Enjoy the mesmerizing lyrics of ‘Hasa Gote Otha Tala’ Odia song. Get a complimentary PDF download for easy access. Immerse yourself in the beauty of Odia music and its profound storytelling
Hasa Gote Otha Tala Odia Song Lyrics
ପୁଅ:-
ହସ ଗୋଟେ ଓଠ ତଳ ଗାଁ ର ନାଆଁ
ଲୁହ ଗୋଟେ ଆଖି ତଳ ନଈ ର ନାଆଁ
ହସ ଗୋଟେ ଓଠ ତଳ ଗାଁ ର ନାଆଁ
ଲୁହ ଗୋଟେ ଆଖି ତଳ ନଈ ର ନାଆଁ
ଝିଅ:-
ସେଇ ହସରେ ଲୁହରେ
ସେଇ ନଈରେ ଗାଁରେ
ସେଇ ହସରେ ଲୁହରେ
ନଈରେ ଗାଁରେ
ଆ ଲେଖିବା ଆ
ପୁଅ:-
ତୋ ନାଆଁ ମୋ ନାଆଁ ଆମରି ନାଆଁ
ଆମରି ନାଆଁ..
ଝିଅ:-
ତୋ ନାଆଁ ମୋ ନାଆଁ ଆମରି ନାଆଁ
ଆମରି ନାଆଁ..
ଦୂର ଆକାଶରେ ପ୍ରେମ ପକ୍ଷୀଟିଏ
ଉଡୁ ଥିଲା ଡେଣା ଝାଡ଼ି
ପୁଅ:-
ସେଇ ପକ୍ଷୀ ଆସି ତୋ ମନ ସାଥିରେ
ମୋ ମନକୁ ଦେଲା ଯୋଡି
ଝିଅ:-
ଦିନ ଲାଗେ ଆଜି ଜହ୍ନରାତି ପରି
ରାତି ଲାଗେ ଫୁଲବନ
ପୁଅ:-
ନିଦରୁ ଉଠି ମୁଁ ନିଦରେ ଶୋଉଛି
ଦେଖିବାକୁ ତୋ ସପନ…
ଝିଅ:-
ସେଇ ପକ୍ଷୀର ଡେଣାରେ
ସେଇ ନିଦ ଅଗଣାରେ
ସେଇ ପକ୍ଷୀର ଡେଣାରେ
ନିଦ ଅଗଣାରେ
ଆ ଲେଖିବା ଆ..
ପୁଅ:-
ତୋ ନାଆଁ ମୋ ନାଆଁ ଆମରି ନାଆଁ
ଆମରି ନାଆଁ..
ହେ… ଲା ଲା ଲା ଲା ଲା……
ଝିଅ:- ଲା ଲା ଲା ଲା ଲା ଲା….
ପୁଅ:-
ଏକା ଏକା ହୋଇ ବାଟ ଚାଲୁଥିଲି
ମିଳିଗଲା ତୋର ହାତ
ଝିଅ:-
ମୋ ହାତ ରେଖାରେ ତତେ ମୁଁ ପାଇଲି
ସତ ଠାରୁ ଲାଗେ ସତ
ପୁଅ:-
ହୋ… ତ ହୃଦୟ ଆଉ ମୋ ହୃଦୟ ମିଶି
ଗୋଟିଏ ହୃଦୟ ଆଜି
ଝିଅ:-
ଡର ଲାଗେ ତାକୁ କଉଠି ରଖିବି
କାଳେ ଯିବ ସିଏ ହଜି
ପୁଅ:-
ସାତ ଜନମ ପାଇଁରେ ସେଇ ହୃଦୟ ଉପରେ
ସାତ ଜନମ ପାଇଁରେ ହୃଦୟ ଉପରେ
ଆ ଲେଖିବା ଆ…
ଝିଅ:- ତୋ ନାଆଁ ମୋ ନାଆଁ ଆମରି ନାଆଁ
ପୁଅ:- ତୋ ନାଆଁ ମୋ ନାଆଁ
ପୁଅ/ଝିଅ:- ଆମରି ନା ଆଁ ଆଁ…
ପୁଅ/ଝିଅ:- ଆମରି ନାଆଁ…
Hasa Gote Otha Tala Odia Song Lyrics Download