If you’re going via the emotional turmoil of a misplaced love, flip to our series of Sad Love Poetry in Odia. These fantastically crafted verses can offer comfort and a method to explicit the deep ache of separation, longing, and cherished memories. Let the words of these talented poets assist you heal and find solace in their shared stories.
16 + Sad Love Poetry in Odia
ତୁମ କଥା ଭାବୁଛି ନିରିଜନ ଏଇ ଶୀତ ସକାଳରେ
ତୁମ କଥା ବସି ଭାବୁଛି,
ତୁମରି ଛବିକୁ ଦେଖୁଛି,
ଅଧା ଆଖି ବୁଜି ତୁମରି ସପନ ବୁଣୁଛି
ତୁମର ସେ ହସ, ମିଠା ମିଠା ବାସ,
ତୁମରି ଦେହର ପରଶ,
ଦୁଷ୍ଟାମୀ ତୁମ ଘନନୀଲ, ନୀଳ ଆଖିର,
ଗୋଲାପି ତୁମର ହସ ନାଲି ନାଲି ଓଠର,
କୋମଳ ତୁମରି ପରଶ ଖୋଜୁଛି,
ମୋ ବାହୁ ବନ୍ଧନ ମୁକୁଳା ପଡିଛି,
କାହିଁ କେତେ ଦୂରେ ପ୍ରିୟତ୍ତମା ମୋର
ଖୋଜୁଛି ତୁମକୁ ନିରିଜନ ଶୀତ ରାତିରେ ll
ତୁମେ ସିନା ନାହଁ
ତୁମ ରୂପ ଦିଶେ ସ୍ୱପ୍ନରେ,ତୁମେ ସିନା ନାହଁ ମୋ ବାହୁ ବନ୍ଧନେ
ତୁମକୁ ଧରିଛି ଛାତିରେ,
ତୁମ ସ୍ଥିତି ନାହିଁ ଆଜି ମୋ ସାଥିରେ,
ତୁମ ପ୍ରୀତି ଅଛି ସ୍ମୃତିରେ,
କାହିଁ କେତେ ଦୂରେ ପ୍ରିୟତ୍ତମା ମୋର,
ଖୋଜୁଛି ତୁମକୁ ନିରିଜନ ଶୀତ ରାତିରେ ll
ଯେତେ ଦୂରେ ଥାଉ ଶରୀର ଆମର,
ପ୍ରୀତି ତ ରହିଛି ଦୁହିଁଙ୍କ ହୃଦରେ,
ପ୍ରେମ ପାଇଁ ଦୂର, ବେଶି ଦୂର ନୁହଁ,
ଚାନ୍ଦ କୁମୁଦିନୀ ଦେଖିବାକୁ ଆମର ପ୍ରେମରେ,
କାହିଁ କେତେ ଦୂରେ ପ୍ରିୟତମା ମୋର,
ଖୋଜୁଛି ତୁମକୁ ନିରିଜନ ଶୀତ ରାତିରେ lll
ଶ୍ରାବଣ ଆଜି କୃଷ୍ଣା ସାଜିଛି
ବିରହୀଣୀ ଆଖି ଜଳକ ନେଇ,
ବରଷା ଆଜି ନାୟିକା ସାଜିଛି
ନର୍ତ୍ତକୀ ପାଦ ନୂପୁର ନେଇ ll
ମଧୁ ଜ୍ୱାଳାରେ ନୃତ୍ୟ ପ୍ରବୀଣା
ବରଷା ରାଣୀ,
ମେଘ ଡମ୍ବରୁ ଗୁମୁରି ଗାଉଛି,
ରାଗ ରାଗିଣୀ ll
ଛମ୍ ଛମ୍ ଛମ୍ ନାଚି ଯାଉଛି ସେ
ନର୍ତ୍ତକୀ ପାଦ ଛନ୍ଦ ନେଇ,
ଶ୍ରାବଣ ଆଜି କୃଷ୍ଣା ସାଜିଛି
ବିରହିଣୀ ଆଖି ଜଳକ ନେଇ ll
ଛନ୍ଦା ଆଜି ସେ ମଧୁ ଛନ୍ଦାର,
ଚୋରାଇ ବାସ,
ହାସ୍ୟ ମୟୀ ସେ ଅଭିସାରିକାର
ଚଚୋରାଇ ହସ ll
ରିମ୍ ଝିମ୍ ରିମ୍ ନାଚି ଯାଉଛି ସେ
ବିରହିଣୀ ବୁକେ ବେଦନା ଦେଇ
ବରଷା ଆଜି ନାୟିକା ସାଜିଛି
ନର୍ତ୍ତକୀ ପାଦ ନୂପୁର ନେଇ ll
ଅନେକ ଆନନ୍ଦ ଏଇ ପ୍ରତୀକ୍ଷାରେ
ତୁମେ ଯଦି ନାହଁ ପାଖରେ
ଅନେକ ମଧୁର ଏଇ ବିରହରେ
ତୁମ ସ୍ମୃତି ଯଦି,
ତୁମ ରୂପ ନାଚେ ଆଖିରେ ll
ତୁମ କଥା ଆଜି ମନେ ପଡେ ସଖୀ,
ଶ୍ରାବଣର ବର୍ଷା ରାତିରେ lll
ନିରବତା
ମୋର ଗୋଟିଏ ପ୍ରଶ୍ନରେ
ତୁମେ ହଠାତ ଏମିତି,,
ନିରବ ହୋଇ ଗଲ,
ସତେ ଯେମିତି ରାଣ ଖାଇଛ
ମୁହଁ ଖୋଲିବନି ବୋଲି ll
ଥରେ ମୋ ମୁହଁ ଆଡକୁ ଚାହଁ,.
ଏବଂ ଭାବିକି କୁହ,
ତୁମେ ସିନା ନିରବ ଅଛ,
ହେଲେ ତୁମ ମନ କଣ ଚୁପ୍ ବସିଛି?
ସିଏ ତ କେତେ କଥା ଭାବି ଯାଉଥିବ,
ମଧୁମକ୍ଷୀ ପରି ଗୁଣୁଗୁଣୁ କରି
କେତେ କଥା କହି ଯାଉଥିବ,
ତୁମ ଅଶାନ୍ତ ହୃଦୟକୁ ll
ମୁଁ ଜାଣେ, ଏବେ ତୁମେ କେବେବି
ମୋ ମୁହଁ ଆଡକୁ ଦେଖିବନି,
କାରଣ ତୁମେ ବେଶ ଜାଣିଛ,
ତୁମ ଆଖି ବାଟ ଦେଇ
ତୁମ ହୃଦୟ ପର୍ଯ୍ୟନ୍ତ
ପହଞ୍ଚିବାର ରାସ୍ତା,
ମୋତେ ଖୁଵ ଜଣାଅଛି ll
ଏବଂ ମୁଁ ଜାଣିଛି, ତୁମ ହୃଦୟରେ
କାହା ନାଁଆ ଲେଖା ଅଛି ll
ତୁମେ କିଛି କୁହ ବା ନ କୁହ,
କିନ୍ତୁ, ତୁମର ଏ ନିରବତା ବି
ବହୁତ କିଛି କହି ଯାଉଛି,
ତୁମ ହୃତସ୍ପନ୍ଦନର ଶବ୍ଦ ତାର
ଶବ୍ଦ ତରଙ୍ଗରେ ମୋ ହୃଦୟକୁ
ତରଙ୍ଗାୟୀତ କରି ଯାଇଛି,
ମୋର ହୃଦୟରେ ଉଷ୍ମତା ଭରୁଛି ll
ତୁମ କଥା ଠାରୁ ତୁମର
ଏ ନିରବ ସନ୍ଦେଶ
ସତରେ ଖୁବ୍ ଭଲ ଲାଗୁଛି ll
ପ୍ରତାରଣା
ମନେ ପଡେ ଯଦି କେବେ
ମୋ କଥା ସାଥୀ ଆଗୋ,
ଭାବିବ ଯାଇଛି ମରି ମୁଁ,
ଅନେକ ଦିନରୁ.
ଲିଭିଛି ମୁଁ ମଲାଜନ୍ହ
ତୁମ ମନ ଆକାଶରୁ ll
ଏଇମିତି ଜିଇଁବାରେ
ଅନେକ ଯାତନା,
ଜାଣିଛି ମୁଁ ସବୁ କଥା
ହେଲେ, ମନ କାହିଁ ବୁଝେନା ll
ଜାଣି ଜାଣି ପିଇଛି ମୁଁ
ମିଠା ବିଷ ପୀରତିରୁ,
ସେ ଲାଗି ଜଳୁଛି ସିନା,
କାଳି ଲୁହ ନୟନରୁ,,
ତୁମେ ଯଦି ହସିପାର
ଏଇ ନଈ ଆରପାରେ
ଢାଳିବିନି ଲୁହ ମୁଁ ଗୋ
କାଚ କାନ୍ଥ ଏଁ ପାରିରେ ll
ପ୍ରଣୟ ମାନେ କି ପ୍ରତାରଣା ଖାଲି
ଜୀବନର ମାନେ ଯାତନା
ଭଲ ପାଇବାଟା ଜୀବନ ର ଭୁଲ
ବିରହ ର ମାନେ ଛଳନା ll
ସୁରଧୁନୀ ସ୍ନିଗ୍ଧା କଲ୍ୟାଣମୟୀ
ରୂପରେ ଯେ ପ୍ରୀତି ଆସେ,
ମରୁ ମରିଚିକା ଆଜି ସେ ଜାଳଇ
ଏ ଜୀଵନ ଅବଶେଷେ,
ସବୁ ଏଠି ସିନା ମିଛ ଛଳନା ରେ
ପ୍ରତାରଣା ସହି ହୁଏନା ll
ଅଜାଣତେ ମୁଁ ଯେ ଭୁଲ କରିଛି
ସେ ପାଇଁ ଝୁରୁଛି ଏକା,
ଯାତନା ଏଠି ଅଜସ୍ର ଫଗୁଣେ
ସ୍ମୃତି ସାହାରା ମୋ ସଖା,
କ୍ଷମା କର ମୋତେ ଯାଉଛି ଫେରି ଗୋ,
ଦହନ ଯେ ସହି ହୁଏନା ll
Data for this copy was sourced from : Binay Mohapatra
ତୋର ବଧୂବେଶ ପରେ……..
“ସ୍ମୃତି ଯେତେସବୁ ପ୍ରତାରଣା ଦେଲେ
ତୋର ବଧୂବେଶ ପରେ
ରାତି ସରିଗଲା ମଧୁଶାଳା ପଥେ
ପ୍ରେମକୁ ମୋ ଖୋଜିବାରେ….”
ଝରି ଯାଉଥିଲେ ଅଗଣା ଶିଉଳି
ଫେରି ଯାଉଥିଲା ଜହ୍ନ
ଛାତିର ଉଷ୍ମତା ହିମ ହେଉଥିଲା
ଫିକା ପଡିଥିଲା ମନ,
କେହି ଭିଜୁଥିଲା କବରୀ ଖୋଲି ତୋ
ସୁର୍ମେଇ ଅନ୍ଧାରେ ମାତି ଏ ଦେହରେ ଥିଲା ଲକ୍ଷେ ବୈଶାଖୀର
ଡହ ଡହ ଖରା ତାତି ll😂
ଫେରୁଛି ଶ୍ରାବଣ……..
” ଝରୁଛି ଫଗୁଣ ଫେରୁଛି ଶ୍ରାବଣ
ଝରା ପତ୍ରେ ତୁମ ସୁର
ମହୁଲି ପରଷେ ଘାଟ କଦମ୍ବଟା
ଉଙ୍କି ମାରେ ବିରହର “
ଲୁହ ଦରିଆରେ ଜୁଆର ଉଠିଛି
ଛାତିରେ କୋହର ଝଡ଼
ସବୁଅଛି କିଛି ନାହିଁର ଭିତରେ
ହୃଦୟ ଲାଗୁଛି ଜଡ,
ଜୀଵନ ଖୋଜୁଛି ବଞ୍ଚିବାର ସ୍ୱାଦ
ଆୟୁଷେ ଜହର ପିଇ
ଛାତିକୁ ଛୁଇଁଛି ଅଜଣା ତାତିଟା
ହଜାରେ ରାତିକୁ ନେଇ,
ଅଦେଖା ସପନେ ପଲକ ଭରା ମୋ
ଭାବନା ଖେଳୁଛି ହୋଲି
ମନ ମଧୁଶାଳେ ଗହଳ ଚହଳ
ହେଲେ………..
ପିଆଲା ପଡିଛି ଖାଲି ll
ସ୍ମୃତି ଯେତେସବୁ ପ୍ରତାରଣା ଦେଲେ
ତୋର ବଧୂ ବେଶ ପରେ
ରାତି ସରିଗଲା ମଧୁଶାଳା ପଥେ
ପ୍ରେମକୁ ମୋ ଖୋଜିବାରେ “
ଝରି ଯାଉଥିଲେ ଅଗଣା ଶିଉଳି
ଫେରି ଯାଉଥିଲା ଜହ୍ନ
ଛାତିର ଉଷ୍ମତା ହିମ ହେଉଥିଲା
ଫିକା ପଡିଥିଲା ମନ,
କେହି ଭିଜୁଥିଲା କବରୀ ଖୋଲି ତୋ
ସୁର୍ମେଇ ଅନ୍ଧାରେ ମାତି
ଏ ଦେହରେ ଥିଲା ଲକ୍ଷେ ବୈଶାଖର
ଡହ ଡହ ଖରା ତାତି ll
ମନେପଡେ ତୁମ ଅଭିଆଡି ମାନ
ଲାଜୁଆ ଆଖିର ଭାଷା
ଓଠେ ଓଠ ଚିପି ଚୁପିଚୁପି ସେଇ
ପ୍ରଥମ ପ୍ରେମର ନିଶା,
ଆଜିବି ମୁକୁଳା ସେଇ ପିଲାଦିନ
ରେଶମୀ ସ୍ମୃତିର ଜୁଡ଼ା
ତୁମ ଯିବାପରେ ଅଳତା ସିନ୍ଦୁରେ
ସବୁଅଛି ଅସଜଡ଼ା,
ଆଜିବି ସାଥୀ ମୁଁ ଯେଉଁଠାରେ ଥିଲି
ସେଇଠାରେ ଅଛି ଛିଡା,
ଆଉଅଛି ସେଇ ଛାଡି ଯାଇଥିବା
ଭଙ୍ଗା ଗୋଟେ କାଠଘୋଡା…… ll
😔😔😔
ଜାଣେନା କାହିଁକି ବିରହକୁ ମୋର
ତୁମ ସେ ସ୍ମୃତିଟା ନିତି ଚୁମେ…..
ନିରିଜନେ କେତେ ପ୍ରଣୟର ଫୁଲ
ଫୁଟି ପୁଣି ଝରିଗଲା ପରେ
କାହିଁକି କେଜାଣି ତୁମ ପାଇଁ ମନ
ବିଜନ ବେଳାରେ ନିତି ଝୁରେ,
କହିବି ପାରୁନି ଆପଣାର ବୋଲି
ପାରୁନିବି ସାଥୀ କରି ପର
ଜାଣେନା କିପରି ଭାବ ପ୍ରବଣତା
ଚେତନାକୁ ଆସି ଛୁଏଁ ମୋର,
ଛାଡି ଯାଇଥିବା ପାଦ ଚି଼ହ୍ନ କିଛି
ଏବେବି ରହିଛି ତୁମ ନାମେ
ଜାଣେନା କାହିଁକି ବିରହକୁ ମୋର
ତୁମେ ସେ ସ୍ମୃତିଟା ନିତି ଚୁମେ,,,,
ବିଜନ ବେଳାରେ ପ୍ରତିଧ୍ୱନି କୁହେ
କିଏ ଲାଗ ତାର.. ତୁମେ.. ତୁମେ..
ତୁମେ…..???
ଦଗ୍ଧ ଫଗୁଣେ ପଳାଶ ବାହୁନେ
ଲବ୍ଧ ପ୍ରେମକୁ ଝୁରି
ଭ୍ୟାଲେନଣ୍ଟାଇନର ଇଗଲ ମାତିଛି
ହୃଦୟର ହେରାଫରି,,
ମହୁଲି ଢାଳୁଛି ଋତୁ ମଦିରାକୁ
ମଳୟର ପିଆଲାରେ
ଦେହ ଜଳିଯାଏ ଜହ୍ନ ରୋଷଣୀରେ
ସଞ୍ଜ ନଇଁଲା ପରେ,,,,,,
ହୁଗୁଳା ବୁଲୁଛି ରାତି ସପନଟା
ଦେହେ ବୈଶାଖୀ ମାତେ
ଆହିସ୍ତା ଆହିସ୍ତା ଛାତିରେ ବଢୁଛି
ଅଦେଖା ଦରଜ ଯେତେ,,,,
ଦସ୍ତାବେଜ ତଳୁ ପୁରୁଣା ଲଫାପା
ଉଡ଼ିବୁଲେ ଏଠି ସେଠି
ପ୍ରଥମ ପ୍ରେମର ହାତଲେଖା ତୁମ
ସେ ଯେଉଁ ପୁରୁଣା ଚିଠି,,,,,,
ଛାଡି ନଯିବାକୁ ଜାନେମନ ମୋର
କରିଥିଲ ଯେଉଁ ୱାଦା
କିପରି ପାରିଲ ଏତେ ସହଜରେ
କରି ତୁମେ ଅଲ୍ବିଦା…llll
😂😂😂
ହେଲେବି ଏ ହାତ ପାପୁଲିରେ ତୁମେ
ସରି ଆସୁଥିବା ପାହାନ୍ତି ସପନେ
ତୁମେ ସିଲି ଶିହରଣ
ସେଇ ଶିହରଣେ ଶିହରୁଥିବା ମୁଁ
ବିରହ ର ସ୍ୱାଭିମାନ,,,,,
ଫୁଟି ବାସୁଥିବା ଫୁଲଟିଏ ତୁମେ
ମଧୁଝରା ମନଚୋରା
ଫୁଲରୁ ଫୁଲକୁ ଉଡ଼ିବୁଲୁଥିବା
ମଧୁପ ମୁଁ ଆତ୍ମହରା,,,
ପ୍ରଥମ ସକାଳ ମଳୟରେ ତୁମେ
ତ୍ୱଚାର କ୍ଷଣିକ ସୁଖ
ଦୁଇ ପ୍ରହରର ଝଲକେ ଝାଞ୍ଜି ମୁଁ
ତପନ ତାପର ଦୁଃଖ,,,
ଫେରି ଯାଉଥିବା ବରଷା ଋତୁର
ତୁମେ ମୋଭିଜା ବାଦଲ
ସରିଆସୁଥୁବା ବସନ୍ତ ଋତୁର
ତୁମେ ମୋ ଶେଷ କୋକିଳ,,,
ଲିଭି ଆସୁଥିବା ଆଶା ପ୍ରଦୀପର
ତୁମେ ମୋ ଅନ୍ତିମ ଶିଖା
ହେଲେବି ଏ ହାତ ପାପୁଲିରେ ତୁମେ
ଭବିଷ୍ୟତ ଭାଗ୍ୟରେଖା ll
ତପନ ଦୀକ୍ଷିତ ( ବେଳାଭୂମି )
ରଙ୍ଗ ହୀନ ଫଗୁଣ
ଫଗୁଣ ଆସିଲା ଥିରି ଥିରି ପାଦେ
କେତେ କଥା କାନେ କହି ଗଲା,
ତୁମେ ଆସିଲନି, ପଥ ଚାହିଁ ଥିଲି
ଶେଷ ଫଗୁଣ ତ ଚାଲିଗଲା ll
ତୁମ ବିନା ପ୍ରିୟ ବେରଙ୍ଗ ମୋ ଫଗୁ
ରଙ୍ଗ ହୀନ ମୋର ତନୁ ମନ,
ତୁମେ ଆସି ଥିଲେ ମହକି ଥାଆନ୍ତା
ରଙ୍ଗେ ମୋ ଜୀଵନ ମଧୁବନ ll
ଉଦାସେ ଚାଲୁଛି ପ୍ରିୟ ତୁମ ବାଟ
କର ନାହିଁ ହଟ ଆସି ଯାଅ,
ଏ ମନ ଥରେ ରଙ୍ଗ ବୋଳି ଯାଅ
ତୁମ ବାହୁ ବନ୍ଧନ ରେ ନିଅ ll
କଥା ଦେଇ ବ୍ୟଥା ଦେଲ
କଥା ଦେଇ ଥିଲ ଆଖି ରେ କେବେ ମୋ
ଲୁହ ଟୋପେ ଦେବ ନାହିଁ,,
ଆଜି ଲୁଚି ଲୁଚି କାନ୍ଦୁଅଛି ଏକା
କେହି ଦେଖିବାକୁ ନାହିଁ ll
ମୋ ଆଖି ରେ ଲୁହ ଦେଖିବନି ବୋଲି
ନିତି ଦେଉ ଥିଲ ବୁଝାଇ,,,
ଆଜି ବୋହି ଯାଏ ଶ୍ରାବଣ ର ଧାର
କାନ୍ଦୁଛି ଲୁଚାଇ ଲୁଚାଇ ll
କୁମୁଦିନୀ ଏଠି ଚାହିଁଛି ଆକାଶେ
ପ୍ରିୟ ତୁମ ପଥ ଚାହିଁ,,,
ଏକୁଟିଆ ମନ ଖୁଜୋଛି ତୁମକୁ,,
ଖୋଜି ଖୋଜି ପାଉ ନାହିଁ ll
କାହିଁକି କେଜାଣି କଥା ଦେଇ ତୁମେ
କଥା ତ ରଖିଲ ନାହିଁ,,,
କହି ଯାଇଥିଲ ଆଖି ରେ କେବେ ମୋ
ଲୁହ ଟୋପେ ଦେବ ନାହିଁ ll
😂😂😂😂
ସଂଯୁକ୍ତା ମହାପାତ୍ର
8ତୁମେ ମୋର ପ୍ରାଣ ମୁଁ ତୁମ ନିଶ୍ୱାସ
କେମିତି ବଞ୍ଚିବି କୁହ
ଦେହରୁ ନିଶ୍ୱାସ ହୋଇ ଗଲେ ଶେଷ
ରହିବ କି ଆଉ ପ୍ରାଣ ll
ପ୍ରାଣ ବିନା ଦେହ ରହି କି ପାରିବ
ନଥିଲେ ନିଶ୍ୱାସ ଧନ,
ନିଶ୍ୱାସ ନ ଥିଲେ ଦେହର କି ଲୋଡ଼ା
ଏକ ବିନା ଆନ ଶୂନ୍ୟ,
ତୁମ ବିନା ମୋର ଜୀଵନ ବିଅର୍ଥ
ବାରି ବିନା ଘନ ସମ ll
ଯାହାପାଇଁ ଆଜି
ଝରୁଛି ଲୁହ
କାହାକୁ ଦେଖେଇ ବି
ଏ ଉଦାସ ମୁହଁ ll ମନେ ତ ପଡୁଛି
ସେ କେଉଁଠି ଅଛି……
ଧାର ଧାର ଲୁହର
ଝରଣା ନିତି ଝୁରୁଛି ll କଥାଦେଇଥିଲେ
ମୋତେ ଆସିବେ ବୋଲି
ତାଙ୍କ ଆସିଵା ବାଟକୁ ଚାହିଁ
ଚାହିଁ ବସି ରହିଗଲି…. ଜୀବନଠୁ ଅଧିକ
ମୁଁ ତାକୁ ଭଲପାଏ……
ବାଧା ବିଘ୍ନ ଆସୁପଛେ…..
ଭଲ ପାଉଥିବି ଶେଷଯାଏ ll
ଯାହାକୁ ତୁମର ଖେଳଘର ଭାବ
ସିଏ ମୋ ଜୀଵନ ଧନ,
ବଞ୍ଚିଛି ଖାଲି ତାହା ପାଇଁ ସଖି,
ପ୍ରେମ ମୋ ଜୀଵନ ଧନ
ସେହି ପ୍ରେମ ମୋର ପ୍ରାଣ lll ପ୍ରେମକୁ ନେଇ ଗୋ ହୁଏନା ବଣିଜ
ତୁମେ ସୌଦାଗର ଭାରି,,
ଖେଳିବାକୁ ଆଉ ବୟସ ନାହିଁ ମୋ
ପ୍ରତିଯୋଗୀ ମନ ଯାଇଛି ହାରି,,
ଭାବିଥିଲି ଯାହା ମିଛ ପ୍ରବଞ୍ଚନା
ପ୍ରେମ ତୁମେ ପାଇଁ ନୁହେଁ ଜୀଵନ
ବଞ୍ଚିଛି ଖାଲି ବଞ୍ଚନା ପାଇଁ
ପାରୁନି ଭୁଲି ମୁଁ ପ୍ରଥମ ପ୍ରଣୟ
ସେହି ପ୍ରେମ ମୋର ପ୍ରାଣ ll ନିତି ନିତି ଜିତି ଏଇ ହାରିବାରେ
ଜୀବନରେ ଖୁସି ଖୋଜେ,,
ନିତି ନିତି ଜିଇ ଏଇ ମରିବାରେ
ସେଇ ବିତି ଗଲା ଦିନ ମାଗ,,
ସେହି ପ୍ରେମ ଥିଲା ଜୀବନ ନିର୍ଯାସ
ତା ‘ ପାଇଁ ଝୁରୁଛି ମନ,,
ବଞ୍ଚିଛି ଖାଲି ପ୍ରଣୟ ପାଇଁ ମୁଁ
ସବୁ ସେହି ମୋର
ସେହି ପ୍ରେମ ମୋର ପ୍ରାଣ ll
ଗୋଟିଏ ଫଗୁଣରେ,
ଜୀଵନ ସରିଯାଏ ନା,
କିମ୍ବା
ଗୋଟିଏ ବସନ୍ତରେ
ଫୁଲ ଫୁଟି ମଉଳିଯାଏନା,,
ଏଇ ଋତୁ ମାନଙ୍କର କ’ଣ ଅଛି
ପୁଣି ଫେରିବେ ସେମାନେ,,,
ସବୁ କିଛି ଫେରାଇ ଆଣିବେ,,,,
ଆଜି ଟିକେ ହସି ଦିଅ,,,,
ସବୁଦିନ ସମାନ ରହେନା lll
ଲାଗୁଛି ଆଜି,,
ତୁମେ ମୋତେ ଭୁଲି ଗଲ ବୋଲି l
ଏଇମିତି ତୁମେ କେବେ ତ ନ ଥିଲ,
କେମିତି ଯେ ଭୁଲିଗଲ,,,
କଥା ଦେଇ ବ୍ୟଥା ଦେଇ ଗଲ
ଆସିବାର ଥିଲା ଆଜି,
କେଜାଣି କାହିଁକି ଆସିଲନି ତୁମେ
ମନେ କି ପଡ଼େନି,
ମୋ କଥା କେବେ?
ତୁମେ କଣ ଭୁଲିଗଲ ସତେ,
ନାଁ ଭୁଲିବାର ବାହାନା କରୁଛ,
ମୋତେ ଜଳାଇବା ପାଇଁ??
ସବୁଦିନ ତୁମ ବାଟ,
ଏଇମିତି ଚାହିଁ ଥିବି,
ଆଜି ନ ଆସିଲେ ନାହିଁ,
କାଲି ତ ଆସିବ,,
କାଲି ନ ଆସି ପାରିଲେ
ତୁମେ କେବେ ତ ଆସିବ ll
ଏଇମିତି ତୁମ ପ୍ରତୀକ୍ଷାରେ
ତୁମ ବାଟ ନିତି ଦେଖୁଥିବି
ମିଳନ ଆଶାରେ lll
Read our latest blog Odia Love Letter click Here
Sad Shayari in English – Click Here