Odia Story Swabhaba |ସ୍ଵଭାଵ

Odia Story Swabhaba

Odia Story Swabhaba |ସ୍ଵଭାଵ

Facebook
WhatsApp
Telegram

ସ୍ଵଭାଵ

ଦିନେ ଗୋଟିଏ ଦେଶରେ ରାଜା ଓ ମନ୍ତ୍ରୀ ଦୁହେଁ ପୋଷାକ ବଦଳାଇ ନଗର ପରିକ୍ରମା କରୁଥାନ୍ତି l ସମୟ ବିଳମ୍ବ ହେବାରୁ ସନ୍ଧ୍ୟା ଆସି ପହଞ୍ଚିଲା l ରାଜା ଓ ମନ୍ତ୍ରୀ କିଛି ଉପାୟ ନପାଇ ଗ୍ରାମ ସମିପରେ ଥିବା ଏକ ବୃକ୍ଷ ଉପରେ ଚଢି ବିଶ୍ରାମ କଲେ l

କିଛି ସମୟ ପରେ ଜଣେ ଲୋକ ଆସି ସେହି ଗଛ ମୂଳରେ ବେହୋସ ହୋଇ ପଡିଗଲା l ରାଜା ଏହା ଦେଖି ଗଛ ଉପରୁ ତଳକୁ ଆସିବାକୁ ଉଦ୍ୟତ ହେଲେ, ଲୋକଟିର ଏପରି ଅବସ୍ଥା ଦେଖି ରାଜାଙ୍କ ମନ ଦୁଃଖରେ ଭରିଗଲା l କିନ୍ତୁ ମନ୍ତ୍ରୀ ରାଜାଙ୍କୁ ତଳକୁ ନଯିବା ପାଇଁ ମନା କଲେ l

ରାଜା ଅଧିକ କିଛି କହିବା ପୂର୍ବରୁ ଜଣେ ଲୋକ ସେଠାରେ ଆସି ପହଞ୍ଚିଲା l ସେ ଲୋକଟି ଚୋର l ତଳେ ବେହୋସ ହୋଇ ପଡିଥିବା ଲୋକଙ୍କୁ ଦେଖି କହିଲା, ଏ ଜଣେ ଚୋର ଭଳି ଜଣା ପଡୁଛି l ଚୋରି କରି ଫେରିବା ସମୟରେ ବୋଧେ ପଡିଯାଇଛି l ଏଠାରୁ ପଳାଇବା ଭଲ l ନତୁବା ଲୋକଙ୍କ ହାତରେ ଧରା ପଡିଯିବି l ଏହା କହି ସେ ଲୋକଟି ସେଠାରୁ ଦୌଡ଼ି ପଳାଇଗଲା l

ଚୋରଟି ଚାଲି ଯିବା ପରେ ପୁଣି କିଏ ଜଣେ ଆସିବାର ଶବ୍ଦ ହେଲା l ଆସୁଥିବା ଲୋକଟି ଜଣେ ମଦ୍ୟପ l ଗଛ ତଳେ ପଡ଼ିଥିବା ଲୋକଟିକୁ ଦେଖି କହିଲା, ଯଦି ସମ୍ଭାଳି ପାରୁ ନାହଁ, ଏତେ ପିଉଥିଲୁ କାହିଁକି ? ସେହି ମଦ୍ୟପଟି ଢଳି ଢଳି ସେଠାରୁ ପଳାଇଲା l

ମଦ୍ୟପଟି ଚାଲିଯିବା ପରେ ସେଠାରେ ଆଉ ଜଣେ ଆସି ପହଞ୍ଚିଲେ, ସେ ଜଣେ ସନ୍ୟାସୀ l ଲୋକଟିକୁ ଗଛଟି ତଳେ ପଡ଼ିଥିବା ଦେଖି ସେ ଭାବିଲା, ଜଣା ପଡୁଛି ଏ ଜଣେ ସାଧୁ ଲୋକ କଠିନ ତପସ୍ୟା କାରଣରୁ ବେହୋସ ହୋଇ ପଡିଯାଇଛି l ସେ ନିଜର କମଣ୍ଡଳୁରୁ ପାଣି ଆଣି ସେ ଲୋକ ମୁଣ୍ଡରେ ଓ ମୁହଁରେ ଛିଞ୍ଚି ଦେଲା l ଲୋକଟି ଚେତା ଫେରି ପାଇଲା l ସନ୍ୟାସୀ ସେ ଲୋକଟିକୁ ନିଜର ସାଥିରେ ଧରି ନିଜ ଆଶ୍ରମକୁ ନେଇଗଲେ l

ରାଜା ସମସ୍ତ ଘଟଣା ଏକ ଧ୍ୟାନରେ ଲକ୍ଷ କରୁଥିଲେ l ଜଣେ ବ୍ୟକ୍ତି ଉପରେ ଭିନ୍ନ ଭିନ୍ନ ମତ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ l ସେ ମନେ ମନେ ଭାବିଲେ ମୋ ଉପରେ ତ ଲୋକ ଏହି ଭଳି ଭିନ୍ନ ଭିନ୍ନ ମତ ନେଉଥିବେ ଲ ରାଜାଙ୍କର ଏହି ଭଳି ଭାବନା ଦେଖି ମନ୍ତ୍ରୀ କହିଲେ, ମହାରାଜ ଆପଣ ଏହିଭଳି ଚିନ୍ତା କରନ୍ତୁ ନାହିଁ l ଏହା ତ ମାନବ ସ୍ଵଭାଵ l ସେ ନିଜ ସ୍ଵଭାବରେ ଅନ୍ୟ ଜଣଙ୍କୁ ଦେଖିବ l ତେଣୁ ତ ବେହୋସ ଲୋକକୁ ଚୋର ଭାବିଲା ଚୋର, ମଦ୍ୟପ ଭାବିଲା ମଦ୍ୟପ, ଓ ସନ୍ୟାସୀ ଭାବିଲେ ସାଧୁ l

Odia Story Swabhaba

Other Related Story you may be interested in

Odia Story Swabhaba, Odia Story Swabhaba, Odia Story Swabhaba, Odia Story Swabhaba, Odia Story Swabhaba, Odia Story Swabhaba

Leave a Comment

You cannot copy content of this page