Odia Story Alia

Odia Story Alia

Odia Story Alia

Facebook
WhatsApp
Telegram

Odia Story Alia : This is a short story about two people who are in love

ଅଳିଆ

ଘରେ ଆଗଡମ ବଗଡ଼ମ ଜିନିଷର ମାତ୍ରା ବଢ଼ି ଚାଲିଥିଲା l ଦରକାରୀ ଜିନିଷଠୁ ଅଦରକାରୀ ଜିନିଷଗୁଡିଏ ଘରେ ନିଜ ରାଜୁତି ଚଳାଉଥିଲେ l ଶ୍ରୀମତୀ ବହୁତ ଦିନରୁ ଲଗେଇଥିଲେ ଘର ସଫେଇ ପାଇଁ ଆଉ ସେଥିପାଇଁ ଆଜି ରବିବାରଟିରେ ମୁଁ ପୁରା ଦମ୍ ରେ ଅଳିଆ ସଫା କରିବାରେ ବ୍ୟସ୍ତ ଥିଲି l ପୁରୁଣା କାଗଜ ପତ୍ର, ଖବର କାଗଜ, ଭଙ୍ଗା ପଣିଆ, ପ୍ଲାଷ୍ଟିକ ଡବା, ଛିଣ୍ଡା ତାର ଆଉ କେତେ କଣ ଯେ ଘରୁ ବାହାରିଚାଲିଥିଲା ତା’ର ଠିକଣା ନ ଥିଲା l

ସବୁ ଜିନିଷ କୁ ବାନ୍ଧି ବୁନ୍ଧି ଗୋଟିଏ ବାସ୍ତରେ ରଖିଲି ବାହାରେ ଫୋପାଡିବା ପାଇଁ l ହଠାତ ଆଖି ପଡିଲା ତିନି ବର୍ଷର ପୁଅ ଗୁଡ୍ଡୁର ଭଙ୍ଗା ଖେଳଣା ଉପରେ l ପ୍ଲାଷ୍ଟିକ ବାଇକ ଟାର ଆଉ କିଛି ନାହିଁ କହିଲେ ଚଳେ l ହେଲେ ଗୁଡ୍ଡୁ ଖାଲି ତାକୁ ହିଁ ଧରି ସବୁବେଳେ ବୁଲୁଥାଏ l ବାଇକ ଟାକୁ ନେଇ ବସ୍ତା ଭିତରେ ପୁରେଇ ଦେଲି ଆଉ ସେଇଟା ଗୁଡ୍ଡୁ ଆଖିରେ ପଡିଗଲା l ଅଧା ଖିଆରୁ ଦୌଡ଼ି ଆସି ପାଟିକଲା, “ବାବା, ବାବା, ମୋ ଗାଡି ଫିଙ୍ଗିଦିଅନି l ” ମୁଁ ନାଲି ଆଖି ଦେଖି ତାକୁ ଚୁପ କରିବାରୁ ସେ ଭୋ ଭୋ କରି କାନ୍ଦି ଭୂଇଁ ଉପରେ ଗଡ଼ିଗଲା l ମୁଁ ସ୍ତ୍ରୀଙ୍କୁ ଆଦେଶ ଦେଲି ତାକୁ ନେଇ ଖୁଆଇଦେବା ପାଇଁ l ଘରର ଛୋଟ ଛୋଟ ଅଳିଆ ସବୁ ବାହାର କଲା ପରେ ବଡ ବଡ ଅଳିଆ ଗୁଡିକ ଉପରେ ନଜର ପକାଇଲି l ଷ୍ଟୋର ରୋମ ରେ ପୁରୁଣା କୁଲର, ଭଙ୍ଗା ଫିଲଟର, କଳଙ୍କି ଲଗା ପଙ୍ଖା ପଡିଥିଲା l

ବହୁତ କିଛି ସଫା ହବ l ତା ପରେ ମୁଁ ଦାଣ୍ଡ ପଟ ଗ୍ୟାରେଜ ପାଖକୁ ପାଦ ବଢ଼େଇଲି l ଗ୍ୟାରେଜରେ ଗୋଟିଏ କୋଣରେ ବାପାଙ୍କ ପୁରୁଣା ବାଜାଜ ସ୍କୁଟର l କଉ ଦଶ ବର୍ଷ ହେଲା ବାପା ଚଲେଇ ନାହାନ୍ତି l ସ୍କୁଟରଟାକୁ ଗଡେଇ ଆଣି ବାହାରେ ଥୋଇଲି l କାହାକୁ ବିକି ଦେଲେ ଯିବ l କିନ୍ତୁ ପାଞ୍ଚଶହ ଟଙ୍କାରେ ବି ହବନି l ପଛକୁ ବୋଳିପଡିଲା ବେଳେକୁ ବାପା l ସ୍କୁଟର ଉପରେ ନିଜର ହାତ କୁ ଧୀରେ ଧୀରେ ବୁଲାଇଲେ l ଏମିତି ଲାଗିଲା ଯେମିତି କଁଅଳିଆ ପିଲାଟିକୁ ଆଉସୁଁଛନ୍ତି l କହିଲେ, “କେତେ ଖରା ବର୍ଷା ଶୀତ ସହିଛି ମୋ ସାଙ୍ଗରେ ଇଏ l

କାଲି ଭଳି ଲାଗୁଛି ୟାକୁ କିଣି ଘରକୁ ଆଣିଥିଲି l “ଏହା କହି ବାପା ଦୀର୍ଘ ନିଃଶ୍ୱାସ ଟିଏ ମାରିଲେ l ଗୁଡ୍ଡୁର ରାହାଦିଆ କାନ୍ଦ ଆଉ ବାପାଙ୍କର ଦୀର୍ଘ ନିଃଶ୍ୱାସ କେଜାଣି ମୋତେ ଏକା ଭଳି ମନେହେଲା l ମୁଁ ସ୍କୁଟରଟାକୁ ନେଇ ଚୁପ ଚାପ ତା ‘ଜାଗାରେ ରଖିଦେଲି l ଆଉ ସେ ବସ୍ତା ଭିତରୁ ବାଇକ ଟିକୁ ଗୁଡ୍ଡୁକୁ ଦେବା ପାଇଁ ଘର ଭିତରକୁ ଗଲି l ଆଜି ସ୍ମୃତି ଆଉ ଅଳିଆ ଭିତରେ ଥିବା ସୁକ୍ଷ୍ମ ତଫାତ ଟିକୁ ଭଲ ଭାବରେ ବୁଝିଯାଇଥିଲି l

Odia Story Alia

Odia Story Alia, Odia Story Alia, Odia Story Alia

Leave a Comment

From Most Popular Categories

You cannot copy content of this page