Explore the enchanting world of “Lau Dhuduki” – a captivating collection of traditional Odia stories filled with folklore, culture, and timeless wisdom. Perfect for readers of all ages.
Odia stories Lau Dhuduki
ଗୋଟିଏ ଗାଁରେ ଟୁଆଁ ଓ ଟୁଇଁ ରହୁଥିଲେ। ଦିନେ ସକାଳୁ ସକାଳୁ ଟୁଆଁ ଶୋଇଥାଏ। ହଠାତ ତାର ନିନ୍ଦ ଭାଙ୍ଗିଗଲା ଓ ସେ ଦେଖେ ତ ଟୁଇଁ ରୋଷେଇ କରୁଛି। ଟୁଆଁ ଯାଇ ଟୁଇଁକୁ ପଚାରିଲା।
ଟୁଆଁ : ଆରେ ଟୁଆଁ ନାନୀ ତୁ ଏତେ ସକାଳୁ କାହିଁକି ରୋଷେଇ କରୁଛୁ? ମୁଁ ଆଉ ଟିକେ ଶୋଇଥାନ୍ତି ମୋ ନିନ୍ଦ ଭାଙ୍ଗି ଦେଲୁ।
ଟୁଇଁ : ଟୁଆଁ ରାମକକା କାଲି ମାମୁଁ ଘର ଗାଁକୁ ଯାଇଥିଲେ। ଆଉ ତାଙ୍କ ହାତରେ ଖବର ଦେଇଛନ୍ତି ଆଜି ଆମ ଘରକୁ ଆସିବେ।
ଟୁଆଁ : ଏଁ ଆଈଆସିବ ତେବେ ବହୁତ ମଜା ହେବ।
ଏହା କହି ଟୁଆଁ ଖୁସିରେ ନାଚି ଉଠିଲା। ଆଉ କହିଲା ମୁଁ ଆଉ ତେବେ କୁଆଡେ ବି ଯିବିନି ଘରେ ବସିକି ଆଈ ଠାରୁ ଖାଲି ଗପ ଶୁଣିବି। ଗପ…..
ଟୁଇଁ : ଆରେ ଆସିଲେ ତାକୁ ବାପା ଆଉ ବଉ ନ ଆସିବା ଯାଏ ଛାଡିବାନି ଓ ତାଠାରୁ ସବୁଦିନ ଗପ ଶୁଣିବା ବୁଝିଲୁ।
ତାହା ଶୁଣି ଟୁଆଁ କହିଲା ସତ କହିଲୁ ତେବେ ବଢିଆ ମଜା ହେବ ।
ବୁଢ଼ୀ ଆଈଟି ଚାଲି ଚାଲି ଜଙ୍ଗଲ ରାସ୍ତାରେ ଯାଉଥାଏ
ଆଈ : ଅହଃ ବହୁତ ବାଟ ଚାଲି ଚାଲି ଆସିଲିଣି ପୂରା ଥକି ପଡିଲିଣି। ଗୋଡ଼ ହାତ କଣ ହୋଇଯାଉଛି ହଉ ଆଉ ତ ଅଳ୍ପ ବାଟ ଅଛି ପରା ନାତି ନାତୁଣୀକୁ ଦେଖିବି ପରା।
ଏହା କହି ବୁଢ଼ୀ ଆଈଟି ଜଙ୍ଗଲ ରାସ୍ତାରେ ଯାଉଥାଏ ହଠାତ ବିଲୁଆ ଆଖିରେ ସେ ପଡିଗଲା ବିଲୁଆ କହିଲା। ଏହି ଦୁର୍ବଳିଆ ବୁଢୀକୁ ଯଦି ଗୋଟିଏ ଝାମ୍ପରେ ମୋ ଘରକୁ ଭିଡି ନେଇ ମନ ଖୁସିରେ 8,10 ଦିନ କହିବି।
ତାହା କହି ବିଲୁଆ ବୁଢ଼ୀର ବାଟ ଅଟକାଇବା ପାଇଁ ରାସ୍ତାକୁ ଆସିଲା ବୁଢ଼ୀ ତାକୁ ଦେଖି କହିଲା
ଆଈ : ମୁଁ ଯଦି ବିଲୁଆକୁ ଡରିଯିବି ତେବେ ବିଲୁଆ ମତେ ଝୁଣି ଝୁଣି ଖାଇଦେବ। କିଛି ଗୋଟେ ବାହାନା କରି ତା ଠାରୁ ଖସିବାକୁ ପଡିବ ମତେ ସେ ହା ହିଁ କରିବି।
ସେତିକି ବେଳେ ବିଲୁଆ ଆସି ବୁଢ଼ୀ ଆଈ ଆଗରେ ଛିଡା ହେଲା। ବୁଢ଼ୀ ଆଈ ନ ଡରି ସାହସ କରି କହିଲା : ଆରେ ହେ ବିଲୁଆ ତୁ ବିଲୁଆ ଠାରୁ ଜନ୍ମ ହୋଇଛୁ ନା ଗଧ ଠାରୁ ଜନମ ହୋଇଛୁ କିରେ। ଏଣିକି ମୁଁ ଜାଣେ ବିଲୁଆ କାଡ଼େ ଭାରି ଚତୁର କାହିଁ ତୋ ପାଖରେ ତୋ ଚତୁର ଗୁଣ ଟିକେ ବି ଦେଖା ଯାଉନି। କିରେ ଦେଖୁଛୁ ମୋ ଅବସ୍ଥା କଣ ହେଲାଣି। ଦେହ ନାହିଁ ଥୁଡୁ ଥୁଡୁ ହେଲାଣି। ଦେହରେ ଟିକେ ମାଂସ ଅଛି ନା ହାଡରେ ଟିକେ ରସ ଅଛି ନା ଦେହରେ ଟିକେ ରକ୍ତ ଅଛି। ମତେ ଖାଇ କି ସୁଖ ପାଇବୁ।
ବିଲୁଆ : ଆରେ ବୁଢ଼ୀ ପେଟ ପୂରିବାକୁ ଖାଆନ୍ତି ସୁଖ ପାଇବାକୁ ନୁହେଁ।
ଆଈ : ଆରେ ମୁଁ ମୋ ଝିଅ ଘରକୁ ଯାଉଛି ମାସେ ରହି ମାଛ, ମାଂସ କ୍ଷୀରି ପୁରୀ, ଭଲ ମନ୍ଦ ଖାଇବି ଦେହରେ ପୁଣି ମାଂସ ଲାଗିଗଲେ। ଦେହରୁ ବହଳିଆ ରକ୍ତ ବାହାରିବ ଓ ହାଡ଼ରୁ ଚିକ୍କଣିଆ ରସ ବି ଝରିବ ସେହି ଗୁଡାକୁ କହନ୍ତି ଖାଇବା ସୁଖ ତୁ ଏଇଠି ଜଗିକି ରହିଥିବୁ ମୁଁ ଏଇପଟେ ଘରକୁ ଫେରିଲା ବେଳେ ତୁ ମତେ ଖାଇବୁ ବୁଝିଲୁ କି ମୂର୍ଖ ବିଲୁଆ।
ବିଲୁଆ : ହିଁ ବୁଢ଼ୀ ତୁ ଠିକ କହିଛୁ। ତୁ ଯାଅ ମୋ ସଙ୍ଗେ ଚାଲାକି କରିବୁନି କି ଲୁଚିକି ଯିବୁନି।
ଆଈ : ହଉ ହଉ ମୁଁ ଆସୁଛି କଣ ଟା ଗୋଟେ କହନ୍ତି bye bye
ତାହା କହି ବୁଢ଼ୀ ଆଈ ଆଗକୁ ଆଗକୁ ଚାଲିଲା ହଠାତ ରାସ୍ତାରେ ବାଘ ଦେଖା ହେଲା ତାହା ଦେଖି ବୁଢ଼ୀ ଡରିଗଲା ଆଉ କହିଲା
ଆଈ : ନାଁ ମୁଁ ଜମା ଡ଼ରିବିନି ନାଁ ଜମା ଡ଼ରିବିନି।
ବାଘ : ଆଜି ସକାଳୁ ସକାଳୁ ଭଲ ଆହାର ଟେ ମିଳିଗଲା ଏ ବୁଢ଼ୀ ତତେ ମୁଁ ଖାଇବି ତୋ ବେକ ମୋଡି ଚୋବେଇ ଚୋବେଇ ଖାଇବି ( ବାଘ ହସିବାକୁ ଲାଗିଲା)
ଆଈ : ଆରେ ବାଘ ତୁ ହେଲୁ ବଣର ରାଜା ମହାବଳ ବାଘ ତୋ ମୁଣ୍ଡରେ ପଇସାକର ବୁଦ୍ଧି ନାହିଁ ବୁଝିଲୁ ମୁଁ ଗୋଟେ ଶୁକୁଟି ବୁଢ଼ୀଟେ ବେକ ମୋଢିଲେ ଟୋପେ ବି ରକତ ବାହାରିବନି କି ହାଡ଼ରୁ ରସ ବାହାରିବନି ହଉ ଆଉ କିଛି ଦିନ ଅପେକ୍ଷା କର ମୁଁ ମୋ ଝିଅ ଘରକୁ ଯାଉଛି କେତେ ପିଠା, ପଣା ମାଛ, ମାଂସ ଖାଇ ମୋଟା ସୁଟା ହୋଇ ଆସିଲେ ମୋତେ ଖାଇବାର ମଜା ପାଇବୁ ବୁଝିଲୁ।
ବାଘ : ଆଁ ପିଠା ଖାଇବୁ ହଉ ଶୁଣ ଚକୁଳି ପିଠା ବେଶି ଖାଇବୁ ଦେଲେ ରକ୍ତ ମାଂସ ସବୁ ଚକୁଳି ଚକୁଳି ବାସିବ। ହେଲେ ଶୁଣ ଏଇ ବାଟ ଦେଇ ଆସିବୁ। ମୁଁ ଜଗିକି ବସିଛି। ନ ହେଲେ ତତେ ଖାଇ ତୋ ବଂଶକୁ ଖାଇଯିବି
ତାହା କଥା ଶୁଣି ବୁଢ଼ୀ ଆଗି ଚାଲିଥାଏ ହଠାତ ତାର କୁମ୍ଭୀର ସହ ଦେଖା ହେଲା। କୁମ୍ଭୀର କୁ ବି ସେ ବୋକା ବନାଇ ପୁଣି ମନ ଭୁଲାଇବା କଥା କହିଲା।
କୁମ୍ଭୀର : ହଉ ଶୁଣ ଯା ମୁଁ ଏଇଠି ଜଗିକି ବସିଛି ମାସେ ପରେ ଆସିଲେ ଖାଇବି ହିଁ ଶୁଣ ଯେମିତି ବାଘ ବିଲୁଆ ହାବୁଡ଼ରେ ନ ପଡ଼ୁ.।
ବୁଢ଼ୀ : କହିଲା ନାଇଁ ରେ ନାଇଁ ତୁ ପରା ମତେ ଖାଇବୁ ଆଉ କିଏ କାହିଁକି ଖାଇବ।
ଶେଷରେ ବୁଢ଼ୀ ଆସି ତା ନାତି ନାତୁଣୀ ପାଖରେ ପହଞ୍ଚି ଗଲା ଟୁଆଁ ଟୁଇଁ ଆଇକୁ ଦେଖି ବହୁତ ଖୁସି ହୋଇଗଲେ
ଆଈ : ଆରେ ମୋ ନାତି ନାତୁଣୀ କେତେ ବଡ଼ ହୋଇ ଗଲେଣି। ହଉ ଚାଲ ମୁଁ ତମ ପାଇଁ କେତେ ପ୍ରକାର ତରକାରୀ ଆଣିଛି
ତାହା କହି ସମସ୍ତେ ଘର ଭିତରକୁ ଚାଲିଗଲେ ଏପଟେ ବାଘ, ବିଲୁଆ କୁମ୍ଭୀର ସବୁ ଜଗିକି ବସିଥାନ୍ତି ମାସେ ପରେ ବୁଢ଼ୀର ଘରକୁ ଯିବା ବେଳ ଆସିଲା।
ଆଈ : ( କାନ୍ଦି କାନ୍ଦି ) ମୋ ନାତି ନାତୁଣୀ ମାନଙ୍କୁ ଆଉ କେତେ ଦିନ ପରେ ପୁଣି ଦେଖିବି ମୁଁ ବୁଧେ ମୋ ନାତି ନାତୁଣୀକୁ ଆଉ ଦେଖି ପାରିବିନି। ବୁଢ଼ୀ ହେଲିଣି ମୁଁ କଣ ଆଉ ଚାଲି କରି ଏତେ ବାଟକୁ ଆସି ପାରିବି।
ଟୁଇଁ : ଆଈ ତୁ କଣ ସତରେ ଆଜି ପଳାଇବୁ ଆଉ କିଛି ଦିନ ରହିଯାଉନୁ
ଆଈ : ନାଇଁରେ ଧନ ମତେ ଯିବାକୁ ପଡିବ ନ ଗଲେ ହେବନି ( ଏମିତି କହି କାନ୍ଦି ପକାଇଲା )
ଟୁଆଁ : ଆଈ କାନ୍ଦୁଛୁ କାହିଁକି ଆମ ପାଖେ ରହିଯାଉନୁ
ଆଈ : ନାଇଁ ରେ ଧନ ମୁଁ ଘରକୁ ଯିବିନିତ ମରଣ ମୁହଁକୁ ଯିବି ଆସିବା ବେଳେ ବାଘ, ବିଲୁଆ କୁମ୍ଭୀର ମତେ ଖାଇଥାନ୍ତେ। ତାକୁ ଭୁଲେଇ ତୁମକୁ ଦେଖିବାକୁ ଆସିଛି। ସେମାନେ ମତେ ଜଗିଥିବେ ମୁଁ ଗଲେ ମତେ ଖାଇବେ ( କହି କାନ୍ଦିବାକୁ ଲାଗିଲେ ) ଏବେ ମୁଁ କଣ କରିବି।
ଟୁଆଁ : ଆଈ ତୁ ଡରନା କି କାନ୍ଦନା ମୋ ଟୁଇଁ ନାନୀ ପରା ଅଛି ତା ପାଖରେ ବୁଦ୍ଧି ନେଲେ ବାଘ, ବିଲୁଆ କୁମ୍ଭୀର କଣ ଯମ ପାଖରୁ ବି ଖସିକି ଆସି ପାରିବୁ …
ଟୁଇଁ : ଆଈ ଏଇଟା ଗୋଟେ କଥା ମୁଁ ତତେ ଲାଉ ଧୂଡ଼ିରେ ପୁରାଇ ଗଡି ଦେବି ତୁ ଗଡି ଗଡି ଯିବୁ ବୁଝିଲୁ
ତାହା ଶୁଣି ଟୁଆଁ ଲାଉ ଧୂଡ଼ି ବାହାରକୁ କାଢିଲା।
ଆଈ : ହଉ ମୁଁ ଯାଉଛି ତମ ମାନେ ଭଲରେ ଥାଉ ବୁଢ଼ୀ ଲାଉ ଭିତରେ ଗଡି ଗଡି ଜଙ୍ଗଲ ରାସ୍ତାରେ ଯାଉଥାଏ। ହଠାତ କୁମ୍ଭୀର ଆଗରେ ତାର ଭେଟ ହେଲା କୁମ୍ଭୀର କହିଲା ଯାଏ ସେହି ଲାଉକୁ ପଚାରିବି ବୁଢ଼ୀକି ଦେଖିଚି କି ନାହିଁ।
କୁମ୍ଭୀର : ( ପଚାରିଲା ) ଲାଉ ଧୂଡୁକି କି ଲୋ ଲାଉ ଧୂଡୁକି ତୁ ଦେଖିଚୁ କି ଗୋଟେ ନଇଁ ବୁଢ଼ୀକି।
ଲାଉ ଢୋଲ ଭିତରୁ ବୁଢ଼ୀ କହିଲା : ଏ କୁମ୍ଭୀର ଛାଡ଼ ମତେ ମୁଁ ତ ଯାଉଛି ଗଡି ଗଡି ମୁଁ କି ଦେଖିବି ବୁଢ଼ୀ ଫୁଡି..
ତାହା ଶୁଣି କୁମ୍ଭୀର ରାଗିଯାଇ ଢୋଲକୁ ଜୋରରେ ଗୋଇଁଠା ମାରିଲା ଢୋଲ ପୁଣି ଗଡି ଗଡି ଚାଲିଲା, ପୁଣି ବାଘ ହାବୁଡ଼ରେ ପଡିଲା
ବାଘ : ଲାଉ ଧୂଡୁକି କି ଲୋ ଲାଉ ଧୂଡୁକି ତୁ ଦେଖିଚୁ କି ଗୋଟେ କୁଜି ବୁଢ଼ୀକି।
ଆଈ : ଆରେ ବାଘ ମୁଁ ତ ଯାଉଛି ଗଡି ଗଡି ମୁଁ କି ଦେଖିବି ବୁଢ଼ୀ ଫୁଢ଼ୀ….
ବାଘ ତାହା ଶୁଣି ରାଗିଯାଇ ପୁଣି ଗୋଇଁଠା ମାରିଲା ଲାଉ ଢୋଲକୁ ଢୋଲ ଗଡି ଗଡି ଯାଇ ଠେକୁଆ ପାଖରେ ପହଞ୍ଚିଗଲା। ହଠାତ ଢୋଲ ଯାଇ ଗଛରେ ବାଜିଲା ଓ ଢୋଲଟି ଭାଙ୍ଗିଗଲା। ବିଲୁଆ ବୁଢୀକୁ ଦେଖି ଧରି ପକାଇଲା ଓ କହିଲା।
ବିଲୁଆ : ଆରେ ବୁଢ଼ୀ ତୁ ଲୁଚିକି ଏଁ ଢୋଲ ଭିତରେ ଯାଉଥିଲୁ ନା
ଆଈ : ହଉ ବିଲୁଆ ତୁ ତେବେ ଏବେ ଖାଇବୁ। ଖାଇବା ପୂର୍ବରୁ ଥରେ ଖାଲି ମୁଁ ମୋ କାଳିଆ ଠାକୁରକୁ ଦେଖିବି ଓ ଟିକେ ଭଜନ ଗାଇବି ଦେଲେ ତତେ ଆଉ ପାପ ଲାଗିବନି।
ବିଲୁଆ : ଆରେ ଭଜନ ଗାଇବୁ ହଉ ଚାଲ ମୁଁ ତ କଥା ସେଇଠି ବୁଝିବି।
ତାହା କହି ଦୁହେଁ ବୁଢ଼ୀର ଘରକୁ ଗଲେ ଯିବା ବେଳେ ବୁଢ଼ୀ କାଳିଆରେ କାଳିଆରେ ଜପୁଥାଏ। ଯେତେବେଳେ ବୁଢ଼ୀ ତା ଘର ନିକଟରେ ପହଁଚିଲା ତା ଘରେ ଥିବା କାଳିଆ କୁକୁର ଦୌଡ଼ି ଦୌଡ଼ି ଆସିଲା ବିଲୁଆ ତାହା ଦେଖି ଡ଼ରିକି ପଳାଇଲା ରାସ୍ତାରେ ବାଘ ଓ କୁମ୍ଭୀର ଦେଖା ହେଲେ ପଚାରିଲା ସେ ବୁଢ଼ୀର ପାଟି ଏହି ପଟରୁ ଶୁଭୁଥିଲା ସେ ବୁଢ଼ୀ ଆସିଥିଲା କି?
ବିଲୁଆ : ନାଇଁ ମାମୁଁ ସେ ବୁଢୀ ଆମକୁ ଠକାଇ ଢୋଲ ଭିତରେ ଗଡି ଗଡି ଯାଉଥିଲା
କୁମ୍ଭୀର : ତା ମାନେ ସେ ଆମକୁ ବୋକା ବନାଇ ଦେଲା
ବାଘ : ଏଁ ନିଶ୍ଚୟ ସେ ଟୁଆଁ ଟୁଇଁ ର କାମ ମୁଁ ଛାଡିବିନି ସେମାନଙ୍କୁ।
for listening Story visiti our youtube channel – Click Here