Delu Mate Mahasiksha Poem Lyrics | ପୁରୁଣା ୪ର୍ଥ ଶ୍ରେଣୀ କବିତା ଦେଲୁ ମୋତେ ମହାଶିକ୍ଷା

Delu Mate Mahasiksha Poem Lyrics

Delu Mate Mahasiksha Poem Lyrics | ପୁରୁଣା ୪ର୍ଥ ଶ୍ରେଣୀ କବିତା ଦେଲୁ ମୋତେ ମହାଶିକ୍ଷା

Facebook
WhatsApp
Telegram

ଖୋଜୁଛନ୍ତି କି ପୁରୁଣା ପ୍ରାଥମିକ ବିଦ୍ୟାଳୟର କବିତା ‘ଦେଲୁ ମୋତେ ମହାଶିକ୍ଷା’? Get the complete lyrics of the famous 4th-class Odia poem Delu Mate Mahasiksha here.

Delu Mate Mahasiksha Poem Lyrics

ପଞ୍ଜାବ କେଶରୀ ରଣଜିତ ସିଂହ

ଅଶ୍ବ ଝପଟାଇ ଥରେ

ଦଳ ବଳ ଘେନି ଯାଉଥିଲେ କାହିଁ

ଜନ ହିନ ପଥ ପରେ

ସହସା ଫିଙ୍ଗିଲା ଢେଲା ଟିଏ କିଏ

ସତେ ଅବା ଲକ୍ଷ୍ୟକରି

ରାଜା ରଣଜିତ କପାଳେ ବାଜିଲା

ରୁଧିର ପଡିଲା ଝରି

ଓଲ୍ହାଇ ପଡିଲେ ସଇନ ସାମନ୍ତ

ମନ୍ତ୍ରୀ ପରିଷଦ ଜନ

ନ ସ୍ଫୁରିଲା କଥା କାହାରି ବଦନୁ

ବ୍ୟାକୁଳ ସଭିଙ୍କ ମନ

ଓଲ୍ହାଇ ପଡିଲେ ରାଜା ରଣଜିତ

ତ୍ୱରିତେ ଲଗାମ କଷି

ନ ଦିଶିଲା ତାଙ୍କୁ କେଉଁ ଆଡେ କିଛି

ପଥ ପରେ ଗଲେ ବସି

ଆଦେଶିଲେ ମନ୍ତ୍ରୀ କିଏସେ ଦୁର୍ମତି

ଖୋଜିଲେ କୋପରେ ଅତି

ତୋଟା ଗହଳରୁ ନାରୀ ଟିଏ ଧରି

ଆଣିଲେ ରାଜନ କତି

କେଡେ ତୋ ସାହାସ କହିଲେ ସଚିବ

ନିଆଁ ରେ କରିଲୁ ଖେଳା

ଚିହ୍ନି ନାହୁଁ କି ତୁ ରାଜା ରଣଜିତ

ମାରିଲୁ ତାହାଙ୍କୁ ଢେଲା

କାକୁସ୍ଥ ରେ ଅତି କହିଲା ନାରୀ ଟି

ଶୁଣ ମୋ ଗୁହାରି ଥରେ

ତିନି ଦିନ ହେଲା ଉପାସେ ପିଲା ମୋ

ଗଡଇ କତରା ପରେ

ମାଗି ଯାଚି ବୁଲି ପାଇଲି ନି କାହିଁ

ଖୁଦ ମଳୁଖ ରୁ ପୋଶେ

ଆସିଥିଲି ଧାଇଁ ଏ ଘୋର ବନସ୍ତେ

ଫଳ ମୂଳ ନେବା ଆଶେ

ଫିଙ୍ଗିଲି ଟେକା ମୁଁ ଫଳକୁ ଗଛରେ

ସିଏ ତ ହେଲା ମୋ କାଳ

ଫଳରେ ନ ବାଜି ରାଜା କପାଳରେ

ଲେଖିଲା ରକତ ଗାର

ରକତ ଗାର ଏ ନୁହଁଇ ମାଆଲୋ

ଏତ ମୋ ମଥାର ଟୀକା

ରଣଜିତ ସିଂହ କହିଲେ ଆବେଗେ

ଦେଲୁ ମୋତେ ମହା ଶିକ୍ଷା

ଫିଟାଇଲୁ ଆଖି ବୁଝିଲି ଆଜି ମୁଁ

ବୃଥା ରାଜପଣ ସିନା

ପ୍ରଜା ଯେବେ ମରେ ପଲ୍ଲୀ ପୁରେ କାହିଁ

ଅନ୍ନ ମୁଠିକର ବିନା

ବିସ୍ମୟେ ଅନାଇ ଭାଳିଲେ ସଚିବ

ଏ କି ବା ବିଚାର ନୀତି

ଦୋଷ କରି ରାଜା ପାରେନାହିଁ ଦଣ୍ଡ

ଦୋଷୀ ହୁଏ ନରପତି

କ୍ଷଣ ପରେ ପୁଣି ବୀର ରଣଜିତ

କହିଲେ ମନ୍ତ୍ରୀ ଙ୍କୁ ଚାହିଁ

ଜଣାଅ ତୁରିତେ ମୋ ରାଜ୍ୟରେ ଅଛି

ଅନାହାରେ କିଏ କାହିଁ

ଅଭାବ କଷଣ ନ ଘୁଞ୍ଚିଲେ ଦେଶୁ

ଜନମିବେ କାହିଁ ବୀର

କିଏ ତେବେ ଆଉ ଜନମ ଭୂଇଁର

ଉନ୍ନତ ରଖିବ ଶିର

ଦେହେ ଦେହେ ଶକ୍ତି ସଞ୍ଚାର ପାଇଁ କି

ଧରିଛି ହାତେ ମୁଁ ଅସ୍ତ୍ର

ଦିଅ ଏ ନାରୀ କୁ ଯେତେ ପାର ଧନ

ଯେତେ ପାର ଅନ୍ନ ବସ୍ତ୍ର

ମଝିରେ ଏକ ପଦ ଛାଡି ଯାଇଛି ମନେ ପଡିଲାନି

ପଶି ଯାଇଛି ତା କୋରଡ ରେ ଆଖି

ବହି ପଡେ ଅଶୃ ଜଳ

ଫୁଙ୍କି ଦେଲେ କାହିଁ ଉଡିଯିବ ତା’ର

କୁଟା କ୍ଷିଅ କର ବଳ

Delu Mote Mhasikhya Poem

Leave a Comment

You cannot copy content of this page