Tapoi Story in Odia : It is believed that in early days traders from Odisha travelled far and wide (mostly to Java and Sumatra Islands) in ships (Boitas) to do business. Their family members used to bid them adieu and pray for their good health and safe home–coming. The name “Tapoi” is prevalent in this festivity and this is how her story goes
ତଅପୋଇ
ଓଡିଆ ସାଧବଙ୍କ ଭିତରେ ନାଆଁଡ଼ାକ, ସାତଖଣ୍ଡି ବୋଇତ ଦରିଆରେ ଯାଅଆସ କରୁଥିଲା l ତନୟବନ୍ତଙ୍କ ପରି ଏଡ଼େ ଧନୀ, ମାନୀ ଆଉ କେହି ନଥିଲେ l ଭାରିଯାଙ୍କ ନାଆଁ ଶକୁନ୍ତଳା l ତାଙ୍କର ସାତ ପୁଅ, ସାତ ପୁଅକୁ ସାତ ବୋହୁ l ସାତ ପୁଅରେ ଗୋଟିଏ ଝିଅ, ନାଆଁ ତଅପୋଇ l ତାକୁ ବାପା, ମାଆ, ଭାଇ ସମସ୍ତେ ଦେଖି ପାରନ୍ତି l ତା କଥା, କେତେବେଳେ ହେଲେ ତଳେ ପଡ଼େନାହିଁ l ସେରନ୍ତାପଣରେ ସରି ଯାଇଛି, ରୁଷି ବସିଲେ ଘର ଦୁଲୁକେ l ସେ ସର, ଲବଣୀ ଖାଉଥାଏ, ସୁନା ରୂପାରେ ଚାଲୁଥାଏ l
ମନ୍ତ୍ରୀଝିଅ ତାର ସଙ୍ଗାତୁଣୀ l ସାଧବ ଝିଅଙ୍କ ଭିତରୁ କିଏ ବଉଳ, ମକର, କିଏ ଗଜାମୁଗ, କିଏ କଷି କାକୁଡି l ସାଙ୍ଗମାନଙ୍କ ସାଥିରେ ସେ କେତେବେଳେ କଉଡ଼ି ଖେଳେ, କେତେବେଳେ ଦୋଳିରେ ବସେ l କେତେବେଳେ ପୁଚି ଖେଳରେ ମାତି ଯାଏ, ହେଲେ ବି ବାଲି ଖେଳ ତାର ଅତି ପ୍ରିୟ l ଚୁଲି ପକାଇ ମିଛିମିଛିକା ରାନ୍ଧେ, ସାରୁ ପତର ପକାଇ ମିଛେ ମିଛେ ଖାଏ l ଭୋଗେଇ, କୁଲେଇ ଘେନି ବେଳେ ବେଳେ ଖେଳୁଥାଏ l ଦିନେ ଖେଳୁଛି, ଜଣେ ବୁଢ଼ୀ ଆସି ପହଞ୍ଚିଲା l ତଅପୋଇକୁ ଚାହିଁ ମୁହଁଟାକୁ ନେଫଡି ଦେଲା, କହିଲା – ମଲା, ଏଡ଼େ ବଡ ଘରର ଝିଅ ହୋଇ ବାଉଁଶ କୁଲେଇ ଘେନି ଖେଳୁଛୁ ? ମୁଁ ତୋ ପରି ହୋଇଥିଲେ ସୁନା କୁଲେଇରେ ଖେଳନ୍ତି, ସୁନା ଚାନ୍ଦ ଲାଗି ବାପା ଭାଇଙ୍କ ପାଖେ ଅଳି କରନ୍ତି l ହଇଲୋ, ତୋର କ’ଣ ନାହିଁ ? ତୁ କାହିଁକି କାହୁଁ ଅଇଲା, କିଛି ନଥିଲେ, ଛେଉଣ୍ଡ ପରି ଖେଳୁଛୁ ?
ଏ କଥା ଶୁଣି ତଅପୋଇର ମନ ଦୁଃଖ ହୋଇଗଲା l ସେ ଗାଧୋଇଲା ନାହିଁ କି ଖାଇଲା ନାହିଁ l ଯାଇ ରତ୍ନ ପଲଙ୍କରେ ମୁହଁ ପୋତି ଶୋଇପଡ଼ିଲା l ବାପା ଯାଇ ଡାକିଲେ – କାହିଁକି ଋଷିଛୁ ମାଆ, ଆ ଗାଧୋଇବୁ l ତୋର କୋଉ କଥାରେ ଉଣା ହେଲା l କିଏ ମାଇଲା l କିଏ ଗାଳି ଦେଲା l ତଅପୋଇ କିଛି ଶୁଣିଲା ନାହିଁ l
ମାଆ ଆସି ଡାକିଲା – ହଜିଥିଲେ ଖୋଜେଇ ଦେବି, ଭାଙ୍ଗିଥିଲେ ଗଢ଼େଇ ଦେବି l ତୋର କ’ଣ ହୋଇଛି, କହ ? ତଅପୋଇ ଶୁଣିଲା ନାହିଁ l
ଭାଇମାନେ ଡାକିଲେ, ଭାଉଜମାନେ ଡାକିଲେ l ଶେଷକୁ ସବା ସାନ ଭାଉଜ ନୀଳେନ୍ଦୀ ଆସି ଡାକିଲା ମୋ ସବୁ ଅଳଙ୍କାରପତ୍ର ଦେଇଦେବି, ଯାହା ମାଗିବ ତା ଦେବି l ତୁମକୁ ସାତ ଥର କରି ମୋ ରାଣ, ଆସ l
ସାନ ଭାଉଜ ସଙ୍ଗେ ତଅପୋଇର ଖୁଵ ପଡେ l ସେ କଇଁ କଇଁ ସ୍ୱରରେ କହିଲା – ” ଚାରିପାଖେ ହୀରା ବସିବ, ମୋ ଲାଗି ଯଦି ସୁନା ଚାନ୍ଦ ଗଢ଼େଇ ଦେବ, ମୁଁ ଉଠିବି, ନହେଲେ ନଖାଇ ନାପିଇ ଶୁଖି ଶୁଖି ଏଇ ଶେଯରେ ପଡି ମରିବି l “
ନୀଳେନ୍ଦୀ କହିଲା – ଆମ ଘରେ କ’ଣ ନାହିଁ ? ଏଇ ଛାର କଥାକୁ ତୁ ଏତେ ଋଷିଲୁ ? ଦେ ଆ, ଆ l ତଅପୋଇ ଆସିଲା l
ତନୟବନ୍ତ ସାଧବ ତହିଁ ଆରଦିନ ବଣିଆମାନଙ୍କୁ ଡକାଇ ସୁନା ଚାନ୍ଦ ଗଢ଼େଇ ବସିଲେ l ଛତି ପରି ଗୋଟିଏ ଚାନ୍ଦ ଗଢିବାକୁ ବହୁତ ସୁନା ଲାଗିଲା l ହେଲେ କାଳ ସହିଲା ନାହିଁ l ଚାନ୍ଦ ଗଢ଼ା ଅଧା ହୋଇଛି, ବାପା କାଳ ହେଲେ l ଚାରିପାଖେ ତାଳଗୋଟମା ପରି ହୀରା ସବୁ ଖଞ୍ଜା ହେଲା, ଖାଣ୍ଟି ସୁନାରେ ଚାନ୍ଦଟାଏ ଗଢ଼ା ହେଲା l କାମ ପୁରା ହେବା ବେଳକୁ ମାଆ ଆଖି ବୁଜିଲେ l ଯାକଜମକରେ ଶ୍ରାଦ୍ଧ ସବୁ ସରିଲା l ଘର ବ୍ୟବସ୍ଥା ସବୁ ଠିକ ଠାକ କରି ତଅପୋଇର ଭାଇମାନେ ବୋଇତକୁ ବାହାରିଲେ l ତା ଭାଉଜ ମାନଙ୍କୁ କହିଲେ ତଅପୋଇ କୁ ଗୋଡ଼େ ଗୋଡ଼େ ଜଗିଥିବ l ତା ଅଗ ଗୋଡ଼ରେ ଯେମିତି କଣ୍ଟା ନ ବଜେ l ତାର ବାପା ନାହିଁ କି ମାଆ ନାହିଁ, ତାର ରକତର କହିଲେ କେହି ନାହିଁ l ଆମେ ତ ବଣିଜ କରି ଯାଉଛୁ l ସେ ଯେମିତି କାନ୍ଦବୋବାଳି ନ କରେ l ତାକୁ ଖଟଣି ଯୋଗାଉଥିବ, ଫୁଲ ଗ୍ରନ୍ଥ ଦେବ, ମୁଣ୍ଡ ବାନ୍ଧିଦେବ, ନ ଖାଇଲେ ଖୁଆଇଦେବ, ନ ପିଇଲେ ପିଆଇଦେବ l କଥା କହି ଶୋଆଇଦେବ l ଦୋଳିରେ ଝୁଲାଇ ଦେବ l “
ସାଧବ ପୁଅମାନେ ଗଲାବେଳେ ପଚାରିଲେ – ” କୁହ କାହା ପାଇଁ କ’ଣ ଆଣିବୁ ? “
ବଡ କହିଲା – ମୋ ପାଇଁ ଆଣିବ ସୁନା ଚୋଡି, ରତ୍ନ ବସିଥିବ l ତା ତଳ ବୋହୁ କହିଲା – ମୋ ପାଇଁ ଆଣିବ ହୀରା ବଶଣି l କିଏ କହିଲା – ମୋ ଲାଗି ଆଣିବ ହୀରା ମଲ୍ଲୀକଢ, କିଏ କହିଲା – ଆଣିବ ଅଷ୍ଟରତ୍ନ ତାରା, ସିଂହଳର ମୋତିମାଳା, ଯବଦ୍ବୀପର ମରକତ କାନଫୁଲ, ବାଲିଦ୍ବୀପର କଳାମେଘୀ ପାଟ ; ଯେ ଯାହା ଇଚ୍ଛା ମୁତାବକ କହିଗଲେ l ଶେଷରେ ତଅପୋଇ କହିଲା l ମୋ ପାଇଁ ଆଣିବ ହୀରା କଣ୍ଢେଇ, ହାତୀ ଦାନ୍ତ ପଞ୍ଜୁରୀରେ ବସିଥିବ ଗୋଟିଏ ପଦ୍ମରାଗର ଚଢେଇ l
ମଙ୍ଗ ଉପରେ ମଙ୍ଗଳାମାଙ୍କୁ ପୂଜା ହେଲା ; ଦୁବ ବରକୋଳି ପତ୍ର ଅରୁଆ ଚାଉଳ ଓ ଘିଅ ଦୀପରେ ବୋହୂମାନେ ସାଧବପୁଅମାନଙ୍କୁ ବନ୍ଦେଇଲେ l ଶଙ୍ଖ ବାଜିଲା, ମହୁରୀ ବାଜିଲା l ପୁରୁଷମାନେ ହରିବୋଲ, ସ୍ତ୍ରୀମାନେ ହୁଳହୁଳି ଦେଲେ l ଖଣ୍ଡିକ ପରେ ଖଣ୍ଡିକ ବୋଇତ ଦରିଆ ଭିତରକୁ ଚାଲିଲା l ମଙ୍ଗଳ ଯାତ୍ରାବେଳେ କାନ୍ଦିବାର ନୁହେଁ, ତଥାପି ଟୋପା ଟୋପା ଲୁହ ଅଜାଣତେ ବୋହି ପଡିଲା l ସାଧବବୋହୁ ମାନେ ଘରକୁ ଫେରିଲେ l
Tapoi Story in Odia
Other Related Story you may be interested in
Tapoi Story in English , Tapoi Story in Odia, Tapoi Story in Odia, Tapoi Story in Odia, Tapoi Story in Odia, Tapoi Story in Odia