Tini Rathe Tini Thakura is a powerful Jagannath Bhajan released for the sacred occasion of Ratha Yatra. Sung passionately by Satyajeet Pradhan, with soulful music composed by Rudra Prasad Nayak and evocative lyrics written by Milan Mohapatra, this devotional song celebrates the grand procession of Mahaprabhu Jagannath, Lord Balabhadra, and Devi Subhadra on Bada Danda.
Tini Rathe Tini Thakura Lyrics in Odia (ଓଡ଼ିଆ ଲିରିକ୍ସ)
ତାଳଧ୍ୱଜ ରେ ବଡ ଭାଇ ବଳିଆ
ନନ୍ଦିଘୋଷରେ ସାନଭାଇ କାଳିଆ
🎶🎶🎶🎶🎶
ତାଳଧ୍ୱଜ ରେ ବଡ ଭାଇ ବଳିଆ…
ନନ୍ଦିଘୋଷରେ ସାନଭାଇ କାଳିଆ…..
ଦେବଦୋଳନେ ସୁନା ଭଉଣୀ ଆହା କି ମଧୁର ତ୍ରିଭଙ୍ଗୀ ଠାଣୀ…
ବିରଳ ସତେ ଏ କାହାଣୀ….
ଶବ୍ଦରେ ମଜାରୁ କହି ହେବନି….
ରଥ ଟାଣିବାକୁ ଭକ୍ତ ଆତୁର….. ହୋ…..
ବଡଦାଣ୍ଡେ ଲାଗେ କେଡେ ସୁନ୍ଦର….ଦେଖି ତିନି ରଥେ ତିନି ଠାକୁର….
ବଡଦାଣ୍ଡେ ଲାଗେ କେଡେ ସୁନ୍ଦର….ଦେଖି ତିନି ରଥେ ତିନି ଠାକୁର….
🎶🎶🎶🎶
ହାତଯୋଡ଼ିକି ପ୍ରଣାମ କରେ….
ତଳେ ପଡିକି ଗୁହାରି କରେ…
ଖୁଜୁଥାଏ କିଏ ଛଡା ତୁଳସୀ…
ନାଚୁଥାଏ କିଏ ଭାବରେ ଭାସି..
🎶🎶🎶🎶
ଆସେ ହେଇ କିଏ ସୁଦାମା ବେଶ…
ଖୋଜି ବୁଲେ ପ୍ରଭୁ ଭକତି ରସ…
ଯାଚି ଯାଏ କିଏ ନଡ଼ିଆ ଟିଏ…
ଜୟ ଜଗନ୍ନାଥ ଡାକ ପକାଏ….
ବର୍ଷକ ଥରେ ଏହି ପରବ….
ପରବକୁ ନେଇ ଆମ ଗୌରବ….
କରନ୍ତି ହେଇ ଗୋଟେ ସେବକ….
ଜୀବନ ହୁଅନ୍ତା ମୋର ସାର୍ଥକ….
ରଥ ଟାଣିବାକୁ ଭକ୍ତ ଆତୁର….. ହୋ…..
ବଡଦାଣ୍ଡେ ଲାଗେ କେଡେ ସୁନ୍ଦର….ଦେଖି ତିନି ରଥେ ତିନି ଠାକୁର….
ବଡଦାଣ୍ଡେ ଲାଗେ କେଡେ ସୁନ୍ଦର….ଦେଖି ତିନି ରଥେ ତିନି ଠାକୁର….
🎶🎶🎶🎶
ମହୋଦଧି କୋଳେ ପକେଇବୁ ବୁଡ଼…. ବେଗିଯିବ ଚାଲ ବଢିଲା ଭିଡ଼….
ସଜ ହୋଇଲେଣି ତିନୋଟି ରଥ ଝୁଟି ଚିତା ପଡି ପ୍ରଶସ୍ଥ ପଥ
🎶🎶🎶🎶
ମନ କିଣି ନିଏ ଶରଧା ବାଲି… ଭଲ ଲାଗେ ସେହି ବାଲିରେ ଚାଲି
ତିନି ଦିଆଁ କୁ ଦର୍ଶନ କରି…. କୋଟି ପୁଣ୍ୟ ଲାଗେ ମଣିଷ ଭାରି…
ତିନି ରଥେ ବସି ତିନି ସାରଥୀ ରଥକୁ ପରିଚାଳନା କରନ୍ତି….
ଏମିତି ସୌଭାଗ୍ୟ ଥରେ ପାଆନ୍ତି ମାୟା ସଂସାରରୁ ତରି ଯାଆନ୍ତି….
ରଥ ଟାଣିବାକୁ ଭକ୍ତ ଆତୁର….. ହୋ…..
ବଡଦାଣ୍ଡେ ଲାଗେ କେଡେ ସୁନ୍ଦର….ଦେଖି ତିନି ରଥେ ତିନି ଠାକୁର….
ବଡଦାଣ୍ଡେ ଲାଗେ କେଡେ ସୁନ୍ଦର….ଦେଖି ତିନି ରଥେ ତିନି ଠାକୁର….
…. 🙏….
Song Details & Audio Credits
- Song Name: Tini Rathe Tini Thakura
- Singer: Satyajeet Pradhan
- Music Director: Rudra Prasad Nayak
- Lyricist: Milan Mohapatra
- Category: Odia Jagannath Bhajan / Ratha Yatra Song