Short Story Dakait in Odia

Short Story Dakait in Odia

Facebook
WhatsApp
Telegram

Dive into the captivating Odia short story “ଡକାୟତ” (Short Story Dakait in Odia). Discover how Raghubabu and his friend Basubabu outwit a cunning thief in a tale filled with suspense, bravery, and wit.

ରଘୁବାବୁଙ୍କ ଘର ସହରଠାରୁ ଦଶମାଇଲ ଦୂର ଗୋଟିଏ ଗାଁରେ ।ତାଙ୍କ ଘରେ କୌଣସି ଉତ୍ସବ ହେବାର ଥାଏ। ସେଥିପାଇଁ ତାଙ୍କ ବନ୍ଧୁ ବାସୁବାବୁ ସହରକୁ ଗୋଟିଏ ଘୁଡ଼ାଗାଡ଼ି ଭଡ଼ା କରି ଆସୁଥାନ୍ତି।

ସହର ଓ ଗାଁ ମଝିରେ ଥାଏ ଗୋଟିଏ ଛୁଟ ଜଙ୍ଗଲ । ସେହି ଜଙ୍ଗଲ ରେ କିଛି ଦିନ ଆଗରୁ ଜଣେ ଚୋର ରଘୁବବୁଙ୍କର ସବୁ ଲୁଟି ନେଇଥିଲା। ଘଟଣାଟି ତାଙ୍କଠୁ ବାସୁବାବୁ ଶୁଣିଥିଲେ ।

ଘଟଣାଟି ହେଲା: ରଘୁ ବାବୁ ଥରେ କୌଣସି କାମ ସାରି ସହରରୁ ଫେରୁ ଫେରୁ ସଂଧ୍ୟା ହୋଇଯାଇଥିଲା । ସେ ଗୋଟିଏ ଘୋଡ଼ାଗାଡ଼ିରେ ଫେରୁଥାନ୍ତି । ଜଙ୍ଗଲ ମଝିରେ ରାସ୍ତା ଉପରେ ଗୋଟିଏ ଗଛର ଡାଳ ପଡି ଥିବାରୁ ହଠାତ୍ ଗାଡି ବନ୍ଦ ହୋଇଗଲା। ଠିକ୍ ସେତିକିବେଳେ ହଠାତ୍ ଗଛ ଉହାଡ଼ରୁ ଜଣେ ଗୁଣ୍ଡା ପରି ଲୋକ ବହାରିଆସି ତା ହାତର ଛୁରୀ ରଘୁବବୁଙ୍କ ମୁଣ୍ଡରେ ରଖି କହିଲା, “ତୋ ପାଖରେ ଯାହା କିଛି ଅଛି ମୋତେ ଦେଇଦେ।”ତା ପରେ ରଘୁବାବୁଙ୍କର ସବୁଟଙ୍କା, ଜିନିସପତ୍ର ନେଇ ଗଡିବାଲାଠୁ ମଧ୍ଯ ସବୁ ନେଇଯାଇ ସେ ଜଙ୍ଗଲ ଭିତରକୁ ଚାଲିଗଲା ।

ଗାଡ଼ି ବଲା ମଥା ପିଟି କହିଲା, “ମୁଁ ମୂଳରୁ କହୁଛି ଏ ଅନ୍ଧାର ରତି ରେ ଜଙ୍ଗଲରେ ଯିବା ନାହିଁ । ହାୟ,ମୋ ଝିଅର ବାହଘର ପାଇଁ ଯେଉଁ ପାଞ୍ଚଶ ଟଙ୍କା ଜମା କରିଥିଲି ତାକୁହିଁ ଚୋର ଲୋଟିନାଲା ।

“ରଘୁବାବୁ ଘରେ ପହଁଚି ଗଡିବଲା ପ୍ରତି ଦୟା ଦଖାଇ ତା,ର ପାଞ୍ଚଶ ଟଙ୍କା ଦେଇଦେଲେ । ରାତି ରେ ସେଠାରେ ସେ ରହି ସକାଳେ ନିଜ ଘରକୁ ଫରିଗଲା ।

ବସୁବାବୁ ଗାଡ଼ିରେ ବସି ଅନ୍ଧାରରେ ଗଲାବେଳେ ସେଇ ଘଟଣା କଥା ଭାବୁଥାନ୍ତି।ସେତିକିବେଳେ ଗାଡ଼ି ଗୋଟିଏ ମୋଡରେ ବୋଲିଲା । ଦେଖାଗଲା ସେଠାରେ ମଧ୍ଯ ଗଛ ଡାଳଟିଏ ପଡି ରାସ୍ତା ବନ୍ଦ ହୋଇଛି । ପୂର୍ବପରି ଗୋଟିଏ ଗଛ ଉହାଡ଼ରୁ ବହାରିଆସିଲା ଛୁରୀ ଧରି ଜଣେ ଚୋର ଆଉ ସବୁ ଟଙ୍କା ଦୁଇ ଜଣଙ୍କଠୁ ଲୁଟିନେଲା। ଯିବାବେଳକୁ କହିଲା,ତୋ ହାତରେ ସେ ପୁଟୁଳାଟି କ,ଣ ?

ଏଥିରେ କିଛି ମିଠାଇ ଅଛି । ପିଲାଙ୍କ ପାଇଁ ନେଇ ଯାଉଛି।”ବାସୁ ବାବୁ କହିଲେ । ଓହୋ,ମୋତେ ଖୁବ୍ ଭୋକ ଲାଗୁଛି । ଭଲହେଲା କହି ସେ ପୁଟୁଳାଟି ଛଡାଇନେଇ ଚାଲିଗଲା

ଚୋରା ଯିବା ପରେ ଗଡିଵାଲା ମଥା ପିଟି କହିଲା ‘ହାୟ ମୋ ଝିଅ ବାହାଘର ପାଇଁ ରଖିଥବା 500 ଟଙ୍କା ଚୋରା ନେଇଗଲା । ତାପରେ ଗାଡି ଵାଲା ଡାଳଟିକୁ ଟାଣି ବାହାର କରି ଗାଡି ଚଳାଇବାକୁ ଆରମ୍ଭ କଲା ।

ଵାସୁବାବୁ ଗମ୍ଭୀର ହୋଇ କହିଲେ । ଗାଡି ବନ୍ଦ କର ।

କାହିଁକି ? କଁ ଆଉ ଜଣେ ଚୋର ହାତରେ ପଡ଼ିବାର ଇଛା ।ଗଡିବଲା ଧମକ ଦେଲା ଭଳି ପଚାରିଲା ।

ହେଉ ଆସୁ । ମୋଠାରୁ ଲୁଟିବା ପରେ ଆହୁରି କିଛିତ ଅଛି । କିନ୍ତୁ ଚୋର ସେସବୁ ନେଇ କୁଆଡେ ବି ଯିବ ନାହିଁ। ।ଶୀଘ୍ର ପୁଣି ଆମ ପାଖକୁ ଚାଲିଆସିବ ।ବାସୁବାବୁ କହିଲେ। କିପରି? ଗଡିବାଲା ପଚାରିଲା

ବସୁବାବୁ ହସି ହସି କହିଲେ, ସେ ମିଠାଇ ପିଲାଙ୍କ ପାଇଁ ନୁହେଁ ମୂଷାମାନଙ୍କ ପାଇଁ ନେଉଥିଲି ।ଶୁଣିଥିଲି ମୋର ବନ୍ଧୁଙ୍କ ଘରେ ବହୁତ ମୂଷା ତେଣୁ ସହରରୁ ଭଲ ଔଷଧ ଆଣି ସେଥିରେ ମିଶାଇ ଆଣିଥିଲି । ଚୋର ତାକୁ ଖାଇ ଶୀଘ୍ର ମରିଯିବ । ଆମେ ମଧ୍ୟ ଆମ ଟଙ୍କା। ବିନା କ୍ଲେଶରେ ଫେରି ପାଇବା ଏ କଥା ଶୁଣି ଗଡିବଲାର ମୁହଁ ଫିକା ପଡିଗଲା ।

ସେ ଥରି ଥରି ବଡପାଟିରେ ଚିତ୍କାର କରି କହିଲା ପୁଅ ମିଠାଇ ଖା, ନା!” କହୁ କହୁ ସେ ଗାଡିରୁ ଡେଇଁପଡ଼ିଲା । ବାସୁ ବାବୁ ମଧ୍ଯ ଗାଡିରୁ ଉଲ୍ହାଇଲେ ଓ ଗମ୍ବିର ହୋଇ କହିଲେ ଆଚ୍ଛା ଏଥରେ ତୋର ବି ହାତ ଅଛି ଲୋଭରେ ପଡ଼ି ଆମେ ଏ ଭଳି ଚୁରି କରୁ।ମୋ ପୋଅ ଏବେ ମରିଯିବ କ,ଣ କରିବି ?ଗଡ଼ିବଲା ବ୍ୟସ୍ତ ହୋଇ କହିଲା।ତାପରେ ଦୁହେଁ ଅଳ୍ପ ଦୂରରେ ଥିବା ଏକ କୁଟୀରରେ ପହଁଚିଲେ ।

ଗଡ଼ିବାଲା ଶୀଘ୍ର ଶୀଘ୍ର କବାଟ ଖୋଲି ଗୋଟିଏ ଘରେ ପଶିଗଲା ।ପଛେ ପଛେ ବଶୁବାବୁ ମଧ୍ୟ ଭିତରେ ପଶିଲେ ।ସେତେବେଳକୁ ପୋଅ ଅଧା ମିଠାଇ ଶେଷ କରିସାରିଲାଣି । ଗଡିବାଲା କାନ୍ଦି କାନ୍ଦି କହିଲା, ହେ ପୋଅ ,ସେଥିରେ ମୂଷା। ମାରି ଔଷଧ ପଡ଼ିଛି । ତୁ ଖାଇଦେଲୁ ?” କାନ୍ଦିଲେ ବିଷ ଚଡ଼ିବ ନାହିଁ ଚାଲ ମୋର ବନ୍ଧୁଙ୍କ ଘର କୁ । ବୈଦ୍ୟ ଏହାର କିଛି ପ୍ରତିକର କରିବେ । ବାସୁ ବାବୁ କହିଲେ ।

ବିଷ କଥା ଶୁଣି ଗଡିବାଲାର ପୁଅ ପୂରା ଝାଳରେ ବୁଡିଗଲା। ତା ମୁଣ୍ଡ ବୁଲାଇଲା ଓ ପେଟ କାଟିଲା । ତା ପରେ ତିନି ଜଣ ଗାଡ଼ିରେ ବସି ରାଘୁବବୁଙ୍କ ଘରେ ପହଁଚିଲେ । ବାସୁବାବୁ ବାପପୁଅଙ୍କୁ ଗୋଟିଏ ଘରେ ବସାଇ କହିଲେ ତୁମେ ଦୁହେଁ ଏଇଠି ବସିଥାଅ । ମୁଁ ସାହି ବୈଦ୍ୟକୁ ଡାକି ଆଣୁଛି । ଏକଥା କହି ସେ ଭିତରକୁ ଯାଇ ସବୁ କଥା ରଘୁବାବୁଙ୍କୁ ଶୁଣାଇଲେ ।

ବୈଦ୍ୟ ଙ୍କୁ ଅପେକ୍ଷା କରି ବସିଥିବା ବାପା ଓ ପୋଅ ଙ୍କ ଖବର ପାଇ ସିପାହୀ ମାନେ ସେଠାରେ ପହଁଚିଲେ ଓ ତାଙ୍କୁ ଧରିନେଲେ ।ସେମାନେ ଯିବାବେଳେ ବାସୁ ବାବୁ କହିଲେ ମିଠାଇ ରେ କିଛି ବିଷ ନାହିଁ।ହେଲେ ତୁମ ମାନଙ୍କ ରୋଗ ପାଇଁ ଔଷଧ ଦେଲା ବାଲା ଦୈବ୍ୟ ହେଉଛନ୍ତି ଏଇମାନେ ।

Leave a Comment

You cannot copy content of this page