Odia Gapa Mahamurkharu pandita srestha

Odia Gapa Mahamurkharu pandita srestha

Odia Gapa Mahamurkharu pandita srestha

Facebook
WhatsApp
Telegram

Explore captivating stories Odia Gapa Mahamurkharu pandita srestha in Odia Language – Immerse yourself in a world of literature and culture with our diverse collection of tales. Read now and experience the charm of Odia storytelling

Credit: Samaj Epaper (This story is copied from Samaj paper)

ମହାମୂର୍ଖରୁ  ପଣ୍ଡିତ ଶ୍ରେଷ୍ଠ

ବ୍ରାହ୍ମଣ ଉଜ୍ଜୟିନୀର ବାସିନ୍ଦା ଥିଲେ । ନିପଟ ଗରିବ ଘରେ ଜନ୍ମ ହୋଇଥିଲେ । କାଠକାଟି ବିକ୍ରିକରି ଗୁଜୁରାଣ ମେଣାଉଥୁଲେ | କାଠ ବିକ୍ରିରୁ  ଯାହା କିଛି ମିଳେ ତାହା ହିଁ ଥୁଲା ଚଳିବାର ମାଧମ | ବହୁ କଷ୍ଟରେଜୀବନ ଅତିବାହିତ ହେଉଥିଲା । ରାଜକନ୍ୟା କମଳା ବିଦୂଷୀ ଥୁଲେ। ପଣ କରିଥିଲେ ଯିଏ ତାଙ୍କୁ ବିଦ୍ୟା ପ୍ରତିଯୋଗିତାରେ ହରାଇ ଦେବେ ତାକୁ ହିଁ ସେ ବିବାହ କରିବେ ।ରାଜକନ୍ୟାଙ୍କୁ ବିଭା ହେବା ଇଚ୍ଛାରେ ଅନେକ ଆଡ଼ୁ ବହୂ ବିଦ୍ଵାନ ବ୍ୟକ୍ତି ଆସିଲେ । ବିଦ୍ଵାନ, ପଣ୍ଡିତମାନେ ହାରିଯିବାରୁ ସେମାନଙ୍କ ମଧ୍ୟରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଥୁଲା । ଛାର ଗୋଟେ ମହିଳାଙ୍କ ନିକଟରେ ବିଦ୍ୟା ପ୍ରତିଯୋଗିତାରେ ଆମେ ସମସ୍ତେ ପରାଜୟ ସ୍ଵୀକାର କଲୁ | ନା, ଏହାକୁ ଉଚିତ ଶିଷା ଦେବାକୁ ହେବ |

ଏହା ବିଚାର କରି ପଣ୍ଡିତ ଦଳ ରାସ୍ତାରେ ଆସୁଥିବା ସମୟରେ ଦେଖୀବାକୁ ପାଇଥିଲେ ଏକ ତ୍ରିପଣ୍ଡ କଳା ଶରୀରଯୁକ୍ତ ଯୁବକ ଜଣକ ଯେଉଁ ଡାଳରେ ଠିଆ ହୋଇଥିଲେ ସେହି ଡାଳକୁ ମୂଳରୁ ହାଣିବାରେ ଲାଗିଛନ୍ତି । ଏହି କୌତୂହଳଜନକ ଦୃଶ୍ୟ ଦେଖୀ ପଣ୍ଡିତମାନେ ଅନୁମାନ କରିନେଲେ ସତରେ ଏ ଖାଲି ମହାମୂର୍ଖନୁହେଁ ନିପଟ ନିର୍ବୋଧ | ବିଦୂଷୀ ବୋଲି ଗର୍ବ କରୁଥୁବା ସେହି ମହିଳାଙ୍କୁ ଏଭଳି ଜଣେ ନିପଟ ନିର୍ବୋଧକୁ ଶ୍ରେଷ୍ଠ ବିଦ୍ଵାନ କହି ‘ଭେଟି’ ଦେଲେ ବହୁତ ଭଲ ହେବ | କାଳିଦାସଙ୍କୁ ଗଛରୁ ଓହ୍ଲାଇବାକୁ ପଣ୍ଡିତମାନେ କହିଥିଲେ | ତଳକୁ ଆସିବାରୁ ପଣ୍ଡିତଙ୍କ ମଧ୍ୟରୁ ଜଣେ ତାଙ୍କୁ ସାଙ୍ଗରେ ଧରି ରାଜଉଆସ ଆଡ଼େ ଯାଇଥିଲେ । ବାଟଯାକ ବହୁତ ବୁଝାସୁଝା କରିଥୁଲେ- ଶୁଣ୍‌ ରାଜା ତୋତେ ରାଜଉଆସକୁ ନେବାକୁ ହୁକୁମ ଦେଇଛନ୍ତି । ତୋତେ ସାଙ୍ଗରେ ନେଉଛି । ମୁଁ ଯାହା କହିବି ତୁ ସେଇ ଅନୁଯାୟୀ କାମ ନକଲେ ମହାବିପଦ, ଜୀବନ ଚାଲିଯିବ | ଏହା ଶୁଣି ବୋକା କାଳିଦାସ ଡରି ଯାଇଥୁଲେ। ପଣ୍ଡିତେ ବୁଝାଇ ଦେଇଥିଲେ, ତୋତେ ଯିଏ ଯେତେ ପଚାରିଲେ ବି କାହାରିକୁ କିଛି କହିବୁ ନାହିଁ| ରାଜା ଝିଅ ସାମ୍‌ନାରେ ତୁନି ହୋଇ ବସିବାକୁ ହେବ । ବହୁତ ଧନ ସମ୍ପଦ ପାଇବୁ । କାଳିଦାସ ମୁଣ୍ଡ ଟୁଙ୍ଗାରି ହଁ ଭରିଥିଲେ |

ପଣ୍ଡିତ ରାଜା ଝିଅଙ୍କ ଉପରେ ଦାଉ ସାଧିବା ପାଇଁ ଏ ଯେଉଁ ନାଟକ କଲେ ସେଥୂରେ କାଳିଦାସ ପ୍ରଥମ ପର୍ଯ୍ୟାୟରେ ବିଜୟୀ ହୋଇଯାଇଥିଲେ। ରାଜା ଝିଅଙ୍କ ସମ୍ମୁଖକୁ ତାଙ୍କୁ ନିଆଯାଇଥୁଲା ବିଦ୍ଵାନ ଭାବରେ । ରାଜାଝିଅ ପ୍ରଶ୍ନ ପଚାରିଥିଲେ, କାଳିଦାସ କିଛି ନ କହି ପଣିତେ କହିଥିବା ମୁତାବକ ତୁନି ରହିଲେ | ରାଜାଝିଅ ଭାବିଲେ ଇଏ ବୋଧେ ମୂକ ପଣ୍ଡିତ, ତେଣୁ ହାତରେ ଠାରି ପ୍ରଶ୍ନ କରିଥିଲେ | କାଳିଦାସ ସେହିଭଳି ହାତ ଆଙ୍ଗୁଠି ଠାରରେ ଉତ୍ତର ଦେଇଥିଲେ | ଦୈବଯୋଗକୁ ସବୁ ଠାର ଉତ୍ତର ରାଜା ଝିଅଙ୍କ ମନଲାଖୀ(ଠିକ୍‌) ହୋଇଥିଲା | ବିବାହ ହୋଇଗଲା ମୂଖ କାଳିଦାସଙ୍କର ରାଜା ଝିଅଙ୍କ ସାଙ୍ଗରେ ।

ପରେ ଯେତେବେଳେ ରାଜକନ୍ୟା ଜାଣିଲେ ଯେ ଇଏ ଗୋଟିଏ ଅପଗଣ୍ଡ, ନିର୍ବୋଧ, ମୂର୍ଖ, ବହୁ ତାଚ୍ଛଲ୍ୟ କରି ତଡ଼ି ଦେଇଥିଲେ । ଅପମାନ ଜର୍ଜରିତ କାଳିଦାସ ପତ୍ନୀଙ୍କ ଦ୍ଵାରା ତିରସ୍କୃତ, ଲାଞ୍ଚିତ ହୋଇ ସେହି ଦିନ ପ୍ରତିଜ୍ଞା କରିଥୁଲେ ଜଣେ ବିଦ୍ଵାନ ହୋଇ ତଥାକଥତ ପତ୍ନୀଙ୍କ ପାଖକୁ ଫେରିବି । ତାଙ୍କର ଦାମ୍ବିକତା ଭାଙ୍ଗିବି। ସମୟକ୍ରମେ ସରସ୍ଵତୀଙ୍କୁ ବଶ କରି ମହାପଣ୍ଡିତ ହୋଇ ବିକ୍ରମାଦିତ୍ୟ ରାଜସଭାରେ ନବରତ୍ନ ( ପଣ୍ଡିତ) ଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ପାଇଥିଲେ ମହାମୂଖରୁ ମହାବିଦ୍ଵାନ ମହାକବି କାଳିଦାସ ଭାବରେ କଥିତ ହୋଇଥିଲେ କେବଳ ପତ୍ନୀଙ୍କ ତାଚ୍ଛଲ୍ୟ ଅପମାନ ଯୋଗୁଁ | ବୋଧହୁଏ ଏହା ବିଧିନିର୍ଦିଷ୍ଟ ଥିଲା |

Thank you for reading our Story – Odia Gapa Mahamurkharu pandita srestha

50 + Best Odia Quotation On Life
25 Best Short Moral Stories For Kids

Leave a Comment

You cannot copy content of this page