Odia kabita for children

Odia kabita for children

Facebook
WhatsApp
Telegram

Enchant your little ones with the magic of Odia poetry! ✨ Explore a treasure trove of captivating Odia kabita for children, filled with playful rhymes, whimsical stories, and vibrant imagery. These delightful poems will spark your child’s imagination, nurture their love for language, and introduce them to the rich cultural heritage of Odisha.

ପିଲାଙ୍କ ହାତ ଆଙ୍ଗୁଳି ଖେଳ ଗୀତ

ଏଙ୍ଗ ଟୁଲ ବେଙ୍ଗ ଟୁଲ ଘୋଡ଼ା ଟୁଲ ସାଜେ

ଯୋଗିନୀ ଡାହାଣୀ ଘାଘର ବାଜେ

ଘାଘର ନୁହେଁ ପଞ୍ଚ ତାଲ

କିଏ ସେ ଯିବ କମାରଶାଲ

କମାର ଶାଲର ଶିଆଳ ବେଟିଆ ଚୋର।

ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ

ତମର ଆମର ନାଲି ପଇଞ୍ଚ

ନାଲି ପେଁ ପେଁ ବାଜଇ ତୁରା

ଗୋଟିକ ଉପରେ ଗୋଟିଏ ଜିରା।

ଏଙ୍ଗ ଟୁଲ ବେଙ୍ଗ ଟୁଲ ମାଧିଆ ମାଆ

            ହାଗିତେ ଗଲେ ଠେକିଏ ପାଣି

ବାଘ ବସିଛି କିଆ ବୁଦା ମୂଳେ

       ମାଧିଆ ମାଆ ପିଲେହି ପାଣି।

ଅକଲ ମକଲ ଟକଲ ଡ଼ିଆଁ

ଗୁଣ୍ଡୁଚି ନାଗର ବଜାଇ ଡ଼ିଆଁ

ଇସ୍ ମିସ କଲମ କିସ୍

ଠାରେ ଠର ବେଟାରି ଚୋର।

ବିଲୁଆ ନନା ଗୀତ

ବିଲୁଆ ନନା ବିଲୁଆ ନନା

ଘର ପୋଡ଼ିଗଲା ପଛକୁ ଅନା

ବାଲେଶ୍ଵରରେ ଲାଗିଲା ନିଆ

କଲିକତାରେ ଉଠିଲା ଧୂଆଁ

Odia kabita for children

ପୁଚି ଖେଳ

ବସା ପୁଚି:-

      ପୁଚିଲୋ

ଯା ଯା ଘୁଞ୍ଚି ଲୋ

ଗହୀର ବିଲରେ ମଇଁଷି

ଧାନ କେଣ୍ଡା କେଣ୍ଡା ଖାଉଛି

ଆଡେଇ ଦେଲେ ଗଉଡ ଭାଇ

ବୋହୂ ବାପଘର ଯାଉଛି।

ଠିଆ ପୁଚି:———

        ଠିଆ ପୁଚି ନାରଙ୍ଗ

       ଗୋଡ଼ ଦିଟା ସାରଙ୍ଗ

    ସାରଙ୍ଗ ବାଡ଼ିକୁ ଯାଇଥିଲି

    ସାରଙ୍ଗ କୋଳି ଆଣିଥିଲି

        ଅଧେ କଲି ଭଜା

        ଅଧେ କଲି କଞ୍ଚା

ମୋ ଭାଇଟା ରଜା ମୋ ଭାଉଜ ରାଣୀ

     ହିଡ ତଳେ ଯୋଉ ଗହୀର କୂଅ

       କିଏ   କାଢିଦେବ ପାଣି।

ଖୁଦୁରୁକୁଣି ଉଷା:::————………

 ଆମ ଭାଲୁକୁଣୀ ଖାଏ ଖିରି       ତୁମ ଭାଲୁକୁଣି ବାଟ ହାଗୁରୀ।

ଆମ ଭାଲୁକୁଣୀ ରାଣୀ।            ତୁମ ଭାଲୁକୁଣୀ ବାଉଁଶ କଣି ।

ଆମ ଭାଲୁକୁଣୀ ଖାଏ ମୁଆଁ        ତୁମ ଭାଲୁକୁଣୀ ମୁହଁରେ ନିଆଁ।

ଆମ ଭାଲୁକୁଣୀ ହାତରେ ଖଡ଼ୁ     ତୁମ ଭାଲୁକୁଣୀ ବଉଁଶ ବୁଡୁ।

ଆମ ଭାଲୁକୁଣୀ ବେକରେ ମାଳି      ତୁମ ଭାଲୁକୁଣୀ ତ୍ରିପଣ୍ଡ କାଳୀ ।

ଆମ ଭାଲୁକୁଣୀ ମୁଣ୍ଡରେ ବେଣୀ     ତୁମ ଭାଲୁକୁଣୀ ମୁଣ୍ଡେ ଉକୁଣୀ।

ଜଗନ୍ନାଥ ଭଜନ

ଜୟ ଜୟ ଜଗନ୍ନାଥ ଜଗତ କରତା

ଶ୍ରଦ୍ଧାକ୍ଷେତ୍ର ଦେଉଳରେ ଉଡ଼େ ପାଟ ଛତା।

         ତିନି ମୂର୍ତି

ଦେଉଳ ମଧ୍ୟରେ ବିରାଜନ୍ତି

ଡାହାଣେ ଶ୍ରୀ ବଳଭଦ୍ର ମଧ୍ୟରେ ସୁଭଦ୍ରା

ଆପଣେ ମାଡ଼ି ବସିଛି ସପ୍ତ ବର୍ଣ୍ଣ ଶିଳା

ସପ୍ତ ଶିଳା – କଳା ମେଘ ପ୍ରାୟ ତନ୍ତୁ ଡୋଳା।

ଗରୁଡ଼ ସ୍ତମ୍ଭ ପଛରେ ଦେଖ ପଦ୍ମ ମୁଖ

ଦେଖି ଦୁଃଖୀ ଜନମାନେ ପାଉଥାନ୍ତି ସୁଖ।

        ବ୍ୟାଘ୍ର ନଖ

ଚାଳେ ଗଜ ମୋତି ହାର ଦେଖ

ସେହି ପାଦ ପଦ୍ମେ ମୁହିଁ ପଶୁଛି ଶରଣ

ଉଦ୍ଧାରି ଧରନ୍ତୁ ମୋତେ ପ୍ରଭୁ ନାରାୟଣ

         ହଳ ପାଣି

ଗୀତେ କୃପାସିନ୍ଧୁ ମିଶ୍ରେ ଉଣୀ।

କେଳା ଗୀତ

କେଳାର କୋଳରେ ଜନମ ମୋହର     ଜୀବିକା ମୋ ସର୍ପଧରା

ଦେଶ ବିଦେଶରେ ସର୍ପ ଧରି ବୁଲେ।   ସଙ୍ଗେ କରି ସାଥୀ ମେଳା।

                           ଦିନେ ବନକୁ ଗଲି

                     ସଙ୍ଗେ କେଲୁଣୀକୁ ନେଇଥିଲି।

ଗଣ୍ଡାଯେ ଗୟଳ ହରିଣ ଶୁକର         ଗଧିଆ ଶଶା ନକୁଳ

ବରାହ ମାହୁଳ ମେଣ୍ଢା ଯେ ଛାଗଳ      ବ୍ୟାଘ୍ର ଭଲୁକ ଶୃଗାଳ

                         ସାନ ବାନର ହାତୀ

               ଉଦ ନେକଡା ଯେ ବନପତି ଗୋ।

ହଂସରାଜ ବଣୀ ମୟୂର ମଜୁର     ତିତିର ସହିତେ ଟିଆ

ହାଡ଼ଗିଲା ଚକ୍ରବାକ ଦଲଖୁମ୍ପି      ଆହୁରି ସେ କାକତୁଆ

                କପୋତ କପୋତୀ ହରଡା

             କଳମାଣିକ୍ୟ ବଣ କୁକୁଡ଼ା।

1) ଧଳା ଚାରିଜାତି କହରେ ନାଗର     ଧଳା ଚାରିକାତି କହ

    ନକହି ପାରିଲେ। ନାଗର ମଣିଲୋ    ଗୁହାଳ ପୁଛିବୁ ରହ।

2) ନାଲି ଚାରିଜାତି କହରେ ନାଗର     ନାଲି ଚାରି ଜାତି କହ

     ନକହି ପାରିଲେ ନବ ନାଗର ଲୋ    ଭାତ ମୋ ରନ୍ଧିବ ରହ।

3)ସନ୍ଧ୍ୟା କାଳେ ଗୋରି ଶଙ୍ଖ ନାଦ କରି   କାହିଁକି ବଜାନ୍ତି ନର

କିସ ଅଛି ବିଧି କହ ୟାର ସନ୍ଧି     ବାଜେ ସାଢେ଼ ତିନିଥର

                        ଶଙ୍ଖ କାହା କୁମର

                     ତାଙ୍କୁ ବିଷ୍ଣୁ ଧରିଛନ୍ତି କର।

4)।               ବସିଲା ପାଖରେ ବସେ

                   ଜଣେ ମାଳା ଜପି ଆସେ

                  ତିନିଜଣ ହେଲେ ରୁଣ୍ଡ

                   ତିନିକି ପନ୍ଦର ମୁଣ୍ଡ

                ପନ୍ଦର ମୁଣ୍ଡ ତିରିଶି ଆଖି

                ଏହି କଥାଟି କହ ସଖୀ ।

Dhirendra Kumar Patra ( Teacher Govt UP School Debhog ) Mob 63728152

Leave a Comment

You cannot copy content of this page