କୁନାକୁନିଙ୍କ ବଜାର ବୁଲା
କୁନାକୁନି ଗଲେ ବଜାର ବୁଲି
ବାପା ବୋଉ ସାଥେ ମିଶି
ଛକରେ ଦେଖିଲେ ପେଟୁ ପୁଲିସି
ଗଡି ଗଲେ ହସି ହସି ll
ତିଆରିଲେ ବାପା ହୋଏନା ଏମିତି
ଗଲା ବେଳେ ବାଟଟାରେ
ଏମିତି ବୁଝାଇ ବାପା ନେଇଗଲେ
ପହଞ୍ଚିଲେ ହାଟ ଠାରେ ll
ପହଞ୍ଚୁ ପହଞ୍ଚୁ ଦେଖିଲେ ବୁଢାଟେ
ବିକୁଛି ନାଲିଆ ଗୁଡ଼ି
କୁନି ଜିଦି କଲା କିଣିଦିଅ ବାପା
ହାତକୁ ମୁଠାଏ ଚୁଡ଼ି ll
କିଣା ହେଲା ଗୁଡ଼ି କିଣିଲେ ବି ଚୁଡ଼ି
ଫେରିଲେ ଘରକୁ ଦୁହେଁ
ମନଲାଖି ଚିଜ ପାଇ ପିଲାଙ୍କର
ଫୁଟୁ ଥିଲା ହସ ମୁହେଁ ll
ବେଙ୍ଗୁଲୀ ରାଣୀ
ବେଙ୍ଗୁଲୀ ରାଣୀ ଓଢଣା ଟାଣି
ବାହାରିଲୁ କି ରାଇଜବୁଲି
ଶୁଭୁ ନାହିଁ କି ତୋତେ ମୋ କଥା
ଖପର ଖପ ଯାଉଛୁ ଚାଲି ll
ମେଘ ବିଜୁଳି ଆସୁଚି ମାଡି
ଖାତିର ନାହିଁ ତୋର
ଘଡି ଘଡ଼ିରେ ଧରା ଚମକେ
ବରଷା ଘନ ଘୋର ll
ବାହାରିଲୁ କି ଖୋଜି ଖୋଜିକା
ବେଙ୍ଗ ରାଜାକୁ ତୋର
ସେଲାଗି ଯାଉ ଏ ବେଶ ହୋଇ
ଏଡିକି ତର ତର ll
ଡାମରା କାଉ
ଡାମରା କାଉରେ ଡାମରା କାଉ
ରାବୁଚୁ କାହିଁକି ଏତେ
ଭାବୁଚୁ କି ଆମେ ମଣିଷ ଯାକ
କାଲ ହୋଇଲୁଣି ସତେ !
ସକାଳ ପହରୁ କା ‘ କା ‘ ହୋଇ
ଭଙ୍ଗାଇଲୁ ନିଦ ମୋର
ଝରକା ଖୋଲି ମୁଁ ଚାହିଁଦେଲି
ଆଗେ ରୂପକୁ ଦେଖିଲି ତୋର ll
ରୂପ ପଛେ ହଉ କାଳିଆ ତୋର
ଗୁଣ ତୋ ମହତ ଅତି
ନାଳ ନରଦମା ଅଳିଆ ଅସନା
ଖୁଣ୍ଟି ଖାଉ ନିତି ନିତି ll
ନିଦରୁ ଉଠାଇ ଦେଉ କି ବାରତା
କହ କହ କାଉ ଭାଇ
ଉଠିବି ସଅଳ ନା ହୋଇ ଅଳସ
ତୋ ପରିକା ହେବି ମୁହିଁ ll
Coming Soon
Odia Kabita Quotes
Other Related Story you may be interested in
Odia Kabita Quotes, Odia Kabita Quotes, Odia Kabita Quotes