Read the complete Odia lyrics for the classic song ‘Megha Ru Tu Jharilu Na’. Find accurate Odia text lyrics, song details, and enjoy reading your favorite lyrics.
Megha Ru Tu Jharilu Na Lyrics in Odia
ମେଘରୁ ତୁ ଝରିଲୁ ନା ?
ଫୁଲରୁ ତୁ ଫୁଟିଗଲୁ ?
କଉ ଦୁନିଆରେ କହ ଥିଲୁ ?
ପରୀଟିଏ ହେଇ ଦେଖା ଦେଲୁ
ନ ଛୁଇଁ ତୁ ମୋତେ ଛୁଇଁ ଦେଲୁ
ଓଠରେ ମୋ ହସ ଭରିଦେଲୁ
ଆଜି ଏତେ ବରଷା ହେଇ
ଶୋଷ ମୋତେ ଲାଗୁଚି କାହିଁ ?
ପାଦ ଏ ମୋର ଯିବା ବାଟ ତୋର
ଚାଲିଯାଏ ଛାଁ ଚାଲୁ -ଚାଲୁ
ନ ଡାକି ତୁ ମୋତେ ଡ଼ାକିନେଲୁ
ଇନ୍ଦ୍ରଧନୁ ରଙ୍ଗ ମାଖିଦେଲୁ
Music…………………………………………………
ହୋ ….. ଆଖି ଲାଖିଲା ପରି ତୋ ଆଖି
ଫୁଲ ପରି ତୋର ଚେହେରା
ସେଇ ଚେହେରା ଭିଡରେ ମୋତେ
ଲାଗେ ସବୁଠାରୁ ନିଆଁରା
କବି ନ ହେଇ ଆଜି ତୋ ପାଇଁ
ଲେଖି ଦେଇଯିବି କବିତା
ରଙ୍ଗ ଝରିଲା ପରି ତୋ ଓଠ
ହସହେଇ ଝରେ ମୁକୁତା
ଏତେ ହସ ଏତେ ରଙ୍ଗ କହ ତୁ
କୋଉଠୁ ଆଣିଲୁ ?
ତୋ ରଙ୍ଗରେ ମୋତେ ରଙ୍ଗେଇଲୁ
ତୋ ହସରେ ମୋତେ ହସେଇଲୁ
ନଚାହିଁବି ମୋତେ ଚାହିଁଦେଲୁ
ଛାତି ଚିରି ମୋର ରହିଗଲୁ
Music…………………………………………………
ମେଘରୁ ତୁ ଝରିଲୁ ନା ?
ଫୁଲରୁ ତୁ ଫୁଟିଗଲୁ ?
କଉ ଦୁନିଆରେ କହ ଥିଲୁ ?
ପରୀଟିଏ ହେଇ ଦେଖା ଦେଲୁ
ନ ଛୁଇଁ ତୁ ମୋତେ ଛୁଇଁ ଦେଲୁ
ଓଠରେ ମୋ ହସ ଭରିଦେଲୁ
Music…………………………………………………
ତୋତେ ଦେଖିଲା ପରେ ଆଉ ପଡ଼ୁନାହି ଆଖିପତା
ଏକାଥିଲି ନୀରବରେ ଆସି ଭାଙ୍ଗିଦେଲୁ ନୀରବତା
ରୂପନଗର ବାଟହେଇ ତୁ ଏବେ ବୋଧେ ଫେରିଲୁ
ଫୁଲସହର ବାଟହେଇ ତୁ ଏବେ ବୋଧେ ଆସିଲୁ
ନ କହି ତୁ ସବୁ କହିଦେଲୁ
ଗୀତ ମୋର ହେଇ ଝରିଗଲୁ
ନୂଆ ଜୀବନଟେ ମୋତେ ଦେଲୁ
ନୂଆ ଦୁନିଆକୁ ନେଇଗଲୁ
Music…………………………………………………