Tuma Pari Chhota Pila Tie Gita Lyrics

Madhusudan Das childhood story poem titled Tuma Pari Chhota Pilatie

Tuma Pari Chhota Pila Tie Gita Lyrics

Facebook
WhatsApp
Telegram

ଗାଆଁ ଚହାଳୀରୁ ବାରିଷ୍ଟର ହେବା ପର୍ଯ୍ୟନ୍ତ ମଧୁସୂଦନ ଦାସଙ୍କ ଜୀବନର ଏକ ପ୍ରେରଣାଦାୟୀ କବିତା। କିପରି ସେ ପିଲାଦିନରୁ କର୍ତ୍ତବ୍ୟପରାୟଣ ଓ ସମାଜସେବୀ ଥିଲେ, ଜାଣିବା ପାଇଁ ସମ୍ପୂର୍ଣ୍ଣ ପୋଷ୍ଟ ପଢ଼ନ୍ତୁ।

ଛୋଟ ପିଲାରୁ ‘ମଧୁ ବାରିଷ୍ଟର’: ପଢ଼ନ୍ତୁ ମଧୁବାବୁଙ୍କ ଜୀବନର ଏହି ଅମର କବିତା ଓ ତାହାର ମହାନ ସନ୍ଦେଶ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପିଲାଦିନର ପ୍ରେରଣାଦାୟୀ କାହାଣୀ: “ତୁମ ପରି ଛୋଟ ପିଲାଟିଏ”

ତୁମ ପରି ଛୋଟ ପିଲାଟିଏ, ଗାଆଁ ଚହାଳୀର ଚାଟ ସିଏ ।

ଚେହେରାଟି ତାର ଡଉଲ ଡାଉଲ, ପାଠରେ ତାହାର ସରି କିଏ ?

ଛାଡ଼ି ଯାଇଥିଲା ଦିନେ ଝଡ଼ି ବାହାରିଲା ସିଏ ପାଠ ପଢ଼ି ।

ବାଟେ ଯାଉଯାଉ ଖସିଗଲା ଗୋଡ଼ ମୁଁହ ମାଡି ତଳେ ଗଲା ପଡ଼ି ॥

ଗୁରୁଜୀ ଦେଖିଲେ ଦେହ ତାର, ପାଣି କାଦୁଅରେ ସର ସର ।

ତିଳେହେଁ ସେଥିକୁ ଖାତିରି ନକରି, ଆସିଛି ହୋଇ ସେ ତର ବର ॥

ପଚାରିଲେ ଗୁରୁ ଏକି ହେଲା, ଏତେ ସରି ତୋତେ କିଏ କଲା ।

ପିଲାଟି କହିଲା ବେଗେ ଆସୁଆସୁ, କାଦୁଆରେ ଗୋଡ଼ ଖସିଗଲା ॥

ହେଲା ଦଶହରା ଛୁଟି ବେଳ, ପିଲାଟି ସଭିଙ୍କି କଲା ମେଳ ।

ମାଟି ଗୋଡ଼ି ବାଲି ପକାଇ ସଭିଏଁ, ଗାଆଁ ମାଟି କଲେ ସମତୁଲ ॥

ଏହା ଦେଖି ଲୋକେ ହେଲେ କାବା, ଡକାଇଲେ ଗୁରୁ ଚାଟସଭା ।

କହିଲେ ଏଭଳି ଭଲକାମ କଲେ, ନିଶ୍ଚେ ଆମେ ଦିନେ ବଡ଼ହେବା ॥

ବଡ଼ ହେଲା ଦିନେ ସେହି ପିଲା, ମଧୁ ବାରିଷ୍ଟର ବୋଲାଇଲା ।

ଦେଶ ପାଇଁ କେତେ କାମ କରି ସିଏ, କାଳେ କାଳେ ଯଶ ରଖିଗଲା ॥

କହିଲା ଜାତିର କାନେ କାନେ, ଉଠିବୁ ଆଉ ତୁ କେତେ ଦିନେ ।

ପୂରୁବ ଗୌରବ ପୂରୁବ ମହିମା, ପଡୁନାହିଁ କିରେ ତତେ ମନେ ?

ତୁମ ଜାଣିବା ପାଇଁ: ଏହି କବିତାଟି ଉତ୍କଳ ଗୌରବ ମଧୁସୂଦନ ଦାସ (ମଧୁବାବୁ) ଙ୍କ ନିଷ୍ଠା, ଦେଶପ୍ରେମ ଓ ସମାଜସେବା ଭାବନାକୁ ଛୋଟ ପିଲାଙ୍କ ପାଇଁ ଅତ୍ୟନ୍ତ ସୁନ୍ଦର ଭାବେ ବର୍ଣ୍ଣନା କରେ।

Kundalama Dwipera Rahasya – Odia Gapa

Leave a Comment

You cannot copy content of this page