Kotha Bhoga Khia – Odia Bhajan by Bhikari Bal | Lyrics

Kotha Bhoga Khia lyrics

Kotha Bhoga Khia – Odia Bhajan by Bhikari Bal | Lyrics

Facebook
WhatsApp
Telegram

Listen to the soulful Odia Bhajan “Kotha Bhoga Khia” sung by the legendary Bhikari Bal. Check out the full lyrics, music details, and production credits.

କୋଠଭୋଗ ଖିଆ – ଭିକାରୀ ବଳଙ୍କ ଓଡ଼ିଆ ଭଜନ | ଗୀତ ଏବଂ ସଙ୍ଗୀତ

କୋଠଭୋଗ ଖିଆ, ମୋ ଚକାଆଖିଆ
ଉଠ ହେ ପହୁଡ଼ ଭାଙ୍ଗି
ଉଠ ହେ ପହୁଡ଼ ଭାଙ୍ଗି
ପଣ୍ଡା ପଡ଼ିହାରି କରନ୍ତି ଗୁହାରୀ
ହେବାକୁ ଚନ୍ଦନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠଭୋଗ ଖିଆ

ତୁଳସୀର ମାଳ, ଦୟଣାର ଚୂଳ
ଉଭା ଘେନି ଦେବଦାସୀ
ଉଭା ଘେନି ଦେବଦାସୀ
ବଡ଼ ସିଂହାରକୁ, ବୁଢ଼ା ସିଂହାରୀ ଯେ
ଉଭା ହୋଇଲେଣି ଆସି
ମଣିମା-ମଣିମା ଡାକ ପଡ଼ୁଅଛି
ଛାମୁ ଦରଶନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠଭୋଗ ଖିଆ

ନିଦା ପଥର ହେ ନିଦକେ ଶୋଇଲ
ଷାଠିଏ ପଉଟି ଖାଇ
ଷାଠିଏ ପଉଟି ଖାଇ
ଅନାଥ ଜନଙ୍କ ଡାକ ନ ଶୁଣୁଛ
ଜଗତର ନାଥ ହୋଇ
ଆରତି ବେଳ ଯେ ଗଡ଼ି ଯାଉଅଛି
ଉଠ ହେ ଛପନ ଭୋଗୀ
ହେବାକୁ ଚନ୍ଦନ ଲାଗି
କୋଠଭୋଗ ଖିଆ

ପତିତପାବନ ବାନା ଉଡ଼ାଉଛ
ପତିତ ଉଦ୍ଧାର ପାଇଁ
ପତିତ ଉଦ୍ଧାର ପାଇଁ
ମୁଁ ଜଣେ ପତିତ କାନ୍ଦି-କାନ୍ଦି ମରେ
ମୋ ଡାକ କି ଶୁଭୁ ନାହିଁ
ଏଡ଼େ ବଡ଼ ପଣ ବୋହିଅଛ ପ୍ରଭୁ
କୂହ ତେବେ କାହା ଲାଗି
ଉଠ ହେ ପହୁଡ଼ ଭାଙ୍ଗି

Song Credits

  • Song: Kotha Bhoga Khia
  • Singer: Bhikari Bal
  • Music Director: Balakrishna Das
  • Lyrics: Khirod Chandra Pothal
  • Music Label: Bhikari Bal Foundation
  • Genre: Odia Bhajan
  • Producer: Bhikari Bal
  • Channel Manager: Kalachand Beuria
  • Contact: 8946082700

ତୁ ପୁଣ୍ୟ ଦାରୁଟିଏ | Tu Punya Daru Tie Odia Song Lyrics

Ananta Satya Bandhutwa Pachisi Story

Leave a Comment

You cannot copy content of this page