ବାପା, ପୁଅ ଓ ଗଧ
ଦିନେ ବୁଢାବାପ ଓ ତାର ପୁଅ ତାଙ୍କ ଗଧକୁ ସାଙ୍ଗରେ ନେଇ ବଜାରକୁ ଗଲେ l ଗଧ ଚାଲିଥାଏ, ବାପ, ପୁଅ ଦୁଇଜଣ ବି ଚାଲିଥାନ୍ତି l କିଛି ଦୂର ଗଲା ପରେ ଗୋଟିଏ ଲୋକ ହସି ହସି କହିଲା, ” ଏ ବୁଢା କେଡେ ବୋକା, ଗଧଟା ତ ଖାଲିରେ ଚାଲିକରି ଯାଉଛି, ପୁଅକୁ ସେ ଗଧ ଉପରେ ବସାଇ କାହିଁକି ନେଉନାହଁ “? ବୁଢ଼ା ଏହା ଶୁଣି ତା ‘ ପୁଅ କୁ ସେ ଗଧ ଉପରେ ବସାଇ ତାଙ୍କ ସାଙ୍ଗରେ ଚାଲିଲା l କିଛି ବାଟ ଚାଲିଲା ପରେ ଆଉ ଜଣେ ଲୋକ ସହ ସେ ବୁଢାର ଦେଖା ହେଲା l ସେ ଲୋକଟି କହିଲା -” କି ଯୋଗ ହେଲା, ବୁଢାଟା ଚାଲି କରି ଯାଉଛି ହେଲେ ପୁଅଟି ଆରାମରେ ଗଧ ଉପରେ ବସିଛି “l ଏହା ଶୁଣି ସେ ପୁଅ ଗଧ ଉପରୁ ତୁରନ୍ତ ଓଲ୍ହେଇ ପଡିଲା l ଏବଂ ବୁଢା ଗଧ ଉପରେ ବସିଲା l କିଛି ବାଟ ଗଲା ପରେ ଆଉ ଜଣେ ଲୋକ କହିଲା,” ଏ ତ ଅଦ୍ଭୁତ ବୁଢ଼ା, ଛୁଆଟାକୁ ଚଲେଇ ଚଲେଇ ନଉଚି, ତାକୁ ବି ସେଇ ଗଧ ଉପରେ ବସାଇ ନେଲେ କଣ କିଛି ଅସୁବିଧା ହୁଅନ୍ତା କି l ଏହା ଶୁଣି ସେ ବାପ ପୁଅ ଦୁଇ ଜଣ ଗଧ ଉପରେ ବସିଲେ l
ଯେମିତି ଆସି ସେମାନେ ବଜାର ପାଖରେ ପହଞ୍ଚିଲେ, ସେଠି ଜଣେ ଲଯ ତାଙ୍କୁ ଦେଖି ଖୁଵ ଵ୍ୟସ୍ତ ହୋଇପଡ଼ିଲା ଓ କହିଲା – ” ଆରେ ଏ ଗଧଟାକୁ ମାରିବ ନା କ’ଣ ? ଗଧ ଉପରେ ଦୟା ଦେଖିବା କଥା l ତୁମେ ଦୁଇ ଜଣ ଏ ଦୁର୍ବଳ ଗଧକୁ ସିନା କାନ୍ଧେଇ କରି ନିଅନ୍ତ l ” ଏ ଲୋକର କଥା ଶୁଣି ବୁଢା ଓ ତା ପୁଅ ସେ ଗଧକୁ କାନ୍ଧେଇ କରି ଚାଲିଲେ, ମାତ୍ର ସେ ଗଧ ଏଥିରେ ଵ୍ୟସ୍ତ ହୋଇ ଡେଇଁ
ପଡିବାରୁ ନଈ ରେ ପଡି ସେ ମରିଗଲା l ଶେଷରେ ସେ ବୁଢା ଓ ତା ପୁଅ ଖୁଵ ମନ ଦୁଃଖରେ ଘରକୁ ଫେରିଲେ l
” ସମସ୍ତଙ୍କୁ ଖୁସି କରିବା ପାଇଁ ଚାହିଁଲେ, କାହାକୁ ବି ଆଦୌ ଖୁସି କରି ପାରିବ ନାହିଁ l “