Alibaba O Chalishi Chora ra eka romanchakara o shikshaniy Odia kahani padhantu. Alibaba kemiti rahasyamaya guha, “Khola Ja Sim Sim” ebam chalishi chora ra dhanara rahasya janila, sampurna kahani ethare padhantu.
Alibaba O Chalishi Chora
ଏକ ରୋମାଞ୍ଚକର ଏବଂ ଶିକ୍ଷଣୀୟ ଓଡ଼ିଆ କାହାଣୀ
ବହୁତ ପୁରୁଣା କଥା।ଇରାନର ଏକ ଛୋଟ ସହରରେ ଦୁଇଜଣ ସହୋଦର ଭାଇ ରହୁଥିଲେ। ବଡ଼ ଭାଇର ନାମ ଥିଲା କାସିମ , ଆଉ ସାନ ଭାଇର ନାମ ଥିଲା ଆଲିବାବା।
ବାପାଙ୍କ ମୃତ୍ୟୁ ପରେ ଦୁଇ ଭାଇ ନିଜ ନିଜ ଜୀବନର ପଥ ବାଛିନେଲେ,କିନ୍ତୁ ଦୁହିଁଜଣଙ୍କ ଭାଗ୍ୟ ସମାନ ନଥିଲା। କାସିମ ସହରର ଜଣେ ବହୁତ ଧନୀ ମହିଳାଙ୍କୁ ବିବାହ କଲା। ବିବାହ ପରେ ତା’ର ବ୍ୟବସାୟ ଦିନକୁ ଦିନ ବଢ଼ିବାକୁ ଲାଗିଲା। କିଛି ବର୍ଷ ମଧ୍ୟରେ କାସିମଙ୍କ ପାଖରେ ବଡ଼ ହାବେଳୀ, ଅନେକ ଚାକର-ଚାକରାଣୀ ଥିଲା ଏବଂ ସହରରେ ବହୁତ ସମ୍ମାନ ପାଉଥିଲା।
ଅନ୍ୟପଟେ ଆଲିବାବାଙ୍କ ଜୀବନ ଥିଲା ସରଳ ଏବଂ କଷ୍ଟରେ ପରିପୂର୍ଣ୍ଣ ଥିଲା ।ସେ ଜଣେ ଗରିବ କାଠୁରିଆଙ୍କ ଝିଅ ଫାତିମାଙ୍କୁ ବିବାହ କରିଥିଲେ । ସେମାନେ ଏକ ଛୋଟ ଘରେ ରହୁଥିଲେ। ଆଲିବାବାଙ୍କ ପାଖରେ ଥିଲା କେବଳ ତିନୋଟି ଗଧ।ପ୍ରତିଦିନ ସକାଳେ ସେ କାନ୍ଧରେ କୁରାଢ଼ି ରଖି, ତିନୋଟି ଗଧକୁ ସାଙ୍ଗରେ ନେଇ ଜଙ୍ଗଲକୁ ଯାଉଥିଲା ଏବଂ ସେଠାରୁ କାଠ କାଟି ବଜାରରେ ବିକ୍ରି କରୁଥିଲା । ସେହି ଟଙ୍କାରେ ବହୁତ କଷ୍ଟରେ ନିଜ ପରିବାରର ପେଟ ପୋଷୁଥିଲା।
କାସିମ ପ୍ରାୟତଃ ନିଜ ସାନ ଭାଇକୁ ଘୃଣା ମନେ କରୁଥିଲା ।ସେ ଭାବୁଥିଲା —”ଆଲିବାବା ତ ଜନ୍ମରୁ ଗରିବ ତା’ ଭାଗ୍ୟରେ କେବଳ କଷ୍ଟ ଆଉ ପରିଶ୍ରମ ଲେଖା ଅଛି।” କିନ୍ତୁ ଆଲିବାବା କାହିଁକି କେବେ ନିଜ ଭାଗ୍ୟକୁ ନେଇ ଅଭିଯୋଗ କରୁନଥିଲା ? 🤔 କାରଣ ତାଙ୍କ ମନରେ ଥିଲା ସନ୍ତୋଷ ଓ ଧୈର୍ଯ୍ୟରେ ପରିପୂର୍ଣ୍ଣ।
...... 🙏....
ଜଙ୍ଗଲରେ ଅଜଣା ଘଟଣା
ଦିନେ ସବୁଦିନ ପରି ଆଲିବାବା ନିଜ ତିନୋଟି ଗଧକୁ ନେଇ ଜଙ୍ଗଲର ଗଭୀର ଅଞ୍ଚଳକୁ ଯାଇଥିଲା ।ସେଦିନ ସେ ଜଙ୍ଗଲର ଏମିତି ଏକ ସ୍ଥାନରେ ପହଞ୍ଚିଲା , ଯେଉଁଠାକୁ ସେ ଆଗରୁ କେବେ ଯାଇନଥିଲା?ଚାରିଆଡ଼େ ଥିଲା ଉଚ୍ଚ ଉଚ୍ଚ ଗଛ।ଘନ ଜଙ୍ଗଲ ଏବଂ ଏକ ଅଜଣା ନିସ୍ତବ୍ଦ ଜଙ୍ଗଲ।ହଠାତ୍ ଦୂରରୁ ଘୋଡ଼ାର ଖୁର ଶବ୍ଦ ଶୁଣିବାକୁ ମିଳିଲା।ଟପ୍… ଟପ୍… ଟପ୍…। ଆଲିବାବା ଭୟଭୀତ ହୋଇଗଲା ।କିଛି ସମୟ ପରେ ଦୂରରେ ଧୂଳିର ଏକ ବଡ଼ ମେଘ ଦେଖାଗଲା।ସେ ତୁରନ୍ତ ନିଜ ତିନୋଟି ଗଧକୁ ଏକ ଗଛ ପଛରେ ଲୁଚାଇଦେଇ ଏବଂ ନିଜେ ଏକ ବଡ଼ ଗଛ ଉପରକୁ ଚଢ଼ିଗଲା ।ଗଛର ଡାଳପତ୍ର ଏତେ ଘନ ଥିଲା ଯେ ତାଙ୍କୁ ସହଜରେ କେହି ଦେଖିପାରୁନଥିଲା।ଉପରୁ ଆଲିବାବା ଯାହା ଦେଖିଲେ, ତାହା ଦେଖି ତାଙ୍କ ହୃଦୟ ଜୋରରେ ଧଡ଼କିବାକୁ ଲାଗିଲା।ପ୍ରାୟ ଚାଳିଶି ଜଣ ଘୋଡା ଉପରେ ବସି ଜଙ୍ଗଲ ଭିତରକୁ ଆସୁଥିଲେ।ପ୍ରତ୍ୟେକଙ୍କ ହାତରେ ଥିଲା ତଲୱାର ଏବଂ ଅଣ୍ଟାରେ ଥିଲା ଛୁରୀ।ସେମାନଙ୍କ ମୁହଁ ଦେଖିଲେ ହିଁ ବୁଝାଯାଉଥିଲା ଯେ ସେମାନେ ସାଧାରଣ ଲୋକ ନୁହଁନ୍ତି।ସେମାନେ ଥିଲେ ଏକ ଭୟଙ୍କର ଡକାୟତ ଦଳ।ଦୂରଦୂରାନ୍ତର କାରବାର ଲୁଟି ସେମାନେ ସେହି ଧନସମ୍ପତ୍ତିକୁ ଜଙ୍ଗଲର ଏକ ଗୁପ୍ତ ଗୁମ୍ଫାରେ ଲୁଚାଇ ରଖୁଥିଲେ।
ସେମାନଙ୍କ ସର୍ଦ୍ଦାର ଥିଲା ଲମ୍ବା ଏବଂ ବଳିଷ୍ଠ ଶରୀରର ଜଣେ ଭୟଙ୍କର ମଣିଷ।ସେ ଘୋଡ଼ାରୁ ଓହ୍ଲାଇ ଏକ ବଡ଼ ପଥର ପାହାଡ଼ ସାମ୍ନାରେ ଯାଇ ଠିଆ ହେଲା।
ଆଲିବାବା ଗଛ ଉପରେ ନିଶ୍ୱାସ ବନ୍ଦ କରି ସବୁକିଛି ଦେଖୁଥିଲା। ସର୍ଦ୍ଦାର ଉଚ୍ଚ ସ୍ୱରରେ କହିଲା —ଖୋଲ୍ ଯା, ସିମ୍ ସିମ୍!
ଏବଂ ସେହି କଥା ଶୁଣିବାମାତ୍ରେ ଅଦ୍ଭୁତ ଘଟଣା ଘଟିଲା। ଯେଉଁ ପଥରଟି ଏକ ସାଧାରଣ ପାହାଡ଼ ପରି ଦେଖାଯାଉଥିଲା, ସେହି ପଥର ଧୀରେ ଧୀରେ ସରିବାକୁ ଲାଗିଲା।ତା’ ପଛରେ ଏକ ବଡ଼ ଅନ୍ଧାର ଦ୍ୱାର ଦେଖାଦେଲା ଚାଳିଶି ଜଣ ଡକାୟତ ଘୋଡ଼ାରୁ ଲୁଟି ଆଣିଥିବା ସାମଗ୍ରୀ ଓହ୍ଲାଇ ଗୁମ୍ଫା ଭିତରକୁ ପଶିଗଲେ।
ଆଲିବାବା ଆଶ୍ଚର୍ଯ୍ୟ ହୋଇ ଭାବିଲେ—
“ଏହା କ’ଣ ମୁଁ ଦେଖୁଛି? ମଣିଷର ସ୍ୱର ଶୁଣି ପଥରର ଦ୍ୱାର ଖୋଲିଗଲା!”
ସେ ଭୟରେ ଗଛ ଉପରେ ଚୁପ୍ ହୋଇ ବସିରହିଲେ।କିଛି ସମୟ ପରେ ଡକାୟତମାନେ ଗୁମ୍ଫାରୁ ବାହାରିଲେ।ସର୍ଦ୍ଦାର ପୁଣି ପଥର ଆଡ଼କୁ ଚାହିଁ କହିଲା—
“ବନ୍ଦ ହୋଇଯା, ସିମ୍ ସିମ୍!”
ତୁରନ୍ତ ପଥରଟି ପୁଣି ନିଜ ସ୍ଥାନକୁ ଫେରିଗଲା।କିଛି ମୁହୂର୍ତ୍ତ ମଧ୍ୟରେ ଚାଳିଶି ଡକାୟତ ଘୋଡ଼ାରେ ଚଢ଼ି ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲେ।
ଆଲିବାବା ବହୁତ ସମୟ ପର୍ଯ୍ୟନ୍ତ ଗଛ ଉପରେ ବସିରହିଲା।
ଡକାୟତମାନେ ସତରେ ଚାଲିଯାଇଛନ୍ତି କି ନାହିଁ, ସେ ନିଶ୍ଚିତ ହେବା ପରେ ସେ ଧୀରେ ଧୀରେ ତଳକୁ ଓହ୍ଲାଇଲା ଏବଂ ସେହି ପଥର ନିକଟକୁ ଯାଇ କିଛି ସମୟ ଚୁପ୍ ହୋଇ ଠିଆ ହୋଇରହିଲା।ତାଙ୍କ ମନରେ ଦ୍ୱନ୍ଦ୍ୱ ଚାଲିଥିଲା।“ମୁଁ କ’ଣ ସେହି ଶବ୍ଦ କହି ଦେଖିବି?”“ଯଦି ଦ୍ୱାର ନ ଖୋଲିଲା ?“ଯଦି ଡକାୟତମାନେ ପୁଣି ଫେରିଆସନ୍ତି?”କିନ୍ତୁ ଶେଷରେ ତାଙ୍କ ଉତ୍ସୁକତା ତାଙ୍କ ମନର ଭୟକୁ ହରାଇଦେଲା।ସେ କମ୍ପିତ ସ୍ୱରରେ କହିଲେ—
“ଖୋଲ୍ ଯା, ସିମ୍ ସିମ୍!”
ତୁରନ୍ତ ପଥରଟି ଧୀରେ ଧୀରେ ଖୋଲିଗଲା।ଆଲିବାବାଙ୍କ ଆଖି ଆଗରେ ଗୁମ୍ଫାର ଅନ୍ଧାର ଦ୍ୱାର ଖୋଲିଗଲା।ସେ କୁରାଢ଼ିକୁ ଭଲଭାବରେ ଧରି ଭିତରକୁ ପଶିଲେ।କିଛି ଦୂର ଯିବା ପରେ ତାଙ୍କ ଆଖି ଯାହା ଦେଖିଲା, ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଗଲା।ଗୁମ୍ଫା ଭିତରେ ଥିଲା ଅସୀମ ଧନସମ୍ପତ୍ତି।ସୁନାର ମୁଦ୍ରାର ପାହାଡ଼, ରୂପାର ମୁଦ୍ରା,ହୀରା, ମୋତି ଓ ଦାମୀ ରତ୍ନ ଏବଂ ରେଶମୀ ବସ୍ତ୍ର।ଚାରିଆଡ଼େ କେବଳ ଧନ ଆଉ ଧନ।ଆଲିବାବାଙ୍କ ମୁହଁରୁ ଅଜାଣତରେ ବାହାରିଗଲା—
“ହେ ଭଗବାନ! ଏତେ ଧନ!”
ସେ କିଛି ସମୟ ପାଇଁ ସେହି ଧନକୁ ଚାହିଁ ରହିଲା।ତାଙ୍କ ଆଖି ଆଗରେ ନିଜ ଘରର ଦାରିଦ୍ର୍ୟ ଭାସିଉଠିଲା ଫାତିମାଙ୍କ କଷ୍ଟ…ଏବଂ ପିଲାମାନଙ୍କ ଅଭାବ…।କେତେ ଦିନ ସେମାନେ କେବଳ ଶୁଖିଲା ରୁଟି ଖାଇ ଦିନ କାଟିଛନ୍ତି…।
ଆଲିବାବା ଭାବିଲେ—“ଏହା ଡକାୟତମାନଙ୍କ ଲୁଟିଥିବା ଧନ। ଯଦି ମୁଁ ଏଥିରୁ ଅଳ୍ପ କିଛି ନେଇଯାଏ, ତେବେ ହୁଏତ କାହାର ଜଣାପଡ଼ିବ ନାହିଁ।”ସେ କେବଳ ଆବଶ୍ୟକ ମାତ୍ର ସୁନାର ମୁଦ୍ରା ନେବାକୁ ନିଷ୍ପତ୍ତି ନେଲେ ।ସେ କୌଣସି ହୀରା କିମ୍ବା ମୂଲ୍ୟବାନ ରତ୍ନକୁ ଛୁଇଁଲେ ନାହିଁ। କେବଳ ତାଙ୍କ ତିନୋଟି ଗଧ ଯେତିକି ଭାର ବୋହିପାରିବ, ସେତିକି ସୁନା ନେଲେ।
ସେହି ବୁରା ଗୁଡ଼ିକୁ ଗଧମାନଙ୍କ ପିଠିରେ ଲଦିଦେଲେ। ଏବଂ
ତା’ ଉପରେ କାଠ ରଖି ଭଲଭାବରେ ଢାଙ୍କିଦେଲେ।
ଶେଷରେ ଗୁମ୍ଫା ଆଡ଼କୁ ଚାହିଁ ଭଗବାନଙ୍କୁ ଧନ୍ୟବାଦ ଦେଲେ।
ବାହାରକୁ ଆସି ପୁଣି କହିଲେ—
“ବନ୍ଦ ହୋଇଯା, ସିମ୍ ସିମ୍!”
ପଥର ପୁଣି ବନ୍ଦ ହୋଇଗଲା।
ଆଲିବାବା ନିଜ ଗଧମାନଙ୍କୁ ନେଇ ଯଥାସମ୍ଭବ ଶୀଘ୍ର ଘର ଆଡ଼କୁ ଚାଲିଗଲେ।ଫାତିମାଙ୍କ ଆଶ୍ଚର୍ଯ୍ୟ ସନ୍ଧ୍ୟା ହୋଇଯାଇଥିଲା।ଫାତିମା ଦ୍ୱାର ପାଖରେ ଠିଆ ହୋଇ ଆଲିବାବାଙ୍କୁ ଅପେକ୍ଷା କରୁଥିଲା
ସେ ପଚାରିଲେ—“ଆଜି ଏତେ ଡେରି କାହିଁକି ହେଲା?” ଆଲିବାବା କିଛି ଉତ୍ତର ନଦେଇ ପ୍ରଥମେ ଘରର ଦ୍ୱାର ବନ୍ଦ କଲେ।ତା’ପରେ ଗଧମାନଙ୍କ ପିଠିରୁ କାଠଗୁଡ଼ିକୁ ହଟାଇଦେଲେ।ଫାତିମା ଦେଖିଲେ—କାଠ ତଳେ ଥିଲା ସୁନାର ମୁଦ୍ରା ଭରା ବୁରା !
ତାହା ଦେଖି ସେ ଆଶ୍ଚର୍ଯ୍ୟରେ ଚୁପ୍ ହୋଇଗଲେ।ଆଲିବାବା ଦ୍ୱାର ଭଲଭାବରେ ବନ୍ଦ କରି ଫାତିମାଙ୍କୁ ସମ୍ପୂର୍ଣ୍ଣ ଘଟଣା କହିଦେଲେ।ଚାଳିଶି ଡକାୟତ…ଗୁପ୍ତ ଗୁମ୍ଫା…
ଖୋଲ୍ ଯା ସିମ୍ ସିମ୍”…
ଏବଂ ଅସୀମ ଧନରାଶି।
ଫାତିମା ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ୟ ହେଲେ।
ସେ କହିଲେ—
“ଯଦି ଡକାୟତମାନେ ଜାଣିଗଲେ ଯେ କେହି ସେମାନଙ୍କ ଗୁମ୍ଫାର ରହସ୍ୟ ଜାଣିଛି, ତେବେ ସେମାନେ ଆମକୁ ବଞ୍ଚାଇବାକୁ ଦେବେ ନାହିଁ।”ଆଲିବାବା ତାଙ୍କୁ ସାନ୍ତ୍ୱନା ଦେଲେ।“ଚିନ୍ତା କରନାହିଁ। ମୁଁ ବହୁତ ସାବଧାନ ହୋଇଛି। କାହାକୁ କିଛି ଜଣାପଡ଼ିବ ନାହିଁ।”
କିନ୍ତୁ ଫାତିମାଙ୍କର ଆଉ ଏକ ଚିନ୍ତା ହେଲା।“ଏତେ ସୁନା ଆମେ କିପରି ଗଣିବା?”ସେ କହିଲେ—
“ତୁମ ଭାଇ କାସିମଙ୍କ ଘରୁ ଏକ ମାପପାତ୍ର ଆଣିଲେ ହୁଏତ ସହଜରେ ହିସାବ ହୋଇଯିବ।”
ଏହା କହି ଫାତିମା ରାତିରେ କାସିମଙ୍କ ଘରକୁ ଚାଲିଗଲେ ଏବଂ ଫାତିମା ତାଙ୍କ ଜେଠାଣୀଙ୍କୁ କହିଲେ—“ଭାଉଜ, ଆମକୁ ଟିକେ ମାପପାତ୍ର ଦରକାର। ଘରେ କିଛି ଜିନିଷ ମାପିବାକୁ ଅଛି।”କାସିମଙ୍କ ସ୍ତ୍ରୀଙ୍କୁ କଥାଟି ଅଜବ ଲାଗିଲା।କାରଣ ଆଲିବାବାଙ୍କ ଘରେ ଏତେ ଧାନ କିମ୍ବା ଅନ୍ୟ ସାମଗ୍ରୀ କେଉଁଠାରେ ଥିଲା ଯେ ମାପିବାକୁ ପଡ଼ିବ?ତାଙ୍କ ମନରେ ସନ୍ଦେହ ହେଲା।କିନ୍ତୁ ସେ ସନ୍ଦେହକୁ ପ୍ରକାଶ କଲେ ନାହିଁ।
ସେ ଚୁପଚାପ ମାପପାତ୍ର ତଳେ ଟିକେ ମୋମ ଲଗାଇଦେଲେ।
ତାଙ୍କ ଉଦ୍ଦେଶ୍ୟ ଥିଲା—
ଫାତିମା ଯେଉଁ ଜିନିଷ ମାପିବ, ସେଥିରୁ ଯଦି କିଛି ମୋମରେ ଲାଗିଯାଏ, ତେବେ ସେ ଜାଣିପାରିବେ ଯେ ଆଲିବାବାଙ୍କ ଘରେ କ’ଣ ଅଛି।ଫାତିମା ଏହି ଚାଲ ବିଷୟରେ କିଛି ଜାଣିନଥିଲା।ସେ ମାପପାତ୍ର ନେଇ ଘରକୁ ଫେରିଗଲେ।
ସେହି ରାତିରେ ଆଲିବାବା ଓ ଫାତିମା ମିଶି ସମସ୍ତ ସୁନା ମାପିଲେ।ସେମାନେ ବୁଝିଗଲେ ଯେ ଏବେ ସେମାନଙ୍କ ଜୀବନରେ ଆଉ ଅଭାବ ରହିବ ନାହିଁ।ସକାଳ ହେବାମାତ୍ରେ ଫାତିମା ମାପପାତ୍ରଟି ଫେରାଇଦେଲା ।କିନ୍ତୁ କାସିମଙ୍କ ସ୍ତ୍ରୀ ଅପେକ୍ଷା କରିଥିଲେ ସେହି ମୁହୂର୍ତ୍ତ ପାଇଁ।ସେ ମାପପାତ୍ରର ତଳ ଓଲଟାଇ ଦେଖିଲେ।
ତାଙ୍କ ଆଖି ବଡ଼ ହୋଇଗଲା।
ମୋମରେ ଲାଗିଥିଲା ଏକ ଚମକୁଥିବା ସୁନାର ମୁଦ୍ରା!
ସେ ଆଶ୍ଚର୍ଯ୍ୟ ହୋଇ କହିଲେ—
“ଏହା କିପରି ସମ୍ଭବ? ଯେଉଁ ଆଲିବାବା ଗତକାଲି ପର୍ଯ୍ୟନ୍ତ ଗରିବ ଥିଲା, ସେ ଆଜି ସୁନା ମାପୁଛି?”ସେ ତୁରନ୍ତ କାସିମଙ୍କୁ ସବୁ କଥା କହିଦେଲେ।କାସିମଙ୍କ ମନରେ ଆଶ୍ଚର୍ଯ୍ୟ ସହିତ ଲୋଭର ନିଆଁ ଜଳିଉଠିଲା।
କାସିମଙ୍କ ଲୋଭ
କାସିମ ଆଲିବାବାଙ୍କ ଘରକୁ ଯାଇ ସିଧାସଳଖ ପଚାରିଲେ—
“ସତ କଥା କହ। ତୋ ପାଖକୁ ଏତେ ସୁନା କେଉଁଠାରୁ ଆସିଲା?”ଆଲିବାବା ସରଳ ମଣିଷ ଥିଲା।
ସେ ନିଜ ଭାଇଙ୍କଠାରୁ କିଛି ଲୁଚାଇଲା ନାହିଁ।
ସେ ସମସ୍ତ କଥା କହିଦେଲା ।
ଗୁପ୍ତ ଜଙ୍ଗଲ…
ଚାଳିଶି ଡକାୟତ…
ପଥରର ଦ୍ୱାର…
“ଖୋଲ୍ ଯା ସିମ୍ ସିମ୍”…
ଏବଂ ଗୁମ୍ଫା ଭିତରେ ଥିବା ଅସୀମ ଧନ।
କାସିମ ମନେ ମନେ ଭାବିଲେ—
“ଯଦି ମୋ ସାନ ଭାଇ ଏତେ ଧନ ପାଇପାରିଲା, ତେବେ ମୁଁ କାହିଁକି ନୁହେଁ?”ତାଙ୍କ ପାଖରେ ଦଶଟି ଖର୍ଚ୍ଚର ଥିଲା।
ସେ ଭାବିଲେ—
“ମୁଁ ତ ଏତେ ଧନ ନେଇଆସିବି ଯେ ଗୁମ୍ଫା ପ୍ରାୟ ଖାଲି ହୋଇଯିବ!”ଆଲିବାବା ତାଙ୍କୁ ସେହି ଜଙ୍ଗଲର ରାସ୍ତା ଏବଂ ଗୁପ୍ତ ମନ୍ତ୍ର କହିଦେଲେ।
କିନ୍ତୁ ସେ ଜାଣିନଥିଲେ—ତାଙ୍କ ଭାଇଙ୍କ ଲୋଭ ତାଙ୍କୁ କେତେ ବଡ଼ ବିପଦ ଆଡ଼କୁ ନେଉଛି।
କାସିମ ଗୁମ୍ଫାରେ ::-
ପରଦିନ ସକାଳ ହେବା ପୂର୍ବରୁ କାସିମ ନିଜ ଦଶଟି ଖଚ୍ଚର ନେଇ ଜଙ୍ଗଲ ଆଡ଼କୁ ବାହାରିଗଲା।ତାଙ୍କ ମନରେ କେବଳ ଧନର ସ୍ୱପ୍ନ ଥିଲା।ଶେଷରେ ସେ ସେହି ପଥର ନିକଟରେ ପହଞ୍ଚିଲା।ଗର୍ବରେ କହିଲେ—
ଖୋଲ୍ ଯା, ସିମ୍ ସିମ୍
ପଥର ଖୋଲିଗଲା। କାସିମ ଗୁମ୍ଫା ଭିତରକୁ ପଶିଗଲା। ସାମ୍ନାରେ ଥିବା ଧନରାଶି ଦେଖି ତାଙ୍କ ଆଖି ଚମକିଉଠିଲା।
“ଏହା ତ ମୋ ଭାଇ କହିଥିବା ଧନଠାରୁ ମଧ୍ୟ ବହୁତ ଅଧିକ!”
ସେ ସୁନା, ରତ୍ନ, ହୀରା ଓ ମୋତି ଏକାଠି କରିବାକୁ ଲାଗିଲା ତାଙ୍କ ଲୋଭର ସୀମା ରହିଲା ନାହିଁ।
ସେ ଭୁଲିଗଲେ ଯେ ତାଙ୍କୁ ଗୁମ୍ଫାରୁ ବାହାରିବାକୁ ମଧ୍ୟ ପଡ଼ିବ।ଯେତେବେଳେ ବହୁତ ଧନ ସଂଗ୍ରହ କରିସାରିଲେ, ସେ ବାହାରକୁ ଯିବାକୁ ଘୁରିଲେ।
କିନ୍ତୁ ହଠାତ୍ ତାଙ୍କ ଶରୀର ରେ ଥଣ୍ଡା ଚମକ ଖେଳିଗଲା।ସେ ଗୁମ୍ଫାର ଦ୍ୱାର ଖୋଲିବାର ମନ୍ତ୍ର ଭୁଲିଯାଇଥିଲା !ସେ ଭୟରେ ଚିତ୍କାର କଲେ—
“ଖୋଲିଯାଅ !”
କିଛି ହେଲା ନାହିଁ।
“ଖୋଲ୍ ଯା, ଗହମ!
କିଛି ହେଲା ନାହିଁ
“ଖୋଲ୍ ଯା, ମକା!”
ପଥର ହଲିଲା ନାହିଁ।
ସେ ଏକ ପରେ ଏକ ଅନେକ ଶସ୍ୟର ନାମ କହି ଚିତ୍କାର କରିବାକୁ ଲାଗିଲେ।କିନ୍ତୁ ପଥରଟି ଏବେ ଏକ ଅଟଳ ପାହାଡ଼ ପରି ଠିଆ ହୋଇ ରହିଲା।କାସିମ ବୁଝିଗଲେ—
“ତାଙ୍କ ଲୋଭ ତାଙ୍କୁ ନିଜେ ନିଜର କବର ଭିତରେ ବନ୍ଦ କରିଦେଇଛି।”*
ଡକାୟତମାନଙ୍କ ଫେରା :-
ଅନ୍ୟପଟେ ଦିନ ଶେଷ ହେବା ସମୟରେ ଚାଳିଶି ଡକାୟତ ନିଜର ଲୁଟେଇ ଥିବା ସାମଗ୍ରୀ ନେଇ ପୁଣି ସେହି ଗୁମ୍ଫା ଆଡ଼କୁ ଆସିଲେ।ଦୂରରୁ ସର୍ଦ୍ଦାର ନିଜ ଗୁମ୍ଫା ପାଖରେ ଖଚ୍ଚରଗୁଡ଼ିକୁ ଦେଖିଲା।ସେ ଆଶ୍ଚର୍ଯ୍ୟ ହୋଇଗଲା।ଏହି ଖଚ୍ଚର କାହାର?”କାରଣ ଗୁମ୍ଫାର ରହସ୍ୟ କେବଳ ଚାଳିଶି ଡକାୟତଙ୍କୁ ଜଣାଥିଲା।ସର୍ଦ୍ଦାର ତଲୱାର ବାହାର କରି କହିଲା—
“ଖୋଲ୍ ଯା, ସିମ୍ ସିମ୍!”
ପଥର ଖୋଲିଗଲା।ସମସ୍ତେ ଭିତରକୁ ପଶିଲେ।ସେଠାରେ ସେମାନେ କାସିମଙ୍କୁ ଭୟରେ କମ୍ପିତ ଅବସ୍ଥାରେ ଦେଖିଲେ।
ତାଙ୍କ ଚାରିପାଖରେ ଥିଲା ସୁନା ଓ ଧନରାଶି।ଡକାୟତମାନେ ବୁଝିଗଲେ ଯେ କେହି ସେମାନଙ୍କ ଗୁମ୍ଫା ଲୁଟିବାକୁ ଆସିଛି।କାସିମ କ୍ଷମା ମାଗିଲା ।କିନ୍ତୁ ଡକାୟତମାନଙ୍କ ହୃଦୟରେ ଦୟା ନଥିଲା।ସେମାନେ କାସିମଙ୍କୁ ସେହି ଗୁମ୍ଫାରେ ହତ୍ୟା କଲେ।ତା’ପରେ ତାଙ୍କ ଶବକୁ ଗୁମ୍ଫା ଦ୍ୱାର ପାଖରେ ଏକ ଭୟଙ୍କର ସତର୍କତାର ଚିହ୍ନ ଭାବେ ରଖିଦେଲେ।ସର୍ଦ୍ଦାରଙ୍କ ମନରେ କିନ୍ତୁ ଆଉ ଏକ ପ୍ରଶ୍ନ ଥିଲା—“ଏହି ମଣିଷ ଆମ ଗୁମ୍ଫାର ରହସ୍ୟ ଜାଣିଲା କିପରି?”
ଆଲିବାବା ଭାଇକୁ ଖୋଜିଲେ :-
ସେପଟେ ଆଲିବାବା ନିଜ ଭାଇ କାସିମଙ୍କୁ ଅପେକ୍ଷା କରୁଥିଲେ।
ସନ୍ଧ୍ୟା ହେଲା। ପୁଣି ରାତି ହେଲା।କିନ୍ତୁ କାସିମ ଫେରିଲେ ନାହିଁ।ଆଲିବାବାଙ୍କ ମନରେ ଭୟ ଜନ୍ମ ନେଲା।ଶେଷରେ ସେ କୁରାଢ଼ି ନେଇ ତିନୋଟି ଗଧ ସହିତ ରାତିରେ ଜଙ୍ଗଲ ଆଡ଼କୁ ବାହାରିଗଲା ।ଚନ୍ଦ୍ରାଲୋକରେ ଜଙ୍ଗଲ ଭୟଙ୍କର ଲାଗୁଥିଲା।
କିନ୍ତୁ ଭାଇ ପାଇଁ ଚିନ୍ତା ତାଙ୍କୁ ଆଗକୁ ନେଇଯାଉଥିଲା।
ସେ ଗୁମ୍ଫା ନିକଟକୁ ପହଞ୍ଚି କହିଲେ—
“ଖୋଲ୍ ଯା, ସିମ୍ ସିମ୍!”*
ପଥର ଖୋଲିଗଲା।ଆଲିବାବା ଭିତରକୁ ପଶିଲେ।ସାମ୍ନାରେ ଯାହା ଦେଖିଲେ, ସେଥିରେ ତାଙ୍କ ହୃଦୟ ଭାଙ୍ଗିଗଲା।ତାଙ୍କ ନିଜ ଭାଇ କାସିମ ମୃତ ଅବସ୍ଥାରେ ପଡ଼ିଥିଲା।ଆଲିବାବା ଭାଇଙ୍କୁ ଦେଖି କାନ୍ଦିପକାଇଲା ।କିଛି ସମୟ ଶୋକ କରିବା ପରେ ସେ ନିଜକୁ ସମ୍ଭାଳିଲେ।ସେ ଜାଣି ଥିଲେ ଯେ ଡକାୟତମାନେ ଯଦି ଫେରିଆସନ୍ତି, ତେବେ ତାଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିବ।
ସେ ଭାଇଙ୍କ ଶରୀରକୁ ସମ୍ମାନର ସହିତ ଘରକୁ ନେଇଗଲା ।
ମର୍ଜାନାଙ୍କ ବୁଦ୍ଧି :-
ଏବେ ଏକ ବଡ଼ ସମସ୍ୟା ଥିଲା।
କାସିମଙ୍କ ମୃତ୍ୟୁର ସତ୍ୟ ଯଦି ସହରରେ ପ୍ରଚାର ହୋଇଯାଏ, ତେବେ ଡକାୟତମାନେ ଜାଣିଯିବେ ଯେ କାସିମଙ୍କର ମଧ୍ୟ ଜଣେ ଭାଇ ଅଛନ୍ତି ଏବଂ ସେ ମଧ୍ୟ ଗୁମ୍ଫାର ରହସ୍ୟ ଜାଣନ୍ତି।
ସେତେବେଳେ ଆଲିବାବାଙ୍କ ଭାଉଜଙ୍କ ଚତୁର ଦାସୀ ମର୍ଜାନାଙ୍କ କଥା ମନେପଡ଼ିଲା।ମର୍ଜାନା ବୁଦ୍ଧିମତୀ ଏବଂ ଅତ୍ୟନ୍ତ ଚାଲାକ ଥିଲେ।
ସେ କହିଲେ—“ଚିନ୍ତା କରନ୍ତୁ ନାହିଁ। ଏହି ସମସ୍ୟାର ଉପାୟ ମୁଁ ଖୋଜିବି।”ମର୍ଜାନା ଜଣେ ବୃଦ୍ଧ ମୋଚି ମୁସ୍ତଫାଙ୍କୁ ଡାକିଲେ।ତାଙ୍କ ଆଖିରେ ପଟି ବାନ୍ଧି ତାଙ୍କୁ ଏକ ଅଜଣା ଘରକୁ ନେଇଯାଇଲେ।ମୁସ୍ତଫାଙ୍କୁ କାସିମଙ୍କ ଶରୀରକୁ ଏପରି ଭାବରେ ସିଲେଇ କରିବାକୁ କୁହାଗଲା, ଯେପରି ସାଧାରଣ ମୃତ୍ୟୁ ହୋଇଥିବା ଜଣେ ମଣିଷର ଶରୀର ପରି ଦେଖାଯାଏ।ତା’ପରେ ସହରରେ ଖବର ଦିଆଗଲା—” କାସିମ ହଠାତ୍ ଅସୁସ୍ଥ ହୋଇ ମରିଗଲେ।କାହାର ମଧ୍ୟ ସନ୍ଦେହ ହେଲା ନାହିଁ।
ଡକାୟତମାନଙ୍କ ଚାଲ :-
କିନ୍ତୁ ଡକାୟତମାନଙ୍କ ସର୍ଦ୍ଦାର ଏତେ ସହଜରେ ହାରିବା ଲୋକ ନଥିଲା।ସେ ଜଣେ ଚତୁର ଡକାୟତକୁ ସହରକୁ ପଠାଇଲା।
ସେ ମୁସ୍ତଫାଙ୍କ ପାଖକୁ ଯାଇ କଥା ହେଲା।କଥା ହେଉ ହେଉ ମୁସ୍ତଫା ଅଜାଣତରେ କହିଦେଲେ
“ମୁଁ ତ ଗତକାଲି ଆଖିରେ ପଟି ବାନ୍ଧି ଜଣେ ମୃତ ମଣିଷର ଶରୀରକୁ ସିଲେଇ କରିଆସିଛି।”
ଡକାୟତ ବୁଝିଗଲା ଯେ ରହସ୍ୟର ସୂତ୍ର ମିଳିଗଲା।ସେ ମୁସ୍ତଫାଙ୍କୁ ଟଙ୍କା ଦେଇ ପୁଣି ସେହି ଘରକୁ ନେଇଯିବାକୁ କହିଲା।ମୁସ୍ତଫାଙ୍କ ଆଖିରେ ପଟି ବାନ୍ଧି ସେହି ରାସ୍ତାରେ ନେଇଗଲା।ମୁସ୍ତଫା ନିଜ ସ୍ମୃତି ଅନୁସାରେ ରାସ୍ତା ଦେଖାଇ ଶେଷରେ ଆଲିବାବାଙ୍କ ଘର ପାଖରେ ପହଞ୍ଚିଲେ ।ଡକାୟତ ଘରର ଦ୍ୱାରରେ ଏକ ଛୋଟ ଧଳା ଚିହ୍ନ କରିଦେଲା।ତା’ର ଉଦ୍ଦେଶ୍ୟ ଥିଲା ରାତିରେ ଆସି ସେହି ଘରକୁ ସହଜରେ ଚିହ୍ନିବା।
କିନ୍ତୁ ଭାଗ୍ୟ ଆଲିବାବାଙ୍କ ପକ୍ଷରେ ଥିଲା।ମର୍ଜାନାଙ୍କ ଆଖି ସେହି ଚିହ୍ନ ଉପରେ ପଡ଼ିଗଲା।
ସେ ବୁଝିଗଲେ—“ଏହା ନିଶ୍ଚୟ କୌଣସି ଷଡ଼ଯନ୍ତ୍ର।”ସେ ଚୁପଚାପ ଚକ୍ ନେଇ ଆଖପାଖର ସମସ୍ତ ଘରରେ ସମାନ ଚିହ୍ନ କରିଦେଲେ।
ରାତିରେ ଡକାୟତମାନେ ଆସିଲେ।କିନ୍ତୁ ସେମାନେ ଅସଲ ଘର କେଉଁଟି ତାହା ବୁଝିପାରିଲେ ନାହିଁ।ସର୍ଦ୍ଦାର କ୍ରୋଧରେ ଜଳିଉଠିଲା।ପୁଣି ଜଣେ ଡକାୟତକୁ ପଠାଇଲା।
ଏଥର ସେ ଚକ୍ ଚିହ୍ନ ନକରି ଘରର ଏକ କୋଣକୁ ଅଲଗା ଭାବରେ ଚିହ୍ନିତ କଲା।
କିନ୍ତୁ ମର୍ଜାନା ଏଥର ମଧ୍ୟ ତା’ର ଚାଲ ବୁଝିଗଲା ।ସେ ସେହି ଚିହ୍ନକୁ ମଧ୍ୟ ଅନ୍ୟ ସମସ୍ତ ଘରରେ କରିଦେଲେ।ଡକାୟତମାନଙ୍କ ଦ୍ୱିତୀୟ ଯୋଜନା ମଧ୍ୟ ବିଫଳ ହେଲା।
ତେଲ ବ୍ୟବସାୟୀର ବେଶ:-
ଶେଷରେ ଡକାୟତମାନଙ୍କ ସର୍ଦ୍ଦାର ନିଜେ ଏହି କାମ କରିବାକୁ ଠିକ୍ କଲେ ।ସେ ନିଜ ରୂପ ବଦଳାଇ ଜଣେ ସାଧାରଣ ବ୍ୟବସାୟୀର ବେଶ ଧାରଣ କଲା।ସେ ଅନେକ ବଡ଼ ତେଲ ମାଠ କିଣିଲା।କିଛି ମାଠରେ ନିଜ ଡକାୟତମାନଙ୍କୁ ଲୁଚାଇଦେଲା।କେବଳ ଗୋଟିଏ ମାଠରେ ପ୍ରକୃତ ତେଲ ରଖିଲା।
ନିଜେ ତେଲ ବ୍ୟବସାୟୀ ବେଶରେ ଆଲିବାବାଙ୍କ ଘର ଆଗରେ ପହଞ୍ଚିଲା।ସେ କହିଲା—
“ମୁଁ ଦୂର ସହରରୁ ତେଲ ନେଇ ଆସିଛି। ରାତି ହୋଇଗଲା। ମୋତେ ରହିବା ପାଇଁ କୌଣସି ସ୍ଥାନ ମିଳୁନାହିଁ। ଯଦି ଆପଣ ଦୟାକରି ଆଜି ରାତି ଆପଣଙ୍କ ଘର ଅଗଣାରେ ମୋତେ ଓ ମୋର ତେଲ ମାଠଗୁଡ଼ିକୁ ରଖିବାକୁ ଦିଅନ୍ତି, ତେବେ ଆପଣଙ୍କ ଉପକାର ହେବ।”ଆଲିବାବାଙ୍କ ସ୍ୱଭାବ ଥିଲା ଅତିଥି ସତ୍କାର କରିବା।
ସେ କୌଣସି ସନ୍ଦେହ ନକରି କହିଲେ—“ନିଶ୍ଚୟ। ଆପଣ ଆମ ଘରେ ରହିପାରିବେ।”ତେଲର ମାଠଗୁଡ଼ିକ ଅଗଣାରେ ରଖାଗଲା।ଫାତିମା ଓ ମର୍ଜାନା ମିଶି ଅତିଥିଙ୍କୁ ଭଲଭାବରେ ଖାଇବାକୁ ଦେଲେ।ଆଲିବାବା ମଧ୍ୟ ତାଙ୍କ ସହିତ ବହୁତ ସମୟ କଥା ହେଲେ।ଶେଷରେ ଆଲିବାବା ନିଜ ଘରକୁ ଯାଇ ଶୋଇପଡ଼ିଲେ।
କିନ୍ତୁ ସେ ଜାଣିନଥିଲେ—ତାଙ୍କ ଅଗଣାରେ ରଖାଯାଇଥିବା ମାଠଗୁଡ଼ିକ ଭିତରେ ଡକାୟତମାନେ ଲୁଚି ବସିଛନ୍ତି।
ସେମାନେ ମଧ୍ୟରାତ୍ରିରେ ବାହାରି ଘରର ସମସ୍ତ ଲୋକଙ୍କୁ ହତ୍ୟା କରିବାକୁ ଅପେକ୍ଷା କରୁଥିଲେ।
ମର୍ଜାନାଙ୍କ ସଚେତନତା* :-
ସେହି ରାତିରେ ରୋଷେଇ ଘରର ଦୀପ ପାଇଁ ମର୍ଜାନାଙ୍କୁ ତେଲ ଦରକାର ହେଲା।ସେ ଏକ ପାତ୍ର ନେଇ ତେଲ ମାଠ ପାଖକୁ ଗଲେ।ପ୍ରଥମ ମାଠ ପାଖରେ ପହଞ୍ଚିବାମାତ୍ରେ ଭିତରୁ ଧୀର ଏକ ସ୍ୱର ଆସିଲା—ଗୁରୁ, ସମୟ ହୋଇଗଲା କି?”
ମର୍ଜାନାଙ୍କ ହୃଦୟ ଏକ ମୁହୂର୍ତ୍ତ ପାଇଁ ସ୍ତବ୍ଧ ହୋଇଗଲା।କିନ୍ତୁ ସେ ନିଜ ଭୟକୁ ଲୁଚାଇଦେଲା ସେ ତେଲ ବ୍ୟବସାୟୀଙ୍କ ସ୍ୱରକୁ ଅନୁକରଣ କରି କହିଲେ—
“ନାହିଁ। ଆଉ ଟିକେ ଅପେକ୍ଷା କର।”ମାଠ ଭିତରୁ କୌଣସି ଉତ୍ତର ଆସିଲା ନାହିଁ।
ମର୍ଜାନା ବୁଝିଗଲେ—
ଏହା ତେଲ ନୁହେଁ। ଏହି ମାଠଗୁଡ଼ିକ ଭିତରେ ମଣିଷ ଲୁଚିଛନ୍ତି।* ସେ ଏକ ପରେ ଏକ ସମସ୍ତ ମାଠ ପାଖକୁ ଗଲେ।
ସମାନ ପ୍ରଶ୍ନ କଲେ।ସମାନ ଉତ୍ତର ମଧ୍ୟ ପାଇଲେ।ଶେଷରେ ସେ ନିଶ୍ଚିତ ହେଲେ ଯେ ପ୍ରାୟ ସମସ୍ତ ମାଠ ଭିତରେ ଡକାୟତମାନେ ଲୁଚିଛନ୍ତି।
କେବଳ ଗୋଟିଏ ମାଠରେ ପ୍ରକୃତ ତେଲ ଥିଲା।
ମର୍ଜାନା ତୁରନ୍ତ ଏକ ବଡ଼ ପାତ୍ରରେ ସେହି ତେଲ ଚୁଲିରେ ଫୁଟାଇଲେ।ତେଲ ବହୁତ ଗରମ ହେବା ପରେ ସେ ଗୋଟିଏ ପରେ ଗୋଟିଏ ମାଠରେ ତାହା ଢାଳିଦେଲେ।ଏଭଳି ଭାବରେ ଲୁଚିଥିବା ଡକାୟତମାନଙ୍କ ଷଡ଼ଯନ୍ତ୍ର ସେହି ରାତିରେ ବିଫଳ ହୋଇଗଲା।କେବଳ ସର୍ଦ୍ଦାର ବଞ୍ଚିଥିଲା।ସେ ମଧ୍ୟରାତ୍ରିରେ ବାହାରକୁ ଆସି ନିଜ ସାଥୀମାନଙ୍କୁ ବାହାରିବାର ସଙ୍କେତ ଦେଲା।
କିନ୍ତୁ କୌଣସି ମାଠରୁ କେହି ବାହାରିଲେ ନାହିଁ।ସେ ଏକ ମାଠ ଖୋଲି ଦେଖିଲା।ତାଙ୍କ ସମସ୍ତ ସାଥୀ ମରିଯାଇଥିଲେ।
ସର୍ଦ୍ଦାର ବୁଝିଗଲା—ତା’ର ସମସ୍ତ ଯୋତାଙ୍କ ମନରେ କେବଳ ଗୋଟିଏ କଥା ଥିଲା—
*ମୁଁ ଆଲିବାବାଙ୍କଠାରୁ ଏହାର ପ୍ରତିଶୋଧ ନେବି।”
ଶେଷ ଷଡ଼ଯନ୍ତ୍ର
କିଛି ଦିନ ପରେ ସର୍ଦ୍ଦାର ନିଜର ରୂପ ସମ୍ପୂର୍ଣ୍ଣ ବଦଳାଇଦେଲା।ଦାଢ଼ି କାଟିଦେଲା।ଭଲ ପୋଷାକ ପିନ୍ଧିଲା।ନିଜକୁ ଜଣେ ସମ୍ମାନିତ ବସ୍ତ୍ର ବ୍ୟବସାୟୀ ଭାବରେ ପରିଚୟ ଦେଲା।ଧୀରେ ଧୀରେ ସେ ସହରରେ ନିଜର ନୂଆ ପରିଚୟ ତିଆରି କଲା।
ସେ ଆଲିବାବାଙ୍କ ପୁଅ ସହିତ ବନ୍ଧୁତା କଲା।
କିଛି ଦିନ ମଧ୍ୟରେ ସେ ଏତେ ବିଶ୍ୱାସ ଜିତିଲା ଯେ ଆଲିବାବାଙ୍କ ପୁଅ ତାଙ୍କୁ ଘରକୁ ଖାଇବା ପାଇଁ ଡାକିଲା।
ସେ ବାପାଙ୍କୁ କହିଲା—
“ବାପା, ମୋର ଜଣେ ନୂଆ ବନ୍ଧୁ ଆସିଛନ୍ତି । ତାଙ୍କ ନାମ ଖ୍ୱାଜା ହୁସେନ। ସେ ବହୁତ ଭଲ ମଣିଷ। ମୁଁ ଚାହୁଁଛି ଆପଣ ତାଙ୍କୁ ଘରକୁ ଖାଇବା ପାଇଁ ଡାକନ୍ତୁ।”
ଆଲିବାବା ପୁଅର ଖୁସିକୁ ଗୁରୁତ୍ୱ ଦେଉଥିଲେ।ତେଣୁ ସେ ନିମନ୍ତ୍ରଣ ପଠାଇଦେଲେ।କିନ୍ତୁ ଘରର ଜଣେ ଲୋକ ଥିଲେ, ଯିଏ ଏହି ନୂଆ ଅତିଥିଙ୍କୁ ଦେଖି ତୁରନ୍ତ ସନ୍ଦେହ କଲେ।ସେ ଥିଲେ ମର୍ଜାନା, ଅତିଥି ଘରକୁ ପଶିବାମାତ୍ରେ ମର୍ଜାନା ତାଙ୍କ ଚାଲିବା ଢଙ୍ଗ, କଥା କହିବାର ଶୈଳୀ ଏବଂ ଆଖିର କଠୋରତାକୁ ଧ୍ୟାନର ସହିତ ଦେଖୁଥିଲେ ତାଙ୍କୁ ଲାଗିଲା—
“ଏହି ମଣିଷକୁ ମୁଁ କେଉଁଠି ଦେଖିଛି।”ତା’ପରେ ସେ ଆଉ ଗୋଟିଏ ଜିନିଷ ଦେଖିଲେ।
ଅତିଥିଙ୍କ ପୋଷାକ ତଳେ ଏକ ଛୁରୀ ଆକାରର ସ୍ପଷ୍ଟ ଜିନିଷ ଦେଖାଯାଉଥିଲା।ଜଣେ ସାଧାରଣ ବ୍ୟବସାୟୀ ଏଭଳି ଛୁରୀ ଲୁଚାଇ ଘୁରିବାର କାରଣ କ’ଣ?ମର୍ଜାନା ବୁଝିଗଲେ—
“ଏହି ମଣିଷ ହେଉଛି ସେହି ଡକାୟତମାନଙ୍କ ସର୍ଦ୍ଦାର! ସେ ଆଜି ରାତିରେ ଆଲିବାବା ଏବଂ ତାଙ୍କ ପୁଅକୁ ମାରିବାକୁ ଆସିଛି।
ମର୍ଜାନାଙ୍କ ଶେଷ ଚାଲ :-
ଭୋଜନ ପରେ ସମସ୍ତେ ଆନନ୍ଦରେ ବସିଥିଲେ।ମର୍ଜାନା ଏକ ପାରମ୍ପରିକ ନୃତ୍ୟ ପୋଷାକ ପିନ୍ଧିଲେ।ହାତରେ ଏକ ଛୁରୀ ନେଲେ।ସେ ନାଚିବା ଆରମ୍ଭ କଲେ।ଘରର ସମସ୍ତେ ତାଙ୍କ ନାଚ ଦେଖି ଖୁସି ହେଉଥିଲେ।
କିନ୍ତୁ ମର୍ଜାନାଙ୍କ ଆଖି ଥିଲା ସେହି ଅତିଥିଙ୍କ ଉପରେ।ନାଚୁ ନାଚୁ ସେ ଧୀରେ ଧୀରେ ତାଙ୍କ ନିକଟକୁ ଗଲେ।ଏବଂ ଠିକ୍ ସମୟ ଆସିବାମାତ୍ରେ—ମର୍ଜାନା ବିଜୁଳି ବେଗରେ ଛୁରୀଟି ତାଙ୍କ ଛାତିରେ ଭୁଷାଇଦେଲେ।ଘରଟି ହଠାତ୍ ନୀରବତା ଛାଇଗଲା।
ଆଲିବାବା ଓ ତାଙ୍କ ପୁଅ ଆଶ୍ଚର୍ଯ୍ୟ ହୋଇଗଲେ।ଆଲିବାବା ପଚାରିଲେ—“ମର୍ଜାନା! ତୁମେ ଏହା କ’ଣ କଲ?😨
ମର୍ଜାନା ତୁରନ୍ତ ସତ୍ୟ କହିଦେଲେ। ” ମାଲିକ, ଏହି ମଣିଷ କୌଣସି ବ୍ୟବସାୟୀ ନୁହେଁ। ଏହି ହେଉଛି ସେହି ଚାଳିଶି ଡକାୟତଙ୍କ ସର୍ଦ୍ଦାର, ଯିଏ ଆପଣଙ୍କୁ ମାରିବା ପାଇଁ ବାରମ୍ବାର ଚେଷ୍ଟା କରୁଛି ।”
ସେ ମୃତ ସର୍ଦ୍ଦାରଙ୍କ ପୋଷାକ ଯାଞ୍ଚ କଲେ।ସେଠାରୁ ଏକ ଲୁଚାଇଥିବା ଛୁରୀ ମଧ୍ୟ ମିଳିଲା।
ଏବେ ଆଲିବାବାଙ୍କୁ ସମ୍ପୂର୍ଣ୍ଣ ସତ୍ୟ ଜାଣିପାରିଲେ । ସେ ମର୍ଜାନାଙ୍କୁ କହିଲେ—” ତୁମେ ଆଜି ପୁଣି ଆମ ସମସ୍ତଙ୍କ ଜୀବନ ବଞ୍ଚାଇଛ।”ସେ ତାଙ୍କୁ ସମ୍ମାନ ଦେଇ କହିଲେ—
“ତୁମେ ଆଉ କେବଳ ଏହି ଘରର ଦାସୀ ନୁହଁ। ଆଜିଠାରୁ ତୁମେ ସ୍ୱାଧୀନ।”ଏବଂ ସେ ନିଜ ପୁଅ ସହିତ ମର୍ଜାନାଙ୍କ ବିବାହ କରାଇବାର ପ୍ରସ୍ତାବ ଦେଲେ।
ମର୍ଜାନାଙ୍କ ଆଖିରେ ଖୁସିର ଲୁହ ଆସିଗଲା।ସେ ଏହି ସମ୍ପର୍କକୁ ଖୁସିରେ ସ୍ୱୀକାର କଲେ।
କାହାଣୀର ଶେଷ :-
ଏଭଳି ଭାବରେ ଚାଳିଶି ଡକାୟତଙ୍କ ସମଗ୍ର ଦଳ ଶେଷ ହୋଇଗଲା।ଯେଉଁ ଧନ କେବେ ଡକାୟତମାନଙ୍କ ଲୁଟି ଥିବା ଧନ ଥିଲା, ଶେଷରେ ସେହି ଧନ ଆଲିବାବାଙ୍କ ପାଖକୁ ଆସିଲା।
କିନ୍ତୁ ଆଲିବାବା ସେହି ଧନକୁ ନେଇ କେବେ ଗର୍ବ କଲେ ନାହିଁ।ସେ ଗରିବମାନଙ୍କୁ ସାହାଯ୍ୟ କଲେ।ଅସହାୟ ଲୋକମାନଙ୍କ ପାଖରେ ଠିଆ ହେଲେ।ଧର୍ମପୀଠ ଓ ମସଜିଦ ନିର୍ମାଣରେ ସାହାଯ୍ୟ କଲେ।ସବୁଠାରୁ ବଡ଼ କଥା—
“ଧନ ଆସିଲା, କିନ୍ତୁ ତାଙ୍କ ହୃଦୟର ସରଳତା କେବେ ବଦଳିଲା ନାହିଁ।*
ଏହି କାହାଣୀ ଆମକୁ ଗୋଟିଏ ବଡ଼ ଶିକ୍ଷା ଦେଉଛି :-
ଲୋଭ ମଣିଷକୁ ଧନ ଦେଇପାରେ, କିନ୍ତୁ ସେହି ଲୋଭ ହିଁ ତା’ର ବିନାଶର କାରଣ ମଧ୍ୟ ହୋଇପାରେ।
ଆଲିବାବାଙ୍କ ସରଳତା ତାଙ୍କୁ ବଞ୍ଚାଇଲା।
କାସିମଙ୍କ ଲୋଭ ତାଙ୍କୁ ମୃତ୍ୟୁ ଆଡ଼କୁ ନେଇଗଲା।
ଆଉ ମର୍ଜାନାଙ୍କ ବୁଦ୍ଧି ଏକ ସମ୍ପୂର୍ଣ୍ଣ ପରିବାରକୁ ବଞ୍ଚାଇଦେଲା।
ତେଣୁ ମନେ ରଖନ୍ତୁ—
ଧନଠାରୁ ବଡ଼ ହେଉଛି ବୁଦ୍ଧି।
ଲୋଭଠାରୁ ବଡ଼ ହେଉଛି ସନ୍ତୋଷ।ଆଉ ବିପଦ ସମୟରେ ଭୟଠାରୁ ବଡ଼ ହେଉଛି ସାହସ ଓ ବୁଦ୍ଧି।
ଏହା ଥିଲା ଆଲିବାବା ଓ ଚାଳିଶି ଚୋରଙ୍କ ରୋମାଞ୍ଚକର କାହାଣୀ।
ଆପଣଙ୍କୁ ଯଦି ଏହି କାହାଣୀ ଭଲ ଲାଗିଥାଏ, ତେବେ ଭିଡିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟରେ ଆପଣ କେଉଁଠାରୁ ଏହି କାହାଣୀ ଦେଖୁଛନ୍ତି ଲେଖନ୍ତୁ ଏବଂ ଏଭଳି ରୋମାଞ୍ଚକର ଓ ଶିକ୍ଷଣୀୟ କାହାଣୀ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।
ପୁଣି ଦେଖାହେବ ଆଉ ଏକ ନୂଆ କାହାଣୀ ସହିତ।