Odia Story Friendship |ବନ୍ଧୁତ୍ୱ Free PDF

Odia Story Friendship

Odia Story Friendship |ବନ୍ଧୁତ୍ୱ Free PDF

Facebook
WhatsApp
Telegram

ବନ୍ଧୁତ୍ୱ

ରାମପୁର ଗାଆଁ ନିକଟରେ ଏକ ଛୋଟିଆ ଜଙ୍ଗଲ ଥାଏ l ସେହି ଜଙ୍ଗଲରେ ଗୋଟିଏ ହରିଣ ଏବଂ ଗୋଟିଏ କୁଆ ବାସ କରୁଥିଲେ l ସେମାନଙ୍କ ମଧ୍ୟରେ ସମ୍ପର୍କ ଏତେ ନିବିଡ଼ ଥିଲା ଯେ, କେହି କାହାକୁ ପାଖଛଡ଼ା କରୁନାହାନ୍ତି l ଦିନେ ହରିଣକୁ ଦେଖି ଶୃଗାଳ ମନରେ ଲୋଭ ଜାତ ହେଲା l କେଉଁ ଉପାୟରେ ତାକୁ ମାରିବ ଚିନ୍ତା କଲା l ମନେ ମନେ ଭାବିଲା, ସତରେ ଏହି ହରିଣଟି କେତେ ହୁଷ୍ଟପୁଷ୍ଟ ଓ କୋମଳ ନହୋଇଛି l ଏହାର ମାଂସ କେତେ ସୁଆଦ ନ ଲାଗିବ l ଯେମିତି ହେଲେ ୟାକୁ ଦିନେ ମାରି ଖାଇବି l

ଏହି କଥା ଚିନ୍ତା କରି ଶୃଗାଳ ହରିଣ ପାଖରେ ଯାଇ ପହଞ୍ଚିଲା ଓ ତାକୁ କହିଲା, ” ହରିଣ ଭାଇ ! ମୁଁ ତୁମ ସହିତ ବନ୍ଧୁତା କରିବାକୁ ଚାହୁଁଛି l ତୁମେ ଦୟାକରି ମୋର ବନ୍ଧୁତ୍ୱକୁ ଗ୍ରହଣ କରିବ ବୋଲି ମୋର ଆଶା l ମୋର ବିଶ୍ୱାସ ତୁମେ ମୋତେ କଦାପି ହତାଶ କରିବ ନାହିଁ l ” ଶୃଗାଳର କଥା ଶୁଣି ହରିଣଟି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲା l ସେ ପ୍ରଥମେ ଶୃଗାଳକୁ ପଚାରିଲା, ” ଭାଇ ! ତୁମେ ପ୍ରକୃତରେ କିଏ ? ମୁଁ ତ ତୁମକୁ ଆଗରୁ କେବେ ଏଠାରେ ଦେଖିନାହିଁ l ” ହରିଣର କଥା ଶୁଣି ଶୃଗାଳ କହିଲା , ” ମୁଁ ହେଉଛି ଏକ ଶୃଗାଳ l

ମୁଁ ମୋର ସମସ୍ତ ସମ୍ପର୍କୀୟଙ୍କୁ ହରାଇ ଏହି ଜଙ୍ଗଲରେ ଏକାକୀ ବାସ କରୁଛି l ଏଠାରେ ମୋର କେହି ନାହାନ୍ତି l ପ୍ରକୃତରେ ମୁଁ ଏକ ହତଭାଗ୍ୟ ପଶୁ l ଏହି ଜଙ୍ଗଲରେ ମୁଁ ଏକାକୀ କିପରି ବାସ କରିବି ? ସଂସାରରେ ଆଜି ପର୍ଯ୍ୟନ୍ତ କେହି ଏକାକୀ ବାସ କରିପାରିନାହାନ୍ତି l ମୁଁ ତ ଏକ ପଶୁ l ଦିନେ ନା ଦିନେ ଜଣେ ଅନ୍ୟ ଜଣଙ୍କର ସାହାଯ୍ୟ ଲୋଡିବେ l ମୁଁ ତୁମର ବନ୍ଧୁ ହେବାକୁ ନିଜକୁ ଉପଯୁକ୍ତ ମନେ କରୁଛି ଏବଂ ତୁମର ସୁଖ ଦୁଃଖରେ ଭାଗିଦାର ହେବାକୁ ଚାହୁଁଛି l ” ଏହା କହି ଶୃଗାଳ କହିଲା, ” କଣ ହରିଣ ଭାଇ ମୁଁ ଯାହା କହୁଛି ଠିକ କହୁନି l” ଶୃଗାଳର କଥା ଶୁଣି ହରିଣ ସଙ୍ଗେ ସଙ୍ଗେ ତା ‘ କଥାରେ ରାଜି ହୋଇଗଲା l

ଏହାପରେ ଉଭୟେ ସାଙ୍ଗ ହୋଇ ବସାକୁ ଫେରିଲେ l କିଛି ସମୟ ପରେ କୁଆଟି ମଧ୍ୟ ବସାକୁ ଫେରିଆସିଲା l ବସାରେ ଶୃଗାଳକୁ ଦେଖି ହରିଣକୁ ପଚାରିଲା, ” ଭାଇ, ଏଇ ଜନ୍ତୁଟା କିଏ ଆମ ବସାରେ ଆସି ରହିଲାଣି l ” କୁଆର କଥା ଶୁଣି ହରିଣ କହିଲା “ଭାଇ, ଏ ହେଉଛି ଏକ ଶୃଗାଳ, ସେ ଆମ ସହ ବନ୍ଧୁତା କରି ରହିବାକୁ ଚାହୁଁଛି l କୁଆ ତ ‘ ମହା ଚତୁର l ସେ ହରିଣକୁ ଏକାକୀ ପାଖକୁ ଡାକି କହିଲା,” ଦେଖ ଭାଇ !ଆମେ ଶୃଗାଳ ସମ୍ପର୍କରେ କିଛି ଜାଣିନେ l ଅଜଣା ଅଶୁଣା ବ୍ୟକ୍ତିକୁ ଘରେ ପ୍ରଶୟ ଦେବା ଆଦୌ ଉଚିତ ନୁହଁ l

ସୁବିଧା ସୁଯୋଗ ଦେଖି ସେ ଘରକୁ ବିପଦରେ ପକାଇଥାଏ l ତେଣୁ ଆମେ ଗୋଟାଏ କାମ କରିବା l ଶୃଗାଳ ଯେତେବେଳେ ଏଠି ଆସି ରହିଲାଣି ତାକୁ ତ ଆମେ ବାହାର କରିଦେଇପାରିବନି l ଆମେ ଏହି ସ୍ଥାନ ଛାଡି ଅନ୍ୟ ଜାଗାକୁ ପଳେଇବା l କୁଆର କଥା କୁ ହରିଣ ଠିକ ବୁଝିପାରିଲା l କିନ୍ତୁ ନିଜ ବାସସ୍ଥାନ ଛାଡି ଅନ୍ୟତ୍ର ଯିବାକୁ ସେ ଇଚ୍ଛା କଲା ନାହିଁ l ଦିନେ ଶୃଗାଳକୁ ପାଖକୁ ଡାକି କହିଲା, ” ବନ୍ଧୁ ! ତୁମର ଏଠାରେ କୌଣସି ଆବଶ୍ୟକତା ନାହିଁ l ମୁଁ ତୁମ ସହ ମିତ୍ରତା କରିବାକୁ ଚାହୁଁନାହିଁ l ତମେ ଦୟାକରି ଏଠାରୁ ପଳେଇଯାଅ l ” ହରିଣର କଥା ଶୁଣି ଶୃଗାଳଟି ନିଜ ପ୍ରକୃତ ରୂପ ଦେଖାଇ ଆକ୍ରମଣ କରନ୍ତେ ହରିଣଟି ଦ୍ରୁତ ଗତିରେ ଜଙ୍ଗଲକୁ ଦୌଡ଼ି ପଳାଇଲା l ତେଣୁ ପ୍ରକୃତ ବନ୍ଧୁ ହିଁ ଠିକ ଉପାୟ ବତାଏ l

Odia Story Friendship

Odia Story Friendship, Odia Story Friendship, Odia Story Friendship, Odia Story Friendship, Odia Story Friendship, Odia Story Friendship

jobalert360.com

odiashayari.net

Leave a Comment

You cannot copy content of this page