Odia Gapa Laxmichhada Raja : The king of Pataliputra was Saurabh Kumar. There was a good and rich merchant. The merchant’s name was Mahendra Lala. He was richer than the Bahu king.
ଲକ୍ଷ୍ମୀଛଡା ରାଜା କଥା
ପାଟଳୀପୁତ୍ରର ରାଜା ଥିଲେ ସୌରଭ କୁମାର l ସେଠାରେ ଜଣେ ଖୁଵ ଧନୀ ବଣିକ ଥିଲେ l ବଣିକର ନାମ ଥିଲା ମହେନ୍ଦ୍ର ଲାଲା l ସେ ବାହୁ ରାଜାଙ୍କ ଠାରୁ ଧନ ଶାଳୀ l ଏପରି ପ୍ରତିପତି ଥିବାରୁ ବଣିକ ମହେନ୍ଦ୍ର ଲାଲାଙ୍କ ପାଖକୁ ପଡୋଶୀ ରାଜା ଓ ରାଜ କୁମାର ମାନେ ସେଠାକୁ ଆସି ଥାଆନ୍ତି l
ସେହି ବଣିକ ମହେନ୍ଦ୍ର ଲାଲାଙ୍କର ଏକ ସୁନ୍ଦରୀ କନ୍ୟା ଥିଲା l ବଣିକର ସେହି ଝିଅ ଆଉ ପୁଅ ମଧ୍ୟ l ଏହା ବ୍ୟତିତ ମହେନ୍ଦ୍ର ଲାଲାଙ୍କର ଭାଗ୍ୟରେ ପୁତ୍ର ନଥିଲା l
ବଣିକର ଝିଅ ଅମ୍ରିତା ରୂପବତୀ ଥିଲା l ସେହି ରୂପବତୀ କନ୍ୟାର ରୂପରେ ମୋହିତ ହୋଇ ରାଜା ତାଙ୍କୁ ବିବାହ କରିଥିଲେ l ଏହିପରି ବହୁତ ରାଜା ଓ ରାଜକୁମାର ଅମ୍ରିତା ରୂପରେ ମୋହିତ ହୋଇ ସେଠାକୁ ଆସି ଥାନ୍ତି l ରୂପବତୀକୁ ଦେଖି ସେମାନେ ତାଙ୍କୁ ଖୁଵ ଆଦର ସ୍ନେହ କରନ୍ତି l ଏପରିକି ରୂପବତୀ ଅମ୍ରିତା ରାଜା ଓ ରାଜ କୁମାର ମାନଙ୍କ ସାଥିରେ ବନ ବିହାରକୁ ଯାଇ ଆନନ୍ଦ କରେ l ସେମାନଙ୍କ ସହିତ ଖେଳେ ଓ ଘୋଡା ରେସ କରି ଗୃହକୁ ଫେରି ଆସେ l
ଦିନେ ରାଜା ବନ ବିହାରକୁ ଯାଇ ସେଠାରେ ରୂପବତୀ ଅମ୍ରିତାକୁ ଦେଖି ବିବାହ କରି ରାଜ ଉଆସକୁ ନେଇ ଯାଇ ଥିଲେ l ଅମ୍ରିତା ଖୁଵ ଆନନ୍ଦରେ ତାଙ୍କ ରାଣୀ ଉଆସରେ ରହୁଥାଏ l ସେ ଏତେ ରୂପବତୀ ସୁନ୍ଦରୀ ଯେ ଅମ୍ରିତାକୁ ଉଆସରେ ରହିବା ଦେଖି ତା’ ରୂପରେ ମୋହିତ ହୋଇ ସେହି ରାଜ୍ୟର ମନ୍ତ୍ରୀ ପୁଅ ତା’ ଓ ସେନାପତି ପୁଅ ତା’ ସହିତ ମିଳାମିଶା କଲେ l
ରାଣୀ ଅମ୍ରିତା ନିଜର ଉଆସରେ ରହି ମନ୍ତ୍ରୀ ପୁଅ ଓ ସେନାପତି ପୁଅଙ୍କ ସହିତ ମିଳା ମିଶା କରିବା ଦ୍ୱାରା ରାଜ୍ୟ ପାଇଁ ତାହା ପାତକ ହେଲା l ରାଣୀ ଅମ୍ରିତାଙ୍କ ଲାଗି ସେ ରାଜ୍ୟରେ ପାପ ବଢିଲା l ରାଜା ଉଆସରେ ପାପ ପୁର୍ଣ୍ୟ ହୋଇ ଯିବାରୁ ମାଆ ସାନ୍ତାଣି ଲକ୍ଷ୍ମୀ ସେହି ରାଜ ଉଆସ ତ୍ୟାଗ କରି ପଳାଇ ଗଲେ l
ରାଜ୍ୟରୁ ଲକ୍ଷ୍ମୀ ଛାଡି ଯିବାରୁ ରାଜ୍ୟରେ ଦୁର୍ଭିକ୍ଷ, ମହାମାରୀ ପରି ସମସ୍ତ ପ୍ରକାର ବିପଦ ମାନ ମାଡି ଆସିଲା l ରାଣୀ ରୂପବତୀ ଅମ୍ରିତାଙ୍କର ପୂର୍ବ ସୁନ୍ଦରୀ ରୂପ ଆଉ ରହିଲା ନାହିଁ l ସେ କୁରୂପରେ ଦେଖା ଗଲେ l ରାଜା ନିଜ ରାଜ୍ୟ ଓ ପଡୋଶୀ ରାଜ୍ୟରୁ ବଛା ବଛା ବୈଦ୍ୟ ତାନ୍ତ୍ରିକ ଗୁଣିଆ ଯେତେ ଯାହା ଆଣିଲେ ମଧ୍ୟ କିଛି ବି କାମ କଲା ନାହିଁ l ରାଜ କୁମାରୀ ଅମ୍ରିତା ଆଉ କେବେ ଭଲ ହେଲେ ନାହିଁ l ପଡୋଶୀ ଶତ୍ରୁ ମାନେ ତାଙ୍କ ରାଜ୍ୟକୁ ଖଣ୍ଡ ଖଣ୍ଡ କରି ନିଜ ଦଖଲଙ୍କୁ ନେଇ ଗଲେ l ଶେଷରେ ଏହି ରାଣୀ ଲାଗି ରାଜାଙ୍କର ରାଜ୍ୟ ଗଲା, ସିଂହାସନ ଗଲା, ଶେଷରେ ସେ ପାପିନୀ ରାଣୀର ମଧ୍ୟ ମୃତ୍ୟୁ ହୋଇଗଲା l
ଏହା ପରେ ଦୁର୍ଭାଗ୍ୟ ଯେ ରାଜା ସୌରଭ କୁମାରଙ୍କର ମାନସିକତା ବଢି ଯିବାରୁ ସେ ପାଗଳ ପ୍ରାୟ ମୃତ ରାଣୀକୁ କାନ୍ଧରେ ବୋହି ଚାରିଆଡେ ଭ୍ରମଣ କରିବାକୁ ଲାଗିଲେ l ଶେଷରେ ରାଣୀଙ୍କ ଶବ ପଚି ଗନ୍ଧ ହେବାରୁ ପଥଚଲା ଲୋକ ରାଜାଙ୍କୁ ଛି ଛାକର କରନ୍ତେ ରାଜା ବାଧ୍ୟ ହୋଇ ସେହି ଶବକୁ ନେଇ ଗଙ୍ଗରେ ପକାଇ ଦେବାକୁ ଗଲା ବେଳେ ମା ସାଆନ୍ତାଣୀ ଜଗତ ଜନନୀ ଲକ୍ଷ୍ମୀ ଓ ସଦାଶିବ ସେଠାରେ ଉପସ୍ଥିତ ହୋଇ ସେହି ମୃତ ରାଣୀକୁ ବଞ୍ଚାଇ ଦେଲେ l ଆଉ କହିଲେ ହେ ରାଜା – ତୁମର କଲା କର୍ମର ଫଳ ଭୋଗ ସରିଲା l ଏବେ ଯାଅ ତୁମେ ତୁମ ରାଣୀଙ୍କୁ ଧରି ସୁଖରେ ରୁହ l
ଏହାପରେ ଅନ୍ନପୂର୍ଣ୍ଣା ଓ ସଦାଶିବ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ l ରାଜା ରାଣୀଙ୍କୁ ନେଇ ନିଜର ରାଜ୍ୟ ନଥିବାରୁ ଗଙ୍ଗା କୂଳ ଠାରେ ଗୋଟିଏ କୁଡ଼ିଆ ନିର୍ମାଣ କରି ରହିଲେ l ରାଜ କୁମାରୀ ଅମ୍ରିତା ମଧ୍ୟ ଆଗ ଠାରୁ ଆହୁରି ସୁନ୍ଦରୀ ଦେଖା ଗଲେ l
ଏହିପରି କିଛି ଦିନ ବିତିଗଲା l ରାଜା ସୌରଭ କୁମାର ଓ ରାଜ କୁମାରୀ ଅମ୍ରିତା ସେହି କୁଟରୀ ମଧ୍ୟରେ ଥିବା ବେଳେ ରାଜା ଥରେ ବାହାରକୁ କୌଣସି କାର୍ଯ୍ୟରେ ବାହାରି ଗଲେ l ଠିକ ଏହି ସମୟରେ ମହାରାଷ୍ଟ୍ରର ରାଜା ଓ ଯୁବରାଜ ବନ ଭ୍ରମଣରେ ଯାଉଥିବା ସମୟରେ ସେମାନେ ରାସ୍ତାରେ ଅଟକି ଗଲେ l ପତ୍ର କୁଡ଼ିଆ ମଧ୍ୟରେ ଅମ୍ରିତା କୁମାରୀଙ୍କୁ ଦେଖି ମହାରାଷ୍ଟ୍ରର ରାଜ କୁମାର ବିସ୍ମିତ ହୋଇଗଲେ l ଉଭୟଙ୍କର ଦେଖା ସାକ୍ଷାତରେ ଅତୀତର କଥାକୁ ମନେ ପକାଇ ରାଜ କୁମାରୀ ଅମ୍ରିତା କହିଲେ – ମୋତେ ଜଣେ ଭୃତ୍ୟ ଆଣି ଏଠାରେ ରଖିଛି l ତୁମର ଯଦି ମୋ ପ୍ରତି ଲୋଭ ଅଛି ତ ମୋତେ ଏଠାରୁ ନେଇ ପଳେଇ ଚାଲ l