Dog and Donkey Odia Story | Free PDF Download

Dog and Donkey Odia Story

Dog and Donkey Odia Story | Free PDF Download

Facebook
WhatsApp
Telegram

Dog and Donkey Odia Story: In this story, Dog and Donkey are going to the market. They want to get some apples, but they don’t have enough money between them.

କୁକୁର ଓ ଗଧର କାହାଣୀ

ଗୋଟିଏ ଗ୍ରାମର ଶେଷ ମୁଣ୍ଡରେ ଧୋବାଟିଏ ବାସ କରୁଥିଲା l ଗ୍ରାମବାସୀମାନଙ୍କର ଲୁଗାପଟା ସଫା କରି ଦି ‘ ପଇସା ରୋଜଗାର କରି ନିଜର ଗୁଜୁରାଣ ମେଣ୍ଟାଏ l ଧୋବା ତାର ଘରେ ଗୋଟେ କୁକୁର ଏବଂ ଗୋଟିଏ ଗଧ ପାଳିଥାଏ l ଜୀବ ଦୁଇଟି ମଧ୍ୟ ଧୋବାଟିକୁ ବେଶ ମାନନ୍ତି l ଗଧ ଧୋବାର ଲୁଗାପଟା ନେବା ଆଣିବାରେ ସାହାଯ୍ୟ କରୁଥିଲାବେଳେ କୁକୁର ରାତିରେ ଚୋର ଜଗିବା ପଇସା ନିୟୋଜିତ ହୋଇଥାଏ l କେଉଁଠାରେ ଟିକେ ଶବ୍ଦ ହେଲା ମାତ୍ରକେ କୁକୁର ଭୋକିବାକୁ ଆରମ୍ଭ କରେ l ଅନ୍ୟ ଅର୍ଥରେ କହିଲେ, କୁକୁର ତାର ମୁନିବକୁ ସତର୍କ କରାଇଦିଏ l

ଦିନେ ଧୋବାଟି ଗଭୀର ନିଦରେ ଶୋଇଯାଇଛି l ସେହି ସମୟରେ ଏକ ଚୋର ଆସି ଧୋବା ଘରେ ପଶିବାକୁ ଚେଷ୍ଟା କରୁଥାଏ l ଗଧଟି ଯେମିତି ଚୋକରୁ ଦେଖିଲା, ସେ କୁକୁରକୁ ଡାକି କହିଲା, ” ଭାଇ, ତୁମେ କ’ଣ ଜାଣିପାରୁନ କି ? ଗୋଟେ ଚୋର କେମିତି ମୁନିବର ଘରକୁ ପ୍ରବେଶ କରିବାପାଇଁ ଚେଷ୍ଟା କରୁଛି l ତୁମେ ଭୁକିବାକୁ ଆରମ୍ଭ କର l ଯାହାଦ୍ୱାରା ମୁନିବର ନିଦ୍ରା ଭଙ୍ଗ ହେବ l ”

ଗଧଟିର କଥା କୁକୁର ଶୁଣିଲା କିନ୍ତୁ ନ ଶୁଣିବା ଭଳି ପୁଣି ଶୋଇପଡ଼ିଲା l କିଛି ସମୟ ପରେ ଗଧଟି ପୁଣି ସେହି କଥା କହିଲା l କୁକୁର ବିରକ୍ତ ହୋଇ କହିଲା, ” ଗଧଭାଇ ! ମୁଁ ମୋ ମାଲିକର ଏକାନ୍ତ ବିଶ୍ୱସ୍ତ ଓ ଅନୁରକ୍ତ ଥିଲି l ତାର ଘରକୁ ଦିନ ନାହିଁ ରାତି ନାହିଁ ଜଗି ବସୁଛି l ସେ ନିରାପଦରେ ରହୁଥିବାରୁ ମୋତେ ସମ୍ପୂର୍ଣ ଅବହେଳା କରୁଛି l କିନ୍ତୁ ମୁନିବ ଜାଣିପାରୁନାହିଁ ମୁଁ ତା ‘ ପଇସା କେତେ ଉପକାରୀ l ସେ ମୋତେ ପେଟପୁରା ଖାଇବାକୁ ମଧ୍ୟ ଦେଉନାହିଁ l ତେଣୁ ତା’ର ଘରେ ଚୋର ପଶି ଚୋରୀ କଲେ ମଧ୍ୟ ମୁଁ ଭୁକିବି ନାହିଁ l ଏହାପରେ ମୁନିବ ମୋର ଆବଶ୍ୟକତା ଅନୁଭବ କରିପାରିବ l “

କୁକୁର କଥା ଶୁଣି ଗଧ କହିଲା, ” ଭାଇ, ତୁମେ ଏପରି କୁହ ନାହିଁ l ଯାହା ହେଲେ ମଧ୍ୟ ସେ ଆମର ପାଳନକର୍ତ୍ତା l ତାଙ୍କର ଅମଙ୍ଗଳ ଚିନ୍ତା କରିବା ଉଚିତ ନୁହେଁ l ” ଗଧର କଥା ଶୁଣି କୁକୁର କହିଲା, ” ବନ୍ଧୁ, ତୁମେ ସେ ସବୁ କଥା କିଛି ଜାଣ ନାହିଁ l ମୁନିବର ଯେତେବେଳେ ଦରକାର ସେତେବେଳେ ସେ ମଧୁର କଥା କହିବ l ମୁନିବର କାମ ସରିଗଲାପରେ ସେ ଖରାପ ବ୍ୟବହାର ଦେଖାଇବ l ” କୁକୁରର ଏପରି କଥାବାର୍ତ୍ତା ଶୁଣି ଗଧ ଖୁଵ ରାଗିଗଲା l କୁକୁରକୁ କହିଲା, ” ଦେଖ ! ବନ୍ଧୁ ତୁମେ ଯାହା କରୁଛ କର, ମୁନିବର ଘରକୁ ଚୋରଟି ପଶିଗଲାଣି l ଦୟାକରି ତୁମେ ଜୋରରେ ଭୋକ l ତୁମେ ତୁମର କର୍ତ୍ତବ୍ୟରେ ଅବହେଳା କରନାହିଁ l ତୁମେ ଯଦି ବର୍ତମାନ ନ ଭୁକିବ ମୁଁ ଜୋରରେ ବୋବାଇବ l ମୋର ପାଟି ଶୁଣିଲେ ମୁନିବର ନିଦ ଭାଙ୍ଗିଯିବ l ମୁନିବର ନିଦ ଭାଙ୍ଗିଗଲେ ଚୋରଟି ପଳାଇଯିବ l

ଏହାକହି ଗଧଟି ଜୋରରେ ବୋବାଇବାକୁ ଲାଗିଲା l ଗଧର ପାଟି ଶୁଣି ମୁନିବର ନିଦ ଭାଙ୍ଗିଗଲା l ସେ ସଙ୍ଗେ ସଙ୍ଗେ ରାଗିଯାଇ ହାତରେ ଗୋଟେ ବାଡ଼ିଧରି ଗଧକୁ ଆସି ଜୋରରେ ପିଟିଲା l ଶେଷରେ ଗଧଟି ଭୂଇଁ ଉପରେ ପଡି ଶେଷ ନିଃଶ୍ୱାସ ତ୍ୟାଗ କଲା l ଗଧଟି ପ୍ରକୃତରେ ତାର ମୁନିବର ମଙ୍ଗଳ ଚାହୁଁଥିଲା l କିନ୍ତୁ ମୁନିବ ଗଧକୁ ସେତିକି ବୁଝିପାରିଲା ନାହିଁ l କୁକୁରଟି ପ୍ରତିଦିନ ମୁନିବ ଦେହରେ ଘଷି ହୋଏ l ତାର ଲାଞ୍ଜକୁ ହଲାଇ, ଜିଭ ଲହ ଲହ କରି ପାଟିରୁ ଲାଳ ଗଡା଼ଏ l ଦରକାର ପଡିଲେ ମୁନିବକୁ ଖୁସି କରାଇବାପାଇଁ ଆଗ ଦୁଇଗୋଡ ମଧ୍ୟ ଟିକେ ଦିଏ l

ମୁନିବ ମଧ୍ୟ କୁକୁରର ଏପରି ଆଚରଣ ଦେଖି ଖୁସି ହୁଏ l କିନ୍ତୁ ମୁନିବ ସାମାନ୍ୟ ସ୍ନେହରେ ଭୁଲିଯାଇ କୁକୁରକୁ ଆଦର କଲା, ଅଥଚ ଯିଏ ପ୍ରକୃତରେ ଉପକାରୀ ତାକୁ ପିଟି ପିଟି ମାରିଦେଲା l ଜଣେ ସେବକ ସର୍ବଦା ତାର ମୁନିବ ପ୍ରତି ଅନୁରକ୍ତ ରହିବା ଆବଶ୍ୟକ l ଯେମିତି ଗଧଟିଏ ରହିଥିଲା l ହେଲେ ଶେଷରେ ଗଧଟି ପାଇଲା କଣ l ରାଜାଟିଏ ଯେପରି ମନରେ ଦୟା, ଧର୍ମକୁ ମୁଖ୍ୟ ସ୍ଥାନ ଦେଇଥାଏ, ସେହିପରି ମୁନିବର ହୃଦୟରେ ମଧ୍ୟ ଦୟା, ଧର୍ମ ରହିବା ଆବଶ୍ୟକ l ଯେଉଁ ବ୍ୟକ୍ତିର ହୃଦୟରେ ଦୟା ଭାବ ନଥାଏ, ଯିଏ ଭଲ ମନ୍ଦର ବିଚାର କରିପାରେ ନାହିଁ ସେ ମନୁଷ୍ୟ ନୁହେଁ ସେ ପଶୁ ପଦବାଚ୍ୟ l

Dog and Donkey Odia Story

Other Related Story you may be interested in

Dog and Donkey Odia Story, Dog and Donkey Odia Story, Dog and Donkey Odia Story, Dog and Donkey Odia Story, Dog and Donkey Odia Story ,

Jobalert360.com

Leave a Comment

You cannot copy content of this page