Odia Love Kabita

ODIA LOVE KABITA

Odia Love Kabita

Facebook
WhatsApp
Telegram

Well all the above pieces of information is enough to tell that Odia Love Kabita is going through a new phase. Henceforth, people can also expect good and flawless movies from this celebrated couple in future as well.

Do you agree?

Odia Love Kabita

କାଳ୍ପନିକ ନାୟିକା

ମୋ ଆଖି ପଲକରେ ତୁ
ମୋ ଛାତିର ସ୍ପନ୍ଦନ ତୁ
ମୋର ପ୍ରତି ରକ୍ତ ବିନ୍ଦୁରେ
ଖାଲି ତୁ ଆଉ ଖାଲି ତୁ ।
ଜାଣି ମୁଁ ପାରୁନି କେମିତି କହିବି
ତୋତେ ମୋର ମନ କଥା
ତୋ ଛଡ଼ା ବାକି ଦୁନିଆରେ
ଲାଗୁଛି ସବୁ ଯେ ବୃଥା।
ତୁ ମୋ ସକାଳ ତୁ ମୋ ଦିବସ
ତୁ ମୋର ଭୋକ ଶୋଷ
ତୋ ପାଇଁ ବଞ୍ଚିଛି ତୋ ପାଇଁ ମରିବି
ତୁ ମୋର ଚିର ଆୟୁଷ।
ତୋ ବିନା ମୁଁ ରହିପାରିବିନି
ଗୋଟେ ଦିନ ଲାଗେ ଗୋଟେ ବର୍ଷ
ଖୁସିରେ ତମକୁ ଦେଖିବା ପାଇଁ ଯେ
ତ୍ୟାଗ କଲି ରାଗରୁଷ।
ନୂଆ ସକାଳର ପହିଲି କିରଣେ
ଯେମିତି ଜୀବନ ଜ୍ୟୋତି
ସମୁଦ୍ର ଗର୍ଭରେ ଶାମୁକା ମୁଁ ହେଲେ
ତୁମେ ମୋ ଜୀବନ ମୋତି
ତମ ଦୁଇ ଆଖି କଜଳ ପୂରିତ
ଯାଦୁ କରେ ପୁଣି କୁହୁକ
ତମ ଓଷ୍ଠ ଧାର ବର୍ଣୋଜ୍ଜଲ ପରି
ହସରେ ଫୁଟେ ମହକ।

Manish Kumar Mohanty – Ghantiadi, Baliapal, Balasore
Odia Love Kabita

💞 ଭଲପାଏ ତୁମକୁ 💞

ମୁଁ ଭଲପାଏ ତୁମକୁ
ଭଲପାଏ ତୁମର ପ୍ରତିଟି ସ୍ପନ୍ଦନ କୁ
ତୁମ ସାଥେ ଯୋଡି ହୋଇଥିବା ପ୍ରତ୍ୟେକ ବସ୍ତୁକୁ ll

ଭଲ ପାଏ ତୁମ ଅଇଁଠା ଥାଳି, ତୁମ ପାଲଟା ଲୋଗା
ଭଲ ପାଏ ତୁମର ମୋ ପାଇଁ କରିଥିବା ସେ ଅପେକ୍ଷାକୁ….
ଭଲ ପାଏ ତୁମର ମୋ ପାଇଁ ସେ ଉପେକ୍ଷାକୁ…… 👩‍❤️‍👨

ମୁଁ ଭଲ ପାଏ ତୁମକୁ…..
ତୁମ ପରିବାର କୁ
ତୁମ ସହ ଯୋଡି ହୋଇଥିବା ପ୍ରତ୍ୟେକ ସଦସ୍ୟକୁ…

ଭଲପାଏ ତୁମର ସୁଖ ଦୁଃଖର ପ୍ରତିଟି ମୁହୂର୍ତ୍ତକୁ
ଭଲ ପାଏ ତୁମର କଠିନ ପରିସ୍ଥିତିରେ ବିଚଳିତ ନ ହେବାକୁ
ଭଲ ପାଏ ମୋ ଲୋତକ ଝରା ବିକ୍ରତ ଚେହେରା ରେ ହସ ଫୁଟାଇବାର କଳା କୁ……

ଭଲ ପାଏ ତୁମକୁ..
ତୁମର ମଧୁଭରା ପୀରତି ସ୍ପର୍ଶ କୁ
ତୁମକୁ ଛାଇ କୁ ତୁମ ଜୀବନ କୁ

ଭଲ ପାଏ ଆମ ପ୍ରେମର ସନ୍ତକ କୁ
ଭଲ ପାଏ ତୁମର ପିତୃତ୍ୱ କୁ
ଭଲ ପାଏ ତୁମର ପ୍ରତିଟି କର୍ତ୍ତବ୍ୟକୁ……

ଏତେ ଭିତରେ ମୁଁ ନିଜକୁ ଭୁଲିଯାଏ….
କେବଳ ଭଲ ପାଏ ତୁମକୁ
ଭଲ ପାଏ ତୁମକୁ…….

💕 ତୁମେ ଆଉ ମୁଁ 💕 ଏଇ ରକ୍ତ ମାଂସ ଗଢ଼ା ଶରୀର,
ଏଇ ଯୌବନ, ଆଉ ଗୋରା ଚମ,
ସବୁ ଯିବ ସରି, ରହିଯିବା……..
ତୁମେ ଆଉ ମୁଁ

ସୁଖ ଦୁଃଖ ଭରା ଜୀବନର,
ଅଙ୍କା ବଙ୍କା ରାସ୍ତାରେ,,
ହାତରେ ହାତ ଧରି ହସି ହସି ଚାଲୁଥିବା…….
ତୁମେ ଆଉ ମୁଁ

ଆମର ଝଗଡା,
ତାପର ର ଥଟ୍ଟା ଟାପରା,,
ଏମିତି ସବୁ ଦିନେ ଚାଲିଥିବ, ହେଲେ
ଆଖି ଲୁହ ପୋଛିବାକୁ ଥିବେ
ତୁମେ ଆଉ ମୁଁ….

ବିଶ୍ୱାସ ଓ ଭଲପାଇବା, ତା ସାଙ୍ଗକୁ
ଦାୟିତ୍ୱ ଓ କର୍ତ୍ତବ୍ୟ ସବୁ
ସମ୍ଭାଳି ନେବା, ହେଲେ ଭାଙ୍ଗି ପଡିଲେ
ସାହାରା ଦେବାକୁ ଥିବା…..
ତୁମେ ଆଉ ମୁଁ

ଏଇ ମନ ଏବେ ପୋଷା ମାନି ଯାଇଛି,
ଆଉ ଶରୀର ତୁମ ପାଖେ ବନ୍ଧା ପଡିଛି,
ଏଇ ଚଲା ବାଟ ସରିଯିବ, ହେଲେ
ଥକି ପଡିବା ନାହିଁ,ତୁମେ ଆଉ ମୁଁ
ତୁମେ ଆଉ ମୁଁ…….. 👩‍❤️‍👨👩‍❤️‍👨…… 👩‍❤️‍👨👩‍❤️‍👨…….

” ତୁମ ବିନା “

ତୁମରି ଆବର୍ତ୍ତମାନରେ ତୁମର ସେ ରୁଣୁ ଝୁଣୁ
କର କଙ୍କଣର ସୁର ମନେପଡେ
ମନେପଡେ ତୁମର ସେ ଢଳ ଢଳ ଦୁଇଆଖି
ଆଉ ସବୁଠାରୁ ବେଶି ମନେପଡେ
ତୁମର ସେ ତାଗିଦ ର ସୁର ll

ତମେ ଗଲାପରେ
ମିଠା ମିଠା ବାସ୍ନା ଚାଲିଯାଏ
ଥମି ଯାଏ କୋଇଲିର ସୁର
ଅତି ଆପଣାର ବୋଲି
ବାରମ୍ବାର କହିଦେଉ ଥିବା

ତୁମର ସେ ଗେଲ୍ହା ଗେଲ୍ହା ହସ l l

ତୁମ ପରି ତୁମ ସ୍ମୃତି ବହୁତ ମଧୁର
କୁତୁ କୁତୁ କଲା ପରି
ଦେଇଯାଏ କୋମଳ ପରଶ
କେବେ ପୁଣି ଦେଇଯାଏ ବିରହର
ମିଠା ମିଠା ଦରଦ ll
ଖଟା ମିଠା ଟଫି ପରି
କେତେ ରସ ଭରିଯାଏ ଏ ମନେ
ଭରିଯାଅ ହସ ଟିକେ ମୋ ଓଠରେ
କେତେ ବେଳେ ଲୁହ ଟୋପେ ଝରି ଆସେ ନୟନେ ll

ଜହ୍ନ ପରି ତୁମେ ମୋ ଆକାଶେ
ମୋ ସ୍ମୃତିରେ ଲୁଚକାଳି ଖେଳେ,

ଜୋଛନାର ରୋଷଣୀ ଖେଳାଇ ଯାଅ
କେବେ ପୁଣି ଉଆଁସୀ ଅନ୍ଧାର l
ଚାନ୍ଦ ମୋର ଲୋଡ଼ା ନାହିଁ
ନା ଲୋଡ଼ା ଜୋଛନା ରୋଷଣୀ
ମୋ ପ୍ରିୟା ମୋ ବାହୁ ବନ୍ଧନେ ଲୋଡ଼ା
ତୁମେ ମୋର ହୃଦୟର ରାଣୀ ll

ବିନୟ ମହାପାତ୍ର

ହାତ ଧରି ଚାଲୁଥା 🤝

ଆସିଲ ତମେ ଏମିତି ମୋ ଜୀବନରେ
ନଥିଲା ତ କେହି ତୁମ ପରି,
ରଙ୍ଗ ହୀନ ଜୀବନେ ତୁମେ
ରଙ୍ଗ ଭରି ଦେଲ ଇନ୍ଦ୍ରଧନୁ ଟିଏ ପରି l

ପ୍ରେମ ବିଶ୍ୱାସ ର ଡୋରି ରେ ତୁମେ
ଗଢି ତୋଳିଲ ଆମ ସମ୍ପର୍କ,
ବନ୍ଧୁ ଟିଏ ପରି ସାଥେ ରହିଲ
କରିଲ ନାହିଁ କେବେ ବିତର୍କ ll

ସୁଖ ଦୁଃଖ ଭରା ଜୀଵନ ରେ
ତୁମେ ବାଛିଛ କେବଳ ମୋର ଖୁସି,
ହସ କାନ୍ଦ ର ଏଇ ସଂସାର ରେ
ତୁମେ ଦେଇଛ ମୁଖେ ହସ ପରସି ll

କେଉଁ ଜନ୍ମ ର ପୁଣ୍ୟ ଫଳ ତୁମେ
ତୁମ ପାଇଁ ମୁଁ ଗର୍ବିତ,
ଗର୍ବିତ ମୁଁ ମୋରି ପାଇଁ ବି
ଯେବେ ତୁମ ନାମେ ମୁଁ ପରିଚିତ ll

ପାଟ ଶାଢ଼ୀ ସୁନା ଚୁଡ଼ି
ଲୋଡ଼ା ନାହିଁ ମୋର,
ହାତ ଧରି ମୋର ବାଟ ଚାଲୁଥିବ
କରିବନି କେବେ ପର ll

ଜୀଵନ ଯମୁନା ରେ
ତୁମେ ମୋ ସାଗର ମୁଁ ତୁମ କଇଁ,
ଏଇ ଜୀଵନ ଏମିତି ବିତିଯାଉ
ତୁମକୁ ଚାହିଁ ଚାହିଁ ll

Copy from of Sneha pal

ପ୍ରେମିକା ର ଆଖି

ଆଖି
ଚଞ୍ଚଳ ହରିଣୀ ର ଆଖି
ମନକୁ ଛୁଇଁ ଗଲା ପରି ଆଖି,
ମରମ କୁ ବାରମ୍ବାର ଦୋହଲାଇ ଦିଏ
ଯେ ପର୍ଯ୍ୟନ୍ତ
ହୃଦୟରୁ ପ୍ରଣୟ ର ମଧୁ
ବୁନ୍ଦା ବୁନ୍ଦା ନିଗିଡି ନ ଆସିଛି ll

ଆଖି
ନୀଳ ସମୁଦ୍ର ପରି ଆଖି,

ଏତେ ଗଭୀର ଯେ ମାପି ହୁଏ ନାହିଁ,
ନ ପଢି ବି ବୁଝି ହୁଏ
ସେ ଗଭୀରତା
ତାର ପ୍ରେମ ଠାରୁ ଅଳ୍ପ କମ୍ ll

ଆଖି

ପ୍ରେମିକା ର ସନ୍ଦେହ ଭରା ଆଖି
କଟାକ୍ଷ ରେ ହାଣି ଦେଲା ପରି,
ମରମ କୁ ବାରମ୍ବାର ଆଘାତ କରେ,
କ୍ଷତ ବିକ୍ଷତ କରେ
ଯେ ପର୍ଯ୍ୟନ୍ତ ହୃଦୟ ଲହୁ ଲୁହାଣ
ନ ହୋଇ ଯାଏ ll

ଆଖି

କେବେ ନଇଁ ଯାଏ ସ୍ମିତ ହାସ ପରି
ବିନା ଶବ୍ଦେ ସମ୍ମତି ର ଆଖି,
ନ ଡାକି ଡାକି ନିଏ, ନ କହି, କହି ଯାଏ
ସମ୍ମୋହିତ କରି ଯାଏ,
କିଣି ନିଏ ଏ ତନୁ ଏ ମନ,
ସେଇ ଦୁଇ ଆଖି,
ପ୍ରେମିକା ର ମାୟାବିନୀ ଆଖି ll

Odia Love Sad Shayari Click Here

150 Deep Love Messages to Let Them Know How You Feel

Leave a Comment

From Most Popular Categories

You cannot copy content of this page