Bana O Bani Poem Lyrics in Odia | ବଣ ଓ ବଣି କବିତା

Bana O Bani Poem Lyrics in Odia

Bana O Bani Poem Lyrics in Odia | ବଣ ଓ ବଣି କବିତା

Facebook
WhatsApp
Telegram

ପଢ଼ନ୍ତୁ ପ୍ରସିଦ୍ଧ ଓଡ଼ିଆ ଶିଶୁ କବିତା ‘ବଣ ଓ ବଣି’ (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି)। Read full lyrics details of the popular Odia poem Bana O Bani for children.

Bana O Bani Poem Lyrics in Odia | ବଣ ଓ ବଣି କବିତା

ଦେଖିଲା କୁନା ମହୁଲ ଡାଳେ

ବସିଛି ଏକ ବଣି

ପଡୁଛି ଯେତେ ମହୁଲ ଫୁଲ

ହିସାବ କରେ ଗଣି ॥ ୧ ॥

ଡାକିଲା କୁନା କିଆଁଲୋ ବଣି

ଘଷୁଛୁ-ଥଣ୍ଟ  ଡାଳେ ?

ଆ’ ମୋ ପାଶେ ଖାଇବୁ ଯେବେ

ମିଠା ପିଜୁଳି ଫଳେ ॥ ୨ ॥

ସୁନାର ଏକ ପଞ୍ଜୁରି ଗଢ଼ି

ଆଣିବେ ବାପା ମୋର

ମାଆଠୁ ମାଗି ଦେବିଲୋ ତୋତେ

କଦଳୀ, ଛେନା, ସର ॥ ୩ ॥

ସୁନା ଗିନାରେ ଦେବି ମୁଁ ପାଣି

ରୂପା ଥାଳିରେ ଭାତ

ବୁଲାଇ ନେବି ମେଳାକୁ ତୋତେ

ଦେଖିବୁ କେତେ ଯାତ ॥ ୪ ॥

କହିଲା ବଣି କୁନା ଭାଇନା

କହିଲ ସତ ଏକା

ମନେ ତୁମର ଶରଧା ଥାଉ

ନିଇତି ହେବ ଦେଖା ॥ ୫ ॥

ଗଛରୁ ଗଛ ଉଡ଼ି ଉଡ଼ିକା

ପାଉଛି କେତେ ସୁଖ

ଡାଳରେ ଥାଇ ଦେଖଇ ମୁହିଁ

ଜହ୍ନମାମୁଁର ମୁଖ ॥ ୬ ॥

ବୁଲୁଛି ଖାଇ ବଣର ଫଳ

ଡିମିରି, ଆମ୍ବ, ଜାମୁ

ଶୋଉଛି ସୁଖେ ବସାରେ ମୋର

ଲେଉଟି ନାନା କାମୁ ॥ ୭ ॥

କୁନା ଭାଇନା ସୁନା ପଞ୍ଜୁରି

ସେ ସୁଖ ଦେବ କିବା ?

ଯିଏ ଯାହାର ମନ ଖୁସିରେ

ଆପଣା ସୁଖେ ଥିବା ॥ ୮ ॥

ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରି

ରୂପା ଥାଳିର ଭାତ

ଏ ଗଛ ଡାଳ ସରଗ ମୋର

ବଣ ପରାଣ ମିତ ॥ ୯ ॥

Leave a Comment

You cannot copy content of this page