Discover the divine story of Lord Jagannath, the mysterious origin of the Puri Jagannath Temple, and the deep-rooted legends from Odia mythology. Uncover secrets, traditions, and the spiritual journey of the deity worshiped by millions.
Story of Lord Jagannath
ମହାଭାରତ ଶେଷରେ ଗାନ୍ଧାରୀଙ୍କ ସମସ୍ତ ପୁତ୍ରର ମୃତ୍ୟୁ ଘଟିଲା। ଯାହାକି ତାଙ୍କୁ ବହୁତ କଷ୍ଟ ଓ କ୍ଷତି ସହିବାକୁ ପଡିଲା। ସେ ଜାଣିଥିଲେ କି ଭଗବାନ ଶ୍ରୀକୃଷ୍ଣ ତାଙ୍କର ଦିବ୍ୟଶକ୍ତି ବଳରେ ମହାଭାରତ ଯୁଦ୍ଧକୁ ଅଟକାଇ ପାରିଥାନ୍ତେ, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ସେମିତି କିଛି ଵି କରିଲେ ନାହିଁ। ସେଥିପାଇଁ ଗାନ୍ଧାରୀ ରାଗିଯାଇ ଅଭିଶାପ ଦେବାକୁ ଯାଇ କହିଲେ, ଆଗାମୀ 36 ବର୍ଷ ପରେ ତାଙ୍କୁ ଓ ତାଙ୍କର ଯଦୁ ବଂଶ ପରସ୍ପର ମଧ୍ୟରେ କଳହ ଲାଗି ପରସ୍ପର ବିନାଶ କରିବେ ଏବଂ ଦ୍ୱାରିକା ସମୁଦ୍ରରେ ଲୀନ ହେବ।
ସମୟ ଅତିକ୍ରମ କରିଲା 36 ବର୍ଷ ପରେ ତାଙ୍କର ଅଭିଶାପ ଲାଗିଲା, ଯଦୁବଂଶ ପରସ୍ପର ମଧ୍ୟରେ ଝଗଡା ଓ ଜଣେ ଅନ୍ୟଜଣକୁ ମାରିବାକୁ ଲାଗିଲା। ଯାହାଦ୍ୱାରା ଦ୍ୱାରିକାର ବିନାଶ ହେବାକୁ ଲାଗିଲା ଓ ଦ୍ୱାରିକା ନଗରୀ ସମୁଦ୍ରରେ ଲୀନ ହେଲା। ଦିନେ ଭଗବାନ ଶ୍ରୀକୃଷ୍ଣ ନଦୀକୂଳରେ ଗୋଟିଏ ଗଛ ମୂଳରେ ବିଶ୍ରାମ ନେଉଥିଲେ। ସେହି ସମୟରେ ଜରା ନାମକ ଜଣେ ଶିକାରୀ ଜଙ୍ଗଲକୁ ଶିକାର ପାଇଁ ଆସିଥିଲେ। ହଠାତ ତାଙ୍କର ଏକ ଲାଲ ରଙ୍ଗର ଚକଚକ ଦିଶୁଥିବା ହରିଣ ଉପରେ ଆଖି ପଡିଲା।
ସେ ତାକୁ ହରିଣ ମନେକରି ତାଙ୍କ ଧନୁରୁ ବାଣ ଛାଡିଲେ। ବାଣ ଯାଇ ଶ୍ରୀକୃଷ୍ଣଙ୍କ ପାଦରେ ପଶିଲା। ଶିକାରୀ ଜରା ଯାଇ ଯେତେବେଳେ ଦେଖିଲା କି ଶରଟୀ କୌଣସି ହରିଣ ଦେହରେ ନୁହେଁ ବରଂ ଶ୍ରୀକୃଷ୍ଣଙ୍କ ପାଦରେ ପଶିଥିଲା। ତାହା ଦେଖି ଜରା ବହୁତ ଦୁଃଖ ପ୍ରକାଶ କଲା ଓ ନିଜକୁ ଦୋଷୀ ମନେକରି ତାଙ୍କ ଭୁଲର ପଶ୍ଚାତାପ କରି ଭଗବାନ ଶ୍ରୀକୃଷ୍ଣ ଙ୍କୁ କ୍ଷମା ମାଗିଲେ ଓ କହିଲେ ମୋର ଏହି ଅଜାଣତରେ ଭୁଲ ପାଇଁ ମୃତ୍ୟୁଦଣ୍ଡ ମଧ୍ୟ କମ ହେବ ।
ଭଗବାନ ଶ୍ରୀକୃଷ୍ଣ କହିଲେ ତମେ କିଛି ଭୁଲ କରିନାହିଁ। ତମେ ତ୍ରେତୋୟା ଯୁଗରେ ବାନର ରାଜା ବାଳି ଥିଲ। ଯାହାକୁ ମୁଁ ଗଛ କୋରଡରେ ଲୁଚିକରି ବଧ କରିଥିଲି। ଯାହା ଯୁଦ୍ଧ ଭୂମିର ନିୟମ ବିରୋଧ ଥିଲା। ଏଥିପାଇଁ ମୋର ମୃତ୍ୟୁ ତୁମ ହାତରେ ହେବ ଏହା ପୂର୍ବରୁ ଲେଖାଥିଲା। ତୁମେ ଏହି ଅପରାଧରୁ ମୁକ୍ତ ହୋଇ ଯାଅ। ଏହା କହି ଭଗବାନ ଶ୍ରୀକୃଷ୍ଣ ଭୌତିକ ଦୁନିଆରୁ ବିଦାୟ ହୋଇଗଲେ।
ଜରା ଦୁଃଖ ପ୍ରକାଶ କରି ଅର୍ଜୁନ ପାଖକୁ ଗଲେ ଓ ତାଙ୍କୁ ସମସ୍ତ କଥା କହିଲେ। ଏହା ଶୁଣି ଅର୍ଜୁନ ଓ ଜରା ଭଗବାନ ଶ୍ରୀକୃଷ୍ଣଙ୍କ ଅନ୍ତିମ ସଂସ୍କାର କରିବାକୁ ଗଲେ। ତାଙ୍କର ପୂରା ଶରୀର ପାଉଁଶରେ ପରିଣତ ହୋଇଗଲା , ହେଲେ ତାଙ୍କର ହୃଦୟ ( ହୃତପିଣ୍ଡ ) ଜୀବନ୍ତ ଓ ଦିବ୍ୟ ଥିଲା। ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ ହୃଦୟକୁ ଏକ କାଠ ଗଡ଼ରେ ରଖି ଓ ତାକୁ ନଦୀରେ ଭସାଇ ଦେଲେ। ଶ୍ରୀକୃଷ୍ଣଙ୍କ ହୃଦୟ ବହୁତ ଦିନ ସମୁଦ୍ରରେ ଭାସିଲା ।
ବହୁତ ସମୟ ପରେ ତାହା ଓଡ଼ିଶାର ମହାନଦୀ ତଟରେ ପହଞ୍ଚିଗଲା। ସେଠାରେ ଶବର ନାମକ ଏକ ଆଦିବାସୀ ସମ୍ପ୍ରଦାୟ ଥିଲେ। ବିଶ୍ୱାବାସୁ ଅଧିବାସୀ ସାମ୍ପ୍ରଦାୟର ପ୍ରମୁଖ ଥିଲେ। ସେ ଭଗବାନ ଶ୍ରୀକୃଷ୍ଣଙ୍କ ହୃଦୟକୁ ପାଇଲେ, ଦେଖିଲେ ସେଥିରୁ ଦିବ୍ୟ ଚମକ ବାହାରୁ ଥିଲା। ବିଶ୍ୱାବାସୁ ଏହାର ଦିବ୍ୟ ଚମକକୁ ବୁଝି ପାରିଲେ ଓ ତାକୁ ନେଇ ଏକା ଗୁପ୍ତ ଗୁମ୍ଫା ଭିତରେ ନୀଳମାଧବ ମୂର୍ତ୍ତି ଭାବରେ ପୂଜା କରୁଥିଲେ।
ଏହି କଥା ଆଦିବାସୀ ସମ୍ପ୍ରଦାୟ ଛଡା ଅନ୍ୟ କାହାକୁ ଜଣ ନଥିଲା। ସେହି ସମୟରେ ଅବନ୍ତି ରେ ଇନ୍ଦ୍ରଦ୍ୟୁମ୍ନ ନାମକ ଏକ ରାଜା ଥିଲେ,ସେ ଭଗବାନ ବିଷ୍ଣୁଙ୍କର ବହୁତ ବଡ଼ ଭକ୍ତ ଥିଲେ। ସେ ସର୍ବଦା ଭଗବାନଙ୍କ ଦିବ୍ୟ ଝଲକ ପାଇବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ । ଦିନେ ଜଣେ ଋଷି ତାଙ୍କ ମହଲକୁ ଆସିଲେ ଓ ରାଜାଙ୍କୁ କହିଲେ, ଓଡି଼ଶାରେ ଭଗବାନ କୃଷ୍ଣ ଙ୍କ ପୂଜା ନୀଳ ମାଧବ ରୂପରେ କରାଯାଉଛି। ଆପଣଙ୍କୁ ଓଡ଼ିଶାରେ ଏହି ଜାଗା ଖୋଜିକି ବାହାର କରିବା ନିହାତି ଆବଶ୍ୟକ। ଏହା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ ବହୁତ ଖୁସି ହେଲେ ଓ ତୁରନ୍ତ ବ୍ରାହ୍ମଣ ପୂଜାରୀ ବିଦ୍ୟାପତିକୁ ଓଡିଶା ଯାଇ ନୀଳମାଧବର ଖବର ନେବାକୁ ଆଦେଶ ଦେଲେ।
ରାଜାଙ୍କ ଆଦେଶ ପାଳନ କରି ବିଦ୍ୟାପତି ଓଡିଶା ଯାତ୍ରା ପାଇଁ ବାହାରିଗଲେ। ଏକା ଲମ୍ବା ଓ କଠିନ ଯାତ୍ରା କରିବା ପରେ ବିଦ୍ୟାପତି ଓଡ଼ିଶାରେ ପହଞ୍ଚିଲେ। ଓଡିଶା ପହଂଚିବା ପରେ ତାଙ୍କୁ ଏକ ଗୁପ୍ତ ଗୁମ୍ଫା ବିଷୟରେ ଜାଣିବାକୁ ପାଇଲେ ଯେ ଶବରର ନେତା ଏକ ଲୁଚିଥିବା ଗୁମ୍ଫା ଭିତରେ ନୀଳ ମାଧବ ପୂଜା କରୁଛନ୍ତି,ଏହା ଶୁଣି ବିଦ୍ୟାପତି ମହାନଦୀ ତଟ ରେ ଥିବା ଜଙ୍ଗଲରେ ପହଞ୍ଚିଲେ।
ଶବର ର ରାଜା ବିଦ୍ୟାପତିଙ୍କ ଆଗମନ କଲେ। ବିଦ୍ୟାପତି ଶବର ନେତା ବିଶ୍ୱାବାସୁ କୁ କହିଲେ; ମହାଶୟ! ଦୟାକରି ଆପଣ ମତେ ଦିବ୍ୟ ପୂଜାର ସ୍ଥାନ ଦେଖାନ୍ତୁ ମୁଁ ଏଠାକୁ ବହୁତ ବିଶ୍ୱାସ ନେଇ ଆସିଛି। ଏହା ଶୁଣି ବିଶ୍ୱାବାସୁ କହିଲେ ; ମତେ କ୍ଷମା କର ମୁଁ ତୁମକୁ ସେ ସ୍ଥାନକୁ ନେଇ ପାରିବି ନାହିଁ। ଏହା ଶୁଣି ବିଦ୍ୟାପତି ଦୁଃଖ ପ୍ରକାଶ କରି ଭାବିଲେ ; ମୁଁ ଯଦି ଏହି ଭଳି ଖାଲି ଯିବି ତେବେ ରାଜାଙ୍କୁ କି ଉତ୍ତର ଦେବୀ । ତାପରେ ବିଦ୍ୟାପତି ଅନ୍ୟ ଏକ ଉପାୟ ବାହାର କଲେ। ସେ କିଛି ଦିନ ସେହି ଗାଁ ରେ ରହିବାକୁ ଲାଗିଲେ ।
କିଛି ଦିନ ରହିବା ପରେ ତାଙ୍କୁ ବିଶ୍ୱାବାସୁଙ୍କ ଏକ ମାତ୍ର ଝିଅ ଲଳିତା ତାଙ୍କୁ ବହୁତ ଭଲ ଲାଗିଲା ଓ ତାଙ୍କୁ ଭଲ ପାଇ ବସିଲେ, ଏବଂ କିଛିଦିନ ପରେ ସେମାନେ ବାହା ମଧ୍ୟ ହୋଇଗଲେ। ବାହାଘରର କିଛି ଦିନ ଗଲା। ଦିନେ ବିଦ୍ୟାପତି ତାଙ୍କ ସ୍ତ୍ରୀ ଲଳିତା କୁ କହିଲେ ; କଣ ତମେ ତମ ବାପାଙ୍କୁ ଅନୁରୋଧ କରି ମତେ ନୀଳ ମାଧବର ଗୋଟିଏ ଥର ଦିବ୍ୟ ରୂପ ଦେଖାଇ ପାରିବ। ତୁମ ବାପା ତୁମ ଅନୁରୋଧକୁ କେବେବି ମନା କରିବେ ନାହିଁ। ଏହା ଶୁଣି ଲଳିତା କହିଲା ଠିକ ଅଛି ମୁଁ ନିଶ୍ଚିତ ଚେଷ୍ଟା କରିବି। ମୁଁ ଏ ବିଷୟରେ ମୋ ବାପାଙ୍କ ସହ କଥା ହୁଏ।
ଲଳିତା ତାଙ୍କ ବାପାଙ୍କ ସହ କଥା ହେଲେ, ବିଶ୍ୱାବାସୁ ଲଳିତାର କଥାରେ ରାଜି ହେଲେ, କିନ୍ତୁ ଗୋଟିଏ ସର୍ତ୍ତ ରଖି। କହିଲେ ବିଦ୍ୟାପତି ନିଜ ଆଖିରେ ପଟିବାନ୍ଧି ସେଠାକୁ ଯିବେ। ବିଦ୍ୟାପତି ତାଙ୍କର ସେହି ସର୍ତ୍ତରେ ମଧ୍ୟ ରାଜି ହେଲେ। ବିଦ୍ୟାପତି ଗଲାବେଳେ ଚତୁରତାର ସହିତ କିଛି ସୋରିଷ ନେଇ ଗଲେ। ଲୁଚିଥିବା ଗୁମ୍ଫା ର ସନ୍ଧାନ କରିବା ପାଇଁ ଚାଲିଲା ବେଳେ ଅଳ୍ପ ଅଳ୍ପ ସୋରିଷ ରାସ୍ତାରେ ପକାଇ ଚାଲିଲେ।
ଗୁମ୍ଫାରେ ପହଞ୍ଚି ବିଦ୍ୟାପତି ନୀଳମାଧବର ଦିବ୍ୟ ରୂପ ଦେଖିବାକୁ ପାଇଲେ ଓ ତାଙ୍କ ମନ ମୁଗ୍ଧ ହୋଇଗଲା। ଗୁମ୍ଫାରୁ ଫେରିଆସି ରାଜା ଇନ୍ଦ୍ରଦ୍ୟୁମ୍ନକୁ ସବୁ କଥା କହିଲେ। କିଛି ଦିନ ପରେ ବିଦ୍ୟାପତି ଗୁମ୍ଫାକୁ ଯିବା ପାଇଁ ରାସ୍ତାରେ ଯେଉଁ ସୋରିଷ ପକାଇଥିଲେ ତାହା ଅଙ୍କୁରିତ ହୋଇ ସୋରିଷ ଗଛ ହେଲା। ରାଜା ବିଦ୍ୟାପତି ସହିତ ସୋରିଷ ଗଛ ଦେଖି ଦେଖି ଗୁମ୍ଫା ନିକଟରେ ପହଞ୍ଚିଲେ ନୀଳମାଧବକୁ ଦେଖିବା ପାଇଁ।ଗୁମ୍ଫା ନିକଟରେ ପହଞ୍ଚି ସେ ଦେଖିଲେ ସେଠାରେ ନୀଳ ମାଧବ ନାହାନ୍ତି।
ନିରାଶ ହୋଇ ରାଜା ଇନ୍ଦ୍ରଦ୍ୟୁମ୍ନ ମହଲକୁ ଫେରି ଆସିଲେ। ସେହି ଦିନ ରାତିରେ ଭଗବାନ ଶ୍ରୀକୃଷ୍ଣ ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ୱପ୍ନରେ ଆସି କହିଲେ ” ଏ ସଂସାରରେ ମୁଁ ତୁମକୁ ନୀଳମାଧଵ ରୂପରେ ଦେଖା ଦେଇ ପାରିବି ନାହିଁ, ତୁମେ ପୁରୀ ସାଗର ନିକଟକୁ ଯାଅ ସେଠାରେ ଗୋଟିଏ କାଠ ପଡିଥିବାର ଦେଖିବ ମୁଁ ସେଠାରେ ଏକ ବହୁତ ବଡ଼ ଲାଲ ରଙ୍ଗର ସୁଗନ୍ଧିତ କାଠଗଡ଼ ଭାବରେ ଦେଖା ଦେବି। ସେହି କାଠ ଗଡ଼ରେ ସର୍ଵ ପ୍ରଥମେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଚିହ୍ନ ଦେଖାଯିବ।
ସେହି କାଠ ଗଡ଼କୁ ପ୍ରଥମେ ବାହାରକୁ ଆଣ ଓ ସେଥିରେ 3ଟି ମୂର୍ତ୍ତି ବନାଅ, ତେବେ ଯାଇ ତୁମେ ମୋର ଆରଧନା କରିପାରିବ। ରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସନ୍ଦେଶର ପାଳନ କରିଲେ। ପୁରୀ ସମୁଦ୍ର ତଟରେ ରାଜା ପହଞ୍ଚିଲେ ତାଙ୍କୁ ସେଠାରେ ଏକକାଠଗଡ଼ ଦେଖିବାକୁ ମିଳିଲା। କିନ୍ତୁ ରାଜାଙ୍କ ସୈନ୍ୟମାନେ ସେହି କାଠଗଡ଼କୁ ଉଠାଇ ପାରିଲେ ନାହିଁ। ଶେଷରେ ଆଦିବାସୀ ନେତା ବିଶ୍ୱାବାସୁ ଦ୍ୱାରା କାଠଗଡ଼ଟି ମହଲକୁ ଅଣାଗଲା। କିନ୍ତୁ କୌଣସି ଦକ୍ଷ କାରିଗର ସେହି କାଠ ଗଡ଼ରେ ନୀଳମାଧବ ମୂର୍ତ୍ତି ଗଢି ପାରିଲେ ନାହିଁ।
ଜଣେ କାରିଗର ଆସି ରାଜାଙ୍କୁ କହିଲେ ଆପଣ ଆମକୁ କ୍ଷମା କରିବେ ଏହି କାଠ ଏତେ ଟାଣ ଯେ ଏଥିରେ କୌଣସି ହାତୁଡି କାମ କରୁନାହିଁ। ଏହି କାମ ଆମ ଦ୍ୱାରା ହୋଇପାରିବ ନାହିଁ। ଯେତେବେଳେ ସମସ୍ତ କାରିଗର ଅସମ୍ଭବ ହୋଇଗଲେ ରାଜାଙ୍କ ସ୍ୱପ୍ନରେ ଭଗବାନ ଶ୍ରୀକୃଷ୍ଣ ପୁଣି ଆସି କହିଲେ; ରାଜା ଦେବତାମାନଙ୍କ ଦିବ୍ୟ ଶିଳ୍ପୀ ବିଶ୍ୱକର୍ମାକୁ ଆରାଧନା କର। ସେ ହିଁ ଏହି କାର୍ଯ୍ୟକୁ ଅବଶ୍ୟ ପୂରା କରିପାରିବେ।
ଏହା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନ ବିଶ୍ୱକର୍ମାକୁ ଆରାଧନା କଲେ ସେତେବେଳେ ଜଣେ ବୃଦ୍ଧ ବଢ଼େଇ ଭାବରେ ବିଶ୍ୱକର୍ମା ଆସି ପହଞ୍ଚିଲେ। ସେ ରାଜା ଇନ୍ଦ୍ରଦ୍ୟୁମ୍ନକୁ କହିଲେ ମୁଁ ଶୁଣିବାକୁ ପାଇଲିକି ଆପଣ ଏକ ଦିବ୍ୟ ମୂର୍ତ୍ତୀ ଗଡିବାକୁ ଚାହୁଁଛନ୍ତି ରାଜା କହିଲେ ହଁ କଣ ଆପଣ ଏହି କାଠରେ ନିଶ୍ଚିତ ମୂର୍ତ୍ତୀ ଗଢି ପାରିବେ। ଏହା ଶୁଣି ବିଶ୍ୱକର୍ମା କହିଲେ ହଁ ମୁଁ ଅବଶ୍ୟ ପାରିବି ହେଲେ ମୋର କିଛି ସର୍ତ୍ତ ଅଛି।ରାଜା କହିଲେ କଣ ସର୍ତ୍ତ? ବିଶ୍ୱକର୍ମା ଉତ୍ତର ଦେଲେ କି ମୁଁ 21 ଦିନ ମଧ୍ୟରେ ଭଗବାନ ଵିଷ୍ଣୁଙ୍କ ମୂର୍ତ୍ତି ତିଆରି କରିବି ।
ମାତ୍ର ଏହି ପ୍ରକ୍ରିୟାରେ ମତେ ଏକା ରହିବାକୁ ପଡିବ ତାହା ପୁଣି ଗୋଟିଏ ବନ୍ଦ କୋଠରୀ ଭିତରେ। ହେଲେ ମନେରଖ ଯଦି 21 ଦିନ ପୂର୍ବରୁ କେହି ଯଦି କବାଟ ଖୋଲିଦିଏ ତେବେ ମୂର୍ତ୍ତିକୁ ସେହି ଅବସ୍ଥାରେ ଅଧା ଛାଡି ଚାଲିଯିବି। କଣ ଆପଣ ଏହି ସର୍ତ୍ତରେ ରାଜି? ରାଜା ଉତ୍ତର ଦେଲେ ଆପଣ ଯଥାଶୀଘ୍ର ମୂର୍ତ୍ତି ଗଢିବା କାର୍ଯ୍ୟ ଆରମ୍ଭ କରନ୍ତୁ।
ଏହା ଶୁଣି ବିଶ୍ୱକର୍ମା କବାଟ ବନ୍ଦ କରିଲେ। ପ୍ରତିଦିନ କୋଠରୀ ଭିତରୁ ନିହାଣ ର ଠକ ଠକ ଶବ୍ଦ ଶୁଭୁଥିଲା ମାତ୍ର 15 ଦିନ ପରେ କୋଠରୀ ଭିତରୁ ଆଉ କିଛି ଠକ ଠକ ଶବ୍ଦ ଶୁଣାଗଲା ନାହିଁ। କିଛି ଶବ୍ଦ ନ ଶୁଣାଯିବାରୁ ରାଣୀ ଗୁଣ୍ଡିଚା ଚିନ୍ତିତ ହୋଇପଡିଲେ ଓ ସେ ରାଜା ଇନ୍ଦ୍ରଦ୍ୟୁମ୍ନକୁ କହିଲେ ମହାରାଜା ମୁଁ ସେ ଘର ଭିତରୁ କୌଣସି ଶବ୍ଦ ଶୁଣିବାକୁ ପାଉ ନାହିଁ।
କାଳେ ସେ ବୁଢା ବଢ଼େଇ ଭୋକରେ ମରିଯାଇଥିବି। କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ କବାଟ ଖୋଲିଦେବା ଦରକାର। ମହାରାଜା କହିଲେ ହେଲେ ବୁଢା ବଢ଼େଇ ସର୍ତ୍ତ ରଖିଥିଲେ କି 21 ଦିନ ପୂର୍ବରୁ କବାଟ ନ ଖୋଲିବା ପାଇଁ। କିନ୍ତୁ ମହାରାଣୀ କହିଲେ ସେ ବୁଢା ବଢ଼େଇ ଭୋକ ଓ ଶୋଷରେ ଯଦି କିଛି ହୋଇଯାଇଥିବ ତେବେ ଆମକୁ ମହାପାପ ଲାଗିବ।
ଆମକୁ ନିଶ୍ଚିତ କବାଟ ଖୋଲିଦେବା ଦରକାର। ରାଣୀ ଗୁଣ୍ଡିଚା ଦରବାଜା ଖୋଲିବା ପାଇଁ ଜିଦି କରିବାରୁ ଶେଷରେ କବାଟ ଖୋଲା ଗଲା। ଜଣାଗଲା ଯେ ଭଗବାନ ବିଶ୍ୱକର୍ମା ବୁଢା ବଢ଼େଇ ରୂପରେ 3 ଟି ଅଧୁରା ମୂର୍ତ୍ତୀକୁ ଛାଡି ଅଦୃଶ୍ୟ ହୋଇଯାଇଛନ୍ତି। ରାଜା ଇନ୍ଦ୍ରଦ୍ୟୁମ୍ନକୁ ବିଶ୍ୱକର୍ମାର କଥା ନ ମାନି ସର୍ତ୍ତ ଭାଙ୍ଗିବାର ବହୁତ ଦୁଃଖ ହେଲା।
ସେଥିପାଇଁ ଭଗବାନ ଵିଷ୍ଣୁଙ୍କ ପାଦ ଓ ହାତ ଅଧା ହୋଇ ରହିଗଲା । ଯେତେବେଳେ ରାଜା ସେହି ଅଧା ଗଢ଼ା ମୂର୍ତ୍ତୀ ପାଖକୁ ଗଲେ ସେତେବେଳେ ତାଙ୍କୁ ହୃଦୟର ଧକଧକ ଶବ୍ଦ ଶୁଣାଗଲା ତେଣୁ ସେ ଜାଣି ପାରିଲେ ସେହି ମୂର୍ତ୍ତୀ ଭିତରେ ଶ୍ରୀକୃଷ୍ଣଙ୍କ ହୃଦୟ ବିରାଜମାନ ହୋଇଛି, ରାଜା ଇନ୍ଦ୍ରଦ୍ୟୁମ୍ନ ଏହି ମୂର୍ତ୍ତୀକୁ ସ୍ଥାପନ କଲେ ଯାହାକୁ ଆମେ ଭଗବାନ ଜଗନ୍ନାଥ, ଭଗବାନ ବଳରାମ ଓ ଦେବୀ ସୁଭଦ୍ରା ରୂପେ ଜଗନ୍ନାଥ ଧାମ ପୁରୀରେ ପୂଜା ପାଆନ୍ତି। ଭଗବାନ ଜଗନ୍ନାଥକୁ ସାରା ଜଗତରେ ଏକମାତ୍ର ଜୀବିତ ଦେବତା ମାନାଯାଏ। ଯେ କି ନିଜ ଭକ୍ତର ଦୁଃଖ, କଷ୍ଟ ଓ ଇଚ୍ଛାକୁ ପୂରଣ କରନ୍ତି ।