Odia quotation on life : A quotation was given at the end of this article. It says that life is a blessing don’t waste it and make sure you live a happy, stress-free and prosperous life.
By now, you must have realised how important positivity can be when dealing with stressful circumstances in life. If not, keep reading! For more positive quotes on living a fulfilled life check our blog or browse through some of our other articles here!
The quote has a very beautiful message for everyone. It goes like, “Life is full of ups and downs but the important thing is to make sure that we are always happy. As long as our hearts are filled with joy, there’s nothing else we can ask for!
Have a great day!
Odia quotation on life
ଓଡ଼ିଆ କବିତା
ନିଜର ସୁନ୍ଦର ଶରୀରକୁ ନେଇ ଗର୍ବ କରନ୍ତୁ ନାହିଁ,,
କାରଣ
ନିଜର ଶରୀରରୁ ପ୍ରାଣ ଗଲା ପରେ,
ନିଜ ଲୋକ ବି ତୁମକୁ ଛୁଇଁ ସାରିଲା ପରେ,
ମଶାଣି ରୁ ଆସି ସେମାନେ ମୁଣ୍ଡ ଧୋଇ ଗାଧେଇବେ……!
ଆଶିଷ କୁମାର ସାହୁ ବାଲିଆପାଳ
ଦୁଶ୍ଚି୍ତାରେ ଚାପ ଗ୍ରସ୍ତ ହୋଇ ଲୋକେ ମନ୍ଦିର ଯାଆନ୍ତି,ଠାକୁରଙ୍କ ପାଖରେ ଗୁହାରି କରନ୍ତି।ଠାକୁର କିଛି କରନ୍ତୁ ବା ନ କରନ୍ତୁ ,ମନ ହାଲୁକା ଲାଗେ। ଏ ପ୍ରକାର ମନୋଭାବ ମୂଳରେ ଥାଏ ଅସୀମ ବିଶ୍ୱାସ ଯାହାକି ମନରେ ସକାରାତ୍ମକ ଭାବନା ସୃଷ୍ଟି କରେ ସୁପ୍ରଭାତ। ଜୟ ଜଗନ୍ନାଥ।
ପରିଶ୍ରମ, ବଳେ ସବୁ ଦୁଃଖ ଟଳେ
ଆନନ୍ଦେ ଜୀବନ ଯାପେ
ଧୈର୍ଯ୍ୟ ସହିଷ୍ଣୁତା ସଙ୍ଗେ ନୀରବତା
ନିଜ ଦୋଷ ଗୁଣ ମାପେ ।
ଆଳସ୍ୟେ ମଜ୍ଜିଲେ ବିଳାସରେ ଥିଲେ
ଜୀବନଟା ହୁଏ ମାଟି
ଧନ ଜନ ଗୋପ ଲକ୍ଷ୍ମୀ ହୁଏ ଲୋପ
ଦୁଃଖ ଦିଏ ସୁଖ କାଟି ।
କର୍ମ କରି ଜନ ବିଜାନ୍ତି ଜୀବନ
ଜ୍ଞାନ ପର୍ବ ପରିହରି
ଅଧା ପାଠୁଆଇ ଭାରି ଅହଙ୍କାର
ଅଳ୍ପ ବିଦ୍ୟା ଭୟଙ୍କରୀ ।
।, I ଜୟ ଜଗନ୍ନାଥ । ।
ଏ ବିଶ୍ଵ ବ୍ରହ୍ମାଣ୍ଡେ କୋଟି କୋଟି ପିଣ୍ଡେ
ମାଲିକ ଅଟନ୍ତି ଜଣେ
ଗୋଟିଏ ତପନ କୋଟିଏ ଯେସନ
ଦିଶେ କୋଟି ଦରଜଣେ ।
ଅଦାହ୍ୟ ଅଛେଦ୍ଯ ଅଶୋଷ୍ଯ ଅକ୍ଲେବ୍ୟ
ଅବ୍ୟକ୍ତ ବିକାର ଶୂନ୍ୟ
ସର୍ବ ପ୍ରାଣୀ ଦେହେ ବିଜେ କରିଛନ୍ତି
ଆତ୍ମା ଦେବ ନିରଞ୍ଜନ ।
ଶୁଭ ସକାଳର କାମନା ହେ ହରି
ଆପଣ ଅନ୍ତର ଯାମୀ
ସଭିଙ୍କ ହୃଦରେ ଶୁଭ ବୁଦ୍ଧି ଦିଅ
ପ୍ରତି ପ୍ରତ୍ୟୁଷ୍ୟେ ନମାମି ।
।। ଜୟ ଜଗନ୍ନାଥ । ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୁଭ ଆଶୀର୍ବାଦରୁ
ଆଜି ଦିନଟି ସମସ୍ତଙ୍କ ପାଇଁ ଶୁଭଙ୍କର ମଙ୍ଗଳମୟ ସୁଖଦାୟକ ହେଉ ।
। ।ଓଁ ନମଃ ଭଗବତେ ବାସୁଦେବାୟ ।।
ନିଜର ସବୁ ଦୂର୍ଗୁଣକୁ ଜାଣିବା ପାଇଁ ହେଲେ ନିଜକୁ ଅନ୍ୟର ଆଖିରେ ଦେଖିବା ଅବା ଶତ୍ରୁ ଦୃଷ୍ଟିରେ ଦେଖିବା ଆବଶ୍ୟକ।ଅହଂକାରୀ ହେଲେ ନିଜର ଦୂର୍ଗୁଣ କିଛି ଦିଶେ ନାହିଁ ଏବଂ ଅନ୍ୟର ସୁଗୁଣ ବି ଦୁର୍ଗୁଣ ଭଳି ଲାଗେ।ସେଥିପ୍ରତି ସଚେତନତା ମଙ୍ଗଳ କର ହେଇଥାଏ। ସୁପ୍ରଭାତ। ଜୟ ଜଗନ୍ନାଥ।
ଶତ୍ରୁ କାହିଁ ତା’ର ଅନ୍ତର ଯାହାର
ଅହିଂସା ମାର୍ଗରେ ବ୍ରତୀ
ହିଁ ସ୍ର ଯନ୍ତୁ ବିତ ନ ଦିଏ ଆଘାତ
ନ କରେ କାହାର କ୍ଷତି ।
ସୁପଥେ ଗମନ ନିର୍ମଳ ଜୀବନ
କଦର୍ଯ୍ୟ କୁତ୍ସିତ କାଳିମା ମଣ୍ଡିତ
କୁ ପଥ ଜୀବନ ଚିତ୍ର ।
ଅର୍ଥ ମାନ ଯଶ ଲାଭରେ ମଣିଷ
କୂଟ କପଟର ଛଲେ
କରେ ଦେବାର୍ଚ୍ଚନା ପୂଜା ଉପାସନା
ପ୍ରବଞ୍ଚିତ କାଳେ କାଳେ ।
। l ଜୟ ଜଗନ୍ନାଥ । ।
ଯେଉଁମାନେ ଅନ୍ୟ ମାନଙ୍କୁ ଅଧ୍ୟୟନ କରି ଜାଣିଛନ୍ତି,ସେମାନେ ବିଜ୍ଞ,କିନ୍ତୁ ଯେଉଁମାନେ ନିଜକୁ ଅଧ୍ୟୟନ କରି ଜାଣିଛନ୍ତି,ସେମାନେ ସର୍ବଜ୍ଞ । ସୁପ୍ରଭାତ। ଜୟ ଜଗନ୍ନାଥ।
ଇଚ୍ଛଇ ମାନବ ପୁଣ୍ୟ ଫଳ ଲାଭ
ନ ଆଚରି ସତ୍ୟ ଧର୍ମ
ପାପ ଫଳ ଭୋଗ ଆଶା କରେ ତ୍ୟାଗ
କରୁ ପଛେ ପାପ କର୍ମ ।
ଧୋବ ନିରିମଳ ବସନ ଚଞ୍ଚଳ
ଚିରି ଯାଏ ରଙ୍ଗ ଦେଲେ
ବିଭୁ ପ୍ରେମ ପ୍ରତି ଆକର୍ଷିତ ମତି
ହୃଦୟ ନିର୍ମଳ ହେଲେ ।
ଶୁଭ ସକାଳର କାମନା ହେ ପ୍ରଭୁ
ସୁପଥେ କଢ଼ାଇ ନିଅ
କାଳ ବେଳ ଅତି ବିଷମ ହେଲାଣି
ଧରମ ପଥ ଦେଖାଅ ।
।। ଜୟ ଜଗନ୍ନାଥ । ।
ଯେ କୌଣସି କର୍ମକୁ ଗୌଣ ନ ଭାବି ଯଥାର୍ଥ ମୂଲ୍ୟ ଦେଇ ତା ଭିତରେ ହଜି ଯିବାର ସାଧନାରେ ସଫଳ ହେଇ ପାରିଲେ କର୍ମଫଳ ସହଜରେ ମିଳିଥାଏ। ସୁପ୍ରଭାତ। ଜୟ ଜଗନ୍ନାଥ।
ଈଶ୍ଵରଙ୍କ ଦାନ ଛଡାଇ ନେବାକୁ
କିଏ ଅବା ସମରଥ
ନେବାକୁ ଚାହିଁଲେ . ନେଇଯିବେ ସିଏ
ଶତ ଚେଷ୍ଟା ହେବ ବ୍ୟର୍ଥ ।
କୁପଥକୁ ଚିତ୍ତ ହୁଏ ଆକର୍ଷିତ
ଲୋଭାଶକ୍ତ ନାରୀ ନର
ସଦଗ୍ରନ୍ଥ ପାଠ ମୁକତି କବାଟ
ଖୋଲିଯାଏ ରଦ୍ଧ ଦ୍ଵାର ।
ଆଚାରେ ବେଭାରେ ବାକ୍ୟରେ ଚିନ୍ତାରେ
କରେ ସତ୍ୟ ଆଚରଣ
ସତ୍ୟ ଅନୁଭାବେ ସତ୍ୟର ପ୍ରଭାବେ
ସତ୍ୟେ ଅନୁଗତ ପ୍ରାଣ ।
। । ଜୟ ଜଗନ୍ନାଥ । ।
ମୂତ୍ୟୁ ପରେ ମୋକ୍ଷପ୍ରାପ୍ତି ସଂସାରରେ ସଭିଙ୍କର ଏକ ମାତ୍ର ଲକ୍ଷ୍ୟ।କିନ୍ତୁ ଏ କଥା ବି ଭୁଲିବା ଉଚିତ୍ ନୁହେଁ ଯେ ଅପବିତ୍ର ଆତ୍ମା କେବେ ବି ପବିତ୍ର ପରମାତ୍ମା ସହିତ ମିଶି ପାରିବନି।ତେଣୁ ଆତ୍ମାର ପବିତ୍ରତା ,ପବିତ୍ର କର୍ମ,ଚିନ୍ତା ଓ ବ୍ୟବହାର ଉପରେ ନିର୍ଭରଶୀଳ। ସୁପ୍ରଭାତ। ଜୟ ଜଗନ୍ନାଥ।
କ୍ଷେତ୍ରଜ୍ଞ ଭାବରେ ଏ ଦେହ ଭିତରେ
ବିରାଜିତ ଆତ୍ମ ଦେବ
ଶୁଦ୍ଧ ସେହି ଦେବ ସର୍ବଦା ରଖିବ
ପରମଙ୍କ ସଙ୍ଗେ ଭାବ ।
ଭକ୍ତି ପ୍ରେମ ପ୍ରୀତି ଶାନ୍ତିର ମୂରତି
ଦୟା କ୍ଷମା ଦରଦରେ
ସଦା ପରିପୂର୍ଣ୍ଣ ଅମୂଲ୍ୟ ରତନ
ବା ରାନିଧି ଗରଭରେ ।
ଶୁଭ ସକାଳର କାମନା ହେ ହରି
ଆମ୍ଭଙ୍କୁ ସୁଜ୍ଞାନ ହେଉ
ରତ୍ନ ମଧ୍ୟେ ସ୍ୱର୍ଣ୍ଣ ନ ହୁଏ ବିବର୍ଣ୍ଣ
ଆତ୍ମ ଦେବ ଶାନ୍ତ୍ର ଥାଉ ।
ବିଷୟ ବ୍ୟାପାରେ ବ୍ୟସ୍ତ ରହି ସର୍ବେ
ଧର୍ମ କର୍ମ ବିସ୍ମରଣ ।
ସତ୍ୟରେ ନ ପଶି ବିଷୟାରେ ରସି
ଜୀବନ ଚର୍ଯ୍ୟାରେ ରଣ । ।
ନୀତିହୀନ ହୋଇ ଶୃଙ୍ଖଳା ନ ଥାଇ
ନର ପଶୁ ତୁଲେ ଗଣା ।
କେତେବେଳେ କିସ କରି ବସୁଅଛୁ
ତେଜି ସବୁ କଟକଣା । ।
ଆୟକୁ ନିଜର ସର୍ବଦା ନଜର
ପ୍ରଭୁପାଦେ ନାହିଁ ଲୟ ।
କୁବେର ସମାନ ହେଲେ ଧନବାନ
ଦିନେ ହେବ ନିଶ୍ଚେ କ୍ଷୟ । ।
।। ଜୟ ଜଗନ୍ନାଥ । ।
ଏ ସଂସାରର ସବୁଠାରୁ ବଡ ସମ୍ପତ୍ତି ହେଉଛି ନିଜର ବୁଦ୍ଧି,
ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଧର୍ଯ୍ୟ,,
ସବୁଠାରୁ ବଡ ସୁରକ୍ଷା ହେଉଛି ବିଶ୍ୱାସ,
ସବୁଠାରୁ ଭଲ ଔଷଧ ହେଉଛି ହସ,
ଆଉ ସବୁଠାରୁ ଆଶ୍ଚଯ୍ୟ କଥା ହେଉଚି,
ଏସବୁ ବିନା ପଇସା ଖର୍ଚ୍ଚରେ ମିଳିଥାଏ…..!
ଥିଲେ ଯେତେ ଥାଭ ଧନ ରତ୍ନ ବହୁ
ଅପ୍ରମିତ ବଇଭବ
ଉତ୍ତମ ଆଚାର ବିଚାର ବେଭାର
ଗଢ଼ି ତୋଳନ୍ତି ମାନବେ ।
ଦଇବ ବିଧାନେ ମାନବ ଜନମେ
ଉଚ୍ଚ ଅବା ନୀଚ୍ଚ କୁଳେ
ପୁରୁଷକାର ତ ନିଜ ଅଧିକୃତ
ସାଧନା ଉଦ୍ୟମ ବଳେ ।
ସତ୍ୟେ ଧର୍ମେ ମତି ଜଗତ ଉନ୍ନତି
ପୁଣ୍ୟ କରମରେ ବ୍ରତୀ
କାଳ ଆବିଶ୍ୱାସୀ କେତେବେଳେ ଆସି
ନେଉ ପ୍ରାଣ ନାହିଁ କ୍ଷତି ।
ଅଧ୍ୟାତ୍ମ ସାଧନା ବ୍ରତ ଉପାସନା
ନୁହେଁ ଏତେ ସାଧାରଣ
ଲୋଡ଼ା ଭକ୍ତି ପ୍ରେମ ଧଇର୍ଯ୍ୟ ସଂଜ ମ
ପୂର୍ଣ୍ଣ ଆମ୍ବ ସମର୍ପଣ ।
ବିକାର ବିହୀନ ପରିଶୁଦ୍ଧ ମନ
ଭକତିରେ ଭଜେ ହରି
ହୃଦରେ ବିକାର ଆବିଳତା ଥିଲେ
ପ୍ରଭୁଙ୍କୁ ଯାଏ ପାଶୋରି । ।
କେବଳ ଆଲୋକ ଦ୍ଵାରା ଯେମିତି ଅନ୍ଧକାର ସହ ଲଢ଼ାଯାଇପାରେ,ସେମିତି ଜ୍ଞାନ ଦ୍ଵାରା ସମାଜର ଯେ କୌଣସି କ୍ଷମତାଶାଳୀ ବ୍ୟକ୍ତି ବିରୁଦ୍ଧରେ ଲଢ଼ାଯାଇପାରେ।
ଜୀବନରେ ଚାଲୁଥିବା ପ୍ରତେକ ଖରାପ ସମୟର ଗୋଟିଏ ଭଲ ଗୁଣ ହେଉଛି…..
ଏହା ଦୁଃଖ ସିନା ଦିଏ କିନ୍ତୁ
କିଛି ବହୁରୂପି ଲୋକଙ୍କ ମୁଖା ଖୋଲି ଦିଏ….!
Coming Soon
Thank you for visiting our website for job related search visit here