୍ୟୋତି ବିଷୟରେ ଆପଣମାନେ ସବୁକିଛି ଜାଣିସାରିଥିବେ କାରଣ ସେ ନିଶ୍ଚୟ ଆପଣମାନଙ୍କୁ ସବୁକିଛି କହିସାରିଥିବ l ଆପଣମାନେ ଭାବୁଥିବେ ଏତେ କାଣ୍ଡ କରିସାରିବା ପରେ ଆମେ ଏଠାକୁ ନିର୍ଲଜଙ୍କ ଭଳି କେମିତି ଚାଲିଆସିଛୁ l କିନ୍ତୁ ନିର୍ଲଜ ଆମେ ନୁହେଁ, ନିର୍ଲଜ ହଉଛି ଜ୍ୟୋତି l ଆମେ ଅନେକ ଚେଷ୍ଟା କଲୁ ତା କଳଙ୍କକୁ ଘୋଡ଼େଇବା ପାଇଁ କିନ୍ତୁ ସେ ଆମକୁ କଳଙ୍କିତ କରିବା ପାଇଁ ଏଠି ଆସି କିଛି ନା କିଛି କାହାଣୀ ଗଢ଼ିଥିବ l ଯିଏ ବାରଆଡେ ମୁହଁ ବୁଲେଇଲାଣି ତା ଉପରେ ଭରସା କଣ ? ଆପଣମାନେ ତ କଥା ଶୁଣିଲେ, ଆମ ପକ୍ଷ ରଖିବା ପାଇଁ ବି ସୁଯୋଗ ଦିଅନ୍ତୁ l ପ୍ରମାଣପତ୍ର ସହିତ ଆମେ ଆସିଛୁ l ଏ ଗାଁ ର ମୁଖିଆଙ୍କୁ ଡାକନ୍ତୁ, ଯାହା ହବ ତାଙ୍କ ଉପସ୍ଥିତିରେ ହେବ l

ରାକ୍ଷସ ପୁଣି କଣ ପ୍ଲାନ କରି ଆସିଛି? ତା ଅଭିଳାଷା ପୂରଣ ହେଇପାରିଲାନି l ପାଗଳ କୁକୁର ଭଳି ତା ଅବସ୍ଥା, କେତେବେଳେ କାମୁଡ଼ିବ କିଛି ଠିକ ନାହିଁ l ମୋର ମାନେ ପଡିଯାଉଥିଲା ସେ ଦେଇଥିବା ଧମକ ” ତାକୁ ତ ଜଲ୍ଦି ମୁକ୍ତି ଦେଇଦେଲି କିନ୍ତୁ ତୋ ଅବସ୍ଥା ଏମିତି କରିବି ଯେମିତି ତୁ ଜୀବନସାରା ମରି ମରି ବଞ୍ଚିବୁ l ” କଣ କରିବାକୁ ଯାଉଛି ସେ ? ପଡୋଶୀଙ୍କ ମଧ୍ୟରେ ଚାପା ଗୁଞ୍ଜରଣ l ବଡ଼ ଲୋକ ବୋଲି କେହି କିଛି କହିବାକୁ ସାହସ କରୁନଥିଲେ l ସାହିର ଜଣେ ଦାଦା ମୁଖିଆଙ୍କୁ ଡାକିବା ପାଇଁ ଗଲେ l

ଦାଣ୍ଡରେ ଅନେକ ଲୋକଙ୍କ ଭିଡ଼ l ସାହି ଭାଇ, ଗାଁ ମୁରବି, ସମସ୍ତେ ମୋର ପରିଚିତ l ତଥାପି ମୋତେ ଭୟ ଲାଗୁଥାଏ ସେ ରାକ୍ଷସର ସାମ୍ନାକୁ ଆସିବା ପାଇଁ l ତେଣୁ ମୁଁ ଘର ଭିତରେ ଥାଏ l ମୁଖିଆ ଆସି ପହଞ୍ଚୁ ପହଞ୍ଚୁ ଶୁଭମ ତା ଡ୍ରାମା ଆରମ୍ଭ କରିଦେଲା l କହିଲା……

ଦେଖନ୍ତୁ ଆଜ୍ଞା ଜ୍ୟୋତି ରୂପରେ ଆକର୍ଷିତ ହୋଇ ମୁଁ ନିଜେ ତା ପାଇଁ ବିବାହ ପ୍ରସ୍ତାବ ପଠେଇଥିଲି l ମୋ ବାପା ମା ବିନା ଦ୍ଵିଧା ରେ କିଛି ନ ବୁଝି ମୋ ପସନ୍ଦକୁ ସ୍ୱୀକୃତି ଦେଲେ l ଆପଣମାନେ ତ ଦେଖିଛନ୍ତି କେତେ ଧୁମ ଧାମ ରେ ବାହାଘର ହୋଇଥିଲା l ସମସ୍ତେ ଖୁସି ଥିଲେ ଏ ବାହାଘରରେ କେବଳ ଜ୍ୟୋତି କୁ ଛାଡି l ମୁଁ ଜାଣିନଥିଲି ମୁଁ ଯାହାକୁ ନିଜେ ପସନ୍ଦ କରିଛି ତାର ସେ ସୁନ୍ଦର ରୂପ ପଛରେ ଗୋଟିଏ କୁତ୍ସିତ ଉଦ୍ଦେଶ୍ୟ ଲୁଚିରହିଛି l ବଡଘର, ଟଙ୍କା, ପଇସା, ଆରାମ ଐଶ୍ୱର୍ଯ୍ୟ ଲୋଭରେ ସେ ସିନା ଆମ ପ୍ରସ୍ତାବରେ ରାଜିହୋଇଗଲା ହେଲେ ତା ପ୍ରେମିକକୁ ଭୁଲି ପାରିଲାନାହିଁ l ମୋର ତ ମନେ ହଉଛି ଜ୍ୟୋତି ତା ପ୍ରେମିକ ସହିତ ମିଶି ଏଇ ବିବାହର ନାଟକ କରିଥିଲା ମୋ ସମ୍ପତ୍ତି ହାତେଇବା ପାଇଁ l ରିସେପ୍ସନ ଦିନ ହିଁ ମୋର ସନ୍ଦେହ ହୋଇଥିଲା ଜ୍ୟୋତି ଉପରେ l ଯେତେବେଳେ ସେ ଏକ ଅଚିନ୍ହା ଯୁବକକୁ ପାର୍ଟି କୁ ଡାକିଥିଲା l ପରିଚୟ ମାଗିବାରୁ କହିଥିଲା ତାର କେହି ଦୂର ସମ୍ପର୍କୀୟ ମାଉସୀଙ୍କ ପୁଅ l ପାର୍ଟିରେ ଦୁଇଜଣଙ୍କ ବ୍ୟବହାର କିନ୍ତୁ ଭାଇ ଭଉଣୀ ପରି ନଥିଲା l ଏତେ ଗେଷ୍ଟଙ୍କ ଉପସ୍ଥିତିରେ ନିର୍ଲଜଙ୍କ ଭଳି ଗପି ଚାଲିଥାଏ l ତା ‘ ପରଦିନ ମଧ୍ୟ ତାକୁ ଡକେଇ ଆଣି ରୁମକୁ ନେଇଯାଇଥିଲା l ସେଇ ଗୋଟିଏ ଭୁଲ ହିଁ ତା ଅସଲ ରୂପ ସାମ୍ନାକୁ ଆଣିଲା l ସେ ଜାଣିନଥିଲା ପଟ୍ଟନାୟକ ହାଉସ ର କୋଣେ କୋଣେ କ୍ୟାମେରା ଖଞ୍ଜାଯାଇଛି l ମୋ ରୁମ ରେ ମଧ୍ୟ କିଛି କ୍ୟାମେରା ଲାଗିଛି l ସେହି କ୍ୟାମେରାରେ ଜ୍ୟୋତି ଓ ତା ପ୍ରେମିକର ସମ୍ପର୍କ ରେକର୍ଡ ହୋଇଯାଇଛି l

ଜ୍ୟୋତି ଏମିତି କରିପାରିବ ବୋଲି ମୁଁ ବିଶ୍ୱାସ କରିପାରୁନଥିଲି l ମୁଁ କଣ…… କହିବି ତା ନିରୀହ ମୁହଁ ଦେଖିଲେ ଭ୍ରମରେ ପଡିଯିବେ l କିନ୍ତୁ ସେ ଭିଡିଓ ଦେଖିଲା ପରେ ସବୁ ଭ୍ରମ ଦୂରାହେଇଯିବ l ସବୁକିଛି ସ୍ପଷ୍ଟ ଥିଲେବି ମୁଁ ଆମ ସମ୍ପର୍କକୁ ନଷ୍ଟକରିବାକୁ ଚାହୁଁ ନଥିଲି କାରଣ ଜ୍ୟୋତି ପ୍ରତି ମୋ ଭଲ ପାଇବା ଶାଶ୍ୱତ ଥିଲା l ଯାହାକୁ ଜୀଵନ ସାଥୀ କରିବା ପାଇଁ ମୁଁ ଦିନେ ପାଗଳ ଥିଲି ତାକୁ ତାର ଗୋଟିଏ ଭୁଲ ପାଇଁ କେମିତି ମୋ ପ୍ରେମକୁ ଭୁଲି ପାରିଥାନ୍ତି l ମୁଁ ତ ଅଗ୍ନିକୁ ସାକ୍ଷୀ ରଖି ତା ମଥାରେ ସିନ୍ଦୁର ପିନ୍ଧେଇଛି, ତେଣୁ ଭାବିଲି ଯେମିତି ହଉ ବୁଝେଇ ଶୁଝେଇ ତାକୁ ନିଜର କରିବାକୁ ଚେଷ୍ଟା କରିବି l ତାକୁ ଏତେ ସ୍ନେହ ପ୍ରେମ ଦେବି ଯେ ସେ ତା ଅତୀତକୁ ଭୁଲିଯିବ l କିନ୍ତୁ ମୁଁ ଜାଣିନଥିଲି ସେ ମୋ ଭଲପାଇବାର ଏମିତି ମୂଲ୍ୟ ଦବ l

କାଲି ରାତିରେ ଘରେ ସମସ୍ତେ ଶୋଇଗଲା ପରେ ଘରୁ ଚାଳିଶ ଲକ୍ଷ ଟଙ୍କା ଏବଂ ସୁନା, ହୀରା ଗହଣା ସବୁ ଚୋରିକରି ତା ପ୍ରେମିକ ସହିତ ଲୁଚି ପଳେଇବାକୁ ଚେଷ୍ଟା କରୁଥିଲା l ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ଅଟକେଇବାକୁ ଚେଷ୍ଟା କଲାବେଳେ ଜ୍ୟୋତିର ମୁଣ୍ଡରେ ଆଘାତ ଲାଗିଛି ଆଉ ତା ପ୍ରେମିକର ଆଖି ପାଖରୁ ଥୋଡୀ ପର୍ଯ୍ୟନ୍ତ କଟି ଯାଇଛି l ଗାର୍ଡ ଜ୍ୟୋତିର ପ୍ରେମିକକୁ କାବୁକରିନେଲା ହେଲେ ଜ୍ୟୋତି ଖସି ପଳେଇ ଆସିବାରେ ସଫଳ ହୋଇଗଲା l ରାତିସାରା ତାକୁ ଆମେ ସହରରେ, ତା କଲେଜ, ହଷ୍ଟେଲ, ସବୁଆଡେ ଖୋଜାଖୋଜି କଲୁ l ତା ହଷ୍ଟେଲ ସାଙ୍ଗମାନଙ୍କୁ ବି ପଚରା ଉଚାରା କଲି l କିନ୍ତୁ ତାକୁ ପାଇଲୁନି l ଖବର ମିଳିଲା ସେ ଏଠି ଅଛି, ତେଣୁ ଆମେ ଏଠାକୁ ଚାଲୁଆସିଲୁ l ଚାହିଁଥିଲେ ମୁଁ ପୋଲିସ କମ୍ପ୍ଲେନ କରିପାରିଥାନ୍ତି, କିନ୍ତୁ ସେମିତି କରିଥିଲେ ସହରରେ ଥିବା ଆମ ମାନ, ଇଜ୍ଜତ ଚାଲିଯାଇଥାନ୍ତା l ଆମେ ମୁହଁ ଟେକି ବାଟ ଚାଲିପାରିନଥାନ୍ତୁ l ତେଣୁ ମୁଁ ଆପଣଙ୍କ ପାଖକୁ ଆସିଛି l ମୁଁ ଏବେ ତାକୁ ସ୍ତ୍ରୀ ରୂପେ କିମ୍ବା ମୋ ବାପା ତାକୁ ବୋହୂ ରୂପେ ଗ୍ରହଣ କରିବାକୁ ଚାହୁଁନୁ l ସବୁ ପ୍ରମାଣ ମୋ ପାଖରେ ଅଛି l ଆପଣମାନେ ବିଚାର କରନ୍ତୁ ଆଉ ଏ ସମ୍ପର୍କରୁ ଆମକୁ ମୁକ୍ତି ଦିଅନ୍ତୁ l

ଘର ଭିତରେ ଥାଇ ସବୁ ଶୁଣୁଥିଲି ମୁଁ l ଏଥର ଆଉ ଡର ଲାଗୁନଥିଲା l ଇଚ୍ଛା ହଉଥିଲା ଦଉଡିଯାଇ ତା ବକ୍ଷ ଚିରି ରକ୍ତ ପିଇଯିବାକୁ l ମନେ ମନେ ଭାବୁଥିଲି ଜଣେ ମଣିଷ କେମିତି ଏତେ ନିଖୁଣ ଅଭିନୟ କରିପାରେ l ବାଃ…. ତାଳି ମାରିବାକୁ ଇଚ୍ଛା ହଉଥିଲା l ସେତିକିବେଳେ ମୁଖିଆ ମୋତେ ଡକେଇଲେ l

Part – 16

କିଛି କହିବା ପାଇଁ ଅରୁଣ ପାଖରେ ଆଉ ଭାଷା ନଥିଲା l ନିଜ ଭିତରର କୋହକୁ ଚାପିରଖି ଘରକୁ ଫେରିବା ପାଇଁ ପାଦ ବଢ଼େଇଲା l ପଛରୁ ଶୁଭିଲା……. ଯାଉଛ ପୁଅ? ଅରୁଣ ପଛକୁ ଚାହିଁ ଦେଖିଲା ଜ୍ୟୋତିର ମା ଥାଳିରେ କିଛି ଖାଇବା ଧରି ଠିଆହୋଇଛନ୍ତି l

ପୁଅ….. ରାତି ଏତେ ହେଲାଣି, ଆଜି ନ ଯାଇ ଏଇଠି ରହିଯାଅ l କଲି ଭୋର ଯିବ l ଏତେ ଦୂର…… ଘରେ ପହଞ୍ଚୁ ପହଞ୍ଚୁ ଡେରି ହେଇଯିବ l ମୋତେ ଫୋନଟା ଦିଅ ମୁଁ କଥା ହେଇଯିବି l

ହଉ ମାଉସୀ, ସମସ୍ତଙ୍କ ପାଇଁ ବାଢି ଆଣନ୍ତୁ, ସାଙ୍ଗ ହୋଇ ଖାଇବା l

ଜ୍ୟୋତିର ମାଆ ସମସ୍ତଙ୍କ ପାଇଁ ଖାଇବା ବାଢି ଆଣିଲେ l

ଜ୍ୟୋତି….. ତୋ ହାତ ଭାଙ୍ଗିଥିଲାବେଳେ ମୁଁ ଯେମିତି ତୋତେ ଖୁଆଉଥିଲି, ଆଜି ମୁଁ ସେମିତି ତୋତେ ଖୁଆଇଦେବି l କଣ ମୋ ହାତରୁ ଖାଇବୁ ତ ?

ଜ୍ୟୋତି ଆଖିରୁ ଲୁହ ଝରିଯାଉଥିଲା l ଲୁହ ପୋଛି ଅରୁଣ ତା ପାଟିରେ ଖାଇବା ଦେଲା l ଖାଇସାରି ସମସ୍ତେ ଶୋଇବାକୁ ଗଲେ l ଅରୁଣ ଆଖିରେ କିନ୍ତୁ ନିଦ ହଜିଯାଇଥାଏ l ଜ୍ୟୋତିର ସେ ଆଖି ଦୁଇଟି ତାକୁ ବିଚଳିତ କରିପକାଉଥାଏ l ଯେଉଁ ଆଖିରେ ଦିନେ ଖୁସିର ଚମକ ଦେଖି ସେ ନିଜ ପ୍ରେମକୁ ବଳିଦେଇଥିଲା, ସେଇ ଆଖିରେ ଆଜି ଲୁହ ଦେଖି ହୃଦୟ ବିଦୀର୍ଣ୍ଣ ହେଇଯାଉଥିଲା ଅରୁଣର l ଭାବୁଥିଲା କେମିତି ଫେରେଇ ଆଣିବ ସେ ଆଖିର ଚମକ, କେମିତି ଜ୍ୟୋତି ଜୀବନରେ ଭରିଦେବ ହସ ଖୁସିର ଇନ୍ଦ୍ରଧନୁ l ଜ୍ୟୋତି ଯଦି କଷ୍ଟ ପାଇବ, ସେ କେମିତି ଖୁସିରେ ରହିପାରିବ l ନା…… ମୁଁ ଜ୍ୟୋତିକୁ ଏ ଅବସ୍ଥାରେ ଛାଡି ଯାଇପାରିବିନି l କାଲି ଯିବା ପୂର୍ବରୁ ଜ୍ୟୋତି ସହିତ କଥା ହବାକୁ ପଡିବ l

ଅରୁଣ ଜ୍ୟୋତି ରୁମକୁ ଗଲା l ଜ୍ୟୋତି… ଜ୍ୟୋତି ଡାକିବାରୁ ଜ୍ୟୋତି କବାଟ ଖୋଲିଲା l

ଜ୍ୟୋତି…… ସୋଇପଡ଼ିଥିଲୁ କି ?

ନା, ଏତେ ଜଲ୍ଦି ନିଦ କଉଠୁ ଆସିବ ? ତୁ କାହିଁକି ଶୋଇନୁ ?

ତୁ ଭାବୁଛୁ ତୋତେ ଏମିତି ଦେଖି ଆଉ ତୋ କଥା ଶୁଣିଲା ପରେ ମୋତେ ନିଦ ଆସିବ? ତୁ କଷ୍ଟରେ ଛଟପଟ ହଉଥିବୁ ଆଉ ମୁଁ ଶୋଇଯିବି ? ତୋତେ ଯନ୍ତ୍ରଣାରେ ଦେଖି ମୋତେ ବହୁତ କଷ୍ଟ ହଉଛି l

ଜାଣିଥିଲି ତୁ ମୋତେ ଏମିତି କଷ୍ଟରେ ଦେଖିଲେ ତୋତେ ବହୁତ କଷ୍ଟ ହେବ l ସେଥିପାଇଁ ତୋତେ ତ ଆଜିପର୍ଯ୍ୟନ୍ତ ମୁଁ କଣ୍ଟଆକ୍ଟ କରିବାକୁ ମୁଁ ଚେଷ୍ଟା କରିନି l

କାହିଁକି ଜ୍ୟୋତି, ମୋତେ ଏତେ ପର କରିଦେଲୁ l ମୋତେ ଜଣେଇଥିଲେ ହୁଏତ ମୁଁ କିଛି କରିପାରିଥାନ୍ତି l

ତୁ କଣ କରିଥାନ୍ତୁ ଅରୁଣ, ମୋ ଭାଗ୍ୟରେ ଯାହା ଅଛି ମୋତେ ଭୋଗିବାକୁ ପଡିବ l

ମୋ ଭାଗ୍ୟକୁ ଯଦି ମୁଁ ତୋ ଭାଗ୍ୟ ସହ ଯୋଡିଦିଏ ?

ମାନେ?

ଜାଣିଛି, ମୋ କଥା ଗ୍ରହଣ କରିବା ତୋ ପାଇଁ ଏତେ ସହଜ ନୁହଁ ? କିନ୍ତୁ ସେଦିନ ଭଳି ଆଜି ମୁଁ ଚୁପ ଫେରିଯିବିନି l ସେଦିନ ବି ତୋତେ ସୁଖୀ ଦେଖିବାକୁ ଚାହୁଁଥିଲି ଆଉ ଆଜିବି ତୋତେ ସୁଖୀ ଦେଖିବାକୁ ଚାହୁଁଛି l ମୋତେ ଭୁଲ ବୁଝିବୁନି ଜ୍ୟୋତି l ମୁଁ ତୋର ଜୀଵନ ସାଥୀ ହବାପାଇଁ ଚାହୁଁଛି, ମୋତେ ତୁ ଆପଣେଇ ପାରିବୁ ? ଦେଇପାରିବୁ ମୋତେ ତୋ ଜୀଵନ ସାଥିର ମାନ୍ୟତା ?

ଜ୍ୟୋତି ଉଠିପଡ଼ି ଅରୁଣ ଗାଲରେ ଗୋଟିଏ ଶକ୍ତ ଚାପୁଡ଼ା ମାରିଦେଲା l କହିଲା…….

ମୋତେ ତୁ ଦୟା ଦେଖାଉଛୁ ! ଭାବିଲୁ ମୁଁ ଅସହାୟ, ଦୁର୍ବଳ, ଏ ଦୁନିଆ ପାଇଁ ଅଲୋଡ଼ା l ମୋତେ ନିଜର କରି ତୁ ନିଜକୁ ଦୁନିଆ ଆଗରେ ମହାନ ଦର୍ଶେଇବାକୁ ଚାହୁଁଛୁ ? ଦୟା, ଦେଖେଇବା ପାଇଁ ତୋତେ ଆଉ କେହି ମିଳିଳେନି l କେବଳ ମୋ ବାପା ମାଙ୍କ କଥା ଭାବି ମୁଁ ଚୁପ ରହିଛି l ମୋ ପାଇଁ ସେମାନଙ୍କର କିଛି ଅସୁବିଧା ହଉ କିମ୍ବା କିଏ ତାଙ୍କୁ କିଛି କହୁ ସେଇଟା ମୁଁ ଚାହେଁନା l ତା ମାନେ ନୁହଁ ଯେ ମୁଁ କାହାର ଦୟାର ପାତ୍ର ହେବି l ତୋଠାରୁ ମୁଁ ଏସବୁ ଆଶା କରିନଥିଲି l

ଯେତେ ଚାହୁଁ ସେତେ ମାର ମୋତେ, ସହିଯିବି l କିନ୍ତୁ ମୋ ପ୍ରେମକୁ ତୁ ଦୟା ଭାବିଲେ ସହିପାରିବିନି l ତୁ ବୋଧହୁଏ ଠିକରେ ଶୁଣିପାରିଲୁନି….. ମୁଁ ତୋର ଜୀବନସାଥୀ ହବା ପାଇଁ ଚାହୁଁଛି l ତୋତେ ମୋର କରିବାକୁ ନୁହଁ l ” ତୋର ହବା ” ଆଉ ” ମୋର କରିବା ” ଭିତରେ ବହୁତ ପାର୍ଥକ୍ୟ l ଗୋଟିଏରେ ଥାଏ ସମର୍ପଣ ଆଉ ଅନ୍ୟଟିରେ ଥାଏ ପାଇବାର ଆଶା l ଜାଣିନି କେବେଠୁ ମୁଁ ନିଜକୁ ତୋ ପାଖରେ ସମର୍ପି ଦେଇଛି, କେବେ ତୋଠାରୁ କିଛି ପାଇବାକୁ ଆଶା ରଖିନି l

ତୋର ମନେ ଅଛି ନା ତୋ ବିବାହ ଧାର୍ଯ୍ୟ ହବା ପରେ ମୋ ତୋତେ ଦେଖା କରିବାକୁ ଆସିଥିଲି l ସେତେବେଳେ ମୁଁ ଜାଣିନଥିଲି ତୋ ବିବାହ ଧାର୍ଯ୍ୟ ହୋଇସାରିଛି l ବହୁତ ଖୁସି ଥିଲୁ ତୁ l ଶୁଭମ ଓ ତା ଘର ବିଷୟରେ ଗପି ଚାଲିଥିଲୁ ବାୟାଣୀ ଙ୍କ ଭଳି l

ବାଃ….. ତାଳି ମାରିବାକୁ ଇଚ୍ଛା ହଉଥିଲା l ସେତିକିବେଳେ ମୁଖିଆ ମୋତେ ଡକେଇଲେ l

ଯେଉଁମାନେ ସକାଳୁ ସକାଳୁ ଆସି ମୋ ବାପାଙ୍କୁ ସମବେଦନା ଜଣାଉଥିଲେ ସେମାନଙ୍କ ଆଖିରେ ଏବେ ପ୍ରଶ୍ନଚି଼ହ୍ନ ମୁଁ ସ୍ପଷ୍ଟ ଦେଖିପାରୁଥିଲି l ନହେବ ବା କେମିତି ! ଦୁନିଆରେ ସତ ଅପେକ୍ଷା ମିଛଟା ଜଲ୍ଦି ଗ୍ରହଣୀୟ ହୋଇଯାଏ l ଅଭିନେତା ର ଅସଲ ଜୀଵନ ବିଷୟରେ କେହି ପଚାରନ୍ତିନି, ତା’ର ଅଭିନୟକୁ ହିଁ ସତ ଭାବିନିଅନ୍ତି l ଯିଏ ଯେତେ ଭଲ ଅଭିନୟ କରିପାରିଲା ସେ ସେତେ ହିଟ l ବାହାରକୁ ଆସିଲି l ମୁଖିଆ ମୋତେ କହିଲେ ତୁ ତୋ ସବୁ ଶୁଣିଲୁ l ଏଥର ତୁ କହ ଘଟଣା କଣ ? ଯାହା ମୋ ସହ ଘଟିଥିଲା ସେଗୁଡିକୁ ଗୋଟି ଗୋଟି କରି କହିଲି l କିନ୍ତୁ ଶୁଭମ କଣ ଚୁପ ରହିବା ଲୋକ ! ସଙ୍ଗେ ସଙ୍ଗେ ଯାଇ ମୁଖିଆଙ୍କୁ ମୋବାଇଲରେ କିଛି ଦେଖେଇଲା l ମୁଁ ଜାଣିସାରିଥିଲି ଏଇଟା ସେଇ ଭିଡିଓ ଯେଉଁଟା ସେ ରେକର୍ଡ କରିଥିଲା l ମୋତେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଖୁଵ ସୁନ୍ଦର ଭାବରେ ସେ ଭିଡିଓଟି ଏଡିଟ ହୋଇଥିଲା l

ସେ ଭିଡିଓ ର ଜବାବ ଦେବାପାଇଁ ମୋ ପାଖରେ କିଛି ପ୍ରମାଣ ନଥିଲା l ସବୁ ତ କହିସାରିଥିଲି l ଯଦି ବି କହିଥାନ୍ତି ସେହି ଭିଡିଓରେ ଥିବା ପୁରୁଷ ଜଣକ ଶୁଭମ ତଥାପି ମୋ କଥାକୁ କେହି ବିଶ୍ୱାସ କରିନଥାନ୍ତେ କାରଣ କୌଣସି ଆଙ୍ଗଲରୁ ଶୁଭମ ର ମୁହଁ ସେ ଭିଡିଓରେ ଦେଖାଯାଉନଥିଲା l କିନ୍ତୁ ଶୁଭମ କଥାର ପ୍ରମାଣ ସେଠାରେ ଉପସ୍ଥିତ ଥିଲା l ସେଇ ଲୋକ, ଯାହାକୁ ଶୁଭମ ସେଦିନ ମୋତେ ସମର୍ପି ଦେଇଥିଲେ, ଯାହାକୁ ମୁଁ କ୍ଷତାକ୍ତ କରି ଦୌଡ଼ି ପଳେଇ ଆସିଥିଲି l ଶୁଭମ ର ଇସାରାରେ ସେ ଗାଡି ଭିତରୁ ବାହାରିଲେ l ତା ମୁହଁରେ ପଟ୍ଟୀ ଓ ହାତ ବନ୍ଧା ହୋଇଥାଏ l ଶୁଭମ କହିଲା ଏଇ ଦେଖନ୍ତୁ ଆପଣମାନେ….. ଇଏ ହଉଛି ଜ୍ୟୋତିର ପ୍ରେମିକ, ଯାହା ପାଇଁ ଜ୍ୟୋତି ମୋର ମିଛ ବଦନାମ କରୁଛି l ଆପଣ ମାନଙ୍କୁ ମନ ଗଢ଼ା କାହାଣୀ ଶୁଣେଇ ନିଜ ପାପ ଘୋଡ଼େଇବାକୁ ଚେଷ୍ଟା କରୁଛି l ଆପଣମାନଙ୍କୁ ସବୁ ପ୍ରମାଣ ଦେଲି, ଏବେ ଆପଣମୋତେ ନ୍ୟାୟ ଦିଅନ୍ତୁ l

ରାଗ ଆଉ ଘୃଣାରେ ମୋ ପୁରା ଶରୀର ଥରିବାକୁ ଲାଗିଲା l ମୋ ଚରିତ୍ର କୁ ସେ ରାକ୍ଷସ ଦଳି ଚକଟି ଚାଲିଥିଲା l ନିଜକୁ ଆଉ କେତେ ସମ୍ଭାଳିଥାନ୍ତି l ପାଖରେ ପଡ଼ିଥିବା ଗୋଟିଏ ପଥର ଉଠେଇ ତା ଆଡକୁ ଫିଙ୍ଗିଲି l ତା ମୁଣ୍ଡରେ ପଥରଟି ବାଜି ରକ୍ତ ବାହାରିଲା l ବାପା ମୋତେ ଶାନ୍ତ କରିବାକୁ ଚେଷ୍ଟା କଲାବେଳେ ତାକୁ ମିଳିଗଲା ଆଉ ଗୋଟିଏ ସୁଯୋଗ l କହିଲା ଦେଖିଲେ ତ ଆପଣମାନେ, ଧରାପଡ଼ିଗଲେ କେମିତି ସେ ହିଂସ୍ର ହୋଇଯାଉଛି l ସେଦିନ ବି ଯେତେବେଳେ ମୋ ମା ତାକୁ ବୁଝେଇବାକୁ ଚେଷ୍ଟା କରିଥିଲେ ସେତେବେଳେ ମୋ ମା ହାତକୁ ଜୋରକରି ମୋଡିଦେଇଥିଲା l ଏଭଳି ଗୋଟିଏ ଝିଅକୁ କେମିତି କିଏ ଗ୍ରହଣ କରିବ ? ଯଦି ଆପଣମାନେ ଭାବୁଛନ୍ତି ମୁଁ ମିଛ କହୁଛି ତାହେଲେ ଆପଣ ତା ପ୍ରେମିକକୁ ପଚାରନ୍ତୁ, ସବୁ ଜାଣିପାରିବେ l

ଲୋକଟିକୁ କିଣାଯାଇଥିଲା l ତେଣୁ ସେ ତ ସେୟା କହିବ ଯାହା ତାର ମାଲିକ ତାକୁ କରିବାକୁ କହିବ l ସେ କହିଲା ଜ୍ୟୋତି ଓ ମୁଁ କଲେଜରେ ସାଙ୍ଗହୋଇ ପଢୁ ଏବଂ ଦୁହେଁ ଦୁହିଁଙ୍କୁ ଭଲ ପାଉ l ଆମେ ଦୁଇଜଣ ସବୁବେଳେ ଚାହୁଁ ବିଳାସପୂର୍ଣ ଜୀଵନ ଯାପନ କରିବାକୁ l କିନ୍ତୁ ଶିକ୍ଷକତାରେ ସେତେ ପଇସା ନାହିଁ l ଯେତେବେଳେ ଜ୍ୟୋତି ପାଇଁ ଏତେ ବଡ଼ ଘରୁ ପ୍ରସ୍ତାବ ଆସିଲା ଆମେ ଦୁଇଜଣ ମିଶିକି ପ୍ଲାନ କଲୁ କେମିତି ସେମାନଙ୍କର ଟଙ୍କା ପଇସା ହାତେଇବୁ l ଆମେ କିନ୍ତୁ ଜାଣିନଥିଲୁ ସେମାନେ ତାଙ୍କ ଘରେ ଏତେ ବଡ଼ ବଡ଼ ସିକ୍ୟୁରିଟି ଖଞ୍ଜିଛନ୍ତି l ପ୍ରଥମ ଦିନହିଁ ଜ୍ୟୋତି ଧରାପଡ଼ିଯାଇଥିଲା l ମୋତେ କହିଲା ଏଠି ଆଉ ବେଶି ଦିନ ରହି କିଛି କରିହବନି l ଆମେ ଜଲ୍ଦି ଆମ ପ୍ଲାନ କୁ ଫଳପ୍ରଦ କରିବା l ସେଦିନ ସେ ଟଙ୍କା ଆଉ ସୁନା ଗହଣା ଚୋରିକରି ମୋତେ ଡାକିଥିଲେ l ମୁଁ ବାହାରେ ତାକୁ ଅପେକ୍ଷା କରିଥିଲି l କିନ୍ତୁ ମୋ ଭାଗ୍ୟ ଖରାପ ଯେ ଆମେ ଧରାପଡ଼ିଗଲୁ l ଖସିଯିବାରେ ସେ ସଫଳ ହେଲା କିନ୍ତୁ ମୁଁ ସେଇଠି ପଡ଼ିଗଲି l ଏମାନେ ମୋତେ କାବୁ କରିନେଲେ l

ସବୁବେଳେ ପ୍ରମାଣ ମୋ ବିରୁଦ୍ଧରେ ଥିଲା l ନିଜକୁ ନିର୍ଦୋଷ ବୋଲି ସାବ୍ୟସ୍ତ କରିବା ପାଇଁ ମୋ ପାଖରେ କିମ୍ବା ବାପାଙ୍କ ପାଖରେ ଭାଷା ବି ନଥିଲା l ଯାହାସବୁ ଘଟିଯାଉଥିଲା ସେସବୁ କଳ୍ପନା ବାହାରେ ଥିଲା l ଆମ ନୀରବତା ଦେଖି ମୁଖିଆ ତାଙ୍କ ନିଷ୍ପତି ଶୁଣେଇଲେ….

ଜ୍ୟୋତିର ନୀରବତା ଆଉ ସବୁ ସାକ୍ଷୀ ପ୍ରମାଣକୁ ଆଧାରକରି ଯାହା ଜଣାପଡୁଛି ଶୁଭମ ସତ କହୁଛି l ଏମିତି ଘୃଣ୍ୟ କାମ ଯଦି ଆମ ଗାଁ ରେ ହୋଇଥାନ୍ତା ତାହେଲେ କଠୋର ଦଣ୍ଡ ବିଧାନ କରାଯାଇଥାନ୍ତା l କିନ୍ତୁ ଏ ଘଟଣା ଶୁଭମ ଓ ଜ୍ୟୋତିର ଛାଡ଼ପତ୍ର ହୋଇଯିବା ଆବଶ୍ୟକ l ଏହି ସଭାରେ ସମସ୍ତଙ୍କ ସମ୍ମୁଖରେ ଲେଖା ପଢ଼ା ହୋଇଯିବ l ଯଦି ଜ୍ୟୋତିର କିଛି ଆପତ୍ତି ଥାଏ ତାହେଲେ ସେ କୋର୍ଟର ଦ୍ୱାରସ୍ଥ ହୋଇପାରେ l

ନା….. ମୋର କୌଣସି ଆପତ୍ତି ନାହିଁ କିମ୍ବା ମୁଁ କୋର୍ଟର ଦ୍ୱାରସ୍ତ ହେବାକୁ ଚାହୁଁନି l କିନ୍ତୁ ଗୋଟିଏ କାମ ମୁଁ ନିଶ୍ଚୟ କରିବି…..

ଯଦି ଆଇନ କାନୁନ ଥାନ୍ତା ତାହେଲେ ସେ ରାକ୍ଷସକୁ ମୁଁ ଏଇଠି ମାରିଦେଇଥାନ୍ତି l କିନ୍ତୁ ମୁଁ କାନୁନ ରେ ବନ୍ଧା, ସେମିତି କିଛି କରିବାର ଅଧିକାର ନାହିଁ l ଛାଡ଼ପତ୍ର ଲେଖା ସରିବା ପରେ ସେଇଠି ସମସ୍ତଙ୍କ ଉପସ୍ଥିତିରେ ନିଜ ମଥାରେ ସିନ୍ଦୁର ପୋଛିଦେଲି, ହାତର ଶଙ୍ଖା ମଧ୍ୟ ନିଜେ ଭାଙ୍ଗିଦେଲି l ଘର ଭିତରକୁ ଯାଇ ଏକ ଲୋଟାରେ ଗଙ୍ଗାଜଳ ଭରିଆଣି ସୁଦ୍ଧସ୍ନାନ କଲି ମୁଁ ସେ ସଇତାନ ପାଇଁ l ପ୍ରତିଜ୍ଞା କଲି ମୋ ଜୀବନରୁ ଏଇ ଗୋଟାଏ ମାସ ପୋଛିଦେଇ ନୂଆକରି ଜୀବନକୁ ଗଢି ତୋଳିବି l ବାପା ମା ଙ୍କ ପାଇଁ ଦେଖିଥିବା ସ୍ବପ୍ନ ମୁଁ ଯେମିତି ହେଲେ ପୂରଣ କରିବି l

ଏବେ କହ ଅରୁଣ ମୋ ବିଧବା ବେଶ କେମିତି ମିଛ ହେଲା ?
( ଏକ ଦୀର୍ଘ ନୀରବତା ପରେ )

ନା ମିଛ ନୁହଁ l ତୁ ଯାହା କଲୁ ଠିକ କରିଛୁ l କିନ୍ତୁ ଭଗବାନ ତୋ ଭଳି ଝିଅ ସହ ଠିକ କଲେନି l ତୋ ଭାଗ୍ୟରେ ଯାହା ଥିଲା ହେଲା l ସେ ସମୟ ତ ବିତି ଗଲାଣି, ତଥାପି ତୁ ଏମିତି ନିଜକୁ ଅନ୍ଧାର ଭିତରେ କାହିଁକି ଆବଦ୍ଧ କରିନେଇଛୁ ?

ସୂର୍ଯ୍ୟାଲୋକ ବିନା କଣ ବଞ୍ଚିବା ସମ୍ଭବ ? ଟିକେ ବାହାରକୁ ବାହାରେ, ଦେଖିବୁ ସୂର୍ଯ୍ୟାଲୋକ ରେ ପୃଥିବୀ କେମିତି ଝଲସି ଉଠୁଛି l

ନା ଅରୁଣ, ସେଇଟା ଆଉ ସମ୍ଭବ ନୁହଁ l ସୂର୍ଯ୍ୟାଲୋକ ମୋତେ ଆଉ ଉଷ୍ମତା ପ୍ରଦାନ କରୁନି, ମୋ ଆଖିରେ ତୀର ହୋଇ ବିଦ୍ଧ କରିଛି l ସେ କଷ୍ଟ ମୁଁ ସାହିପାରୁନି l

କାହିଁକି ଜ୍ୟୋତି ? ଏତେ କଷ୍ଟ ଯନ୍ତ୍ରଣାର ସାମ୍ନା କରି ମଧ୍ୟ ତୁ ସମାଜକୁ ଖାତିର ନକରି ସବୁକିଛି ଶେଷ କରିଥିଲୁ l ନୂଆକରି ଜୀବନକୁ ଜିଇବା ପାଇଁ ଦୃଢ ପ୍ରତିଜ୍ଞା କରିଥିଲୁ l କିନ୍ତୁ ଆଜି କାହିଁକି ତୁ ସେ ପ୍ରତିଜ୍ଞା ରୁ ଓହରି ଯାଉଛୁ ? ତୋ ବାପା ମା ଙ୍କ ପାଇଁ ଦେଖିଥିବା ସ୍ୱପ୍ନକୁ ତୁ ନିଜେ ଜାଳି ଦଉଛୁ କାହିଁକି ?

ହଁ, ପ୍ରତିଜ୍ଞା କରିଥିଲି କିନ୍ତୁ ଜାଣିନଥିଲି ଶୁଭମ ଭଳି କେତେ ରାକ୍ଷସ କେତେ ରୂପରେ ଏ ସମାଜରେ ଗଳି କନ୍ଦିରେ ବୁଲୁଛନ୍ତି l ପ୍ରତି କ୍ଷେତ୍ରରେ ସେମାନଙ୍କର ସାମ୍ନା କରିବାକୁ ପଡିବ l ମିଛରେ ହଉ ପଛେ, ଯେତେବେଳେ ଗୋଟିଏ ନାରୀ ଦେହରେ ଚରିତ୍ରହୀନ ଦାଗ ଲାଗିଯାଏ, ସେଇ ନର ରାକ୍ଷସମାନେ ତାକୁ ନିଜର ସମ୍ପତ୍ତି ଭାବିନିଅନ୍ତି l ମୋ ଦେହରେ ଶୁଭମ ଗୋଟିଏ ଚରିତ୍ରହୀନ ର ଦାଗ ଲଗେଇ ଚାଲିଯାଇଥିଲା l ତାପରେ ଆରମ୍ଭ ହେଲା ମୋ ଉପରେ ସମାଜର ଅତ୍ୟାଚାର l
ସ୍ବପ୍ନ ସାକାର କରିବା ଉଦ୍ଦେଶ୍ୟରେ ଘରୁ ଗୋଡ଼କାଢ଼ିଲି ସତ କିନ୍ତୁ ଆଗକୁ ବଢ଼ିପାରିଲି ନାହିଁ l ମୋତେ ସହଯୋଗ କରିବା ବଦଳରେ ଗାଁର ଲୋକମାନେ ଦେଖେଇ ଦେଖେଇ ଅନେକ କଥା କହୁଥିଲେ lସମସ୍ତଙ୍କ ନଜରରେ ମୋ ପାଇଁ ଘୃଣା ମୁଁ ସ୍ପଷ୍ଟ ଦେଖିପାରୁଥିଲି l ମୋ ଚରିତ୍ରକୁ ନେଇ ଅନେକ ସମାଲୋଚନା, ଅନେକ ଲଜ୍ଜା ଜନକ ମନ୍ତବ୍ୟ, ସବୁ ମୋ କାନରେ ପଡୁଥିଲା l ପ୍ରତ୍ୟୁତ୍ତର କେବେ କରିନି l ଦିନେ ବାଟରେ ଯାଉ ଯାଉ ଚାଳିଶ ବୟସର ଲୋକଟେ ମୋ ଚୁନି ଟାଣି ଅଟକେଇ ତାର ସେଇ ପାନଖିଆ ନାଲିଦାନ୍ତ ଦେଖେଇ ମୋତେ ତା ସହ ହୋଟେଲ ଯିବାକୁ କହିଲା l ମୋ ରକ୍ତ ଗରମ ହୋଇଗଲା l ଚପଲ ଟେ ପାଦରୁ ବାହାର କରି କଷି ଦେଲି ଦୁଇଗାଲରେ l ଲୋକଟା ଗର୍ଜିଲା l କିଛି ଦୂରରେ ଥିବା ତିନି ଚାରି ଜଣ ଲୋକ ଧାଇଁ ଆସିଲେ l ସେମାନଙ୍କ ମଧ୍ୟରୁ ଜଣେ ଥିଲା ଆମ ଗାଁ ର ଲୋକ l ସେମାନଙ୍କୁ ଦେଖି ଲୋକଟା କହିଲା…. ଦେଖ ହୋଇ ଏଇ ସତୀକୁ l କାହା କାହା ସାଙ୍ଗରେ ମୁହଁ କଳା କରୁଛି, ମୋ ଆଗରେ ସତୀ ଦେଖାଉଚି l ପଇସା ନବୁ ତ……, କେତେ ଦରକାର କହ l ଅନ୍ୟ ଲୋକମାନେ ତା କୁତ୍ସିତ କଥାକୁ ସମର୍ଥନ କରି କହିଲେ…. ଆରେ ଭାଇ, ସେ କେବଳ ବଡ଼ ମାଛ ଫସେଇବ l ଆମ ଭଳି ଛୋଟ ମାଛ ମାନଙ୍କୁ ସେ କଣ ହାତ ମାରିବାକୁ ଦବ l

ଆଗକୁ ଯାଇପାରିଲିନି, ଘରକୁ ଫେରିଆସିଲି l ଏମିତି କିଛି ଘଟିବ ବୋଲି ବାପା ମା ବୋଧହୋଏ ପୂର୍ବରୁ ଅନୁମାନ କରିଥିଲେ l ପୁରୁଣା ଲୋକ, ଦୁନିଆକୁ ବେଶ ଭଲ ଭାବରେ ପରଖିଛନ୍ତି l କାହିଁକି ଫେରି ଆସିଲି ବୋଲି ମୋତେ କିଛି ପ୍ରଶ୍ନ କଲେନି l

ମୁଖିଆ କିନ୍ତୁ ମୋ ବାପାଙ୍କୁ ପ୍ରଶ୍ନ କଲେ l ଲୋକଟିକୁ ଚପଲରେ ପିଟିବା ସମୟରେ ଆମ ଗାଁ ର ଯେଉଁ ଲୋକଟା ସେଠି ଉପସ୍ଥିତ ଥିଲା , ସେ ଆସି ମୁଖିଆଙ୍କୁ ଘଟଣାଟି ଅତିରଞ୍ଜିତ କରି ସେମାନଙ୍କୁ ସୁହାଇଲା ଭଳି ବର୍ଣ୍ଣନା କରିଥିଲା l ମୁଖିଆ ଗାଁରେ ସଭା ଡକେଇ ବାପାଙ୍କୁ ଏ ଘଟଣା ବିଷୟରେ ପଚାରିଲେ l କଣ ଜବାବ ଦେଇଥାନ୍ତେ ମୋ ବାପା ଆଉ କିଏ ବା ବିଶ୍ୱାସ କରିଥାନ୍ତା ? ଚୁପ ରହିଲେ l ମୁଖିଆ କହିଲେ ତମ ଝିଅର କଳଙ୍କ ପାଇଁ ଆମ ଗାଁ କୁ ମୁଁ କଳଙ୍କିତ କରିପାରିବିନି l ତମ ଝିଅ ମୁହଁକୁ ତ ଲଜ୍ଜା ନାହିଁ, ଏତେ କାଣ୍ଡ କଲାପରେ ବି ଚାରିଆଡେ ମୁହଁ ଉଠେଇ ବୁଲୁଛି l ଜିଅନ୍ତା ରାଣ୍ଡ ସେ, କେତେବେଳେ କାହା ଉପରେ ଲୋଲୁପ ଦୃଷ୍ଟି ପକେଇବ ଠିକନାହିଁ l ତେଣୁ ସମସ୍ତଙ୍କର ମଙ୍ଗଳ ପାଇଁ ତମକୁ ଏ ଗାଁ ରୁ ନିଆଁ ପାଣି ବାସନ୍ଦ କରାଯାଉଛି l କେବଳ ସପ୍ତାହକୁ ଥରେ ତମେ ନିଜେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରକୁ ଯାଇପାରିବ l ସେ ଜିଅନ୍ତା ରାଣ୍ଡକୁ ଘରୁ ଗୋଡ଼ କାଢ଼ିବାକୁ ଅନୁମତି ନାହିଁ l ଯଦି ଏହି ନିଷ୍ପତି ସେ ନମାନେ ତେବେ ତମ ସମସ୍ତଙ୍କୁ ଏ ଗାଁ ରୁ ବାହାର କରିଦିଆଯିବ l

ତୁ କହ ଅରୁଣ, କେମିତି ଏ ବୟସରେ ମୁଁ ସେମାନଙ୍କୁ ବାସଚ୍ୟୁତ କରିବି ? ତେଣୁ ମୁଁ ନିଜକୁ ଆବଦ୍ଧ କରିନେଇଛି ଏଇ ଘର ଭିତରେ l

ତୋର ମନେ ଅଛିନା ତୋ ବିବାହ ଧାର୍ଯ୍ୟ ହବା ପରେ ମୁଁ ତୋତେ ଦେଖା କରିବାକୁ ଆସିଥିଲି l ମୁଁ ସେତେବେଳେ ଜାଣିନଥିଲି ତୋ ବିବାହ ଧାର୍ଯ୍ୟ ହୋଇସାରିଛି l ବିଦେଶରେ ଗୋଟିଏ ଭଲ କମ୍ପାନୀରେ ମୋର ଚାକିରୀ ହୋଇଯାଇଥିଲା l ମୋତେ ଶୀଘ୍ର ଯାଇ ଜଏନ କରିବାର ଥିଲା l ଯିବା ପୂର୍ବରୁ ମୁଁ ଆସିଥିଲି ତୋ ପାଖକୁ, ଏତେବର୍ଷ ଧରି ଲୁଚେଇ ରଖିଥିବା ମୋ ପ୍ରେମ ବନ୍ଧନରେ ତୋତେ ବାନ୍ଧିନେବା ପାଇଁ l ଭାବିଥିଲି ଯେମିତି ଛୋଟବେଳେ ମୋ ତୋତେ ଭଲପାଇ ଆସିଛି, ତୁ ବି ମୋତେ ସେମିତି ମନେ ମନେ ଭଲପାଉଥିବୁ l ନଭାବିଥାନ୍ତି କେମିତି ! ତୋର ମୋ ପ୍ରତି ସେଇ ଆକଟ, ଅନ୍ୟ ଝିଅଙ୍କ ସହ ମୁଁ କଥା ହେଲେ ତୋର ସେଇ ଇର୍ଷା, ମୋତେ କିଛି କଷ୍ଟ ହେଲେ ତୋର ସେ ଲୁହ, ମୁଁ ଦିନେ ସ୍କୁଲ ନଗଲେ ତୋର ସେ ପ୍ରଶ୍ନବାଣ ଆଉ ଅଭିମାନ, ଏସବୁ ମୋତେ ଚୁପି ଚୁପି କହିଯାଉଥିଲା ଜ୍ୟୋତି ବି ତୋତେ ଭଲପାଏ l ଅନେକ ସ୍ବପ୍ନ ଦେଖିଥିଲି ତୋତେ ନେଇ l ତୋତେ କିନ୍ତୁ ମୋ ହୃଦୟ ଖୋଲି ଦେଖେଇବା ପାଇଁ ସାହାସ କରିପାରିନଥିଲି କାରଣ ମୁଁ ଜାଣିଥିଲି ତୋ ବାପା ମା ଚାହୁଁଥିଲେ ଭଲ ଚାକିରୀ କରିଥିବା ଜ୍ୱାଇଁ l ମୁଁ ତ ସେତେବେଳେ ପଢ଼ୁଥିଲି, ତେଣୁ ଅପେକ୍ଷା କରିଥିଲି ସମୟକୁ ଯେତେବେଳେ ମୁଁ ମୋ ନିଜ ଗୋଡ଼ରେ ଠିଆ ହୋଇପାରିବି l ସେ ସମୟ ଆସିଲା ମଧ୍ୟ l କିନ୍ତୁ ମୋର ସ୍ବପ୍ନ ସବୁ ପାଣି ଫୋଟକା ପରି ମିଳେଇଗଲା ଯେତେବେଳେ ମୁଁ ତୋତେ ପ୍ରପୋଜ କରିବାକୁ ଗାଁ କୁ ଆସିଲି l

ତୋ ବାହାଘର ଆଉ ଅଳ୍ପଦିନ ବାକିଥାଏ l ଏଠି ପହଞ୍ଚି ସାରଙ୍କ ଠାରୁ ଜାଣିବାକୁ ପାଇଲି ତୋ ବିବାହ ଠିକ ହୋଇଛି l ଶକ୍ତ ଆଘାତ ଲାଗିଥିଲା ମୋତେ, ତୋତେ ଦେଖାକରିବା ପାଇଁ ଆଉ ଧର୍ଯ୍ୟ ନଥିଲା l ଭାବିଲି ସେଇ ଦାଣ୍ଡ ଦୁଆରୁ ଫେରିଯିବି l ସେତିକିବେଳେ ତୁ ମୋତେ ଦେଖି ଡ଼ାକିନେଲୁ ଘର ଭିତରକୁ l ନା ତୋତେ ଚାହିଁପାରୁଥିଲି ନା କିଛି କହିପାରୁଥିଲି, ଶ୍ୱାସ ରୁଦ୍ଧ ହେଲାଭଳି ଲାଗୁଥିଲା l ମୋ ମୁହଁର ପ୍ରତ୍ୟେକଟି ଭାବ ଭଙ୍ଗିକୁ ପରଖି ପାରୁଥିବା ତୋର ସେଇ ଦୁଇଟି ଆଖି ସେଦିନ କିନ୍ତୁ ବୁଝିପାରିଲାନି ମୋ କଷ୍ଟ ଜର୍ଜରିତ ଆଖିର ଭାଷା l ଖୁସିରେ ଆତ୍ମହରା ହୋଇ ଗପି ଚାଲିଥିଲୁ ଶୁଭମ ଓ ତା ଘର ବିଷୟରେ l ତୁ ସିନା ତୋ ଭବିଷ୍ୟତ କଥା ଗପି ଚାଲିଥିଲୁ, ମୁଁ ଶୁଣୁଥିଲି ମୋ ଭଗ୍ନ ହୃଦୟର ବିଳାପ l ନିଜକୁ ପଚାରୁଥିଲି ମୋ ଭାବନା କଣ ଭୁଲ ଥିଲା ? ଜ୍ୟୋତି କଣ କେବେ ମୋତେ ଭଲପାଇନି ? କେମିତି ଏତେବଡ ଭ୍ରମରେ ପଡ଼ିଗଲି ? ଏବେ ଯଦି ତା ପାଇଁ ମୋ ହୃଦୟର ଭାବନା ପ୍ରକାଶ କରିବି ସେ ମୋତେ କଣ ଗ୍ରହଣ କରିପାରିବ ? ଏତେ ସ୍ୱାର୍ଥପର ମୁଁ ହୋଇପାରିଲିନି l ତୋ ଖୁସି ମୁଁ କେମିତି ଛଡେଇ ଆଣିଥାନ୍ତି ? ତା ଛଡା କଥା ବି ବହୁତ ଆଗେଇ ସାରିଥିଲା l ବନ୍ଧୁ ବାନ୍ଧବ, ଗାଁ ଲୋକ ସମସ୍ତେ ଜାଣିସାରିଥିଲେ ତୋ ବିବାହ କଥା l ପରିସ୍ଥିତି ଓ ପରିବେଶ କୁ ମୁଁ ଖରାପ କରିବାକୁ ଚାହୁଁ ନଥିଲି l ତେଣୁ ଚୁପ ରହିବା ଶ୍ରେୟସ୍କର ମଣିଲି l ତୋ ଭାଗ୍ୟକୁ ନେଇ ତୁ ଗର୍ବ କରୁଥିଲାବେଳେ ମୁଁ ମୋ ଭାଗ୍ୟକୁ ନିନ୍ଦା ତୋ ପାଖରୁ ବିଦାୟ ନେଇଥିଲି l

ଏବେ କହ ଜ୍ୟୋତି ମୁଁ କଣ ଭୁଲ କଲି ? ତୋ ଖୁସି ଚାହିଁବା କଣ ମୋର ଭୁଲ ? ତୁ ପରା ମୋର ସବୁଠୁ ଭଲ ସାଙ୍ଗ, କେମିତି ଭାବିପାରିଲୁ ମୁଁ ଦୟା ଦେଖେଇ ତୋତେ ନିଜର କରିବାକୁ ଚାହୁଁଚି ? ଏତିକି ବିଶ୍ୱାସ ମୋ ଉପରେ ?

କଣ ବିଶ୍ୱାସ କରିବି, କାହାକୁ ବିଶ୍ୱାସ କରିବି ? ମୋ ମନ, ଧର୍ଯ୍ୟ, ବିଶ୍ୱାସ emiti ଭାଙ୍ଗି ଚୁରମାର ହୋଇଛି ଯେ ପ୍ରତ୍ୟେକ ମଣିଷର କାର୍ଯ୍ୟକଳାପ ସନ୍ଦେହ ସୃଷ୍ଟି କରୁଛି l ଶୁଭମ ରଚିଥିବା ଚକ୍ରବ୍ୟୁହରେ ମୁଁ ଏମିତି ଫଶିଯାଇଛି ଯେ ଲୁହ ଲୁହାଣ ହୋଇ ମଧ୍ୟ ସେ ଚକ୍ରବ୍ୟହରୁ ଆଜି ପର୍ଯ୍ୟନ୍ତ ମୁକୁଳି ପାରୁନି l ଜାଣିନି ସେ ଚକ୍ରବ୍ୟୁହରୁ ମୁଁ ମୁକୁଳିବି ନା ଅଭିମନ୍ୟୁ ଭଳି ପ୍ରାଣଯିବ!

ସେମିତି କହନି ଜ୍ୟୋତି l ମୁଁ ଜାଣିଛି ତୋ ସହ ଯାହା ସବୁ ଘଟିଛି, ସେଥିରେ ତୁ ଭାଙ୍ଗି ପଡିଚୁ l ତୁ କଣ….. ତୋ ଜାଗାରେ ଯଦି ଆଉ କେହି ଥାନ୍ତା ତା ଚିନ୍ତାଧାରା ବି ତୋ ଭଳି ହୋଇଥାନ୍ତା l କିନ୍ତୁ କିଛି ଖରାପ ଲୋକଙ୍କ ପାଇଁ କଣ ପୁରା ଦୁନିଆ ଖରାପ ହୋଇଯାଏ ? ଦୁନିଆରେ ଏମିତି ଲୋକ ବି ଅଛନ୍ତି ଯେଉଁମାନେ ସ୍ନେହ, ପ୍ରେମ, ମଣିଷପଣିଆକୁ ଜୀବନର ବ୍ରତକରି ଅଗଣିତ ଲୋକଙ୍କୁ ବଞ୍ଚିବାର ରାହା ଦେଖାଉଛନ୍ତି l ସେଇମାନଙ୍କ ପାଇଁ ଏ ସୃଷ୍ଟି ଜୀବିତ ଅଛି l ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ଦୁନିଆରେ ଭଲ ମନ୍ଦ ଦୁଇଟି ଜିନିଷ ଅଛି l ଆମେ ମନ୍ଦକୁ ତ୍ୟାଗକରି ଭଲକୁ ଗ୍ରହଣ କରିଲେ ଯାଇ ଜୀବନ ସରଳ ସୁନ୍ଦର ହୋଇ ଗଢି ଉଠିବ l

ତୁ ପରା କହୁଥିଲୁ ଯେ ତୁ ତ ବାପା ମାଙ୍କ ପାଇଁ ବଞ୍ଚିଛୁ l କେବେ ଭାବିଛୁ ସେମାନେ କେମିତି ବଞ୍ଚିଛନ୍ତି l ତୋର ଏପରି ଅବସ୍ଥା ଦେଖି ସେମାନଙ୍କୁ କେତେ କଷ୍ଟ ହଉଥିବ କେବେ ଚିନ୍ତା କରିଛୁ ? ବୁଢା ବୁଢ଼ୀ ଦୁଇଜଣ ତୋତେ ସାହାରା କରି ବଞ୍ଚିଥିଲେ l କିନ୍ତୁ ଏବେ ସେମାନେ ତୋତେ ସାହାରା ଦେଉଛନ୍ତି l ତୋତେ ଦେଖା କରିବା ପୂର୍ବରୁ ମୁଁ ସାରଙ୍କ ସହ କଥା ହଉଥିଲି l ଜାଣିଛୁ ସେ କଣ କହିଲେ…..

ବୁଢା ବୁଢ଼ୀ ଦୁଇଜଣ ତୋତେ ସାହାରା କରି ବଞ୍ଚିଥିଲେ l କିନ୍ତୁ ଏବେ ସେମାନେ ତୋତେ ସାହାରା ଦେଉଛନ୍ତି l ତୋତେ ଦେଖା କରିବା ପୂର୍ବରୁ ମୁଁ ସାରଙ୍କ ସହ କଥାହଉଥିଲି l ଜାଣିଛୁ ସେ କଣ କହିଲେ ? କହିଲେ ସେମାନେ ନିଜ ପାଇଁ ବଞ୍ଚିନାହାନ୍ତି, ବଞ୍ଚିଛନ୍ତି ତୋ ପାଇଁ l ତାଙ୍କ ବୟସ କିମ୍ବା ପରିସ୍ଥିତି ତାଙ୍କୁ କଷ୍ଟ ଦଉନି, କଷ୍ଟ ଦଉଛି ତୋ ଯନ୍ତ୍ରଣା l ନିଜ ଆଖି ସାମ୍ନାରେ ନିଜ ସନ୍ତାନର ଯନ୍ତ୍ରଣା ଜର୍ଜରିତ ଜୀବନ ଦେଖି କେଉଁ ବାପାମାଆ ସହିପାରିବେ କହିଲୁ ? ସବୁ ବାପାମା ଚାହାଁନ୍ତି ନିଜ ସନ୍ତାନର ହସ ଖୁସିର ସଂସାର ଦେଖୁ ଦେଖୁ ସେମାନଙ୍କ ଶେଷ ନିଃଶ୍ୱାସ ତ୍ୟାଗ ହଉ l କିନ୍ତୁ ସେମାନଙ୍କ ଭାଗ୍ୟରେ ସେତିକି ବି ନାହିଁ l ମାନୁଛି ଏଥିରେ ତୋର କିଛି ଦୋଷ ନାହିଁ, ଦୋଷ ତୋ ଭାଗ୍ୟର l କିନ୍ତୁ ସବୁ ଦୋଷ ଭାଗ୍ୟକୁ ଦେଇ ଆମେ ଘର କୋଣରେ ଚୁପ ରହି ପଡିରହିଲେ କଣ ସବୁ ସମସ୍ୟାର ସମାଧାନ ହୋଇଯିବ? ଆମକୁ ଭାଗ୍ୟ ସହ ଲଢ଼ିବାକୁ ପଡିବ l ତୁ ଯଦି ମୋ କଥାର ଗୁରୁତ୍ୱ ଟିକିଏ ବି ବୁଝିପାରୁଛୁ ତାହେଲେ ନିଜକୁ ପଚାରି ଦେଖ ଯେଉଁ ବାପାମାନଙ୍କ ପାଇଁ ତୁ ଏତେ ଚିନ୍ତା କରୁଛୁ, ସେମାନଙ୍କ ପାଇଁ କିଛି କର୍ତବ୍ୟ ସମ୍ପାଦନ କରିପାରିଛୁ ? କର୍ତ୍ତବ୍ୟ ରାସ୍ତାରେ କେତେ ବାଧା ବିଘ୍ନ ଆସେ l ତଥାପି ସେସବୁକୁ ସାମ୍ନାକରୀ ଆଗକୁ ବଢିବାକୁ ହୁଏ l କିନ୍ତୁ ତୁ କଣ କଲୁ ? ଗୋଟିଏ ପ୍ରତିଘାତରେ ଘରେ ଚୁପହୁଇ ବସିଗଲୁ l ବାସଚ୍ୟୁତ କରିବୁନି ଭାବି ସେମାନଙ୍କୁ ଶାନ୍ତିଚ୍ୟୁତ କରିଦେଲୁ ସେମାନଙ୍କ ଆଖିରେ ଭାଷା କେବେ ପଢିବାକୁ ଚେଷ୍ଟା କଲୁନି l ସେମାନଙ୍କୁ ଭଲରେ ରଖିବାର ଚେଷ୍ଟାରେ ତୁ ସେମାନଙ୍କୁ କଷ୍ଟ ଦେଇଚାଲିଛୁ l

– ଆଉ କଣ କରିଥାନ୍ତି ଅରୁଣ ? କେମିତି ଏ ସମାଜ, ଏ ଦୁନିଆର ସାମ୍ନା କରିଥାନ୍ତି ?

– ସମାଜ କାହାକୁ କହୁଛୁ ଜ୍ୟୋତି…… କାହାକୁ ନେଇ ସମାଜ ଗଠିତ ? ଏଇ ଲୋକମାନଙ୍କ ପାଇଁ ଯେଉଁମାନେ କେବଳ ଭୁଲକୁ ଜଗିବସନ୍ତୀ ? ଯେତେ ଭଲ କରିଥାଅ ସମସ୍ତେ ଭୁଲିଯିବେ, କିନ୍ତୁ ଗୋଟିଏ ଭୁଲ କଲେ ତମର ସବୁ ଭଲku ଭୁଲିଯାଇ ସେଇ ଭୁଲଟିକୁ ଧରିବସିବେ l ରଘୁ ସାର ଏ ଗାଁ ର ଅନେକ ଲୋକପାଇଁ ଅନେକ କାମ କରିଛନ୍ତି l କାହାକୁ ଟଙ୍କା ପଇସା ର ସହାୟତା ତ କାହାକୁ ଖାଦ୍ୟ ପେୟ ର l ସ୍କୁଲ ପିଲାମାନଙ୍କର ଭବିଷ୍ୟତ ଉଜ୍ଜଳ କରିବାକୁ ଯାଇ ନିଜ ପରିବାରକୁ ବି ଯଥେଷ୍ଟ ସମୟ ଦେଇପାରୁନଥିଲେ l କେତେ ଲୋକଙ୍କୁ ବୁଝେଇ ଶୁଝେଇ, ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଆଣି ପାଠ ପଢ଼େଇ ନିଜ ଗୋଡ଼ରେ ଠିଆ ହବାପାଇଁ ସକ୍ଷମ କରିଛନ୍ତି l କିନ୍ତୁ ସେସବୁ କଣ କେହି ମନେ ରଖିଲେ ? ତୁ ଏହିଭଳି ସମାଜର ଦ୍ୱାହି ଦଉଛୁ ? ଆଉ ବାକି ରହିଲା ଦୁନିଆ…….ଦୁନିଆ କଣ ଏଇ ଗାଁ ରେ ସୀମିତ ନା ଶୁଭମ ର ଚକ୍ରବ୍ୟୁହ ରେ ସୀମିତ ? ତୁ ପରା ଶିକ୍ଷିତ ! କୁହାଯାଏ ” Education gives you wings to fly “. କାହିଁକି ତୁ ଉଡ଼ିଗଲୁଣି ଏ ହୀନମନ୍ୟତାରୁ, ଏ ଗାଁ ରୁ ଦୁରକୁ ଯେଉଁଠି ସ୍ୱାଭିମାନର ସହ ବଂଚିବାରେ କିଛି ବାଧା ବିଘ୍ନ ନଥାନ୍ତା ? ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଜ୍ୟୋତି l ଥରେ ନିଜଠାରେ ଦୃଢ଼ ଇଛାଶକ୍ତିର ଆବିର୍ଭାବ କର, ଦେଖିବୁ ତୋର ସବୁ ଆଶା, ସବୁ ସ୍ବପ୍ନ ପୂର୍ଣ୍ଣ ହବ l

– କହିବା ବହୁତ ସହଜ ଅରୁଣ, କରିବା କଷ୍ଟ l ଜୀଵନ ପଥ କଣ୍ଟକିତ l ଯେତେ ସତର୍କ ହୋଇ ଚାଲିଲେ ବି ପାଦରେ କଣ୍ଟା ଫୁଟିଯାଏ ଲ ନାରୀଟିଏ ଯେତେ ସକ୍ଷମ ଓ ଦୃଢ଼ ହେଲେ ମଧ୍ୟ ଏ ସମାଜରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସମର୍ଥ ନୁହଁ l ଯଦି ସେମିତି ହୋଇଥାନ୍ତା ଯାଜ୍ଞସେନୀଙ୍କୁ ଯୁଧିଷ୍ଠିର ଗୋଟିଏ ବସ୍ତୁ ଭାବି ପଶାଖେଳରେ ବାଜି ଲଗେଇନଥାନ୍ତା l କୁରୁସଭାରେ ନିଜର ଇଜ୍ଜତ ରକ୍ଷାକରିବା ପାଇଁ ଦ୍ରୌପଦୀ ସଭାଜନକୁ କାକୁତି ମିନତୀ ହୋଇନଥାନ୍ତେ l ଶ୍ରୀକୃଷ୍ଣ ଯଦି ସେଦିନ ଦ୍ରୌପଦୀଙ୍କ ସହାୟତା କରିନଥାନ୍ତେ ତାହେଲେ କଣ ସେ ନିଜକୁ ରକ୍ଷା କରିପାରିଥାନ୍ତେ ? ବର୍ତମାନ ସମାଜରେ କେବଳ ଦୁର୍ଯ୍ୟୋଧନ ଓ ଦୁଃଶାସନ ଙ୍କ ଭଳି ଅମଣିଷଙ୍କ ପାଦୁର୍ଭାବ l କୃଷ୍ଣଙ୍କ ସନ୍ଧାନ କେଉଁଠୁ ପାଇବି ?

– ତୁ ଜାଣିଛୁ କୃଷ୍ଣ ଓ ଦ୍ରୌପଦୀ ଙ୍କ ସମ୍ପର୍କ କଣ ? ଦୁହେଁ ଦୁହିଁଙ୍କ ସଖା, ପ୍ରକୃତ ବନ୍ଧୁ l ସମୟ ଚକ୍ରରେ ଯେତେବେଳେ ନିଜର ରକ୍ତ ସମ୍ପର୍କୀୟ ବି ଦୂରେଇଯାନ୍ତି, ସେତେବେଳେ କେବଳ ପ୍ରକୃତ ବନ୍ଧୁ ହିଁ ସାହାଯ୍ୟ ସହଯୋଗର ହାତ ବଢ଼େଇ ଥାନ୍ତି l ତୋର ମୋର ସମ୍ପର୍କ ବି ସେମିତି ଜ୍ୟୋତି l ତୋର ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ମୁଁ ତୋ ହାତଛାଡି କେମିତି ଚାଲିଯିବି ? ମୁଁ ହାତ ବଢ଼େଇଛି….. ଥରେ ମୋ ହାତ ଧରି ତ ଦେଖ l ସାଥିଟିଏ ହୋଇ ତୋ ଚଲାପଥରୁ ସବୁ କଣ୍ଟା ବାଛିନେବି l ତୋ ପାଦରେ କଣ୍ଟାଟିଏ ବି ଫୋଡିହବାକୁ ଦେବିନି l

-ମୋ ଚଲାପଥରୁ ସିନା କଣ୍ଟା ବାଛିନବୁ, ତୋ ଚଲାପଥ କଣ୍ଟକିତ ହୋଇଯିବ ଅରୁଣ l ତୋ ଭାଗ୍ୟକୁ ମୋ ଭାଗ୍ୟ ସହିତ ଯୋଡି ମୋ ଜୀବନକୁ ମଧୁମୟ କରିବାକୁ ଚାହୁଁଛୁ, କିନ୍ତୁ ମୋ ଭାଗ୍ୟ ତୋ ଭାଗ୍ୟ ସହ ଯୋଡିହେଲେ ମୋ ଜୀବନର କଳାଛାଇ ଯଦି ତୋ ଜୀବନରେ ଅନ୍ଧକାର ଭରିଦିଏ ? ବାପା ମାଆ ଙ୍କ ପାଇଁ ଦେଖିଥିବା ମୋ ସ୍ବପ୍ନ ସତ କରିବାକୁ ଯାଇ ଯଦି ତୋ ବାପା ମାଙ୍କ ସ୍ବପ୍ନ ସ୍ୱପ୍ନରେ ରହିଯାଏ ? ମୁଁ ନିଜକୁ କ୍ଷମା କରିପାରିବି ତ ? ମୋ ଖୁସି ପାଇଁ ତୁ ସେଦିନ ତୋ ପ୍ରେମର ବଳିଦେଇଥିଲୁ, ତୋ ଖୁସି ପାଇଁ ମୁଁ କଣ ମୋ ସ୍ୱପ୍ନର ବଳି ଦେଇପାରିବିନି ? ବହୁତ ହସ ଖୁସିର ପରିବାର ତୋର l କେମିତି ତ ବାପା ମାଅ ପରିବାରଙ୍କ ଖୁସିରେ ମୋ ଭାଗ୍ୟର ଗ୍ରହଣ ଲଗେଇବି ? ଏତେ ସ୍ୱାର୍ଥପର ମୁଁ ହୋଇପାରିବିନି ଅରୁଣ l ତୁ ମୋତେ କ୍ଷମା କର, ତୋ ପ୍ରସ୍ତାବରେ ମୁଁ ରାଜି ହୋଇପାରିବିନି l

– କିଏ କହିଲା ମୋ ବାପା ମା ଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଯିବ? ଜାଣିଛୁ ଜ୍ୟୋତି…… ଏମିତି ମୋର କୌଣସି କଥା ନାହିଁ ଯାହା ମୋ ମାଙ୍କୁ ଅଛପା ଅଛି l ମୋ ହୃଦୟର କଥା କେହି ନଜାଣିଲେ ବି ମୋ ମାଅ ଜାଣିଥିଲା l ଯେଉଁଦିନ ମୁଁ ଚାକିରୀ ପାଇଲି ସେଦିନ ମୋ ମାଅ ନିଜେ ମୋତେ କହିଥିଲା ” ଜ୍ୟୋତିକୁ ମୋ ବୋହୁ ରୂପେ ଦେଖିବାକୁ ଆଉ ଅପେକ୍ଷା କରିପାରୁନି l ମୁଁ ଜାଣିଛି ଏଇ ଅଳ୍ପ ଦିନରେ ତୁ ବିଦେଶ ଯିବୁ, ଜ୍ୟୋତିର ମଧ୍ୟ ପଢ଼ା ସରିନି l ବୋହୂ ହୋଇ ଆସିବାକୁ ଆହୁରି ବହୁତ ସମୟ ଅଛି l ତଥାପି ତୁ ଯାଇ ତାକୁ ତ ପ୍ରେମ ବନ୍ଧନରେ ବାନ୍ଧିଆଣ l ତୋ ଚିନ୍ତା ଆଉ ମୋତେ ଲାଗିବନି l ମୁଁ ନିଶ୍ଚୟ ହୋଇଯିବି l ” ଯେତେବେଳେ ତୋ ବିବାହ କଥା ମୁଁ ମୋ ମାଅ ଙ୍କୁ ଜଣେଇଥିଲି ସେତେବେଳେ ମୋ ଅପେକ୍ଷା ମୋ ମାଅ ଅଧିକ କଷ୍ଟ ପାଇଥିଲେ କାହିଁକି ନା ତା ପୁଅର ପ୍ରେମ ଅଧା ରହିଯାଇଥିଲା l ତଥାପି ସେ ତୋ ପାଇଁ ଖୁସି ଥିଲା l ହେଲେ ତୋ ବିଧବା ଖବର ଯେଉଁଦିନ ମାକୁ ମିଳିଥିଲା, ସେଦିନ ମୋତେ ଫୋନକରି ଭୋ ଭୋ ହୋଇ କାନ୍ଦିଥିଲା l କହିଲା ମୋ ଝିଅ ଜୀଵନ ନଷ୍ଟ ହୋଇଗଲା ଅରୁଣ l ଏତେବଡ ପାହାଡ଼ ଭଳି ଜୀବନ…… କେମିତି କାଟିବ ସେ ? ତୁ କିଛି କର ଅରୁଣ l ମୁଁ ଠିକ ବୁଝିପାରୁଥିଲି ତା କହିବା ଉଦ୍ଦେଶ୍ୟ ତେଣୁ ମୁଁ ତାକୁ କହିଥିଲି ଯେ ଜ୍ୟୋତିର ଇଚ୍ଛା ବିରୁଦ୍ଧରେ ମୁଁ କିଛି କରିବିନି l ମା ମଧ୍ୟ ମୋ କଥାର ତାତ୍ପର୍ଯ୍ୟ ବୁଝିଗଲା, ଆଉ କିଛି କହିଲାନି l ଏବେ ମଧ୍ୟ ତୋତେ ବୋହୂ ରୂପରେ ଦେଖିବାକୁ ଚାହିଁ ବସିଛି l ଅବଶ୍ୟ ଏଥିରେ ତାର ସ୍ୱାର୍ଥ ଅଛି l ଯେମିତି ବି ହେଉ ପଛେ ସେ ତା ପୁଅର ଖୁସି ଚାହେଁ l ଯଦି ତୋର ମୋ କଥାରେ ଭରସା ନାହିଁ ତାହେଲେ ମୋତେ ତୁ ସକାଳ ହବା ପର୍ଯ୍ୟନ୍ତ ସମୟ ଦେ l ଆଜି ରାତିର ଅନ୍ଧାରରେ ତୋ ଭାଗ୍ୟର କଳାଛାଈକୁ ଦୂରେଇଦେଇ ସକାଳର ସୂର୍ଯ୍ୟୋଦୟ ସହିତ ତୋ ଜୀଵନରେ ଜାଳିଦେବି ନୂତନ ଆଶର ଜ୍ୟୋତି l

ଜ୍ୟୋତି ନିରବ, ନିଶ୍ଚଳ, ନିର୍ବିକାର l ନିଜକୁ ବୁଝେଇପାରୁନଥିଲା କେଉଁଟା ଠିକ ଆଉ କେଉଁଟା ଭୁଲ, କେଉଁଟା ସତ, ଆଉ କେଉଁଟା ମିଛ l ଅରୁଣ କିନ୍ତୁ ଜ୍ୟୋତି ଆଖିରେ ଦେଖିପାରୁଥିଲା ଏକ ସୁକ୍ଷ୍ମ ଜ୍ୟୋତି l ବୁଡିଯାଉଥିବା ଜ୍ୟୋତିକୁ କୁଟଖଣ୍ଡର ସାହାରା ମିଳିଯାଇଥିଲା ଅରୁଣ ରୂପରେ l ଅରୁଣ ଫେରିଆସିଲା ତା ଶୋଇବା ସ୍ଥାନକୁ l ମୋବାଇଲରେ କାହାସହ କଥା ହଉଥିବାର ଗୁଣୁ ଗୁଣୁ ଶବ୍ଦ ବାଜୁଥିଲା ଜ୍ୟୋତି କାନରେ l

ସକାଳ ସାଢେ ସାତଟା l କାର ଟିଏ ଆସି ଜ୍ୟୋତି ଘରପାଖରେ ଅଟକିଲା l ପୂର୍ବରୁ ଦାଣ୍ଡପିଣ୍ଡାରେ ଅପେକ୍ଷା କରିଥିଲା ଅରୁଣ l କାର ର ଡୋର ଖୋଲି ବାପା ମାଅ ଓ ସାନ ଭଉଣୀ ସହ ଘରଭିତରକୁ ପ୍ରବେଶ କଲା ଅରୁଣ l ସମସ୍ତଙ୍କୁ ଏକାସାଙ୍ଗରେ ଦେଖି ଜ୍ୟୋତିର ବାପା ମା ଆଶ୍ଚର୍ଯ୍ୟ ହୋଇଯାଇଥିଲେ l କିଛି ପଚାରିବା ପୂର୍ବରୁ ଅରୁଣ ର ମା କହିଲେ…….

ଜ୍ୟୋତି କେଉଁଠି ଅଛି ସମୁଦୁଣୀ ? ମୋତେ ଟିକେ ତା ପାଖକୁ ନେଇଚାଲ l

” ସମୁଦୁଣୀ ” ସମ୍ବୋଧନରେ ହତାବକ ହୋଇଯାଇଥିଲେ ଜ୍ୟୋତିର ବାପା ମା l

କଣ ସମୁଦୁଣୀ, ଆଶ୍ଚର୍ଯ୍ୟ ହୋଇଗଲ? ଆଜିଠୁ ମୁଁ ଆଉ ତୁମକୁ ଦିଦି ସମ୍ବୋଧନ କରିବିନି l ବୋହୂର ମାଅ କୁ କିଏ କଣ ଦିଦି ସମ୍ବୋଧନ କରେ !

କିଛି ବୁଝିପାରିଲିନି ଅନିତା l ଏତେ ସକାଳୁ ସକାଳୁ ଏଠି ସମସ୍ତେ, ପୁଣି ସମୁଦୁଣୀ ସମ୍ବୋଧନ…….!

ତମେମାନେ ଆମକୁ ପର କରିଦେଲ ଦିଦି l ଏଇଠି ଅରୁଣ ବାପାଙ୍କର ପୋଷ୍ଟିଙ୍ଗ ଥିଲାବେଳେ ଆମେ ସମସ୍ତେ ଗୋଟିଏ ପରିବାର ଭଳି ଚଳୁଥିଲୁ l ସୁଖ ଦୁଃଖ, ଭଲ ମନ୍ଦରେ ପରସ୍ପର ସହଭାଗୀ ଥିଲେ l ଏଠାରେ ଗଲାପରେ କଣ ଆମେ ଏତେ ପର ହୋଇଗଲୁ l ଅନେକ କିଛି ଘଟିଗଲା, କିନ୍ତୁ ତମେମାନେ ଆମକୁ ଟିକେ ଜଣେଇବା ଉଚିତ ମନେକଲନି ? ମୋ ଜ୍ୟୋତି ଭଳି ଝିଅ ଜୀବନରେ ପୁଣି ଏମିତି ଦିନ ଦେଖିବାକୁ ଥିଲା ?

ଅରୁଣ କାଲି ରାତିରେ ଫୋନକରି ମୋତେ ସବୁକଥା ଜଣେଇଛି l ଜ୍ୟୋତିକୁ ସେ ତ ଛୋଟବେଳେ ଭଲପାଇବାସିଥିଲା l ମୁଁ ସବୁ ଜାଣିଥିଲି, କେବଳ ସମୟକୁ ଅପେକ୍ଷା କରିଥିଲି l ଭାବିଥିଲି ଠିକ ସମୟରେ ମୋ ଅରୁଣ ପାଇଁ ତମଠୁ ଜ୍ୟୋତିର ହାତ ମାଗିନେବି l କିନ୍ତୁ ଭାଗ୍ୟରେ ବୋଧେ ଆଉକିଛି ଲେଖାହୋଇଥିଲା l ମୋ ପୂର୍ବରୁ ଆଉ କିଛି ଜ୍ୟୋତିକୁ ତୁମଠାରୁ ମାଗିନେଲା l ଅରୁଣର ନିର୍ଦେଶ କ୍ରମେ ମୁଁ ଚୁପ ରହିଲି l କିନ୍ତୁ କାଲିରାତିରେ ଅରୁଣ ଠାରୁ ସବୁ ଶୁଣିସାରିବା ପରେ କାଳ ବିଳମ୍ବ ନକରି ଭୋର ଭୋର ବାହାରି ପଡ଼ିଲି ଏଠାକୁ ଆସି ମୋ ଅରୁଣ ପାଇଁ ଜ୍ୟୋତିର ହାତ ମାଗିବା ଉଦ୍ଦେଶ୍ୟରେ l ମନା କରିବନି ଦିଦି l ଜ୍ୟୋତିକୁ ପତ୍ନୀ ରୂପେ ପାଇଲେ ମୋ ଅରୁଣ ଜୀଵନ ସଜାଡି ହୋଇଯିବ l

ଜ୍ୟୋତିର ମା ଙ୍କ ଆଖିର ଲୁହ ଆଉ ବାଡ଼ ମାନିବାକୁ ପ୍ରସ୍ତୁତ ନଥିଲା l ମାଅ ଆଖିରେ ଲୁହ ଦେଖି କାଳେ ଜ୍ୟୋତିକୁ କଷ୍ଟ ହେବ ଭାବି ସବୁ ଲୁହ ନିଜେ ପିଇଯାଉଥିଲେ l କିନ୍ତୁ ଆଜି ତ ଖୁସିର ଦିନ, ଲୁହ ଗଡା କଣ ଆଉ ବୋଲ ମାନିବ ? ଜାବୁଡି ଧରିଲେ ଅରୁଣର ମାଅ ଙ୍କୁ l

ଆମକୁ କ୍ଷମା କରିଦିଅ ଅନିତା l ଜ୍ୟୋତିର ଅବସ୍ଥା ଦେଖି ଆମେ ବାପା ମାଅ ଦି ଜଣ ସବୁ ଧର୍ଯ୍ୟ ହରେଇବସିଲୁ l ତମକୁ କିଛି ଜଣେଇବା ପାଇଁ ଆଉ ଧର୍ଯ୍ୟ ନଥିଲା l ଜ୍ୟୋତି ତ ତମ ଝିଅ l ତମ ହାତରେ, ତମ ସଂସାର ପାଇଁ ସେ ବଡ଼ ହେଇଛି l ହୁଏତ ତାର ଏସବୁ ମନେନଥିବା l କିନ୍ତୁ ମୁଁ କିଛି ଭୁଲିନି l ସେ ତମ ଘରର ବୋହୂ ହବ, ତାଠୁ ଅଧିକ ଭାଗ୍ୟର କଥା ଆଉ କଣ ଅଛି ? କିନ୍ତୁ ଅନିତା, ଏ ସମାଜ କଣ ଏସବୁ ଗ୍ରହଣ କରିବ ?

ସମାଜର କଣ ଅଛି…..! ଭଲ କହିଲେ କହିବେ, ମନ୍ଦ କହିଲେ କହିବେ ଲ ସମାଜକୁ ଡରି ମୁଁ କେବେ ବଞ୍ଚିବାକୁ ପସନ୍ଦ କରେନି l ମୋ ପିଲାମାନଙ୍କୁ ମୁଁ ଯେଉଁ ସଂସ୍କାର ଦେଇଛି ସେହି ସଂସ୍କାର ସେମାନଙ୍କୁ କେବେ ଭୁଲ ପଥରେ ଯିବାକୁ ଦବନି l ସତ୍ୟ, ନ୍ୟାୟ, ଧର୍ମର ପଥରେ ଚାଲିବାକୁ ସେମାନେ ପସନ୍ଦ କରିବେ l ତା ଛଡା ମୁଁ ଗୋଟିଏ ମାଅ, ମୁଁ କେବଳ ମୋ ପିଲାମାନଙ୍କର ଖୁସି ଚାହେଁ l ମୋ ସନ୍ତାନର ଖୁସି କେମିତି ସମାଜ ହାତରେ ଛାଡ଼ିଦେବି ? ତମେ ଆଦୌ ଵ୍ୟସ୍ତ ହୋଅନି l ଭଗବାନ ସବୁ ଠିକ କରିଦେବେ l

ଜ୍ୟୋତି ଆଜି ମଧ୍ୟ କବାଟ ପାଖରେ ଠିଆ ହୋଇ ସବୁ ଶୁଣୁଥିଲା l ସେଦିନର କଥାବାର୍ତ୍ତା ଶୁଣି ଚଗଲି ପକ୍ଷୀଟିଏ ସାଜି ଉଡ଼ିବୁଲୁଥିଲା l କିନ୍ତୁ ଆଜି ଇଚ୍ଛା ହଉଥିଲା ଫୁଲଟିଏ ସାଜି ଭଗବାନଙ୍କ ଚରଣରେ ଅର୍ପଣ ହବା ପାଇଁ l ଅନିତା ଦେବି ତାକୁ ଆସି କୋଳେଇ ନେଲେ l ଦୁଇଜଣଙ୍କ ଅଶ୍ରୁରେ ଦୁଇଜଣ ଭିଜିଚାଲିଥିଲେ l

ଅରୁଣ କହିଲା… ଏବେ ବି କଣ ମୋ କଥା ଉପରେ ଭରସା ନାହିଁ ? ଠିକ ଅଛି, ତୁ ମୋ ଉପରେ ଭରସା ନକର, ମୋର ମୋ ନିଜ ଉପରେ ଭରସା ଅଛି ଓ ବିଶ୍ୱାସ ଅଛି ମୋ ପ୍ରେମରେ ତୋତେ ଏମିତି ବାନ୍ଧିନେବି ଯେ ତୁ ମୋତେ ଏତେ ଭଲପାଇବୁ ଯେ ମୋ ଛଡା ଦୁନିଆରେ ଆଉ କିଛି ତୋତେ ଭଲ ଲାଗିବନି l

କଣ ହେଲା ଭାଇ……. ଭାଉଜ କଣ ମୋତେ ବି ଭଲ ପାଇବେନି ! ତୋ ଠାରୁ ସେ ମୋତେ ଅଧିକ ଭଲ ପାଇବେ କାରଣ ତୋଠାରୁ ଅଧିକ ମୁଁ ତାଙ୍କୁ ଭଲ ପାଇବି l

ହଉ ହଉ, ତମେ ଦିଜଣ ଆଉ କମ୍ପିଟିସନ କରନି l ପ୍ରଥମେ ମୋ ବୋହୂ ଉପରେ ମୋର ଅଧିକାର l ମୁଁ ତୋତେ କିଛି ଦେବା ପୂର୍ବରୁ ତୋତେ କିଛି ମାଗିବାକୁ ଚାହୁଁଛି ଜ୍ୟୋତି l ତୋର ସବୁ କଷ୍ଟ, ଯନ୍ତ୍ରଣା, ନିନ୍ଦା, ଅପମାନ, ରାଗ, ଦ୍ୱେଷ, ଭୟ ସବୁ ମୋ ପଣତରେ ଅଜାଡ଼ିଦେ ମା l ନିଜକୁ ଏସବୁରୁ ମୁକ୍ତ କର l ତମ ଦୁହିଁଙ୍କ ଜୀବନରେ ଏସବୁର ଛାଇ ବି ପଡ଼ିବାକୁ ଦେନୀ l ପବିତ୍ର ହୃଦୟରେ ମୋ ପୁଅକୁ ତୁ ଗ୍ରହଣ କର l କଣ ତୋ ମା ପାଇଁ ଏତିକି କରିପାରିବୁନି ?

ପାଞ୍ଚବର୍ଷ ପରେ )

ଅରୁଣ ପ୍ରେମର ସ୍ପର୍ଶରେ ଆହୁରି ତେଜୀୟାନ ହୋଇଉଠିଛି ଜ୍ୟୋତି l ଅତୀତକୁ ପାସୋରି ବାପା ମାଅ ଶାଶୁ ଶ୍ୱଶୁରଙ୍କ ସହ ହସ ଖୁସିରେ ସଂସାର କରିଛି l ବିବାହ ର ଦୁଇବର୍ଷ ପରେ ଜ୍ୟୋତିର କୋଳ ମଣ୍ଡିତ କରିଛି ଅରିଜିତ l

ଅରିଜିତ…..ଅରିଜିତ….. କାହିଁକି ଦୌଡୁଛୁ କହିଲୁ, ମୋ ବାବାଟା ପରା, ଟିକେ ଖାଇନେ l ଓହୋ….. ଏଇ ପିଲାଟା ମୋତେ ନାକେଦମ କରିସାରିଲାଣି l ସକାଳୁ ସକାଳୁ ବାବୁଙ୍କୁ ଖୁଆଇବା ବାହାନାରେ ଭଲ ମର୍ନିଙ୍ଗୱାକ ହଉଛି ଆମ ଚାରି ବୁଢା ବୁଢ଼ୀଙ୍କର l ବୁଝିଲୁ ଜ୍ୟୋତି……. ମୁଁ ଆଉ ତା ପଛରେ ଦୌଡ଼ି ପାରିବିନି l ଘରର ସବୁକାମ ଏଥର ମୋର, ତୁ କେବଳ ଅରିଜିତର ଖାଇବା କଥା ବୁଝ l

କାହିଁକି ମାଅ, ମୁଁ ତା କଥା ବୁଝିଲେ ତାମମାନଙ୍କର ମର୍ଣ୍ଣିୱାକ କେମିତି ହବ ? ଡାକ୍ତର ପରା ତମକୁ ସବୁବେଳେ ଘଣ୍ଟାଏ ଲେଖା ଚାଲିବାକୁ କହିଛନ୍ତି l ବାହାରକୁ ତ ଯାଉନାହିଁ, ଏଇଠି ଟିକେ ଏକ୍ସରସାଇଜ କର l

ହେଲା ହେଲା, ତୋ ପୁଅ କଥା ମୁଁ ବୁଝୁଛି l ତୁ ବି ମୋ ପୁଅର ଖବର ବୁଝ l ନେଲୁ ମା ଏ ଖବର କାଗଜ ଅରୁଣ କୁ ଦେଇଦେବୁ l ବେଡ଼ରୁ ଉଠି ଖବର କାଗଜ ନପଢିଲେ ଦିନଯାକ ଗର ଗର ହଉଥିବ l

ଜ୍ୟୋତି ହସି ହସି ଖବର କାଗଜଟି ଶାଶୁଙ୍କ ହାତରୁ ନେଇ ଯିବାବେଳେ ପ୍ରଥମ ପୃଷ୍ଠାକୁ ଖୋଲି ଦେଖିଲା l ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି ” ସହରର ପ୍ରସିଦ୍ଧ ବ୍ୟବସାୟୀ ଶୁଭମ ପଟ୍ଟନାୟକଙ୍କ ଆତ୍ମହତ୍ୟା ” l ନିର୍ବିକାର ଭାବରେ ପୁରା ଖବରଟିକୁ ପଢି ଜାଣିବାକୁ ପାଇଲି ଯେଉଁ କେଶ ଶୁଭମ ର ଭାଉଜ ରିଓପୁନ କରିଥିଲେ ଏବଂ ସବୁ ସାକ୍ଷୀ ପ୍ରମାଣ ଆଧାରରେ ଜିତିଲେ ମଧ୍ୟ l ଲୋକଲଜ୍ଜା ଓ ପ୍ରତି ପତି ହରେଇବା ଦୁଃଖରେ ମାନସିକ ଭାରସ୍ୟାମ ହରେଇ ଶୁଭମ ପଟ୍ଟନାୟକ ଗତ ରାତିରେ ଆତ୍ମହତ୍ୟା କରିଛି l

ଜ୍ୟୋତିର ମନେ ପଡୁଥାଏ ମହାଭାରତର ସେହି ଶ୍ଳୋକ

ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତୀ ଭାରତ ll
ଅଭ୍ୟୁଥାନାମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ ll
ପରିତ୍ରାଣାୟା ସାଧୁନାଂ ବିନାଶୟ ଚ ଦୁଃସକୃତାଂll
ଧର୍ମସଂସ୍ଥାପନାର୍ଥାୟ ସଂଭାବାଃମି ୟୁଗେ ୟୁଗେ ll

ସମାପ୍ତ 🙏

Odia Ekankika

Odia Story Free Read – Click Here

Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika, Odia Ekankika

Leave a Comment

You cannot copy content of this page