50+ Best Odia Love Shayari Quotes

Odia Love Shayari Quotes

50+ Best Odia Love Shayari Quotes

Facebook
WhatsApp
Telegram

Odia Love Shayari Quotes: Sometimes words are not enough to convey how you feel to your loved one. One of the best things that you can do is to write a shayari or love quotes in your native language and share it with your lover. Here are some of the best love quotes available online that can make a simple shayari for you.

Expressing love is an art and a skill. In this article, you will find the most popular shayari to express your love for someone. These quotes are so good that they will touch your heart in a way that words cannot.

ଗୋଲାପ ଗାଁ ର ଗେହ୍ଲେଇ ଝିଅସେ
ଚୁଲୁବୁଲି ମନ ତାର ଟିକେ ଚଗଲି
ଏମିତି ରୂପସୀ ଲାଜେଇ କଳସୀ
ଚାଲି ତା ଅଳସୀ ହାଏ ରଙ୍ଗ ସୁନେଲୀ
ମନେ ପଡେ ସେଇଦିନ
ରାଜା ଦୋଳି ରୂପା ଜହ୍ନ
ସିଏ ହସିଲେ….
ଚିହ୍ନା ଚିହ୍ନା ଲାଗେ ସିଏ ଏଇ ବାଟେ ଚାଲିଗଲେ
ଆନମନା ହୁଏ ମନ ଠାରେ ତାକୁ ଦେଖେନେଲେ
ସ୍ମୃତିର ସଵାରୀ ଚଢି ଛାଡି ଯାଉଛି କି ନୀଳ ପରୀ
ଲାଗେ ଦେଖିଲେ……..

ଯେଉଁଠି ବିଶ୍ୱାସ ଓ ଭଲପାଇବା ରହିଥାଏ
ଜଣେ ଯେତେ ଦୂରରେ ରହିଲେ ମଧ୍ୟରେ
ସବୁବେଳେ ସେ ପାଖରେ ସାଥିରେ
ଥିବାଭଳି ଅନୁଭବ ହୁଏ ll

ତୁମବିନା ସତେ ଲାଗୁଛି ଯେମିତି
ଜୀବନଟା ପୁରା ଖାଲି
ଏମିତି ସମୟ ଆସିବ ଜୀବନେ
କେବେ ବି ଭାବି ନ ଥିଲି ll

ତୁ ମୋ ଅତୀତ, ତୁ ମୋ ବର୍ତ୍ତମାନ
ତୁ ମୋ ଭବିଷ୍ୟତ
ଆମ ପ୍ରେମ ଅଟେ ଚିରନ୍ତର ବୋଲି
ଜାଣୁ ଏ ସାରା ଜଗତ ll

ପ୍ରେମର ମାନେ କେବଳ ପାଇବ ନୁହେଁ,
ପ୍ରେମର ମାନେ ଅନ୍ୟର ଖୁସି ପାଇଁ
ନିଜକୁ ବଳିଦାନ ଦେଇଦେବା ll

ତୁମେ ଖୁସିରେ ରୁହ
All time
ଏହା ହିଁ ପ୍ରାର୍ଥନା ମୋର
Life time ll

ଜୀବନ ତା ଗୋଟେ ଅବୁଝା କବିତା
ପଢି ବୁଝିହୁଏ ନାହିଁ ଏ ଜୀବନ ନୁହଁ
ଖେଳଣା କଣ୍ଢେଇ ଖେଳି ଭାଙ୍ଗିଦେବା ପାଇଁ

ପ୍ରେମ ମାନେ ନୁହେଁ
ଜଣକୁ ପାଇ ଖୁସି ହେଇଯିବା,
ପ୍ରେମ ହେଉଛି ତାହା
ଯାହାକୁ ପାଇ ସବୁ ଦୁଃଖ ଭୁଲିଯିବା

ଏ କଥା ତ ସତ କି
ଯାହା ସାଥିରେ ପ୍ରେମ ହୋଇଥାଏ…
ସେ ଯେମିତି ବି ହେଉନା କାହିଁକି
ବହୁତ ସୁନ୍ଦର ଲାଗିଥାଏ… 😍

କେବେ କାହା ପାଇଁ ଅପେକ୍ଷା କରି ଦେଖ
ପ୍ରେମ ର ମଜା ଅଲଗା ଲାଗିବ 👩‍❤️‍💋‍👩

ସୁବିଧା ସୁଯୋଗ ବିଧାତା ନା ଦେଲା
ହେଲେ ଆମେ ପଥ ବଣା
ଅଧା ରହିଗଲା ମିଳନ ଆମର
ହେଲି ମୁହିଁ ବାଟବଣା ll

ତୁମକୁ ଦିନେ ନ ଦେଖିଲେ ଏ ଛତି ରେ
ମୋର ଧକ ଧକ ବଢିଯାଏ,❤️
ମୋତେ ଏମିତି ଲାଗେ ଛାତିର Heart
Beat ଟା ଅଟକି ଯାଏ. 🥰

ଆମ ହୃଦୟଟା ଭାଙ୍ଗିଲେବି
ବାହାରକୁ ଦେଖା ଯାଏନା
ଆମେ ଭିତରେ ଭିତରେ ଜାଳି ଥାଉ
ତଥାପି ବି ଆଖିରୁ ଲୁହ ଝରେନା,

ମୁସ୍କିଲ ରେ ବି ଯାହାର
ଗୋଟିଏ ଝଲକ ଦେଖିବାକୁ ମିଳେନାହିଁ
ସେ ସେତେ ଖାସ ହୋଇଥାଏ 😘😘

ଆକାଶ ଯେମିତି ମେଘକୁ ଭଲପାଏ l
ମେଘ ଯେମିତି ବର୍ଷାକୁ ଭଲପାଏ l
ସାଧବ ବୋହୂ ଯେମିତି ମାଟିକୁ ଭଲପାଏ l
ତା ଠାରୁ ବି ଅଧିକ ମୁଁ ତୁମକୁ ଭଲପାଏ l🥰🥰

ତୁ ମୋ ସ୍ୱପ୍ନରେ ଅଛୁ
କିନ୍ତୁ ପାଖରେ ନାହୁଁ l
ତୁ ମୋ ହୃଦୟରେ ଅଛୁ
କିନ୍ତୁ ଭାଗ୍ୟରେ ନାହୁଁ ll

ଭବନା ଭିତରେ ପାଦ ଥାପି ଥାପି
ଭାବନାରେ ଆଶୁ ତୁ ଆଖିକୁ
ନଚେଇ ନିଜର ଭାବି କେତେ
କଥା କହିଦିଏ ମୁଁ ll

ଏ ରାତି ନ ପାହୁ ଏ ଜହ୍ନ ନ ଶୋଉ
ଏ ମଧୁମିଳନ ମୋ ସରିନଯାଉ
ମଧୁମତୀ ମୋର, ମଧୁଶେଜ ଛାଡି
ପାହାନ୍ତା ପହରୁ ଉଠିନଯାଉ…. 👩‍❤️‍💋‍👩
ମଧୁବାସନ୍ତୀ ମୋ ମଧୁଲଗନ
ମଧୁ ଶେଯରେ ମୋ ମଧୁମିଳନ
ଯଉବନର ଏ ଶେଷ ସପନ
ସପନ ଭାଙ୍ଗିଲେ ଭାରି ଦହନ
ଏ ସ୍ବପ୍ନ ନ ଭାଙ୍ଗୁ ଏ ଭୋର ନ ହେଉ
ଏ ମଧୁବନ୍ଧନ ମୋ ତୁଟି ନ ଯାଉ
ମଧୁର ଏ ରାତି, ମଧୁର ଏ ପ୍ରୀତି
ମଧୁର ଜହର ଭରି ନଯାଉ…. 💕💕

ନିଦରେ ନିଦ ଛୁଇଁଯା ନିଦ ଏ ଆଖିକୁ
ଏ ଆଖି ଚାହିଁରହେ ମୋ ପ୍ରିୟାକୁ
ପ୍ରିୟତ ପ୍ରିୟା ଅବୁଝା ପ୍ରିୟା
ବୁଝେ ନାହିଁ ଏ ମନକୁ
ରେ ମନ…. କାହିଁକି ଖୋଜୁଚୁ ତାକୁ..

ଘର ଦରଜା ମୋ ଦର ଆଉଜା
ମନ ଦରଜା ମୋ ଖୋଲା
ପିଆସି ମନଟା ଖୋଜି ବୁଲୁଚି
କୁଆଡେ ମୋ ପ୍ରିୟା ଗଲା
ରାତି ଲୋ ରାତି ବଢା଼ଉ ତାତି
ସ୍ମୃତି ଖୋଜେ ସାଥିଟିକୁ
ଏ ସ୍ମୃତି…. ଝୁରିଝୁରି ମାରିବାକୁ…

ପ୍ରଥମ ନୁହେଁ ତୁ ଶେଷ ପ୍ରେମ ମୋର
ଶେଷ ଆଶା ଶେଷ ସ୍ବପ୍ନ,
ଶେଷ ମୋ ଭାବନା ଶେଷ ମୋ କଳ୍ପନା
ତୋ ପାଖେ ଶେଷ ଜୀବନ ଲଲଲ

( paresh )

ସପନର ପରୀ ତୁମେ ସପନରେ ଥିଲ
ସପନରୁ କିଆଁ ଉଠି ମୋତେ ଦେଖାଦେଲ
ଜୀବନରେ ମୋ ଆସି ଭାରି କଷ୍ଟ ଦେଲ
ଗୋଲାପର କଣ୍ଟାରେ ମୋତେ ମାରିଦେଲ
ଲାଲ ଗୋଲାପ ନଦେଇ ହଳଦିଆ ଦେଲ
ବନ୍ଧୁତ୍ୱର ସବୁ ସଂଜ୍ଞା ବଦଳେଇଦେଲ

( ମିଲନ ନାୟକ )

ଯେତେ ଦେଖୁଥିଲେ ନୂଆ ଲାଗୁଥାଇ
ଆଖି ପିପାସା ମେଣ୍ଟେନା
ହେଲେ ଏଇ ଆଖି ପାପ ଆଶାରେ
କେବେ ତୋତେ ଚାହେଁନା

ନିବେଦନ ପତ୍ର ପାଇଲି ତୁମର
ପ୍ରେମର ପ୍ରଥମ ଚି଼ହ୍ନ
ଗ୍ରହଣ କରି ମୁଁ ଏତିକି କହୁଚି
ସାର୍ଥକ ହେଲା ଜୀବନ 😍

ପ୍ରେମ ବୁଝେନାହିଁ ପାପ କି କଳଙ୍କ
ପ୍ରେମ ଦେଖେନାହିଁ ଜାତି କି ଜାତକ
ପ୍ରେମ ଏମିତି ଏକ ସମ୍ପର୍କ
ପବିତ୍ର ବନ୍ଧନ ଦୁଇଟି ପ୍ରାଣର
ନଥାଏ କିଛି ଫରକ ll

ତୁମରି ରୂପକୁ ହୃଦୟ ଆଇନା
ନିତି ନିତି ଦେଖୁଥାଇ
ସତ ଆଇନାରେ ସତ ରୂପ ତୁମେ
ନିତି ମୋ ପାଶେ ଆସଇ 😍

ନିଆରା ପ୍ରେମିକା ନିଆରା ପ୍ରେମ
ନିଆରା ବାଗରେ ବଢୁଛି ଭାବ
ନିଆରା ଢଙ୍ଗରେ ନିଆରା ରୀତିରେ
ପାଳୁଛି ନିତି ମୁଁ ପ୍ରେମ ପରବ 💕💕

ପ୍ରେମ କର…. ସାରା ଜୀବନ କର
ବାସ ଆଶା ରଖନାହିଁ, କାରଣ
କଷ୍ଟ ପ୍ରେମ ଦେଇନଥାଏ
କଷ୍ଟ ଆଶା ଦେଇଥାଏ

କିଛି ଜଣା ନାହିଁ ମିଶିଗଲା ଆମ
ଦୁହିଁଙ୍କ ଦୁଇଟା ଆଖି
ଭଲ ପାଇବା ମୋର ଆରମ୍ଭ ହୋଇଲା
ଭଗବାନ ରହିଲେ ସାକ୍ଷୀ….

ଜୀବନ ମୋତେ ଗୋଟେ କଥା ଶିଖେଇ ଦେଲା
ନିଜକୁ ନିଜେ ହିଁ ଖୁସିରେ ରହିବ
କେବେ କାହାଠାରୁ କିଛି ଆଶା କରିବା ନାହିଁ 😔

ଜିଅନ୍ତା ଜୁଇରେ ଆଜି ମୁଁ ଜଳୁଛି
ଅକୁହା କାହାଣୀ ହୋଇ
ବଞ୍ଚିବାଟା ଖାଲି ଅଭିନୟ ମୋର
କା ଆଗେପାରୁନି କହି…

ପୃଥିବୀ ଠାରୁ ବି ଆହୁରି ଓସାର
ପ୍ରେମର ସେ ସବୁ କଥା
ଲେଖିବାକୁ ହେଲେ କାଗଜ ଅଭାବ
ନାହିଁ ମୋର ସେହି ମଥା

ଜୀବନରେ ଆଉ ଦେଖ ହେବନି
ଏଇ ଅବଶେଷ ଦେଖା
ଶେଷ କଥା କିଛି କହିବାର ଥିଲା
ବଞ୍ଚିବାର ନାହିଁ ଆଶା……

ସାଥୀ ଟିଏ ଏମିତି ହେବା
ଦରକାର
ଯିଏ କିଛି ନ କହିବା ଆଗରୁ
ସବୁକିଛି ବୁଝୁଥିବ ll

ତୋତେ ଦେଖିବାକୁ ଆଜି ବହୁତ ଇଚ୍ଛା ହେଉଛି
ପାଗଳ
ତୋ ଫଟୋ ଦେଖିଲେ ବି ମନ ମାନୁନି
ହେଲେ କଣ ହେବ ତୁ ମୋ ଠାରୁ ବହୁତ
ଦୂରରେ ଅଛୁ

ତୁମର ସବୁ ଭୁଲ ଜାଣିବା ପରେ ବି
ଯିଏ ତୁମ ହାତ ଛାଡେନି
ସେହି ତୁମକୁ ପ୍ରକୃତ ରେ ଭଲ ପାଏ 😍

ତୁମ ସହିତ କଥା ହେଲେ
ଯେମିତି ଲାଗେ
ମୋ ଜୀବନର ସବୁ ଖୁସି
ତୁମ ପାଖରେ ଲୁଚି ରହିଛି ll

ଏ ଦୁନିଆରେ ସବୁଠାରୁ କଷ୍ଟ
କାମ ହେଲା କାହା ଓଠରେ
ଟିକେ ହସ ଦେବା, ଲୁହ ତ
ସମସ୍ତେ ଦିଅନ୍ତି ହେଲେ ହସ କେବଳ
ସିଏ ହିଁ ଦିଅନ୍ତି, ଯିଏ ଆମକୁ
ପ୍ରକୃତରେ ଭଲ ପାଆନ୍ତି ll

ଏକା ଏକା ଆଉ ଭଲ ଲାଗୁ ନାହିଁ
ତୁମ ବିନା କିଛି ମୋତେ
ଭାବି ମୁଁ ନଥିଲି କେହି
ଜଣେ ମୋତେ ଭଲ ପାଇବ ଏତେ 🥰🥰

ଯେଇଁଠି ବିଶ୍ୱାସ ଓ ଭଲ ପାଇବା ରହିଥାଏ ଜଣେ
ଯେତେ ଦୂରରେ ରହିଲେ ମଧ୍ୟରେ, ସବୁବେଳେ ସେହି ପାଖେ ପାଖେ ସାଥିରେ ଥିଲା ଭଳି ଅନୁଭବ ହୁଏ ll

ମୁଁ ଜାଣେନା ମୋତେ ତୁମେ କେତେ ଭଲ ପାଅ “”
କିନ୍ତୁ ମୁଁ ତୁମକୁ ମୋ
ହୃଦୟ ଠୁ ବି
ଅଧିକ ଭଲ ପାଏ “”
I love you 🥰🥰

Odia Love Shayari Quotes

Other Related Story you may be interested in

Odia Love Shayari Quotes, Odia Love Shayari Quotes, Odia Love Shayari Quotes, Odia Love Shayari Quotes, Odia Love Shayari Quotes, Odia Love Shayari Quotes, Odia Love Shayari Quotes

Leave a Comment

You cannot copy content of this page