Best Odia Nitibani Quotes: There are many sites on the internet where you can find Quotes in Odia. But what we’ve found is that most of these sites don’t have any content other than life quotes. So if you’re looking for a list of Nitibani in Odia, here are some strong contenders.
Best Odia Nitibani Quotes ଓଡ଼ିଆ ନୀତିବାଣୀ
ପ୍ରେମ ଠାରୁ ତ୍ୟାଗ ବଡ଼….!!
ସୌନ୍ଦର୍ଯ୍ୟ ଠାରୁ ଚରିତ୍ର ହିଁ ବଡ଼..!!
ମାନବିକତା ହିଁ ସମ୍ପତ୍ତି ଠାରୁ ବଡ଼….!!
ଅହଂକାରୀ ଠାରୁ ଏକ ଗରିବ ବଡ଼…!!
୧ଠଠ ସ୍ୱାର୍ଥପର ବନ୍ଧୁ ଠାରୁ ଗୋଟିଏ
ସ୍ନେହୀ ବନ୍ଧୁ ବଡ଼…!!
ସମୟ କଟେଇବା ପାଇଁ
ବନ୍ଧୁତା କରନ୍ତୁ ନାହିଁ, ବରଂ
ବନ୍ଧୁଙ୍କ ସହିତ ସମୟ କଟେଇବା
ପାଇଁ ସମୟ ବାହାର କରନ୍ତୁ
“”ଧର୍ମ “”
ଧର୍ମ ଶିଖାଏ ଶାନ୍ତି, ପ୍ରେମ, ମୈତ୍ରୀ, ସହନଶୀଳତା ଓ ଏକତ୍ର ସହବସ୍ଥାନର ନୀତି l ଆଉ ଭଗବାନଙ୍କ ଦ୍ୱାରା ଦେଶରେ ପହଞ୍ଚିବା ପାଇଁ ମାର୍ଗ ପରିଦର୍ଶକ ହୋଇଥାଏ l ତେଣୁ ଖାଲି ଧର୍ମ ରେ ଦୀକ୍ଷିତ ହୋଇଗଲେ ହେବନାହିଁ, ଆପଣ ଧର୍ମକୁ କେତେ ମାତ୍ରାରେ ପାଳନ କରି ପାରିଲେ ସେଇଟା ହିଁ ବଡ଼ କଥା l
ସବୁ ପିତା ମାତା ପୁଅଟିଏ ପାଇଁ
ଆଶା ବାନ୍ଧିଥାନ୍ତି l
କାରଣ –
ପୁ -ପୂଜା କରିବ l ଗଡ଼ିଗଲା
ବୟସରେ ଠାକୁର ଦିଅଁ ଦେବତାଙ୍କୁ…..!
ଅ – ଅନ୍ତିମ କାଳରେ ତୁଣ୍ଡରେ ଟୋପାଏ ପାଣି ଦେବ l ଅନ୍ତିମ ସଂସ୍କାର କରିବ l
ନାରୀ ଶୁଦ୍ଧ ପବିତ୍ର ରହିଲେ,
ଆଚରଣ ଠିକ ରହିଲେ,
ଲକ୍ଷ୍ମୀ ବିରାଜମାନ କରନ୍ତି l
ତେଣୁ କୁହାଯାଏ,
ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ଡିତ ll
କୌଣସି ମନୁଷ୍ୟର ବର୍ତ୍ତମାନର ଅବସ୍ଥା ଦେଖି
ତାର ଭବିଷ୍ୟତକୁ ଉପହାସ କରିବା ଠିକ ନୁହେଁ
କାହିଁକି ନା !
ଭବିଷ୍ୟତର ଏପରି ଶକ୍ତି ରହିଛି, ସେ ଗୋଟିଏ
କୋଇଲାକୁ ମଧ୍ୟ ସୁନାରେ ପରିଣତ କରିପାରିବ l
ଯେଉଁ ଧନ ଅତି କଷ୍ଟରେ ମିଳିବ,
ଧର୍ମ ତ୍ୟାଗ କରିବା ଦ୍ୱାରା ମିଳିବ
ଶତ୍ରୁ ମାନଙ୍କ ଆଗରେ ନଇଁବା ଦ୍ୱାରା ମିଳିବ
ସେହି ପ୍ରକାର ଧନ ପ୍ରାପ୍ତିର
ଇଚ୍ଛା ନରଖିବା ଦରକାର ll
ହୋଇଥାଉ ପୁଅ ପଛେ
କେମ୍ପା, କୋଜା, କଣା l
ମାଆ କେବେ କରେନାହିଁ
ସ୍ନେହ, ମମତାରେ ଉଣା ll
ଚିରି ଦେଇ ନିଜ ବକ୍ଷ
କରାଏ ସେ କ୍ଷୀର ପାନ l
ଜୀବନରେ କେବେ ସୁଜି
ହୁଏନା ମାଆର ଋଣ ll
ଦୀପ ମାଟିରେ ହେଉ କି ସୁନାର,
ସେଇଟା ମହତ୍ୱପୂର୍ଣ ନୁହେଁ ;
ଏହା କେତେ ପରିମାଣର ସ୍ଥାନକୁ
ଆଲୋକିତ କରୁଛି ତାହା ମହତ୍ୱପୂର୍ଣ l ସେହିପରି ମଣିଷ ଗରିବ ହେଉ କି ଧନୀ, ତାହା ମହତ୍ୱପୂର୍ଣ୍ଣ ନୁହଁ, ସୁନ୍ଦର ବ୍ୟବହାର ସବୁଠୁ ମହତ୍ୱପୂର୍ଣ ll
ପକେଟ ରେ ପଇସା ନ ଥାଉ
ଆତ୍ମସମ୍ମାନ ଥିବ ଜରୁରୀ
ମୁଣ୍ଡରେ ବୁଦ୍ଧି ନ ଥାଉ
ବିବେକ ଥିବ ଜରୁରୀ
ଜ୍ଞାନୀ ହୋଇ ନ ଥାଅ
ଦାନୀ ହେବ ଜରୁରୀ
ବଡ଼ଲୋକ ହୋଇ ନ ଥାଅ
ହୃଦୟ ବଡ଼ ହେବା ଜରୁରୀ
କେବଳ ମଣିଷ ହେଲେ ହେବନି
ସୁନ୍ଦର ମାନସିକତା ରହିବା ଜରୁରୀ
ll
ଜୀଵନର ଖରାପ ସମୟରେ ସବୁ ଅନେକ କିଛି ଶିଖାଏ…..
ଏକା ରହିବା ଶିଖାଏ
ସାହସୀ ହବାକୁ ଶିଖାଏ
ଧର୍ଯ୍ୟଶୀଳ ହବାକୁ ଶିଖାଏ
ପ୍ରତିକୂଳ ପରିସ୍ଥିତିକୁ ମାନେଇ
ନବାକୁ ଶିଖାଏ
ଶକ୍ତିଶାଳୀ ହବାକୁ ଶିଖାଏ
ଆଉ ମଣିଷ ଚିହ୍ନିବାକୁ ଶିଖାଏ….
ସମ୍ପର୍କରେ ଯେତେ ମନ ମାଳିନ୍ୟ ହେଲେ ମଧ୍ୟ ସମ୍ପର୍କ କାଟିବା ଅନୁଚିତ l କାରଣ ଯେତେବେଳେ ଆମର ଆଙ୍ଗୁଳିରେ ନଖ ବଢିଥାଏ, ଆମେ ନଖକୁ ହିଁ କାଟିଥାଉ, ଆଙ୍ଗୁଳିକୁ ନୁହେଁ ll
ଜୀଵନ ବଦଳେଇବା
ପାଇଁ ଲଢ଼ିବାକୁ ପଡିଥାଏ,
ସହଜ କରିବା ପାଇଁ
ବୁଝେଇବାକୁ ପଡିଥାଏ ll
ତିନିଟି ଜିନିଷ ଜୀବନରେ
ପୁନର୍ଲାଭ କରିହେବନି
ମୁହୂର୍ତ୍ତ :- ହରାଇବା ପରେ
ଶବ୍ଦ :- କହିବା ପରେ
ସମୟ :- ବିତିଗଲା ପରେ.,..
ଗୋଟିଏ ସୁନ୍ଦର ହୃଦୟ,
ହଜାରେ ସୁନ୍ଦର ଚେହେରାକୁ
ପଛରେ ପକାଇ ଦେଇପାରେ !
ତେଣୁ ଜୀବନରେ ଏମିତି
ଲୋକଙ୍କୁ ବାଛନ୍ତୁ ଯେଉଁ
ମାନଙ୍କ ହୃଦୟ , ଚେହେରା
ଠାରୁ ସୁନ୍ଦର ହୋଇଥିବ…..
ଯୋଉ ବ୍ୟକ୍ତି ଶରୀରରେ ଦୁର୍ବଳ କିନ୍ତୁ ମନର ଶାନ୍ତିରେ ଶକ୍ତିଶାଳୀ ଥାଏ
ତାକୁ ଦୁନିଆର କୋଉ ବଳ ହରାଇ ନଥାଏ…..
ଯେତେବେଳ ଯାଏ ତୁମେ
ନିଜକୁ ବିଶ୍ୱାସ କରିନ
ସେ ପର୍ଯ୍ୟନ୍ତ ତୁମେ ଭଗବାନ ଙ୍କ ବି
ବିଶ୍ୱାସ କରି ପାରିବନି ll
କଷ୍ଟ ଦେଇଥିବା ଲୋକ କୁ
ଭୁଲିଯାଇପାର କିନ୍ତୁ କଷ୍ଟ ସମୟରେ ଯିଏ ଆପଣଙ୍କ ପାଖରେ ଥିଲା ତାଙ୍କୁ କେବେ ଭୁଲନ୍ତୁ ନାହିଁ ll
ନିଜ ମା – ବାପା ଚରଣରେ
ଏତେ ଶକ୍ତି ଅଛି ତୁମେ
ଯେତେ ଅଧିକ ନଇଁବ
ଜୀବନରେ ସେତେ ଅଧିକ
ଉପରକୁ ଉଠିବ ll
ମଣିଷ କୁହେ
ମନ୍ଦିରକୁ ଭଙ୍ଗା ଜିନିଷ
ନିଅନ୍ତି ନାହିଁ
ହେଲେ ମଣିଷ ନିଜେ ଭାଙ୍ଗି
ମନ୍ଦିରକୁ କାହିଁ ଯାଏ ll
ସମୟ କଟେଇବା ପାଇଁ
ବନ୍ଧୁତା କରନ୍ତୁ ନାହିଁ, ବରଂ
ବନ୍ଧୁଙ୍କ ସହିତ ସମୟ କଟେଇବା
ପାଇଁ ସମୟ ବାହାର କରନ୍ତୁ ll
ସାଙ୍ଗରେ ରହିକି ଯିଏ
ଛଳ କରେ ତାହାଠୁ ବଡ଼
ଶତ୍ରୁ କେହି ନାହିଁ
ମୁହଁ ଆଗରେ ଯିଏ
ତୁମର ଖରାପ ଗୁଣ କହେ
ତାହାଠୁ ବଳି କେହି
ମିତ୍ର ନାହିଁ ll
ପାଣି ନିଜର ସମ୍ପୂର୍ଣ ଜୀଵନ ଦେଇ ବୃକ୍ଷକୁ ବଡ଼ କରିଥାଏ,
ଏଥିପାଇଁ ବୋଧେ ପାଣି କାଠକୁ
କେବେ ବୁଡିବାକୁ ଦେଇ ନ ଥାଏମା ବାପାଙ୍କର ବି ଏମିତି ସିଦ୍ଧାନ୍ତ ଅଟେ ll
ଥରେ ଜଣେ ସାଧୁଙ୍କୁ ପଚାରିଲି
କି ଆପଣ ଧନ ଅପେକ୍ଷା ଜ୍ଞାନ ଅର୍ଜନ
କୁ କାହିଁକି ପସନ୍ଦ କରନ୍ତି…..?ଆଉ ସେ ଉତ୍ତର ରେ ବହୁତ ସୁନ୍ଦର
କଥାଟିଏ କହିଲେ….ଜ୍ଞାନ ସର୍ବଦା ଧନଠାରୁ ଉତ୍ତମ ଅଟେ
କାରଣ ଧନକୁ ସର୍ବଦା ମନୁଷ୍ୟ ରକ୍ଷା କରେ
କିନ୍ତୁ ଜ୍ଞାନ ସର୍ବଦା ମନୁଷ୍ୟକୁ ରକ୍ଷା କରେ ll
” କ୍ରୋଧ ” ବୁଦ୍ଧିକୁ ଖାଏ
” ଅହଂକାର ” ମନକୁ ଖାଏ
” ଚିନ୍ତା ” ବୟସକୁ ଖାଏ
” ଲାଞ୍ଚ ” ମଣିଷ ପଣିଆକୁ ଖାଏ
” ଲୋଭ ” ସ୍ୱାଭିମାନକୁ ଖାଏ
ଆଉ
” ଜିଦି ” ସମ୍ମାନକୁ ଖାଏ lଚେଷ୍ଟା କରି ଏସବୁଠୁ ଦୂରେଇ ରହିଲେ ମଣିଷ ସୁଖଶାନ୍ତିରେ ଜୀଵନ ଯାପନ କରିଥାଏ l
ଚଢେଇଟିଏ ବଞ୍ଚିଥିଲା ବେଳେ ପିମ୍ପୁଡିକୁ ଖାଦ୍ୟଭାବେ ଗ୍ରହଣ କରେ…
ଚଢେଇର ମୃତ୍ୟୁ ହେଲାପରେ ପିମ୍ପୁଡିଟି ଏହାକୁ ଖାଦ୍ୟ ଭାବେ ଗ୍ରହଣ କରେ l
ପରିସ୍ଥିତି ପରିବେଶ କେତେବେଳେ ବି ବଦଳି ଯାଇ ପାରେ….ଏଣୁ କେବେ କାହାକୁ ଘୃଣା
କିମ୍ବା ଛୋଟ ଭାବନ୍ତୁ ନାହିଁ
ତୁମେ ଆଜି ଶକ୍ତିଶାଳୀ ହୋଇଥାଇପାର କିନ୍ତୁ ସମୟ ତୁମଠାରୁ ବହୁତ ଶକ୍ତିଶାଳୀ
ଯଦି ତୁମେ କିଛି ଭୁଲ କରିନ
ତେବେ କିଛି ପ୍ରମାଣ କରିବାକୁ ଚେଷ୍ଟା କରନାହିଁ, ସେମିତି ରୁହ ସମୟ ଆପେ ଆପେ ଜଣାଇ ଦେବ ଯେ ଭୁଲ କାହାର….
ଟଙ୍କା ଘର କିଣିପାରେ ହେଲେ
ପରିବାର ନୁହେଁ,
ଟଙ୍କା ଶେଯ କିଣିପାରେ ହେଲେ
ନିଦ ନୁହେଁ,
ଟଙ୍କା ଘଡି କିଣିପାରେ ହେଲେ
ସମୟ ନୁହେଁ ,
ଟଙ୍କା ବହି କିଣିପାରେ ହେଲେ
ଜ୍ଞାନ ନୁହେଁ ,
ଟଙ୍କା ବନ୍ଧୁ କିଣିପାରେ ହେଲେ
ଭଲପାଇବା ନୁହେଁ ll
ଆଖୁ ଅତ୍ୟନ୍ତ ମିଠା
କିନ୍ତୁ ଫଳ ଫଳି ନଥାଏ
ଚନ୍ଦନ ଅତ୍ୟନ୍ତ ସୁଗନ୍ଧିତ,
କିନ୍ତୁ ଫୁଲ କେବେ ଫୁଟି ନଥାଏ
ପଳାଶ ବହୁତ ସୁନ୍ଦର
କିନ୍ତୁ ବାସ୍ନା ହୀନ
ଠିକ ସେହିପରି ସମସ୍ତେ ସବୁ ଗୁଣର
ଅଧିକାରୀ ହୋଇପାରି ନଥାନ୍ତି
ତେଣୁ ନିଜର ତୁଳନା
ଅନ୍ୟ କାହା ସହିତ କରନ୍ତୁ ନାହିଁ
ଭୁଲ କରିବାରେ ଦୋଷ ନାହିଁ l କିନ୍ତୁ ଭୁଲରୁ ନ ଶିଖିବାରେ ଦୋଷ ରହିଛି l
ଗୋଟିଏ ଭୁଲକୁ ବାରମ୍ବାର
ଦୋହରାଇବା ଅକ୍ଷମଣୀୟ….
Best Odia Nitibani Quotes, Best Odia Nitibani Quotes, Best Odia Nitibani Quotes, Best Odia Nitibani Quotes, Best Odia Nitibani Quotes, Best Odia Nitibani Quotes