Odia Story The monk and the mouse : There lived a hermit in a forest. He was as righteous as he was principled. One day, while the ascetic was doing penance, a mouse suddenly fell from the sky in front of him. As a result, the ascetic’s austerity was broken. He looked at the sky. From the sky, he saw a well. The well. Seeing that the mouse had fallen from the mouth of the crow, the monk took pity on the mouse as the mouse fell from the hunter’s mouth. He wanted to keep the mouse in his ashram.
ସନ୍ୟାସୀ ଓ ମୂଷା
ଗୋଟିଏ ଜଙ୍ଗଲରେ ଜଣେ ସନ୍ୟାସୀ ବାସ କରୁଥିଲେ l ସେ ଯେପରି ଧାର୍ମିକ ଥିଲେ, ସେହିପରି ନୀତିନିଷ୍ଠ ଥିଲେ l ଦିନେ ସନ୍ୟାସୀ ଜଣକ ତପସ୍ୟା କରୁଥିବା ସମୟରେ ହଠାତ ତାଙ୍କ ସାମ୍ନାରେ ଏକ ମୂଷା ଆକାଶ ମାର୍ଗରୁ ଖସି ପଡିଲା l ଫଳରେ ସନ୍ୟାସୀଙ୍କର ତପସ୍ୟା ଭଙ୍ଗ ହେଲାପରେ ସେ ଆକାଶ ମାର୍ଗକୁ ଚାହିଁଲେ l ଆକାଶ ମାର୍ଗରୁ ସେ ଏକ କୁଆକୁ ଦେଖିଲେ l କୁଆକୁ ଦେଖି ଜାଣିପାରିଲେ ଯେ, କୁଆ ପାଟିରୁ ମୂଷାଟି ଖସି ପଡିଛି l ମୂଷାଟି ଶିକାରୀ କୁଆ ନିକଟରୁ ଖସିପଡ଼ିଥିବାରୁ ସନ୍ୟାସୀଙ୍କର ମୂଷା ପ୍ରତି ଦୟା ହେଲା l ସେ ମୂଷାକୁ ନିଜ ଆଶ୍ରମରେ ପାଳିବାକୁ ଚାହିଁଲେ l
ଆଶ୍ରମରେ ପୂର୍ବରୁ ଏକ ବିରାଡ଼ି ରହୁଥିଲା l ସନ୍ୟାସୀଙ୍କ ଦ୍ୱାରା ପ୍ରଦତ୍ତ ଖାଦ୍ୟ ଖାଇ ବିରାଡ଼ିଟି ବେଶ ହୃଷ୍ଟପୃଷ୍ଟ ହୋଇଯାଇଥିଲା l ବିରାଡ଼ିର ତ ମୂଷା ହେଉଛି ପ୍ରଧାନ ଖାଦ୍ୟ l ଆଶ୍ରମରେ ଏକ ମୂଷାକୁ ଦେଖି ତାକୁ ବିରାଡ଼ି ଖାଇବା ପାଇଁ ମନସ୍ଥ କଲା l ଦିନେ ସୁଯୋଗ ଦେଖି ମୂଷାକୁ ମାରିବା ପାଇଁ ଗୋଡ଼ାଇଲା l ବିରାଡ଼ିଟି ଗୋଡ଼ାଇବାର ଦେଖି ମୂଷା ପୁଣି ସନ୍ୟାସୀଙ୍କ ନିକଟକୁ ଧାଇଁଲା ଓ ତାକୁ ବଞ୍ଚାଇବା ପାଇଁ ଅନୁରୋଧ କଲା l ସନ୍ୟାସୀ ମୂଷାର ଅନୁରୋଧକୁ ଏଡାଇ ନପାରି କହିଲେ ” ହେ ମୂଷିକ ! ତୁମେ ଏଇ ବିରାଡ଼ିକୁ ଦେଖି ଭୟ କରୁଛ l ମୁଁ ତୁମକୁ ବଞ୍ଚାଇବାପାଇଁ ଚେଷ୍ଟା କରିବି l ତେଣୁ ମୁଁ ତୁମକୁ ବର୍ତ୍ତମାନ ଏକ ବିରାଡ଼ିରେ ପରିଣତ କରିଦେବି l ଯାହାଫଳରେ ତୁମେ ବିରାଡ଼ିକୁ ଦେଖି ଆଉ ଭୟ କରିବ ନାହିଁ l ” ଏହା କହି ସନ୍ୟାସୀ ସଙ୍ଗେ ସଙ୍ଗେ ମୂଷାକୁ ବିରାଡ଼ିରେ ପରିଣତ କରିଦେଲେ l
କିଛିଦିନ ଗଲା l ମୂଷାଟି ବିରାଡ଼ି ରୂପ ଧାରଣ କରି ଆଶ୍ରମରେ ରହୁଥାଏ l ଦିନେ ହଠାତ ଆଶ୍ରମ ନିକଟରେ ଏକ କୁକୁର ବୁଲୁଥିବାର ଦେଖାଗଲା l ବିରାଡ଼ି, କୁକୁର ତ ଆଜନ୍ମରୁ ଶତ୍ରୁ l ଆଶ୍ରମରେ ବିରାଡ଼ିକୁ ଦେଖି କୁକୁର ତାକୁ ମାରିବାକୁ ଗୋଡ଼ାଇଲା l କୁକୁର କବଳରୁ ରକ୍ଷା ପାଇବାପାଇଁ ବିରାଡ଼ି ଯାଇ ସନ୍ୟାସୀଙ୍କ ନିକଟରେ ପୁଣିଥରେ ପହଞ୍ଚିଲା l କୁକୁର କବଳରୁ ବିରାଡ଼ିକୁ ରକ୍ଷା କରିବାକୁ ଯାଇ ବିରାଡ଼ିକୁ କୁକୁରରେ ପରିଣତ କରିଦେଲେ l କୁକୁରଟି ସାମ୍ନାରେ ଆଉ ଏକ କୁକୁରକୁ ଦେଖି ସଙ୍ଗେ ସଙ୍ଗେ ଆଶ୍ରମ ଛାଡି ପଳାଇଲା l ଏହିପରି ବିରାଡ଼ିଟି କୁକୁର ରୂପ ଧାରଣ କରି ଆଶ୍ରମରେ କାଳାତିପାତ କରୁଥାଏ l
ଦିନ ପରେ ଦିନ ବିତିଚାଲିଲା l କୁକୁରଟି ହଠାତ ଆଶ୍ରମ ନିକଟରେ ଏକ ବାଘକୁ ଦେଖିଲା l ବାଘକୁ ଦେଖି ପ୍ରାଣରକ୍ଷା କରିବାପାଇଁ ସନ୍ୟାସୀଙ୍କ ନିକଟକୁ ଧାଇଁଲା l କୁକୁର ଭୟଭୀତ ହେବାର କାରଣ ଜାଣି ସନ୍ୟାସୀ ସଙ୍ଗେ ସଙ୍ଗେ କୁକୁରକୁ ଏକ ବାଘରେ ପରିଣତ କରିଦେଲା l ଆଶ୍ରମ ମଧ୍ୟରେ ଏକ ବାଘକୁ ଦେଖି ଅନ୍ୟ ବାଘକୁ ଦେଖି ବାଘଟି ପଳାଇଗଲା l ବାଘର ପ୍ରକୃତି ତ ମଣିଷ ମାଂସ ଭକ୍ଷଣ କରିବା l ସେ ବା ଏଥିରୁ କିପରି ବାଦ ଯିବ l ବାଘଟି ସନ୍ୟାସୀଙ୍କୁ ଦିନେ ଆକ୍ରମଣ କରିବାପାଇଁ ଉଦ୍ୟତ ହେଲା l ବାଘର ଏପରି ଆଚରଣ ଦେଖି ସନ୍ୟାସୀ ସଙ୍ଗେ ସଙ୍ଗେ ବାଘକୁ ମୂଷାରେ ପରିଣତ କରିଦେଲା l ମୂଷାଟି ତା’ର ପୂର୍ବ ଅବସ୍ଥା କୁ ଫେରି ପାଇଲା l ତେଣୁ କୌଣସି ବ୍ୟକ୍ତିଙ୍କୁ କଦାପି ଅତ୍ୟଧିକ ପରିମାଣରେ ବିଶ୍ୱାସ କରିନେବା ଉଚିତ ନୁହଁ l ସମୟ ସୁଯୋଗ ଦେଖି ସେହି ବ୍ୟକ୍ତି ହିଁ ତୁମକୁ ବିପଦରେ ପକାଇଥାଏ l ଠିକ ଯେମିତି ମୂଷା ରୁପି ସିଂହଟି ସନ୍ୟାସୀଙ୍କୁ ଅସଲ ରୂପ ଦେଖାଇ ଦେଇଥିଲା l
Odia Story The monk and the mouse
Odia Story Budhia Mahajana
Odia Story The monk and the mouse, Odia Story The monk and the mouse, Odia Story The monk and the mouse