The Inspiring story of The Inspiring story of Dharmaraj Yudhisthira from Mahabharata in Odia. The true power of Yudhisthira was his power of Dharma, which he obtained from Karma Yoga
The Power of Karma Yoga
ଧର୍ମ ପରୀକ୍ଷା
ବନବାସ କାଳରେ ଏକ କଙ୍କରିତ ପାହାଡ଼ରେ ଦ୍ରୌପଦୀଙ୍କ ସହ ପାଣ୍ଡବ ପାଞ୍ଚୁଭାଇ ବସିଥୁବା ସମୟରେ ଧର୍ମରାଜଙ୍କୁ ବହୂତ ଶୋଷ ଲାଗିଲା। କିଛି ଦୂରରେ ଏକ ଜଳାଶୟ ଥୁବା ଲକ୍ଷ୍ୟ କରି ନକୂଳ ଜଳ ଆଣିବାକୁ ଯାଇଥିଲେ । ଜଳାଶୟ ନିକଟରେ ପହଞ୍ଚି ଜଳସଂଗ୍ରହ କରିବା ପୂର୍ବରୂ ନିଜେ କିଛି ଜଳ ପିଇବାପାଇଁ ଅଗ୍ରସର ହୁଅନ୍ତେ ହଠାତ୍ କେହି ଜଣେ କହିଥୁଲେ- ‘ଏହି ଜଳାଶୟର ମାଲିକ ମୁଁ, ଏହାର ଜଳ ପାନ କରିବାକୁ ହେଲେ ପ୍ରଥମେ ମୋର ପ୍ରଶର ଉତ୍ତର ଦେବାକୁ ହେବ । ଉତ୍ତର ନଦେଇ ଜଳପାନ କଲେ ମୃତ୍ୟୁ ମୁଖରେ ପଡ଼ିବା ନିଶ୍ଚିତ।’ ନକୁଳ କାହାରିକୁ ଦେଖୁବାକୁ ପାଇ ନଥୂଲେ | ଏହି ବାଣୀକୂ ଉପେକ୍ଷା କରି ତୃଷ ନିବାରଣ ନିମନ୍ତେ ଜଳପାନ କରନ୍ତେ ସେହିଠାରେ ପଡ଼ି ରହିଥୁଲା ତାଙ୍କର ନିଷ୍ପାଣ ଶରୀର ।
ବିଳମ୍ବ ହେବାରୁ ତାଙ୍କୁ ଅନୁସନ୍ଧାନ କରିବାକୁ ଆସିଥିବା ସହଦେବ, ପରେପରେ ଅର୍ଜୁନ ଓ ଭୀମ ଆସି ମଧ୍ଯ ଅଶରୀରର ଚେତାବନୀକୁ ଉପେକ୍ଷା କରି ଜଳ ପିଇବାକୁ ଉଦ୍ୟମ କରନ୍ତେ ସମଦଶା ଲଭିଥିଲେ । ଚାରିଭାଇଯାକ ନ ପେରିବାରୁ ବ୍ୟତିବ୍ୟସ୍ତ ହୋଇ ଶେଷରେ ଆସିଥୁଲେ ଯୁଧୂଷ୍ପିର ସେମାନଙ୍କ ଅନ୍ନେଷଣରେ ଯୁଧୂଷ୍ଠିର ମଧ୍ଯ ସେହି
ଚେତାବନୀ ଶୁଣିଥୁଲେ- ‘ମୋର ପ୍ରଶ୍ନ ଉତ୍ତର ନଦେଇ ଜଳପାନ କରି ତୁମର ଚାରିଭାଇ ଏଇ ଦଶାପ୍ରପ୍ତ ହୋଇଛନ୍ତି । ଯଦି ତୁମେ ଅନୂରୂପ ଆଚରଣ କର ତା’ହେଲେ ତାଙ୍କରି ଦଶା ପ୍ରାପ୍ତ ହେବ ।
- ଯୁଧୂଷ୍କିର କିଏ ଏହା କହୁଛି ଜାଣିବା ନିମନ୍ତେ ଚତୁର୍ଦିଗକୁ ଅନାନ୍ତେ ଦେଖୁବାକୁ ପାଇଥିଲେ ଗଛ ଡାଳରେ ବକଟିଏ ବସିଛି । ତା’ ଉଦ୍ଦେଶ୍ୟରେ କହିଥୁଲେ- ‘ଏବେ ତୁମେ ପ୍ରଶୃ ପଚାରିପାର, ମୁଁ ଉତ୍ତର ଦେବାକୁ ପ୍ରସ୍ତୁତ!
- ବଗର ପ୍ରଶ୍ନଥିଲା – “ଦୁନିଆରେ ସବୂଠାରୁ ଆଶ୍ଚର୍ଯ୍ୟ କ’ଣ? ଯୁଧୂଷ୍ପିର ଉତ୍ତର ଦେଇଥୁଲେ- ‘ମଣିଷ ମରଣଶୀଳ, ନିତି ମଣିଷ
ମରୁଛନ୍ତି, ହେଲେ ଅନନ୍ତକାଳ ବଞ୍ଚିବା ନିମନ୍ତେ ତା’ର ଅଦମ୍ୟ ଇଚ୍ଛା - ‘ ପୁନଃ ପ୍ରଶ ଥୂଲା- ବିପଦରୁ ମଣିଷକୁ କିଏ ରକ୍ଷା କରିଥାଏ ?’ ଯୁଧୂଷ୍ପିରଙ୍କ ଉତ୍ତର ଥୁଲା ‘ସାହସ’ |
- ‘ପୃଥ୍ବୀଠାରୁ ଅଧୂକ ସହ୍ଯଶକ୍ତି କାହାର ଅଛି?’ ‘ଜନନୀଙ୍କର’ |
- “ଆକାଶଠାରୁ କିଏ ଗରୀୟନ?'( ଉଚ୍ଚ) ଉତ୍ତର ଥୂଲା- ‘ଜନକ’ | ପୁନଃ ବଗ ପ୍ରଶ୍ନ କରିଥୁଲେ |
- “ପବନଠାରୁ ଅଧୂକ ବେଗଗାମୀ କିଏ?’ ଉତର ଥୁଲା- ‘ମଣିଷର ମନ |’
- ‘ମଣିଷ ମରିଯିବା ପରେ ତା’ ସହିତ କ’ଣ ଯାଇଥାଏ? ‘ଧର୍ମ | ‘କ’ଣ ତ୍ଯାଗ କଲେ ମଣିଷ ଲୋକପ୍ରିୟତା ହାସଲ କରିଥାଏ’? ଉତ୍ତର ଥୁଲା- ‘ଗବ’ |
- ‘କାହାର ବିନାଶରେ ଦୁଃଖର ଶେଷ ହୋଇଥାଏ- ଉତର ଥୁଲା ‘କାମନା’ |
ସମସ୍ତ ପ୍ରଶ୍ନର ଠିକ ଉତ୍ତର ପାଇ ବଗ ଯୁଧୂଷ୍ପିରଙ୍କ ଉପରେ ଖୁସି ହୋଇ ଅନୁମତି ଦେଇଥୁଲେ- ଜଳାଶୟର ପାଣି ପିଇବାକୁ । ତୃଷା ନିବାରଣ ପରେ ଯୁଧୂଷ୍ପିର ମରି ପଡ଼ିଥିବା ଭାଇମାନଙ୍କ ଜୀବନ ବଞ୍ଚାଇବା ପାଇଁ ଅନୁରୋଧ କରିଥୁଲେ। ବଗ କିନ୍ତୁ ମାତ୍ର ଜଣକୁ ଜୀବନ ଦାନ କରିବେ ବୋଲି କହିବାରୁ ଯୁଧୂଷ୍ପିର ନକୁଳଙ୍କୁ ଜୀବନଦାନ କରିବାକୁ କହିଥୁଲେ। ଏଥୁରେ ଆଶ୍ଚର୍ଯ୍ୟ ହୋଇ ବଗଟି କହିଥୁଲେ- ‘ଯାହାଙ୍କ ଜୀବନ ରଷା ନିମନ୍ତେ କହୁଛ, ସେ କ’ଣ ତୁମର ସହୋଦର ଭ୍ରାତା? ‘ନା, ସେ ମୋର ଜନନୀ ମାଦୀଙ୍କ ପୁଅ | କୁନ୍ତୀ ପୁତ୍ର ଭାବରେ ମୁଁ ଜୀବିତ ଅଛି। ଅନ୍ତତଃପଷେ ମାଦ୍ରୀଙ୍କ ଦୁଇପୁଅ ମଧ୍ଯରୁ ଜଣେ ଜୀବିତ ରହିବା ଆବଶ୍ୟକ [‘
ଧର୍ମରାଜଙ୍କର ଏହି ପକ୍ଷପାତଶୂନ୍ୟ, ନିରପେକ୍ଷ ବିଚାରଧାରା ଦେଖୁ ଧର୍ମବକ ବହୁତ ଖୁସି ହୋଇଯାଇଥୁଲେ । ପ୍ରସନ୍ନ ହୋଇ ସବୁ ଭାଇଙ୍କୁ ଜୀବନଦାନ ଦେଇଥିଲେ । ବକ ନିଜର ପରିଚୟ ଦେଇ କହିଥୁଲେ- ‘ମୁଁ ହେଉଛି ଧର୍ମର ଦେବତା। ତୁମର ଧର୍ମିଭାବ ପରୀକ୍ଷା ନିମନ୍ତେ ବଗ ରୂପ ଧାରଣ କରିଥିଲି । ଧର୍ମ ପରୀକ୍ଷାରେ ତୁମେ ଉତ୍ତୀଣ୍ଣ ହୋଇଛ ।
Story of Dharmaraj Yudhisthira from Mahabharata in Odia
Odia Story Bikram Betala Click Here