Sri Kshetra Parikrama Kabita

Sri Kshetra Parikrama Kabita

Facebook
WhatsApp
Telegram

Sri Kshetra Parikrama is a spiritual pilgrimage that takes pilgrims through the holy land of Odisha, India. The pilgrimage includes visits to many important temples and shrines, including the Jagannath Temple in Puri, the Lingaraj Temple in Bhubaneswar, and the Ananta Basudev Temple in Cuttack.

ଶ୍ରୀକ୍ଷେତ୍ର ପରିକ୍ରମା – Sri Kshetra Parikrama Kabita

(ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭଵଃ ତୁମେ )

ତମେ ଚାହିଁଲ ବୋଲି ଚକାଆଖି
ତମେ ଚାହିଁଲ ବୋଲି ଚକାଆଖି
ଶ୍ରୀକ୍ଷେତ୍ର ପାଇଲା ନୂଆ ଉପମା l

ଲାଗେ ଚାରି ଧାମ ସାଥେ ବୁଲୁଛି ଆଜି
ଲାଗେ ଚାରି ଧାମ ସାଥେ ବୁଲୁଛି ଆଜି
କରୁଛି ଯେବେ ମୁଁ ତୁମ ପରିକ୍ରମା l

ଆଜି ସେଇ ବଡଦାଣ୍ଡ ଖୁସି
ଆଜି ବାଇସି ପାହାଚ ଖୁସି
ଆଜି ସିଂହ ଦୂଆର ଖୁସି
ମେଘନାଦ ପାଚେରୀ ଖୁସି l

ହେଲା ଜୀବନ ଧନ୍ୟ
ଲଭିଲି ପୁଣ୍ୟ
ହେବି ମୁଁ ବୈକୁଣ୍ଠ ଗାମୀ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଯୁଗ ଯୁଗରୁ ଯାହା ସପନ ଥିଲା
ସେଇ ଦିବ୍ୟ ପରିକ୍ରମା ପୁରଣ ହେଲା ,
ଯେଉଁ ପଥେ ସାଧୁସନ୍ଥ ଚାଲୁଥିଲେ ଦିନେ
ସେଇ ପଥେ ପାଦ ପଡ଼ି ଦୁଃଖ ମୋ ଗଲା l

ଯୁଗ ଯୁଗରୁ ଯାହା ସପନ ଥିଲା
ସେଇ ଦିବ୍ୟ ପରିକ୍ରମା ପୁରଣ ହେଲା ,
ଯେଉଁ ପଥେ ସାଧୁସନ୍ଥ ଚାଲୁଥିଲେ ଦିନେ
ସେଇ ପଥେ ପାଦ ପଡ଼ି ଦୁଃଖ ମୋ ଗଲା l

ଆଜି ରାଜା ଇନ୍ଦ୍ରଦ୍ୟୁମ୍ନ ଖୁସି
ଆଜି ଶ୍ରୀନୀଳଚକ୍ର ଖୁସି
ଆଜି ପତିତ ପାବନ ଖୁସି
ମେଘନାଦ ପାଚେରୀ ଖୁସି l

ଆଜି ଆହା କି ଭାଗ୍ୟ
ଫିଟିଛି ଯୋଗ
ହେବି ମୁଁ ଦିବ୍ୟଗାମୀ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଶ୍ରୀମନ୍ଦିର ପରିକ୍ରମା ମୁକ୍ତିର ପଥ
ସେଇ ପଥେ ଉଭା ସ୍ଵୟଂ ଶ୍ରୀଜଗନ୍ନାଥ,
ଧର୍ମ ଅର୍ଥ କାମ ମୋକ୍ଷ ବୈକୁଣ୍ଠଗାର
ଦରଶନେ ରୋଗ ଶୋକ ହୁଅଇ ଦୂର l

ଶ୍ରୀମନ୍ଦିର ପରିକ୍ରମା ମୁକ୍ତିର ପଥ
ସେଇ ପଥେ ଉଭା ସ୍ଵୟଂ ଶ୍ରୀଜଗନ୍ନାଥ,
ଧର୍ମ ଅର୍ଥ କାମ ମୋକ୍ଷ ବୈକୁଣ୍ଠଗାର
ଦରଶନେ ରୋଗ ଶୋକ ହୁଅଇ ଦୂର l

ଆଜି ଚାରି ଦୁଆର ଖୁସି
ଆଜି ନୀଳାଚଳ ଧାମ ଖୁସି
ଆଜି ଓଡିଶା ମାଟି ଖୁସି
ଖୁସି ଆଜି ଜଗତ ବାସୀ l

ସେଇ ଦିବ୍ୟ ରେଣୁ ବୋଳି ମଥାରେ
ହେବି ମୁଁ କୈବଲ୍ୟକାମୀ….. l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ହେ ବିଶ୍ବବିହାରୀ ବିଶ୍ବ ଜନ ପାଇଁ ସାହାଣ ଦେଇଛ ମେଲି
ତୁମ ଦରଶନେ ତୃପ୍ତ ହୁଏ ମନ ଜାତି ଭାଦା ଭେଦ ଭୁଲି ,
ତୁମ ଆଖିରେ ତ ସଭିଏଁ ସମାନ ତୁମେ ତ ସବୁରି ଦିଅଁ
ବରଷକୁ ଥରେ ମନ୍ଦିରୁ ବାହାରି ତୁମେ ଦରଶନ ଦିଅ l

ତୁମ ପରସରେ ନାଥ
ଧନ୍ୟ ହୁଏ ଦିବ୍ୟ ପଥ l

ତୁମ ପରସରେ ନାଥ
ଧନ୍ୟ ହୁଏ ଦିବ୍ୟ ପଥ l

ସେହି ପରିକ୍ରମା ପଥ
ଯୁଗ ଯୁଗ ଯାଏ
କରିଥିବ ଅନୁଗାମୀ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

ଜୟ ଜଗନ୍ନାଥ ସ୍ଵାମୀ
ନୟନ ପଥଗାମୀ
ଭଵଃ ତୁମେ l

Leave a Comment

You cannot copy content of this page