Intelligence is Greater than Knowledge Odia Story | Free PDF

Intelligence is Greater than Knowledge Odia Story

Intelligence is Greater than Knowledge Odia Story | Free PDF

Facebook
WhatsApp
Telegram

Intelligence is Greater than Knowledge Odia Story: A story of intelligence and knowledge in a modern-day society.

ବିଦ୍ୟା ଠାରୁ ବୁଦ୍ଧି ବଡ

ନୁନ୍ଦର ବୋଲି ଗୋଟିଏ ଗ୍ରାମ ଥିଲା l ସେହି ଗ୍ରାମଟି ବ୍ରାହ୍ମଣ ଶାସନିଆ ପଣ୍ଡା ବ୍ରାହ୍ମଣମାନେ ବାସ କରନ୍ତି l ସେହି ଗ୍ରାମର ଚାରିଜଣ ଅତି ସାଙ୍ଗ ଥିଲେ l ସେମାନଙ୍କ ମଧ୍ୟରୁ ତିନିଜଣ ସିନା ସବୁ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ ହେଲେ ବୁଦ୍ଧି ତାଙ୍କର କମ ଥିଲା l ଏମିତି ଦିନେ ଚାରିସାଙ୍ଗ ଯାକ ବିଚାର କଲେ ଯେ ଆମେ ଆଉ ଏ ଗ୍ରାମରେ ରହି କ’ଣ କରିବା l ଉପାସ ଭୋକରେ ସମୟ ବିତାଇବା ଠାରୁ ଚାଲ ଆମେ ଚାରିଜଣଯାକ ବିଦେଶ ଯାଇ ଧନ ରୋଜଗାର କରିବା l

ଏପରି ବିଚାର ବିମର୍ଶ ଚାରିଜଣଙ୍କ ମଧ୍ୟରେ ହେଲା l ସେମାନେ ସାଥୀ ହୋଇ ବିଦେଶ ବାହାରିଲେ l ଚାଲିବା ମାର୍ଗରେ ଅନ୍ୟ ସାଙ୍ଗ ଜଣକ ପଛରେ ପଡିଯାଇଥିବା ଦେଖି ତିନି ପଣ୍ଡିତ ସାଙ୍ଗ ବିଚାର କଲେ ସେଇଟାର ତ ଶାସ୍ତ୍ରରେ ପାଣ୍ଡିତ୍ୟ ନାହିଁ l ହେଲେ ଆମ ତୁନିଜଣଙ୍କ ପାଣ୍ଡିତ୍ୟ ବଳରେ ସେ ରୋଜଗାର କରିବ, ହେଲେ ଆମେ ଅଯଥାରେ କାହିଁକି ତାକୁ ଧନ ଦେବା ? ସେମାନଙ୍କ ମଧ୍ୟରୁ ଜଣେ କହିଲା, ଆରେ ସେତ ଦୂରର କଥା l ଆଗେ ଆମେ କି ରୋଜଗାର କରୁଛେ ଦେଖ l ତା ‘ପରେ ଯାଇ ସିନା ଅନ୍ୟ କଥା l ନଈ ନ ଦେଖୁଣୁ ଲଙ୍ଗଳା ହେବା କଥା ତ ଶାସ୍ତ୍ର ବିରୋଧ ବୋଲି ଜାଣ l ତେବେ ସେ ଯେତେ ହେଲେ ଆମର ସାଙ୍ଗ l ତା ‘ ପ୍ରତି ଏପରି ଅନ୍ୟାୟ କରିବା ଅପେକ୍ଷା ତାକୁ ବରଂ ଦୂରେଇ ଦେବା ଉଚିତ l ଆମେ ତ ତାହା କାଟିନାହୁଁ l

ଏପରି କଥାବାର୍ତ୍ତା ମଧ୍ୟରେ ସେମାନେ ଅନେକ ମାର୍ଗ ଅତିକ୍ରମ କରିବା ମଧ୍ୟରେ ସେମାନେ ଗୋଟିଏ ସିଂହର ଅସ୍ଥି ଗୁଡିକ ଦେଖି ନିଜର ଶାସ୍ତ୍ରର କରାମତିକୁ ପ୍ରମାଣ କରିବାକୁ ଯାଇ ହାଡଗୁଡିକୁ ଖଞ୍ଜି ଏକାଠି କରିଦେଲେ l ତା ‘ ପରେ ସେମାନଙ୍କ ମଧ୍ୟରେ ଜଣେ ସାଙ୍ଗ ଥିଲା ସେ ସେଇ ଅସ୍ଥି ଗୁଡିକ ଉପରେ ସିଂହର ଛାଲଟିକୁ ପିନ୍ଧାଇ ଦେଲା l ତାଙ୍କ ମଧ୍ୟରେ ଆଉ ଜଣେ ସାଙ୍ଗ କହିଲା ଦେଖ ମୁଁ ମୋର ବିଦ୍ୟା ବଳରେ ସିଂହକୁ ଜୀବଦାନ ଦେଇଦେବି l

ସମସ୍ତଙ୍କ ସହିତ ଥାଇ ଏ ସମସ୍ତ କଥାକୁ ଚତୁର୍ଥ ସାଙ୍ଗ ଦେଖୁଥିଲା l ସେ ସଙ୍ଗେ ସଙ୍ଗେ କହିଲା କିରେ ତୁମେମାନେ ପାଗଳ ହୋଇଗଲ ନା କ’ଣ ? ଯଦି ସେ ସିଂହ ଜୀବନ ପାଇଲା ତାହେଲେ ତ ସେ ପ୍ରଥମ ଆମକୁ ଖାଇଯିବ l ତୃତୀୟ ସାଙ୍ଗଟି ଅତି ଅହଂକାର ଦେଖାଇ ଚତୁର୍ଥ ସାଙ୍ଗକୁ କହିଲା ଆରେ ତୁ ତ ଗୋଟିଏ ମୂର୍ଖ l ଆରେ ଶାସ୍ତ୍ରରୁ ଆମେ ଯେଉଁ ତାର କରାମତି କଥା ତୋତେ କଣ ଜଣା କିରେ ? କେବଳ ଏବେ ତୁ ମୋ ବିଦ୍ୟାର କରାମତି ଦେଖ l

ଏକଥା ଶୁଣି ଚତୁର୍ଥ ସାଙ୍ଗଟି କହିଲା ଭଲ କଥା l ମୁଁ ତ ଗୋଟିଏ ମୂର୍ଖ l ତୁମେମାନେ ଯଦି ବୁଦ୍ଧିରେ ପାରଙ୍ଗମ ତାହାହେଲେ ରହ ମୁଁ ଆଗ ବୃକ୍ଷକୁ ଚଢିଯାଏ l ତାପରେ ତୁ ତୋର ଶାସ୍ତ୍ରକୁ ପରୀକ୍ଷା କରିବୁ l ଏହାକହି ଚତୁର୍ଥ ସାଙ୍ଗଟି ସଙ୍ଗେ ସଙ୍ଗେ ମାର୍ଗ ପାର୍ଶ୍ୱରେ ଥିବା ଉଚ୍ଚ ବୃକ୍ଷକୁ ଚଢ଼ିଗଲା l ତହିଁ ସଙ୍ଗେ ସଙ୍ଗେ ସିଂହଟି ଜୀବନ ପାଇ ତିନିଜଣ ସାଙ୍ଗକୁ ଖାଇଦେଲା, ଓ ଜଙ୍ଗଲ ମଧ୍ୟକୁ ପଳାଇଗଲା l କିନ୍ତୁ ଚତୁର୍ଥ ସାଙ୍ଗଟି ବୁଦ୍ଧିଆ ଥିବାରୁ ବୃକ୍ଷକୁ ଚଢିଯାଇ ନିଜର ପ୍ରାଣ ରକ୍ଷା କଲା l କିନ୍ତୁ ସେ ଘରକୁ ଫେରିବା ସମୟରେ ନିର୍ବୁଦ୍ଧିଆ ସାଙ୍ଗ ତିନିଜଣଙ୍କ କଥା ମନେ ପକାଇ ଖୁଵ ଦୁଃଖ କଲା l

Intelligence is Greater than Knowledge Odia Story PDF

Intelligence is Greater than Knowledge Odia Story, Intelligence is Greater than Knowledge Odia Story , Intelligence is Greater than Knowledge Odia Story , Intelligence is Greater than Knowledge Odia Story , Intelligence is Greater than Knowledge Odia Story

Jobalert360.com

Leave a Comment

You cannot copy content of this page