First Love Poetry Odia Text

First Love Poetry Odia Text

Facebook
WhatsApp
Telegram

Explore the splendor of past love thru heartfelt Odia poetry. Read totally free, percentage, and relive the feelings of old flame. Dive into our collection now

First Love Poetry Odia Text

ପ୍ରଥମ ଦେଖା ଏମିତି ହଠାତ ଦିନେ ତାଙ୍କ ସାଙ୍ଗେ
ଦେଖା ହୋଇ ଗଲା,
କେବେ ମୁଁ ନ ଥିଲି ଭାବି,
ଏଇମିତି କେହି ଜଣେ ଅଚାନକ,
ଆସି ଯିବ ଜୀବନରେ ll
ପ୍ରଥମ ଦେଖାରେ,
କାହିଁକି କେଜାଣି ଭାରି ଭଲ ଲାଗୁଥିଲା,
ମନେ ମନେ ଭାବୁଥିଲି,,
ସିଏ ମୋତେ ଚାହାଁନ୍ତେ କି ଥରେ l
ତାଙ୍କ ଆଖି, ଶେଷେ ମୋ ଆଖିରେ ମିଶିଲା,
ତାଙ୍କର ସେ ପ୍ରଥମ ଚାହାଣି
ଆଜି ବି ମୋ ମନେ ପଡି ଯାଏ,
ସାରା ଶରୀର ରେ ଶିହରଣ ଖେଳାଇ ଦେଲା ll
ମୋର ସେଇ ଲାଜୁଳି ଆଖିରେ,
ତାଙ୍କର ପ୍ରିତି ଭରା ପ୍ରେମିକ ନଜର,
ବହୁତ ଭଲ ଲାଗୁଥିଲା,
ଭାବୁ ଥିଲି ଦୁନିଆର ସବୁ ସୁଖ,
ମିଳିଗଲା ମୋତେ,
ତାଙ୍କରସେ ପ୍ରିତି ଭରା ହୃଦେ ll
💞💞🙂🙂💞💞

ବିଶ୍ୱାସ ପ୍ରଥମ ଦିନର ପ୍ରଥମ ପରଶେ
ମନରେ ଭରଷା ଦେଇ,
ତୁମରି ଉପରେ ରଖିଛି ବିଶ୍ୱାସ
ଭୁଲି ମୁଁ ପାରିବି ନାହିଁ ll
ବିଶ୍ୱାସର ଡୋର କେତେ ଯେ କଠିନ
ଛିଣ୍ଡାଇ ପାରେନା କେହି,,
ଥରେ ଢିଲା ହେଲେ ସବୁ ହଜି ଯାଏ
ଯୋଡି ତ ହୁଅଇ ନାହିଁ ll
ଆଜି ଆଉ ଥରେ ତୁମ ବିଶ୍ୱାସରେ
ଜୀଇଁବାକୁମନ ହୁଏ,
ଜୀଇଁ ରହି ଥିବି ତୁମରି ବିଶ୍ୱାସେ
ତୁମ ଭରଷା କୁ ନେଇ ll
ତୁମେ ମୋର ପ୍ରୀୟ ମୋର ଜୀବନର
ତୁମେ ମୋ ଜୀଵନ ସାର,
ତୁମ ବିନା ଆନ ନାହିଁ ଏଁ ସଂସାରେ
ତୁମେ ପ୍ରିୟତମା ମୋର ll ❤️❤️

ସାଥୀ ପ୍ରିତି ଯେଉଁ ଦିନେ ତୁମେ ଭରି ଦେଇ ଗଲ
କେତେ ଯେ ସପନ, ମୋର ଜୀବନେ
ସେଇ ଦିନୁ ସାଥୀ ପରାଜପତି ର
ଡେଣା ଲାଗି ଗଲା ଏଇ ମୋ ମନେ l
ସାତ ସପନ ମୋ ସତ ପରି ଲାଗେ
ମନ ଗହନରେ ନିତି ଫୁଟଇ ଫୁଲ,,
ସାଥୀ ତୁମ ବିନା ଜୀଵନ ମୋହର
କୁମୁଦ ବିହୁନେ କିବା କଇଁ ର ମୂଲ ll
ନିଜକୁ ନିଜେ ମୁଁ ଭୁଲି ସାରିଲିଣି
ତୁମ କଥା ବସି ଭାବେ ମୁଁ ନିତି
ଭଲ ପାଇବାରେ ଏତେ ଯଦି ପିଡା
ଏଇମିତି ସହିବି ମୁଁ ଦିନ ରାତି ll
ଗୋଟିଏ ଜୀଵନ ଊଣା ମୋ ପାଇଁ
ଆମେ ସାତ ଜନମର ସାଥୀ,
ସବୁ ଜନମ ରେ ତୁମକୁ ଚାହିଁବି
ଅମର ହୋଇବ ଆମର ପ୍ରିତି ll
👩‍❤️‍💋‍👨👩‍❤️‍💋‍👨👩‍❤️‍💋‍👨👨‍❤️‍👨👨‍❤️‍👨 (ସଂଯୁକ୍ତା ମହାପାତ୍ର )

ସମ୍ପର୍କ ସମ୍ପର୍କ ଆରମ୍ଭ ଆମର
ଅପରିଚିତ ଦୁଇ ହୃଦୟରୁ,
ବନ୍ଧୁତା ଗଢି ଉଠେ
କିଛି ଶବ୍ଦର ଛିଟାରୁ ll
ଧୀରେ ଧୀରେ ନିରବତା ବଢ଼େ
ଖଟା ମିଠା କିଛି କଥାରୁ,,
ଭାବର ସମାହନ ହୁଏ
କିଛି ବିରହ ଗାଥା ରୁ ll 💞

ସମ୍ପର୍କ ଆରମ୍ଭ ଆମର
ଅପରିଚିତ ଦୁଇ ହୃଦୟରୁ,
ସମ୍ପର୍କ ଗଢି ଉଠେ
ଦୁଇ ପରିବାରର ସ୍ୱୀକୃତିରୁ ll
କେଜାଣି କାହିଁ ମନର ବେଦନା ବହିଯାଏ
ଆଖିର ଝରଣା ରୁ
ନୂତନ ଉନ୍ମାଦନା ସୃଷ୍ଟି ହୁଏ
ସୁନ୍ଦର ସାଧନା ରୁ ll

ସମ୍ପର୍କ ଆରମ୍ଭ ଆମର
ଅପରିଚିତ ଦୁଇ ହୃଦୟରୁ,
ଚିରନ୍ତନ ରହୁ ସଦା
ଦୁହିଁଙ୍କ ସ୍ୱଳ୍ପ ମଧୁମୟ ପ୍ରେମରୁ ll
😘😘😘

“””ଅଳସୀ ପ୍ରିୟା “””” ସବୁ ଜାଣି ଶୁଣି, ହୁଏ ସିଆଣୀ ସେ
କିଛି ଜାଣି ନାହିଁ ଦେଖାଇ ହୁଏ,
ଏଇଠି ଥାଏ ସେ ଏଇଠି ନଥାଏ
ଚଞ୍ଚଳ ହରିଣୀ,,
ଆଖି ପିଛୁଳାକେ କାହିଁ ଉଭାଇ ଯାଏ
😊

ପ୍ରେମ ପ୍ରେମ ପାଇଁ ଦୂର, ବେଶି ଦୂର ନୁହେଁ
ସବୁ କଥା ମିଛ ଲାଗେ,,
ହୃଦେ ଅଛ ତୁମେ, କି ଲାଭ କୁହନି
ତୁମକୁ ଚାହୁଁଛି, ମୋ ବାହୁ ବନ୍ଧନେ,,
👩‍❤️‍💋‍👩👨‍❤️‍💋‍👨

ପ୍ରଥମ ମିଳନ ବେଳା

କେତେ କଥା ଆଜି, ମନେ ପଡେ ହେଲେ,
ମନେ ପଡେ ନାହିଁ, ପ୍ରଥମ ମିଳନ କଥା ll
କଥା ତ ନଥିଲା, ଦେଖା ହେବ ବୋଲି,
କେମିତି କେଜାଣି, ଅଚାନକ ହେଲା ଦେଖା ll

ପ୍ରଥମ ଦେଖାରେ, ମିଳି ଗଲା ଯେବେ,
ତୃଷାର ଆତୁର, ପ୍ରଣୟର ଚାରି ଆଖି,
ଯୌବନ ର ସେଇ, ପହିଲି ବୟସେ
ମଳୟ ପରଶେ,ବେପଥୁ ରହିଲା ସାକ୍ଷୀ ll
ଶବଦ ନଥିଲା, ନୀରବ ନିଶବ୍ଦେ,
ତୁମ ଦୁଇ ଆଖି, କହି ଗଲା କେତେ କଥା,.
ସବୁ କଥା ଆଜି ମନେ ପଡେ ହେଲେ,
ମନେ ପଡେ ନାହିଁ, ପ୍ରଥମ ମିଳନ କଥା ll 😘

ମନ ବୀଣା ଯେବେ, ଝଙ୍କୃତ କରିଲା,
ମିଳନର କେଉଁ ମଧୁର ରାଗ,
ରାଗ ଅନୁରାଗେ, ରୋମାଞ୍ଚିତ ହେଲା,
ସାଗରେ ସରିତ, ପ୍ରୀତି ଆବେଗ ll
ଜୀବନର ଏଇ, ଯମୁନା ଜଳରେ,
ଅନେକ ଜୁଆର, ଖୋଜୁଛି ପ୍ରାଣର ସଖା,
କଥା ତ ନ ଥିଲା, ଦେଖା ହେବ ବୋଲି,
କେମିତି କେଜାଣି, ଅଚାନକ ହେଲା ଦେଖା ll

କଳିକା ଯେତେକ, ଫୁଲ ଫୁଟି ଗଲେ,
ମଧୁ ମହକରେ, ଭରି ଗଲା ଉପବନ,
ମନ ଉପବନେ, ଗାଇଲା କୋକିଳ,
ଲାଜର ଅବିର, ବୋଳି ଚାଲିଗଲା,
ପ୍ରଣୟ ରଙ୍ଗେ, ରଙ୍ଗାଇଲା ତନୁ ମନ ll
ମନେ ପଡେ ହେଲେ, ମନେ ପଡେ ନାହିଁ,
ସେଇ ମୁହୂର୍ତ୍ତର, କେତେ ଅନ୍ତରଙ୍ଗ କଥା,
ଆଉ ଥରେ ମନ, ଖୋଜୁଛି ସେ ଦିନ,
ସେଇ ଅନୁଭୂତି, ସେଇ ସ୍ପନ୍ଦନ ll
💞💞❤️❤️💞💞

ତୁମ ପାଇଁ ଲେଖୁଛି ଆଗୋ ସାଥି !! ତୁମରି ବିରହ ତୁମରି ପ୍ରୀତି,
ଧରାଇ ଦେଇଛି ଲେଖନୀ ମୋ ହାତେ,
ତୁମରି ପାଇଁ ଲେଖୁଛି ଆଜି,
ଆମରି ପ୍ରଣୟ ଗୀତି ll ତୁମରି ପ୍ରେମରେ ଭାସି
ତୁମରି ମାନରେ ରୁଷି,
ହସିଛି କେତେ ମୁଁ ତୁମରି ହସରେ,
ଢାଳୁଛି କିନ୍ତୁ ଅନେକ ଲୁହ,,
ଏଇ ନିରିଜନେ ବସି ll ତୁମେ କି ଦେଖୁଛ ଜାଣେନା,
ତୁମ ପ୍ରେମେ ମନ ବୁଝେନା,
ମୋ ଅତୀତ ପ୍ରୀତି ସ୍ମୃତି,,
ମନେ ପଡେ ଯଦି ସବୁ ମୁଁ ପାଇବି,
ଆଉ ଜୀବନେ କିଛି ମୁଁ ଚାହେଁନା ll

💞ତୁମେ 💞 ମଧୁ ପିଇବାକୁ ଚାହେଁନା ଆଗୋ
ଯଦି ତୁମ ଓଠ ଚୁମି ଯାଏ,
ଗୀତ ଶୁଣିବାକୁ ଚାହେଁନା ଏଁ ମନ
ଯଦି ତୁମ ଆଖି କିଛି କୁହେ ll ଫୁଲର ମହକେ ମାନେନା ଏଁ ମନ
ତୁମ ମାଦକତା ବିନା,
ତୁମ ଓଠ ଯଦି କହେ ଦୁଇ ପଦ
କି କରିବି କୁହ ବୀଣା ll
ତୁମ କଣ୍ଠର ମଧୁ ଝରା ସୁର
ବୀଣା କୁହ କାହିଁ ଦିଏ,
ଗୀତ ଶୁଣିବାକୁ ଚାହେଁନା ଏ ମନ
ଯଦି ତୁମ ଆଖି କିଛି କୁହେ ll ଝରଣାର କୁଳୁ କୁହୁକ ଶବଦ
ତୁମ ନୂପୁର ର ଛନ୍ଦେ,
ପାଗଳ ଆଜି ମୁଁ ତୁମ ଲାଗି ସଖି,
ତୁମରି ରୂପର ଗନ୍ଧେ ll
ତୁମରି ଦେହର ସୁଗନ୍ଧି ମହକ
ମଳୟ କି ଦେଇ ପାରେ,.
ମଧୁ ପିଇବାକୁ ଚାହେଁନା ଆଗୋ
ଯଦି ତୁମ ଓଠ ଚୁମି ଥାଏ ll
😘😘😘😘

💕 ପ୍ରେମ💕 ହୃଦୟ ରେ ହୃଦୟ ମିଳନ,
ମନରେ ମନର ମିଳନ,,
ଆତ୍ମା ରେ ଆତ୍ମ ସମ୍ମିଳନ ll
ଶରୀର ଓ ଇଚ୍ଛାର ମାଦକତା ଠାରୁ,
ବହୁତ ଉର୍ଦ୍ଧରେ, କାମ କାମନାର,
ସୀମା ଠାରୁ ଆହୁରି ବିଶାଳ,
ପ୍ରେମର ସେ ଦିବ୍ୟ ସାମ୍ରାଜ୍ୟ ll
ଖାଲି ପାଇବାର ଆଶା ନୁହେଁ,
ଦେଇ ଦେବା ର ପ୍ରବଳ ଲାଳସା,. ସେଇ ସତେ ପ୍ରେମ ପରିଭାଷା ll

” ତୁମ ଆଶାରେ ” ଆଗୋ ରୂପସୀ ମଲ୍ଲିକା,
ଝରିଯିବି ଯଦି କେବେ
ବସନ୍ତର କେଉଁ ନିଝୁମ ସନ୍ଧ୍ୟାରେ,
ଦେଇ ଯିବ ଆଗୋ ତୁମରି ମହକ,
ମଳୟର ମଧୁ ବାଆରେ,,
ଭରିଦେଇଯିବ ପ୍ରୀତି ଭରା ମଧୁ ଗନ୍ଧରେ ll
ତୁମେ ଯଦି କେବେ ଆସିବ ଏ ବନେ,
ଜ୍ୟୋସ୍ନା ଭିଜାର ସାଥେ,,
ମଳୟ ବାଆରେ ଚାନ୍ଦିନୀ ଧୂଆଁରେ,
ପାଇବ ଗୋ ତୁମେ ମୋତେ,
ଅବା ଯଦି କେବେ ଝରଣା ଜଳରେ,
କୁଳୁ କୁଳୁ ଯିବ ବୋହି,,
ସାଗର ବେଳାରେ ଚାହିଁ ରହି ଥିବି,
ମଲ୍ଲିକା ତୁମରି ପାଇଁ ll
ଶ୍ରାବଣ ମେଘରେ ଭାସି ଯିବ ଯଦି,
ମଉସୁମୀ ସାଥେ ଯିବି,
ଯୁଗ ଯୁଗର ଆମ ଏ ପୀରତି,
ଗାଇଯିବା ଆମେ ଗୀତରେ,,,
ଭରିଦେଇ ଖୁସି ପ୍ରତିଟି ହୃଦୟେ
ମଳୟ ବାଆରେ
ପ୍ରୀତି ମଧୁ ମନ୍ଦ ଗନ୍ଧରେ lll
👩‍❤️‍💋‍👩👩‍❤️‍💋‍👩👩‍❤️‍💋‍👩👩‍❤️‍💋‍👩👩‍❤️‍💋‍👩👩‍❤️‍💋‍👩👩‍❤️‍💋‍👩

ପ୍ରିୟା ଓ ଜହ୍ନ ଜହ୍ନ କୁ ଦେଖିଲେ ମନ କେବେ
ଆନମନା ହୋଇ ଯାଏ,
ପ୍ରିୟାକୁ ଜହ୍ନରେ ଦେଖେ,
କେବେ ପୁଣି
ଜହ୍ନ ରେ ପ୍ରିୟାକୁ ଖୋଜୁଥାଏ
ଜହ୍ନ ଠାରୁ ମୋ ପ୍ରିୟା ସୁନ୍ଦର
ଅତି ଆପଣାର,
ଜହ୍ନ କାହିଁ କେତେ ଦୂରେ
ଆଖି ପାଏ ନାହିଁ, ହେଲେ
ମୋ ପ୍ରିୟା ମୋ ହୃଦୟ ରେ ଥାଏ
କେହି ବି ତ ବୁଝିଲେନି,
ନା କେହି ବୁଝିପାରି ଥାନ୍ତା
ଏକ ଦରଦୀ ମନର
ବେଦନାର କଥା,
ଆଉ ବିରହ ର ବ୍ୟଥା ll
କାହାର ବା କଣ ଯାଉଛି
କାହା ପାଖେ ଅବା,,
ଏତେ ଫୁରସତ ଅଛି,,,
ପଚାରି ଦେବ, ଥରୁ ଟିଏ ହେଲେ,
କେମିତି ଅଛି, ମୁହଁ କାହିଁକି ସୁଖିଛି ?
ଋତୁ ମାନେ ବି ଆସିଲେ
ଆପଣାର ରାଗ ଆଳାପନରେ
ବିଭୋର ଥିଲେ,
ବୈଶାଖ ଆସିଲା
ଜାଳି ଦେଇଗଲା ll ପ୍ରଚଣ୍ଡ ରୌଦ୍ର ତାପରେ
ଏ ସବୁଜ ଧରିତ୍ରୀ,
ତା ସଙ୍ଗେ ଜଳି ଗଲା,
ମୋର ଅବଶେଷ ପ୍ରେମ ଅନୁଭୂତି l
ବର୍ଷା ବି ଆସିଲା,
ଛମ୍ ଛମ୍ ନାଚି ଗଲା,
ଲକ୍ଷ ପ୍ରେମିକ ହୃଦୟରେ
ପ୍ରେମର ସ୍ପର୍ଶ ଦେଇଗଲା,
ହେଲେ ଏ ବରହି ହୃଦୟରେ,
ବିରହର ଅଗ୍ନି ଜାଳି ଦେଲା ll
ଫେରିକି ଦେଖିଲାନି ଥରେ
ମୁଁ ପୁରା ଜଳିଗଲି କିମ୍ବା,
ଅଧା ଜଳା ହୃଦୟ କୁ ଜାବୁଡି ଧରି
ଏଠି ଯନ୍ତ୍ରଣା ଏ ଛଟ ପଟ ହେଉଛି ll
ବସନ୍ତ ବି ପୁରାପୁରି
ଖଳ ନାୟକ ହିଁ ଥିଲା,
ମଳୟର ସୁଲୁ ସୁଲୁ ପବନ ରେ
ସତେ ମୋ କୁହୁଳା ମନରେ,,
ବାରୁଦ ଭରୁଥିଲା ll
ଧୂଆଁ ଧୂଆଁ ଚାରି ଦିଗ
ଅଣନିଶ୍ୱାସୀ ମନ,
ମଳୟ ନୁହେଁ ସେ ଅଣଚାଶ ପବନ
ଧୁଉ ଧୁଉ ଜାଳି ଦିଏ ମନ,
ଜାଳି ଦିଏ ପ୍ରଣୟର ନନ୍ଦନ କାନନ ll

ବେଳେ ବେଳେ ମନେ ହୁଏ
ଖୁସି ମୋର ପ୍ରେମିକାର ନାଆଁ,
ତା ସାଥେ ନା ଦିନ ସରେ ନା ରାତି
ସତେ କେତେ ଜଲଦି ଜଲଦି
ସମୟ ଯେ ଚାଲି ଯାଏ,
ମୁଠାଏ ଚୋରା ବାଲି ପରି
ଆଙ୍ଗୁଠି ସନ୍ଧିରୁ ଝୁରୁ ଝୁରୁ ଝରି ଯାଏ
ପ୍ରେମିକା ବି ଋଷି ଯାଏ
ଗଲା ବେଳେ
ଓଠର ହସ, ଆଉ ଜୀବନର ସବୁ ମାଧୁରୀମା
ଜୀବନରୁ ଚାଲିଯାଏ
ସାଥିରେ ତାର ସୁଖ ସବୁ ନେଇ ଯାଏ ll

ଜଣା ନାହିଁ କେମିତି,
ଏତେ କଥା ହୋଇ ଯାଏ
ପ୍ରଥମ ଦେଖା ରେ,
ମନ କିଣା ବିକା ହୁଏ,
ପ୍ରେମ ହୁଏ ଅଚାନକ,
ବିନା କିଛି ପ୍ରସ୍ତାବରେ,
କେମିତି କେବେ , କାହିଁକି,
ମନ ହଜି ଯାଏ,
କାହା ପ୍ରେମ ଉପବନେ,
ଫୁଲର ପାଖୁଡ଼ାରେ,
ପ୍ରଜାପତି ର ଡେଣାରେ ଡେଣାରେ
ବିନା କାରଣେ ପୁରା ଅଜାଣତେ ll
କେଉଁ ଏକ ଅଜଣା ଅନୁଭୂତି,
ଏକ ସାଥ ଜାଗେ ଦୁଇ ହୃଦୟରେ,
ରହିଯାଏ ଏ ମନ ଗହନରେ,
ଲାଗେ ଏକ ବିନା ଆମେ ଜୀବଶୂନ୍ୟ
ଏଇ ଅନୁଭବ,
ହୁଏତ ତାର ନାମ ପ୍ରେମ lll ❤️

ତୁମକୁ ଦେଖିଲେ,
ତୁମରି ମୁହଁରେ ଜହ୍ନ ଦିଶି ଯାଏ,
ଜହ୍ନ ଆଉ ପ୍ରିୟା, ପ୍ରିୟା ଆଉ ଜହ୍ନ,
ଫରକ ଟ ବାରି ହୁଏ ନାହିଁ,
ଜାଣି ହୁଏ ନାହିଁ, ପ୍ରିୟା କିଏ ଜହ୍ନ କିଏ
ଜହ୍ନ ଆଉ ପ୍ରିୟା ଅଲଗା ତ ନୁହେଁ !
ତୁମ ରୂପ ଆଖିରେ ମୋ ଲାଖି ରହିଥାଏ
ତୁମରି ପ୍ରେମର ରଙ୍ଗ
ମୋ ମନରେ, ମାଖି ହୋଇ ଯାଏ ll
ସେଥି ପାଇଁ ପ୍ରିୟାରେ ଜହ୍ନକୁ ଦେଖେ
ଜହ୍ନରେ ପ୍ରିୟାକୁ ଖୋଜେ,
ଆଉ ସବୁ ବେଳେ ଜହ୍ନ ମୋତେ
ଭାରି ଚିହ୍ନା ଚିହ୍ନା ଲାଗେ ll ❤️👩‍❤️‍💋‍👩❤️

💞ପ୍ରେମ 💞 ହଁ, ପ୍ରେମକୁ ତୁମେ
ବନ୍ଧନ କହି ପାର,
ହେଲେ ପାରିବ କି କହି,
କିଏ କାହାକୁ ବାନ୍ଧିଛି ?
ପ୍ରେମରେ କେବଳ ଥାଏ,
ଦୁଇ କୁ ଏକ କରିବାର ସୂତ୍ର,
ଏକ ଯୋଗ ଏକ,
ଦୁଇ ହୁଏନା ଏଇଠି,
ଏକ ଯୋଗ ଏକ,
ଏକ ହିଁ ହୁଏ,
ବିଚିତ୍ର ଏ ପ୍ରେମ ର ଗଣିତ l
ଦୁଇ ମନ, ଦୁଇଟି ହୃଦୟ,
ଦୁଇ ଆତ୍ମା ଓ ଦୁଇଟି ଶରୀର,
ଏକ ଆରେକ ରେ ମିଶେ,
ଏକମନ, ଏକ ହୃଦୟ,
ଏକାମ, ଏକ ଶରୀର,
ଅର୍ଦ୍ଧଙ୍ଗ ଏକ ଆରେକ ର ll
💞💕💞

ପ୍ରେମ,
ଅମର ଯେତେକ ପ୍ରେମ,
ରାଧା କୃଷ୍ଣ ଙ୍କ ଠାରୁ
ଲେଲା ମଜନୁ ପର୍ଯ୍ୟନ୍ତ,
କେହି କିଛି ପାଇ ନାହିଁ ଜୀବନରେ
ଅନ୍ୟ ପାଇଁ ସମର୍ପଣର ଏ କଥା,,
ପ୍ରେମ ପାଇଁ ସବୁ କିଛି,
ହରାଇ ଦେବା ର ସେ ଗାଥା
କେବଳ ପ୍ରେମ ପାଇଁ ଅମର,
ପ୍ରତି ପ୍ରଣୟୀ ର ମନେ ଭରି ଦିଏ ଆଶା,
ସେଇହିଁ କେବଳ କହେ,
ପ୍ରେମ ପରିଭାଷା ll 👩‍❤️‍💋‍👩

👩‍❤️‍💋‍👩ପ୍ରେୟସୀ👩‍❤️‍💋‍👩 ଫୁଲର ମହକେ ମାନେନା ଏ ମନ
ତୁମ ମାଦକତା ବିନା,
ତୁମ ଓଠ ଯଦି କହେ ଦୁଇ ପଦ
କି କରିବି କୁହ ବୀଣା ll
ତୁମରି କଣ୍ଠର ମଧୁ ଝରା ସୁର
ବୀଣା କୁହ କାହିଁ ଦିଏ,
ଗୀତ ଶୁଣିବାକୁ ଚାହେଁନା ଏ ମନ
ଯଦି ତୁମ ଆଖି କିଛି କୁହେ ll Copyright of
Binay Mohapatra

ସ୍ନେହମୟୀ ମୋର ପ୍ରେମମୟୀ
ପ୍ରିୟା
ତୁମେ ମୋ ଲାବଣ୍ୟମୟୀ
ସ୍ନେହର ଚୁମ୍ବନ ତୁମରି ଉଦ୍ଦେଶ୍ୟ
ଦେଲି ଗୋ ପ୍ରିୟା ପଠାଇ

ଚିଠି ଦେଇ ମୁହିଁ ତୁମକୁ ଜଣାଇ ଦେଲି ଆହେ ସସ୍ମିତା
ତୁମକୁ ଆଣିବା ପାଇଁ ଯିବି ମୁହିଁ ଅନ୍ୟଥା ନୋହିବ କଥା

ମନ୍ଦିର ପ୍ରାଙ୍ଗଣେ ଧର୍ମ ସାକ୍ଷୀ ରଖି ହେବ ଆମ ବାହାଘର
ତୁମକୁ ହେ ପ୍ରିୟା କୋଳେ ଧରିଥିବି ତୁମେ ହେବ ଯେ ମୋହର

ପ୍ରେମ କଳଙ୍କର ମିଠା ଚି଼ହ୍ନ କିଏ କହେ ପ୍ରେମ ପବିତ୍ର
କିଏ କହେ ପୁଣି ପାପ
ମୋର ବିଚାରରେ ଆଜିର ପ୍ରେମ
ସର୍ବଦା ଅଟେ କଳଙ୍କିତ ll

ଶାଶ୍ୱତ ଗଳିରେ ପ୍ରେମର ସତ୍ତା ହଜିଛି
ମରୀଚିକାଙ୍କ ପ୍ରେମ ଶସ୍ତାରେ ବିକୁଛି ll
ଆତ୍ମତୃପ୍ତି ର ପ୍ରାପ୍ତେ ପ୍ରେମର ମାଧୁର୍ଯ୍ୟ କମୁଛି
ପୁଣି ନୂଆ ଶରୀର ଦେଖି ପ୍ରେମ ଗରଜୁଛି ll
ତଥାପି ଭଲ ଲାଗେ
ଏ କଳଙ୍କକୁ ଦେହେ ବୋଳିବାକୁ
ମନରେ ପ୍ରାଣରେ ତାକୁ ପୂଜିବାକୁ ll

    Prakash kumar Rout

ଏଇତ ପ୍ରେମ କି ଲେଖା ଲେଖିବି କଲମ ଧରିଛି
ମୁଖେ ନାହିଁ ମୋର ଭାଷା
ଆଉ ତୁମ ସାଥେ ଦେଖା ହବ ବୋଲି
ମନରେ ନାହିଁ ମୋର ଆଶା,
ଆଖି ସାମନାରେ ସୋରିଷ ଫୁଲ
ଦିସେ କେତେ ମନୋହର
ଏତେ ପାଖେ ଥାଇ ଦୂରେ ଥିଲା ପରି
ନ ବୁଝୁଛ ମନ ମୋର,,
ଚାଲିରେ ତୁମର ପଦ୍ମ ଫୁଟେ
ହସରେ ଝରେ ମହୁ
କଥା ଟି ତୁମର କୋକିଳ କୁହୁ
କହି ଦିଅ ଥରେ I ❤️U,
ଶ୍ରାବଣ ଧାରାରେ ଭାସି ଯାଇଥିଲା
ମୋ ମନର କେତେ କଥା
ତୁମେ ଯଦି ପ୍ରିୟା ଧୋକା ଦିଅ ମୋତେ
ତୁଟି ଯିବ ସବୁ ବ୍ୟଥା 💔
ଜୀବନରେ ଆଉ ତ କେବେ ଦେଖାତ ହବନି
ଏଇ ଆମ ଶେଷ ଦେଖା
ଶେଷ କଥା କିଛି କହିବାର ଥିଲା
ବଞ୍ଚିବାର ନାହିଁ ଆଶା……. ଜଗନ

ଚିଠି ଗୋଲାପ ଦିବସେ ଗୋଲାପୀ ଚିଠିକୁ
ଗୋଲାପରେ ସଜେଇଦେଲି
ସେ ଚିଠି ଶେଷରେ ଗୋଲାପୀ କାଳିରେ
ନାଁ ତୋର ଲେଖିଦେଲି ll
ଗୋଲାପ ରାଣୀ ତୋ ଗୋଲାପୀ ଚେହେରା
ଗୋଲାପ ପାଖୁଡା ଓଠ
ଗୋଲାପ ଜଳରେ ଗାଧୋଇ ଆସିଛୁ
ବାସୁଛି ଗାଧୁଆ ତୁଠ ll 😊
ଇଚ୍ଛାହୁଏ ତୋର ଗୋଲାପୀ ଦେହକୁ
ଦିଅନ୍ତିକି ଟିକେ ଛୁଇଁ
ଗୋଲାପ ବଣରେ ଭଅଁର ସାଜନ୍ତି
ପ୍ରିୟା ମୁଁ ତୋହରି ପାଇଁ ll 😘
ଅପେକ୍ଷା କରୁଛି ଉତ୍ତରକୁ ତୋର
ଗୋଲାପ ବାସ୍ନାରେ ଭିଜି
ଗୋଲାପୀ ଗୋଲାପୀ ସୁନେଲି ସପନ
ଭାବନାରେ ହଜି ହଜି ll 😊😘 କିଶୋର ପଣ୍ଡା

ଆଖିରେ ଆଖିରେ ହୋଇ ସାରିଅଛି
କେତେ ଭାବ ଦିଆନିଆ
ବୁଝିବାକୁ ଆଉ ବାକି ନାହିଁ କିଛି
ଏଇ ପ୍ରେମ ନୂଆ ନୂଆ ll ସତ ମୁଁ କହୁଛି ନିଜର କରିବି ତୁମକୁ
ଆଜିଠାରୁ ଫର ଏଭର
ଭୁଲିବିନି କେବେ ତୁମ ପ୍ରେମ
ଏଇ ଜୀବନରେ ନେଭର ଆମ ଜୀବନର ଚଳପଥରେ
କି ହୋଇବ କୁସୁମ ବରଷା
ଫୁଲ ନ ବର୍ଷିଲେ କଣ୍ଟା ଫୁଟିବନି
ରହିଛି ଏତିକି ଭରସା
ପ୍ରେମ ଦିବସର ଅଭିନନ୍ଦନ 👩‍❤️‍💋‍👩❤️👩‍❤️‍💋‍👩

ଝଗଡା ତ ସବୁ ସମ୍ପର୍କରେ ଥାଏ,
ହେଲେ ଝଗଡା ପରେ ଜିଦି ପକେଇ
ରହିବା ଉଚିତ ନୁହେଁ !
ଭଲ ସମ୍ପର୍କ ତିଆରି କରିବାକୁ
ଯୁଗ ଲାଗିଯାଏ,
କିନ୍ତୁ ଭାଙ୍ଗିବାକୁ ଗୋଟେ ମିନିଟ
ଲାଗେନା !
ଝଗଡା ପରେ ଆଉ ଥରେ
ମିଶିଗଲେ
ସବୁ ସମସ୍ୟାର ସମାଧାନ
ହେଇଯାଏ,
କାରଣ ଭୁଲ ତୁମର ହେଉ ବା
ମୋର
ସମ୍ପର୍କ ତ ଆମ ଦୁହିଁଙ୍କର ନା…….

……. ତୁମେ ଯେବେ ଆସ……. ତୁମେ ଯେବେ ଆସ ପୂର୍ଣ୍ଣମି
ରାତିରେ
ପୂର୍ଣ୍ଣମି ର ଚାନ୍ଦ ହୋଇ,
ନିରବତା ମଧ୍ୟେ ହଜିଯାଏ ମୁହିଁ
ତୁମରି ପରଶ ପାଇ ll
ତୁମେ ଯେବେ ଆସ ପାହାନ୍ତି ସପନେ
ମିଠା ସପନଟେ ହୋଇ,
ମିଛ ହେଉ ପଛେ ସେଇ ସପନରେ
ଦିଏ ନିଜକୁ ହଜେଇ ll
ତୁମେ ଯେବେ ଆସ କବିତା ରୂପରେ
ଶବ୍ଦ, ଛନ୍ଦ ଟିଏ ହୋଇ,
ବିନା କଲମରେ ମନ କାଗଜରେ
ଦିଏ ଟିକିଏ ଗାରେଇ ll
ତୁମେ ଯେବେ ଆସ ତମସା ଅନ୍ଧାରେ
ସୁଖ ନିଦ୍ରା ଟିଏ ହୋଇ,
ମନ ମୋର କୁହେ ଅନ୍ଧାର ଛାତିରେ
ଯାଆନ୍ତି ଶାନ୍ତିରେ ଶୋଇ ll
ତୁମେ ଯେବେ ଆସ ନୀଳ ଆକାଶରେ
ଇନ୍ଦ୍ରଧନୁ ରଙ୍ଗ ହୋଇ,
ଇଚ୍ଛା ହୋଏ ସେଇ ରଙ୍ଗରେ ନିଜକୁ
ଦିଅନ୍ତି ଟିକେ ରଙ୍ଗେଇ ll
👩‍❤️‍💋‍👩❤️👩‍❤️‍💋‍👩

ପ୍ରେମ କରିବା କି ପାପ
ପାପ ହୋଇଥିଲେ
ରାଧା କିବା କରନ୍ତା ll
ଅବା ମୀରା କିବା କରନ୍ତା ll
ପ୍ରେମକୁ ନେଇ ଏତେ କବିତା
ଏତେ କି ଲେଖା ହୁଅନ୍ତା ll
ଏତେ କି ମରଣ ଘଟନ୍ତା ll
ପ୍ରେମ ଯଦି ପାପ ହୁଅନ୍ତା ll
ଏତେ କଥା କି ଘଟନ୍ତା ll
ପ୍ରେମ ଯଦି ପାପ ହୁଅନ୍ତା ll
ଷୋଳ ସହ ଗୋପୀ
କୃଷ୍ଣ ପ୍ରେମେ କି ବାଇ ହୋଅନ୍ତେ ll
ପ୍ରେମ ଯଦି ପାପ ହୁଅନ୍ତା ll
ସଂସାର କି ଚଳି ପାରନ୍ତା ll
❤️❤️❤️

ଝରା ଶେଫାଳି ସବୁଦିନ ଫୁଟେ ମନ୍ଦାର ଟଗର
ହେଲେ ପାରନ୍ତିନି ପାଇ
ସବୁରି ଆଦରି ଅଳ୍ପ କିଛି ଦିନ ଆସେ ମୁଁ
ଶେଫାଳି
ଫେରିଗଲେ ପଡ଼ିଯାଏ ସବୁରି ମଧ୍ୟରେ
ଭାଳେଣି ସନ୍ଧ୍ୟାରେ ଫୁଟି ମୁଁ ସକାଳ କୁ
ଝରେ
ଅଜଣା ବାଟୋଇ କୁ କରେ ଭ୍ରମିତ
ବାସରେ ମୋର

ଶୁଭ୍ର କାଞ୍ଚନ ରଙ୍ଗ ମୋ ସଭିଙ୍କୁ କରେ
ଆକର୍ଷିତ
ଅଳ୍ପ ଦିନ ପାଇଁ ଆସେ ହେଲେ ସଭିଙ୍କୁ
କରାଏ ମୋ ସ୍ମୃତିରେ ବ୍ୟଥିତ ll

  1. ପ୍ରକୃତ ପ୍ରେମ

ପ୍ରେମ…? ପ୍ରେମ….. ପ୍ରେମ……
ସମସ୍ତେ କରନ୍ତି ପ୍ରେମ ରେ ଭାଇ,
ବୁଝେନି କେ ପ୍ରେମ ମାନ ll
ପ୍ରେମ ପରା ସତ୍ୟଶିବ ସୁନ୍ଦର,
ପ୍ରେମ ପରା ମହିଆନ ll

ପ୍ରେମ ପରା ତ୍ୟାଗ ପ୍ରେମ ବଳିଦାନ,,
ମିଳନ ନୁହେଁ ବିଚ୍ଛେଦ ll
ବହୁ ଦୂରେ ଥାଇ ଲୁହ ଝରାଇବା
ଏଇତ ପ୍ରକୃତ ପ୍ରେମ ll
କେତେ କେତେ କବି ପ୍ରେମ କଥା ଭାବି,
ଲେଖିଗଲେ ପ୍ରେମ ଗୀତା ll
ଦେଇ ପାରିଲେନି ପ୍ରେମର ସଂଜ୍ଞା
ପ୍ରେମ ତ ସାସ୍ୱତ ସ୍ମୃତି ll
ପ୍ରେମ ପରା ଭାଇ ଅଢେଇ ଅକ୍ଷର
ପ୍ରେମ ଅଟେ ଚିରନ୍ତନ ll
ଚାଲି ଯିବ ପଛେ ଆମ ଏ ଜୀଵନ
ପ୍ରେମ ଥିବ ଚିରଦିନ ll

ପ୍ରେମ ପାଇଁ ପରା ତାଜମହଲ,
ପ୍ରେମ ଅଟେ ରାମାୟଣ,
ଏ କଳି କାଳରେ ପ୍ରେମ ପାଇଁ ପରା
ଘଟେ କେତେ ଅଘଟଣ ll
ପ୍ରେମ ତ ନୁହେଁ ହାଟର ସଉଦା,
ପ୍ରେମ ନୁହେଁ ବାଲି ଘର ll
ପ୍ରେମ ତ ନୁହଁଇ ଲଫାପାର ଲେଖା
ପ୍ରେମ ନୁହେଁ ଝରା ଫୁଲ ll
ପ୍ରେମ ଅଟଇ ସାସ୍ୱତ ସୁନ୍ଦର,
ପ୍ରେମ ମନର ମନ୍ଦିର ll
ପ୍ରେମ ଅଟଇ ହୃଦୟର ଭାଷା,
ପ୍ରେମ ଆଶା ବିଶ୍ୱାସର ll
ପ୍ରେମୀ ଯୁଗଳଙ୍କୁ ଏତିକି ପ୍ରାର୍ଥନା,
ପ୍ରେମ କର ଜୀବନରେ ll
ପ୍ରେମ ଯେ ପୂଜ୍ୟତା ପ୍ରେମ ର
ମର୍ଯ୍ୟଦା
ଦଳି ଦିଅନି ପାଦରେ ll

    ପ୍ରୀତବାସ ପ୍ରଧାନ

ପ୍ରେମ ସପ୍ତାହ ସାତ ତାରିଖରେ ଦେଲିମୁଁ ତୁମକୁ ଗୋଲାପ ଫୁଲ
ଫୁଲ ପାଖୁଡା ପରି ହୃଦୟଟି ଧିରେ ଧିରେ ଖୋଲ

ଆଠ ତାରିଖରେ କଲି ମୁଁ ତୁମକୁ ପସନ୍ଦ
ତୁମେ ବୁଝିବ ମୋ ଭଲ ମନ୍ଦ

ନଅ ତାରିଖରେ ଦେଲି ମୁଁ ଚକଲେଟ
ମୁଁ ଡାକିଲେ ଯଉଠି ଥିଲେ ଯେମିତି ଥିଲେ ଆସିବାକୁ କରିବନି ଲେଟ

ଦଶ ତାରିଖରେ ଦେଲି ମୁଁ ତୁମକୁ କଣ୍ଢେଇ
ମୋତେ ତମେ କାଳେ ଯିବନି କେବେ ଭଣ୍ଡେଇ

ଏଗାର ତାରିଖରେ ରହିଲା ସର୍ତ୍ତ
ତୁମେ ମୋର ହୃଦୟର ଛାତ

ବାର ତାରିଖରେ ତୁମେ କୋମଳ ଓଠ କୁ କଲି ଚୁମ୍ବନ
ସେହି ଦିନୁ ହୃଦୟରେ ବଢିଲା ମୋର ସ୍ପନ୍ଦନ

ତେର ତାରିଖରେ ତୁମକୁ ବାହୁରେ ନେଲି ସ୍ପର୍ଶରେ
ଆମେ ଦୁହେଁ ରହିବା ମିଶି ଜୀଵନ ସାଥିରେ

ଚଉଦ ତାରିଖରେ ଜଣାଇଲି ତୁମକୁ ପ୍ରେମର ଅଭିନନ୍ଦନ
ମୁଁ ତୁମ ପାଖରେ ରହିଲି ସାରା ଜୀଵନ ବନ୍ଧନ ll
😘😘👩‍❤️‍💋‍👩👩‍❤️‍💋‍👩😘😘

     ଦୀପକ କୁମାର ପଣ୍ଡା

Our Recent Blog Post :

Sad Love Poetry in Odia
Odia Love Letter

65 Beautiful Love Poems – Click Here

Leave a Comment

From Most Popular Categories

You cannot copy content of this page