Anuchinta Odia Quotes: Top 50+ ଆଜିର ଅନୁଚିନ୍ତା and Life Quotes in Odia

Anuchinta Odia Quotes

Anuchinta Odia Quotes: Top 50+ ଆଜିର ଅନୁଚିନ୍ତା and Life Quotes in Odia

Facebook
WhatsApp
Telegram

Explore a beautiful collection of Anuchinta Odia quotes filled with deep life lessons, positive thoughts, and daily inspiration to uplift your soul.

ଆଜିର ଅନୁଚିନ୍ତା


🕉️ ସପ୍ରେମ ସନାତନ ସ୍ମରଣ 🕉️

ଭୁଲ ଛୋଟ ହେଉ ବା ବଡ, ଭୁଲ ତ ଭୁଲ ହୋଇଥାଏ । ଏହାକୁ ଅଣଦେଖା ନକରି ନିଜ ଭୁଲ କୁ ସୁଧାରିବାକୁ ଚେଷ୍ଟା କରନ୍ତୁ….

କାହିଁକିନା

ଛୋଟିଆ କଣା ଟିଏ ଗୋଟିଏ ବଡ ଡଙ୍ଗାକୁ ପାଣିରେ ବୁଡ଼େଇ ଦେବାର କ୍ଷମତା ରଖିଥାଏ….

ଏକତା ହିଁ ଶକ୍ତି

ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥
ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹

✿ଓ❣️ ଶ୍ରୀ ଜଗନ୍ନାଥ ଶରଣଂ❣️ଆ✿

ଆମର ସ୍ବାଭିମାନ: ସତ୍ୟ ସନାତନ ଧର୍ମ🙏

🦋ନିଜ ପାଖରେ ଯେତେ ଜ୍ଞାନ କିମ୍ବା ଦକ୍ଷତା ଥିଲେ ସୁଦ୍ଧା ଯଦି ଆପଣଙ୍କ ପାଖରେ ସାହସ ନାହିଁ, ତେବେ ଆପଣ କୌଣସି କାର୍ଯ୍ୟରେ ସଫଳତା ହାସଲ କରି ପାରିବେ ନାହିଁ । ତେଣୁ ସବୁକାମ କରିବା ପୂର୍ବରୁ ଆଗ ନିଜ ସାହସକୁ ଏକଜୁଟ କରି କାମ କରନ୍ତୁ ।

*” ଭୁଲ୍ “
ଯେଉଁମାନେ ରାଗରେ କରନ୍ତି
ସେମାନେ ବଦଳି ଯାଆନ୍ତି,
” ଆଉ “
ଯେଉଁମାନେ ଆତ୍ମଗର୍ବରେ କରନ୍ତି,
ସେମାନେ ଆଦୌ ବଦଳନ୍ତି ନାହିଁ ।

🦋ପକୃତ ଧାର୍ମିକ ହେବା କେବଳ ଲୋକ ଦେଖାଣିଆ, ତେଣୁକରି ତ କୁହାଯାଏ ଯେ ସର୍ବଦା ବିପଦରେ ପଡିଥିବା ଲୋକକୁ ସାହାଯ୍ୟ କରିବା ଏବଂ ପରୋପକାର କରିବା ହିଁ ହେଉଛି ପକୃତ ଇଶ୍ବରଙ୍କ ସେବା ।

🦋ଅନ୍ୟାୟ କାର୍ଯ୍ୟ ନ କରିବା ଦ୍ୱାରା ତୁମର କୌଣସି ଆର୍ଥିକ ଲାଭ ହୁଏ ନାହିଁ ସତ- କିନ୍ତୁ ଯେଉଁ ସମ୍ମାନ ବଢେ, ତାହା ସଂସାରର ଦୁର୍ଗମ ପଥ ପାଇଁ ଖୁବ୍ ମୂଲ୍ୟବାନ ପାଥେୟ ହେଇ ସବୁଦିନ ପାଇଁ ରହିଯାଏ ।

🙏🏻 🔘ଜୟ ଜଗନ୍ନାଥ🔘🙏🏻

🌸 ଆଜିର ଅନୁଚିନ୍ତା 🌸

“ସମୟ ଏବଂ ପରିସ୍ଥିତି ସବୁବେଳେ ବଦଳିଥାଏ, କିନ୍ତୁ ଭଲ ସଂସ୍କାର ଏବଂ ଭଲ ସ୍ଵଭାବ କେବେ ବି ବଦଳିନଥାଏ ।”

💡 ଆଜିର କିଛି ସୁନ୍ଦର ବିଚାର:

  • ଧୈର୍ଯ୍ୟ: ଜୀବନରେ ସମସ୍ୟା ଯେତେ ବଡ଼ ହେଲେ ମଧ୍ୟ ସ୍ମିତହାସ୍ୟ ଏବଂ ଧୈର୍ଯ୍ୟ ରଖିଲେ ସବୁ କିଛି ସହଜ ହୋଇଯାଏ ।
  • କର୍ମ: ଆପଣଙ୍କ କର୍ମ ହିଁ ଆପଣଙ୍କ ପରିଚୟ, ନଚେତ୍ ଗୋଟିଏ ନାମରେ ତ ଏଠି ହଜାର ହଜାର ଲୋକ ଅଛନ୍ତି ।
  • ସନ୍ତୋଷ: ଯାହା ପାଖରେ ସନ୍ତୋଷ ଅଛି, ସେ ସବୁଠାରୁ ବଡ଼ ଧନୀ ।

ଆପଣଙ୍କ ଦିନଟି ମଙ୍ଗଳମୟ ଓ ଆନନ୍ଦଦାୟକ ହେଉ! 🙏

ହସରେ ଲୁହରେ ଚାଲିଛି ଦୁନିଆଁ,
ପ୍ରଭୁ ତୁମ ଆର୍ଶିବାଦେ ।
ଧରିଥିବ ହାତ ଧରିବନି ଦୋଷ,
କଡ଼େଇ ନେବ ହେ ପଥେ।

📝 ଭାଗ୍ୟ କେବଳ ପରିଶ୍ରମ ଦ୍ବାରା ବଦଳିଥାଏ,ବସିକି ଚିନ୍ତା କରିବା ଦ୍ୱାରା ନୁହେଁ ।

📝 ଜ୍ଞାନ ହିଁ ଏକମାତ୍ର ଉପାଦାନ ଯାହା ମଣିଷକୁ କୋୖଣସି ସ୍ଥାନରେ କୋୖଣସି ପର୍ଯ୍ୟାୟରେ ଏବଂ କୈାଣସି ସମୟରେ ଛାଡି ନଥାଏ ।

📝 Calendar ସବୁବେଳେ ତାରିଖ ବଦଳାଇଥାଏ, କିନ୍ତୁ ଦିନେ ଏମିତି ଗୋଟିଏ ତାରିଖ ମଧ୍ୟ ଆସିଥାଏ ଯାହା Calendar କୁ ବଦଳାଇଥାଏ, ତେଣୁ ଧୌର୍ଯ୍ୟ ରଖନ୍ତୁ। ସମୟ ସମସ୍ତଙ୍କ ପାଇଁ ଆସିଥାଏ।

ଦୁନିଆରେ ଅତ୍ୟଧିକ ସିଧା ସାଧା ହୋଇ ବଞ୍ଚିବା ଉଚିତ୍ ନୁହେଁ….
କାହିଁକି ନା
ମଣିଷ ସବୁବେଳେ ବଙ୍କା ଗଛ ଠାରୁ ସିଧା ଗଛକୁ କାଟିବା ଅଧିକ ପସନ୍ଦ କରିଥାଏ….

ପ୍ରକୃତରେ ହୃଦୟରୁ ଭଲ ପାଉଥିବା ବ୍ୟକ୍ତି ରାଗରେ ତୁମକୁ କିଛି ଖରାପ କହି ଦେଇ ଥାଇ ପାରେ, କିନ୍ତୁ ତୁମର ମନ୍ଦ ଚିନ୍ତା କେବେ ହେଲେ କରିପାରିବ ନାହିଁ ।କାରଣ ତାଙ୍କ ରାଗରେ ମଧ୍ୟ ତୁମ ପ୍ରତି ଯତ୍ନ ଓ ହୃଦୟରେ ଅସୀମ ଭଲପାଇବା ସର୍ବଦା ଭରି ରହିଥାଏ ।

🦋ଜୀବନରେ ସବୁବେଳେ ଏହି ୫ଟି ଗହଣା ଧାରଣ କରିବା ଉଚିତ :-
▪️ଓଠ ରେ ସତ୍ୟ,
▪️କଣ୍ଠ ରେ ପ୍ରାର୍ଥନା,
▪️ଆଖିରେ ଦୟା,
▪️ହାତରେ ଦାନ
▪️ହୃଦୟ ରେ ପ୍ରେମ ।

ଶୂନ୍ୟସ୍ଥାନ ଏଠି ଶୂନରେ ରହିଵ,
ଜୀବନ ଗଣିତ ଧରି।
ଶୂନରୁ ଆରମ୍ଭ ଶୂନରେ ତ ଶେଷ,
ଜୀଵନଟା ପରା ଏହି ।

କାହାକୁ କିଛି କହିବା ପୂର୍ବରୁ କେବଳ ଗୋଟିଏ କଥା ଭାବିବେ,ଯଦି ସେହି କଥା ଆପଣଙ୍କୁ କେହି କହିଥାନ୍ତେ ତେବେ କିପରି ଅନୁଭବ ହୋଇଥାନ୍ତା ।

ବିଭୀଷଣ ରାବଣ ରାଜ୍ୟରେ ରହି ବିଗିଡ଼ି ନଥିଲେ,ଆଉ କୈକେୟୀ ରାମ ରାଜ୍ୟରେ ରହି ମଧ୍ୟ ସୁଧୁରି ନଥିଲେ, କାହିଁକିନା ବିଗିଡ଼ିବା ଓ ସୁଧୁରିବା ମଣିଷର ସ୍ବଭାବ ଉପରେ ନିର୍ଭର କରିଥାଏ।

ଯଦି ନିଜର Respect ଚାହୁଁଛନ୍ତି ତେବେ ଅନ୍ୟର ମଧ୍ୟ Respect କରନ୍ତୁ।କହିବାକୁ ଯଦି ଜିଭ ମିଳିଛି ତେବେ ଶୁଣିବା ପାଇଁ କାନ ମଧ୍ୟ ଖୋଲା ରଖନ୍ତୁ।

ଜୀବନର ସମସ୍ତ କଥାକୁ ମନରେ ଧରି ରଖିଲେ, ସଂସାରର ଅନେକ କଥା ଆପଣଙ୍କୁ ଦୁଃଖ ଦେବ….

ପ୍ରତ୍ୟେକ ଦୁଃଖକୁ ମନରେ ନେବେ ନାହିଁ। ଯେତେଦୂର ସମ୍ଭବ ଅନେକ କଥାକୁ ଏଡେଇ ଯିବାକୁ ଚେଷ୍ଟା କରନ୍ତୁ, ତାହାଲେ ଖୁସିରେ ରହିପାରିବେ….

ଶିକ୍ଷା ହେଉଛି ପ୍ରତ୍ୟେକ ମନୁଷ୍ୟର ସବୁଠାରୁ ଭଲ ବନ୍ଧୁ। ଏହା ଆପଣଙ୍କୁ ସବୁବେଳେ ସବୁସ୍ଥାନରେ ସମ୍ମାନର ଅଧିକାର ଦେଇଥାଏ ।

ଜୀବନର ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ ଓ ମହତ୍ତ୍ୱପୂର୍ଣ୍ଣ ଅଟେ ତେଣୁ ବୃଥାରେ ସମୟକୁ ଅପଚୟ କରିବା ଅନୁଚିତ। ମୂଲ୍ୟବାନ ସମୟକୁ ଅଯଥାରେ ନଷ୍ଟ କଲାପରି କ୍ଷତିଠାରୁ ଜୀବନରେ ଆଉ ଅଧିକ କ୍ଷତି ହିଁ ନାହିଁ ।

କୌଣସି Relationship ରେ କେବେହେଲେ କାହା ପ୍ରତି ego ରଖିବା ଉଚିତ୍ ନୁହେଁ ସେଥିପାଇଁ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ।

ଅଧର୍ମର ଫଳ ବଢ଼ି ବଢ଼ି ଯାଏ,
ପାପ କଳସୀ ହୁଏ ପୂରଣ।
ତଥାପି କଳୁଷ ଭୋକ ମରେ ନାହିଁ,
ପିଣ୍ଡେ ଥିବା ଯାଏ ପ୍ରାଣ।

ତୁମେ ନିଜେ ନିଜ ପାଇଁ ଏତେ ଯଥେଷ୍ଟ ଯେ, ଅନ୍ୟ ମାନଙ୍କଠାରୁ ପାଇଥିବା ସମସ୍ତ କ୍ଷତ ତୁମେ ନିଜେ ହିଁ ଶୁଖେଇ ପାରିବ।

ବିଷଠାରୁ ବିଷାକ୍ତ ମଣିଷର କଥା,ମୁଁ ଯାହା କହୁଛି ମୋ କଥା କାହା ହୃଦୟରେ କଷ୍ଟ ଦେଉନାହିଁ ତ…ତେଣୁ କଥା କହିବା ଆଗରୁ ଶହେ ଥର ଭାବିକି କୁହନ୍ତୁ।

ପରକଥା ଶୁଣି ନିଜ ଲୋକଙ୍କ ଉପରେ ହଠାତ୍ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ, କାହିଁକି ନା ଏଠି ବର୍ତ୍ତମାନ ସମୟରେ ଘର ଭାଙ୍ଗୁଥିବା ଲୋକ ବହୁତ ମିଳିବେ କିନ୍ତୁ ଘର ଯୋଡିବା ଲୋକ ବହୁତ କମ୍ ।ତେଣୁ ଆଖିରେ ନ ଦେଖିଲେ କାହା କଥାକୁ ସହଜରେ ବିଶ୍ବାସ କରନ୍ତୁ ନାହିଁ ।

ଯେଉଁ ବ୍ୟକ୍ତି ନିଜର ଅଭ୍ୟାସ ପରିବର୍ତ୍ତନ କରେ ସେ ନିଜର ଭବିଷ୍ୟତକୁ ପରିବର୍ତ୍ତନ କରେ….

ଯେଉଁ ବ୍ୟକ୍ତି ପରିବର୍ତ୍ତନ କରେନାହିଁ, ସେ ଆସନ୍ତାକାଲି ମଧ୍ୟ ଆଜି ପରି ଅନୁଭବ କରିବ….

ଆପଣଙ୍କ କରୁଥିବା କର୍ମ ପ୍ରତି ସର୍ବଦା ସଜାଗ ରୁହନ୍ତୁ, କାରଣ ଆପଣଙ୍କ କର୍ମ ହିଁ ଆପଣଙ୍କର ମୂଲ୍ୟ ନିର୍ଣ୍ଣୟ କରିଥାଏ ।

ଜୀବନରେ ସବୁକିଛି କିଣି ପାରିବା ହେଲେ ଆଶିର୍ବାଦ ଆଉ ଭଲପାଇବା ନାହିଁ କାରଣ ଏହା ଆମକୁ ଆମ କର୍ମ ଅନୁସାରେ ମିଳିଥାଏ।

ବିଶ୍ୱାସ ଥିଲେ ଜଣେ ଆଉ ଜଣଙ୍କ ନୀରବତାକୁ ବି ବୁଝିପାରେ । କିନ୍ତୁ ବିଶ୍ୱାସ ନଥିଲେ ସରଳ ଭାଷା ମଧ୍ୟ ତା ପାଖରେ ଅବୁଝା ହୋଇ ପଡେ।

ଲୋକେ କୁହନ୍ତି ଖୁସି ବାଣ୍ଟିଲେ ସରେ ନାହିଁ ବରଂ ବଢିଥାଏ, କିନ୍ତୁ ଆଜିର ଦୁନିଆରେ ଖୁସି ବାଣ୍ଟିଲେ ଶତ୍ରୁତା ମିଳିଥାଏ।

ଯେଉଁ ପୁରୁଷ ଶରୀର ରକ୍ଷା ପାଇଁ ଯୋଗ ସାଧନା କରନ୍ତି ସେମାନେ ଯୋଗୀ ନୁହଁନ୍ତି ସେମାନେ ଭୋଗୀ, ମାତ୍ର ଯିଏ କେବଳ ବ୍ରାହ୍ମୀ ସ୍ଥିତିକୁ ପ୍ରାପ୍ତ କରନ୍ତି ସେ ହିଁ ବାସ୍ତବ ଯୋଗୀ।

ଆଜି କାଲିର ସମ୍ପର୍କ Service ପରି ହୋଇଗଲାଣି,ଭଲ Offer ମିଳିଗଲେ ଲୋକେ ପୁରୁଣାକୁ ଭୁଲି ଯାଉଛନ୍ତି ।

ଆଗକୁ ବଢ଼ିବାକୁ ଚେଷ୍ଟା ତ କରନ୍ତୁ, ଦିଗର ଅଭାବ ନାହିଁ….

ରାସ୍ତାରେ ବିଛିତ ଥିବା କଣ୍ଟାକୁ ଦେଖି ଭୟଭୀତ ହୁଅନ୍ତୁ ନାହିଁ, କାରଣ ଆପଣଙ୍କ ସହିତ ଅନେକ ଶୁଭେଚ୍ଛା, ଆଶୀର୍ବାଦ ଓ ପ୍ରାର୍ଥନା ରହିଛି….

ଯାହା କରିବାର ଅଛି ଏବେ ଠାରୁ ହିଁ ଆରମ୍ଭ କରି ଦିଅନ୍ତୁ।ଆସନ୍ତା କାଲିକୁ ଅପେକ୍ଷା କରନ୍ତୁ ନାହିଁ। ସୁଯୋଗ କେବଳ ଆପଣଙ୍କ ପାଇଁ ନୁହେଁ ସମସ୍ତଙ୍କ ପାଇଁ ଆସିଥାଏ।

ବାରମ୍ବାର କାହାକୁ ବୁଝାଇବା ଅପେକ୍ଷା ନିଜକୁ ବୁଝେଇ ତାକୁ ଏକୁଟିଆ ଛାଡି ଦିଅନ୍ତୁ।ସମୟର ଛାଟ ବାଜିବା ପରେ ସେ ଠିକ୍ ବୁଝିପାରିବ।

ମଣିଷ ଏକ ଆଶା ଦ୍ୱାରା ବନ୍ଧା ଏକ ଜିଦ ଖୋର ପକ୍ଷୀ,ଯିଏ ଆଶା ସହିତ ଆଘାତପ୍ରାପ୍ତ ହୋଇଥାଏ ଏବଂ ଆଶା ଉପରେ ଜୀବନ୍ତ ମଧ୍ୟ ରହିଥାଏ।

ତୁହି ପରା ମାଆ ଉକତ ରଙ୍କୁଣୀ,
ଡାକିଲେ ଶୁଣୁ ଗୁହାରି।
ଶରଣ ନେଉଛି ଚରଣେ ତୋହରି,
ଦେବୁନି ନିରାଶ କରି ।

ମୁଖମଣ୍ଡଳ ଓ ଭାଗ୍ୟ ଭିତରେ ଏତିକି ଫରକ ଯେ,ମୁଖରେ ଆମେ ମନଇଛା ରଙ୍ଗ ବୋଳୁ କିନ୍ତୁ, ଭାଗ୍ୟର ରଙ୍ଗ ଭଗବାନ ତାଙ୍କ ଇଚ୍ଛାରେ ଲଗାନ୍ତି।

ଯେକୌଣସି ବିଷୟର ଶାବ୍ଦିକ ଜ୍ଞାନ ତାହାର ବ୍ୟବହାରିକ ଅନୁଭବ ଠାରୁ ଭିନ୍ନ ଅଟେ।ଯେପରି ଉତ୍ତମ ବିଚାର ଅତ୍ୟନ୍ତ ମୂଲ୍ୟବାନ ଅଟେ, କିନ୍ତୁ କାର୍ଯ୍ୟରେ ନଲଗାଇଲେ ତାର ମୂଲ୍ୟ କିଛି ନଥାଏ।

ପ୍ରତ୍ୟେକ ସକାଳର ସୂର୍ଯ୍ୟ ଆମ ପାଇଁ ଦୁଇଟି ରାସ୍ତା ଆଣିଥାଏ। “ପ୍ରଥମଟି” ହେଉଛି ଶୋଇ ରହି ଆନନ୍ଦରେ ସ୍ବପ୍ନ ଦେଖିବା । “ଦ୍ୱିତୀୟଟି” ହେଉଛି ସ୍ବପ୍ନକୁ ସତ କରିବାକୁ ସଂଘର୍ଷ କରିବା।

Leave a Comment

From Most Popular Categories

You cannot copy content of this page