Odia Children Poem the land of rich culture and heritage, Is home to children with hearts full of courage. They play in the fields, under the golden sun, Their laughter rings out, like a joyous begun.
Odia Children Poem
ଶିଶୁ ଗୀତ
1) ଶିଶୁକୁ ହସାଇବା:—–
ଝୁଲରେ ହାତୀ ଝୁଲ ବା ପାଣି ଖାଇ ଫୁଲ
ଫୁଲି ଫୁଲି ଯାଇ ଫୁଲକା ହାତୀ ସୁବର୍ଣ୍ଣରେଖାରେ ପଡେ ଝଟତି
ଶୁଣ୍ଢରେ ଛାଡ଼ିବ ପାଣି ଫୁଆର ଗାଧୋଇବ କୁନା ସେ ପାଣିଧାର।
ଶିଶୁକୁ ନଚାଇବା:———–
ତାଥେଇ ତାଥେଇ ତାଥେଇ ଥେଇ
ମାଧବ ନଚୁଛି ପାଦ ହଲାଇ
ମାଧବର ନାହିଁ ପାଦ
ଘୁଙ୍ଗୁର ବାଜୁଛି ବଇଁଶୀ ବାଜୁଛି
ବାଜୁ ନାହିଁ କାହିଁ ଗୀତ।
ମାଟି ଖିଆ ——-
ଗୁରୁଣ୍ଡି ଗୁରୁଣ୍ଡି ଏରୁଣ୍ଡି ଉପରେ ମାଧବ ବସିଛି ଯାଇ
ମାତାଙ୍କ ଆଡ଼କୁ ଅନାଇ ଅନାଇ ମାଟି ଦେଉଛି ଖାଇ।
ଶୋଆଇବା ————-
A – ଧୋରେ ବାଇଆ ଧୋ
ଯୋଉ କିଆରିରେ ଗହଳ ମାଣ୍ଡିଆ
ସେଇ କିଆରିରେ ଶୋ
ହାତୀ ଝୁଲୁଥାଏ ରାଜା ବଗିଚାରେ
କିଆ କନ୍ଦ ଖାଇବାକୁ
ମୋ କୁନା ଝୁଲୁଛି ମାଆଙ୍କ କୋଳରେ
କ୍ଷୀର ଟୋପେ ପିଇବାକୁ
ଆ ଜହ୍ନମାମୁଁ ସରଗ ଶଶୀ
ମୋ କୁନା ହାତରେ ପଡ଼ରେ ଖସି
ମୋ କୁନା ଅଟଇ ବଡ଼ ହଟିଆ
ତା ସହିତରେ ଖେଲିବୁ ତୁ ଆ।
ବାଇଚଢେ ବାଇଚଢେଇ ଗାଈ ମଣିତେ ଯିବା
ବାପା ମା ଗାଳି ଦେଲେ ଯୋଗୀ ବେଶ ହେବା।
ଭୋକ କଲେ ଖାଇବା କିସ ଅଷାଢିଆ ଫଳ
ଶୋଷ କଲେ ପିଇବା କିସ କାଇଁଚ ଗଡ଼ିଆ ଜଳ।
ନିଦ ଲାଗିଲେ ଶୋଇବା କୋଉଠି ଗାଈ ପେଟ ତଳେ
ଶୀତ ଲାଗିଲେ ଘୋଡ଼ିଁବା କିସ ଗଛର ବକଳ।
ବାଇଚଢେଇରେ ବାଇଚଢେଇ
ତୋ ମା ଯାଇଛି ଗାଈ ଚରେଇ
ଆସିଲେ ସଂଜରେ ଦେବ ଆଧାର
ଖାଇ ପିଇ ଶୋଇବୁ ତୁ ମାଆ କୋଳ ।
ଝଡ଼ ବରଷାକୁ ନାହିଁ ତୋ ଡର
ମାଆ ପାଶେ ଥିଲେ ଭୟ କାହାର।
ମାଆ ଥିଲେ ପାଶେ ସବୁ ରହିଛି
ସରଗ ବୈକୁଣ୍ଠ ମା କୋଳେ ଅଛି।
ମାଆ ଦୁଃଖ କଥା ଭାବୁକି କେବେ
କେତେ କଷ୍ଟେ ତୋତେ ପାଳେ ସେ ଭବେ।
ଶୀଘ୍ର ବଡ ହୋଇ ଯାଆ ଉଡ଼ିଯା
ମାଆ ମନେ ସୁଖ ଭରି ଦେଇ ଯା।
ବିଲରେ ପାଚଇ ରଙ୍ଗଣି ଧାନ ଲୋ ହୋ ରେ ବାଇଆ ହୋ
ଯେଉଁ କିଆରିରେ ଗହଳ ମାଣ୍ଡିଆ ସେଇ କିଆରିରେ ଶୋ।
ଟୁଣୁ ଟୁଣୁ ପାଚି ବାସନା ଧାନ ଗୋ ନାଲି ଗୁଲୁ ଗୁଲୁ ଦିଶେ
ଥାଳି ଚାଳି ଗୋଟିଏ ପାଖରୁ ବୁଲିଣ ଆସିବ କି ସେ।
ଭୋଦୁଅ ମାସରେ ମାଣ୍ଡିଆ ପାଚଇ ହୋ ରେ ବାଇଆ ହୋ
ଯେଉଁ କିଆରିରେ ଗହଳ ମାଣ୍ଡିଆ ସେଇ କିଆରିରେ ଶୋ।
Related Blog Post