Odia Story Miserly and Rich

Odia Story Miserly and Rich

Odia Story Miserly and Rich

Facebook
WhatsApp
Telegram

Odia Story Miserly and Rich : Many years ago, there was a rich man in a village. He did not lack money or buildings. He had no peace of mind. He could not sleep at night. B was not spending a penny

କୃପଣ ଧନୀ କଥା

ଅନେକ ବର୍ଷ ତଳେ ଗୋଟିଏ ଗାଁରେ ଜଣେ ଧନୀ ଲୋକ ଥିଲେ l ତା’ ର ଟଙ୍କାପଇସା କି କୋଠାବାଡିର ସିନା ଅଭାବ ନଥିଲା l ହେଲେ ମନରେ ଆଦୌ ଶାନ୍ତି ନଥିଲା l ରାତିରେ ନିଦ ଲାଗୁନଥିଲା l ତାକୁ ଧନଲୋଭ ଏତେ ଗ୍ରାସ କରିଥିଲା ଯେ, ଦାନ ଧର୍ମ ତ ଦୂରର କଥା ନିଜେ ଭଲକରି ଗଣ୍ଡେ ଖାଇବା କି ଭଲ ଖଣ୍ଡିଏ ପିନ୍ଧିବାରେ ବି ଟଙ୍କାଟିଏ ଖର୍ଚ୍ଚ କରୁନଥିଲା l

ଧନୀ ଲୋକଟିର ସବୁବେଳେ ଧନ ଚିନ୍ତାଥାଏ l ଦିନେ ସେ ରାତିରେ ଶୋଇବାବେଳେ ଭାବିଲା, ଏତେ ଧନ ଥିଲେ କଣ ହେଲା, ଆମ ଦେଶର ରାଜାଙ୍କ ଠାରୁ ତ କମ l

ଠିକ ଏତିକି ବେଳେ ଧନୀ ଲୋକଟି ଦିନେ ସ୍ୱପ୍ନରେ ଦେଖିଲେ କି କିଏ ଜଣେ ଆସି ତା କାନ ପାଖରେ କହିଗଲା, ତୋ ଘର ଆଗରେ ଏକ ଅଖାମୁଣିରେ ସୁନମୋହର ଅଛି l ସେଥିରୁ ଯେତେ ମୋହର ବାହାର ସେଥିରେ ସେତିକି ଭର୍ତ୍ତି ହୋଇଯାଉଥିବ l ମୁଣିଟି କେବେ ହେଲେ ଖାଲି ହେବ ନାହିଁ l ଆଉ ମନେରଖ, ତୋର ଯେତିକି ମୋହର ଦରକାର ବାହାର କରିସାରିଲା ପରେ ମୁଣିଟିକୁ ନଈରେ ଭସେଇଦେବୁ l ତାପରେ ଯାଇ ସେଥିରୁ ବାହାର କରିଥିବା ସୁନାମୋହର ତୋର କାମରେ ଲଗେଇ ପାରିବୁ l ଅଖା ମୁଣି ନଈରେ ନ ଭସେଇଲା ଯାଏ ସୁନମୋହର ତୋର କୌଣସି କାମରେ ଆସିବ ନାହିଁ l ସେସବୁ ପଥର ପାଲଟି ଯିବ l

ଏତିକି ଶୁଣି ଲୋକଟିର ନିଦ ଭାଙ୍ଗିଗଲା l ସଙ୍ଗେ ସଙ୍ଗେ ବିଛଣାରୁ ଉଠି ଘରବାହାରକୁ ଗଲା l ଦେଖିଲା ସତକୁ ସତ ଅଖାଟିଏ ପଡିଚି l ଭିତରେ ସୁନାମୋହର ବି ଅଛି l ଏହାକୁ ଦେଖି ତା’ର ମନ ଖୁସିରେ ନାଚି ଉଠିଲା l ତାପରେ ମୁଣିଟିକୁ ଘରଭିତରକୁ ଆଣି ସେଥିରୁ ସୁନାମୋହର ବାହାର କଲା l ବାହାର କରୁ କରୁ ଭୋକ ଶୋଷ ସବୁ ଭୁଲିଗଲା l ଏଣେ ଘରଦ୍ୱାର ଭର୍ତ୍ତି ହୋଇଗଲାଣି ସତେ ଯେମିତି ପାହାଡ଼ ସମାନ l

ତାପରେ ଧନୀ କୃପଣ ଲୋକଟି ସ୍ବପ୍ନ କଥା ମନେ ପକାଇ ମୁଣିକୁ ନଈରେ ଭସେଇ ଦେବାକୁ ବାହାରିଲା l କିଛି ବାଟ ଗଲା ପରେ ପୁଣି ଘରକୁ ମୁଣି ଧରି ଫେରି ଆସିଲା l ଭାବିଲା ମୁଣିକୁ ନଈରେ ଭସେଇଦେଲେ ଆଉ ମିଳିବ ନାହିଁ l ଏଣେ ସୁନାମୋହର ଖର୍ଚ୍ଚ କରିଦେଲେ ଶେଷ ହୋଇଯିବ ଆଉ ମୋହର ମିଳିବ ନାହିଁ l କଥାରେ କହନ୍ତି , ” ପୁଅ ମୁଣ୍ଡକୁ ଲୋଭ, ତେଲ ଘଡିକି ଲୋଭ l ” ସୁତରାଂ ଅଖା ମୁଣିଟି ପାଖରେ ଥାଉ ଆଉ କିଛି ମୋହର ସେଥିରୁ ବାହାର କରିବି l ସୁନାମୋହର ଖର୍ଚ୍ଚ କରିବା ଦିନ କଣ କୁଆଡେ ଚାଲିଯାଉଛି ? ପରେ ଖର୍ଚ୍ଚ କଲେ ବି ଚଳିବ l

ଏହିଭଳି ନାନା କଥା ମନରେ ବିଚାର କରି ଧନୀ କୃପଣ ଲୋକଟି ସୁନାମୋହର ଥଳିକୁ ନଈରେ ଭସାଇଲା ନାହିଁ କି ସେଥିରୁ ବାହାର କରିଥିବା ସୁନାମୋହରକୁ କୌଣସି କାମରେ ଲଗାଇଲା ନାହିଁ l ସେହି ଧନୀ କୃପଣ ଲୋକଟି ବୁଢା ହୋଇଗଲା ପଛେ ତାର ସୁନା ମୋହରକୁ ଜଗି ବସିଲା l ଶେଷରେ ସେହି କୃପଣ ଲୋକଟି ନ ଖାଇ ନ ପିଇ ମରିଗଲା l ତା’ର ଏହି କୃପଣପଣିଆ ଯୋଗୁଁ କେହି ତାକୁ ଭଲପାଉ ନଥିଲେ l ସୁତରାଂ ମଲାବେଳେ ତା ପାଖରେ କେହି ଜଣେ ବି ନଥିଲେ l

Odia Story Miserly and Rich

Odia Story Miserly and Rich, Odia Story Miserly and Rich,

Leave a Comment

From Most Popular Categories

You cannot copy content of this page