Odia Kabita Morning

Odia Kabita Morning

Odia Kabita Morning

Facebook
WhatsApp
Telegram

Odia Kabita Morning: After reading the above morning related poem in Odia, it really feels like you have read a new story. morning scene are all around us but we need to see them with clear eyes. The greatest gift of this poem is that it helps you to open your eyes and see the world in a different way. Without nature love, nothing can be beautiful! So keep an eye out for love in your life and enjoy each moment peacefully!

Odia Kabita Morning

ଯୁଦ୍ଧ, ମୁହାଁ ଆଜି ବିଶ୍ୱବାସୀ ଗଣ

ମାନୁନ କାହାକୁ କେହି ।

ଅହଙ୍କାରୀ ହୋଇ ଗର୍ଜନ କରନ୍ତି

ଉୟରେ କମ୍ପୁଛି ମହୀ । ।

ହୃଦୟ ସଂକିର୍ଣ୍ଣ କପଟତା ପୂର୍ଣ୍ଣ

ବ୍ୟକ୍ତିତ୍ଵ ବିହୀନ ନର ।

ଖଳବଳ ହୋଇ ଧ୍ଵଂଶ କୁ ଡାକନ୍ତି

ହଜିଛି ବୁଦ୍ଧି ବିଚାର । ।

ଶୁଭ ସକାଳର କାମନା ହେ ହର

ଆମ୍ଭଙ୍କୁ ସୁଜ୍ଞାନ ହେଉ ।

ସୁଖ ସମୃଦ୍ଧିର ସୌଭାଗ୍ୟ ଲାଭର

ପଥ ଭନୁମୁକ୍ତ ଥାଉ ।।

ଆଶିଷ କୁମାର ସାହୁ * * *ବାଲିଆପାଳ

ସକାଳ ଆସେ

ରିମ୍ ଝିମ୍ ଝିମ୍ ମେଘ ବରଷିଲା
ପିଲାମାନେ ହେଲେ ଖୁସି
ସାରୁଗଛ ମୂଳେ ବେଙ୍ଗୁଲି ନାନୀଟା
ଖିଲି ଖିଲି ଯାଏ ହସି।

ଜାମୁକୋଳି ଗଛେ ଦନ୍ତା ହନୁଟାଏ
ପାଚିଲା କୋଳିକୁ ଦେଖି
ଦାନ୍ତ ନିକୁଟାଇ ଖଁ -କାଁ -ଖେଁ
ଖେତାଏ ପିଲାଙ୍କୁ ଦେଖି।

ଭାଇଟା ଡାକୁଛି ଭଉଣୀକୁ ତାର
କାଗଜ ଡଙ୍ଗା ଘେନିଆ
ଗାଆଁ ଗୋହିରୀରେ ଜଳ ଚାଲିଲାଣି
ଭସାଇବା ଆମ ନାଆ।

ନିଧିଆ ଭାଇ ପା’ ହଳ କରୁଅଛି
ତା’ ବୋହୂ ପଖାଳ ନିଏ
ଶୁଖୁଆ ପୋଡାକୁ ବଡିବାଇଗଣ
ଆଉ ତା’ ସାଙ୍ଗକୁ କିଏ?

ଦେବ ମନ୍ଦିରରେ ଘଣ୍ଟା ବାଜିଲାଣି
ଭୋଗ ଲାଗିଯିବ ପରା
ଆସ କୁନା ମୁନା ମୋ ସାଥୀରେ ସବୁ
ଠାକୁର ଦେଲେ ଡାକରା।

ବୁଢ଼ା ସାର୍ ଆମ ରାଗିଯାଇଛନ୍ତି
ଅଙ୍କ ଜମା ମୁଁ କରିନି
ବେତ ବାଡିଟାକୁ ଭାରି ଡର ମୋର
ସେ ପାଠଟା ଜମା ହଉନି।

ମାଆ ଆସୁଛନ୍ତି ଛାଟଟାଏ ଘେନି
ପିଟିବେ ପରା ଆମକୁ
ପଲାଇ ଆସରେ ପଲାଇ ଆସରେ
ପଳାଇବା ପାଠଶାଳାକୁ।

ଡଃ ରବିନ୍ଦ୍ରନାଥ ଆଚାର୍ଯ୍ୟ

Thank you for visiting our website for job related search visit here

Leave a Comment

You cannot copy content of this page