Odia story Dedhasaha Barsara Apekhya

Odia story Dedhasaha Barsara Apekhya

Odia story Dedhasaha Barsara Apekhya

Facebook
WhatsApp
Telegram

This article is about Odia Story Dedhasaha Barsara Apekhya. It mention about online free read odia story. Odia Story is a popular website where tens of thousands of readers come to read and enjoy new stories every day. Brought to you by the most popular storytellers, we have the best storytelling content on offer in Odisha and its environs.

ଦେଢଶହ ବର୍ଷର ଅପେକ୍ଷା

ବିଶ୍ୱନାଥ ଆଚାର୍ଯ୍ୟ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ l ଆୟୁର୍ବେଦ ସମ୍ପର୍କରେ ସେ ଅନେକ ପ୍ରାଚୀନ ପୋଥିପତ୍ର ସଂଗ୍ରହ କରିଥିଲେ l ତେବେ ଆୟୁର୍ବେଦ ସମ୍ପର୍କରେ ପୋଥିପତ୍ର ସଂଗ୍ରହ କରିବା ଅବସରରେ ଅନ୍ୟାନ ଅନେକ ପ୍ରକାର ବିଦ୍ୟା ଉପରେ ଲିଖିତ ପୁରାଣ ପୋଥି ମଧ୍ୟ ତାଙ୍କ ଆୟତକୁ ଆସି ଯାଇଥିଲା l

ଦିନେ ସେ ଖଣ୍ଡିଏ ପୁରୁଣା ତନ୍ତ୍ର ପୋଥି ପଢି ଦେଖିଲେ, କୌଣସି ଏକ ଶନିବାରରେ ଅମାବାସ୍ୟା ପଡିଲେ ସେଦିନ ଆଖିରେ ଗୋଟିଏ ନିର୍ଦିଷ୍ଟ ପ୍ରକାର ଅଞ୍ଜନ ଲଗାଇ ବାହାରିଲେ ପୋତାଧନ ଦେଖାଯାଏ l ସେ କୌତୁହଳ ହୋଇ ସେଭଳି ଅଞ୍ଜନ ପ୍ରସ୍ତୁତ କଲେ l ବର୍ଷକ ପରେ ଅମାବାସ୍ୟା ଓ ଶନିବାର ଏ ଦୁହେଁ ଏକତ୍ର ପଡିବାରୁ ସେ ଆଖିରେ ଉକ୍ତ ଯାଦୁ ଅଞ୍ଜନ ଲଗାଇ ବାହାରି ପଡିଲେ l

ସେତେବେଳକୁ ସୂର୍ଯ୍ୟାସ୍ତ ସମୟ l ଗାଁ ରାସ୍ତାରେ ବିଶେଷ କେହି ଚଳପ୍ରଚଳ ହେଉ ନଥିଲେ l ଆଚାର୍ଯ୍ୟ ବାଟ ଚାଲିଲା ବେଳେ କାହାରି ଘର ଆଡକୁ ଵା ହତା ଭିତରକୁ କେଵେବି ଅନାନ୍ତି ନାହିଁ l କିନ୍ତୁ ସେଦିନ ସେ ବାମ ଡାହାଣ ଚାରିଆଡେ ଅନାଇ ଦେଖୁଥାନ୍ତି l ଗାଁ ମଝି ମନ୍ଦିର ଆଗରେ ଗୋଟିଏ ପୁରୁଣା ପୋଖରୀ ଥାଏ l ସେଠି ଠିଆ ହୋଇପଡି ସେ ଭଲ ଭାବରେ ମାଟି ଉପରକୁ ଦୃଷ୍ଟି ପାତ କଲେ l ପ୍ରଥମେ ତ କିଛି ବି ଦେଖିପାରିଲେ ନାହିଁ l ମାତ୍ର ତା ‘ ପରେ ଧିରେ ଧିରେ ତାଙ୍କୁ ଦେଖାଗଲା, ମାଟି ତଳେ କେଉଁଠି ପଇସାଟିଏ ପୋତି ହୋଇ ରହିଛି ତ ଆଉ କେଉଁଠି ସୁଉକଟିଏ ଵା ଟଙ୍କା ଟିଏ l ସେ ବୁଝିପାରିଲେ, ଭକ୍ତମାନଙ୍କ ହାତରୁ ଏହା ଖସି ପଡିଛି l କିମ୍ବା ମେଳା ବେଳେ କୌଣସି ଦୋକାନୀଙ୍କ ତହବିଲୁ କିଛି ପଇସା ଦୈବାତ ପଡିଯାଇ ମାଟି ଭିତରେ ତାହା ରହି ଯାଇଛି l ତେବେ ସେସବୁ ଗୋଟାଇବାକୁ ତାଙ୍କର ଆଉ ଆଗ୍ରହ ହେଲା ନାହିଁ l ତେବେ ସେ ଅଞ୍ଜନର ଗୁଣ ସମ୍ପର୍କରେ ସେ ନିଶ୍ଚିତ ହୋଇ ଆଗକୁ ଚାଲିଲେ l

ଗାଁ ବାହାରେ ଖଣ୍ଡିଏ ଜମି ଉପରେ ତାଙ୍କ ଆଖି ପଡିଲା l ସେ ସତକୁ ସତ ଦେଖି ପାରିଲେ, ସେ ଜମି ତଳେ ଗୋଟିଏ ସୁନାଭର୍ତ୍ତି ପେଡି ପୋତା ହୋଇଛି l ସେ ଜମି ଖଣ୍ଡକ ଜମିଦାରଙ୍କର l ତେଣୁ ସେ ଠିକ କଲେ ଯେ, ପରଦିନ ଯାଇ ଜମିଦାରଙ୍କୁ ସେ ପୋତାଧାରାରେ ଖବର ଦେବେ l ସ୍ଥାନଟି ଠିକ ନିରୂପଣ କରିବା ନିମନ୍ତେ ସେ ସେଠାରେ ଖଣ୍ଡିଏ ବାଡ଼ି ପୋତିଦେଲେ l ଠିକ ମଝି ରାତିରେ ହଠାତ ତାଙ୍କ ନିଦ ଭାଙ୍ଗିଗଲା l ସେ, ଦେଖିଲେ, ତାଙ୍କ ଖଟ ପାଖରେ ଗୋଟିଏ ବାୟାବୀୟ ମୂର୍ତ୍ତି ଠିଆ ହୋଇଛି l ଏହା ଦେଖି ସେ ଚମକି ପଡିଲେ l ମୂର୍ତ୍ତିଟି କହିଲା – ” ଆଚାର୍ଯ୍ୟ ! ତମେ ଆଜି ସେ ଜମି ଉପରେ ବାଡ଼ି କାହିଁକି ପୋତିଲ l “

ଆଚାର୍ଯ୍ୟ ଏ ପ୍ରଶ୍ନରେ କଣ ଉତ୍ତର ଦେବେ ଜାଣିନପାରି ଶେଷରେ ସେ ନିରବ ରହିଲେ l ସେ ଅସ୍ପଷ୍ଟ ମୂର୍ତ୍ତି କହିଲା -“ମୁଁ ଜଣେ, ସେଠି ଥିବା ପୋତାଧନ ତମ ଆଖିରେ ପଡିଛି l ସେ ଧନ କିନ୍ତୁ ମୋ ବଂଶଧର ମାଧବ ମିଶ୍ର ପାଇବା ଉଚିତ l ଆଜିକୁ ପ୍ରାୟ ଦେଢଶହ ବର୍ଷ ଧରି ମୁଁ ଅପେକ୍ଷା କରିଛି l ମୋର କୌଣସି ବଂଶଧର ତାହା ପାଇଲେ ମୁଁ ଶାନ୍ତି ପାଇବି l କାରଣ ତାହା ମୋର ଉପାର୍ଜିତ ଧନ l”

ଆଚାର୍ଯ୍ୟ ଉଠି ବସି ରାମନାମ ସ୍ମରଣ କରି କହିଲେ, ” ଶୁଣ, ମାଧବ ମିଶ୍ରର ଜେଜେବାପା ଋଣଗ୍ରସ୍ତ ହୋଇଯାଇ ସବୁ ଜମି ବିକ୍ରିବଣ୍ଟା କରିଦେଲେ l ସେ ଜମି ବର୍ତ୍ତମାନ ଜମିଦାରଙ୍କର l ମାଧବ ସେ ଧନ କିପରି ପାଇବ ? ତା ‘ ଛଡ଼ା ମାଧବ ସେ ଧନ ପାଇଗଲେ ଯେ ତମେ ଶାନ୍ତି ପାଇବ, ଏଭଳି କଥା ନୁହେଁ l ମୋର ଯେତିକି ଶାସ୍ତ୍ର ଜ୍ଞାନ ଅଛି, ସେଥିରୁ ମୁଁ କହିବି, ସେ ଅର୍ଥ କୌଣସି ଏକ ପୁର୍ଣ୍ୟ କାର୍ଯ୍ୟରେ ଲାଗିଲେ ଯାଇ ତମେ ଶାନ୍ତି ପାଇବ l ତମେ ମାଧବର କେଉଁ ପୂର୍ବପୁରୁଷ ତା ତ ମୁଁ ଜାଣେନା l କିନ୍ତୁ ସେ ବଂଶ ପୁରୋହିତ ବଂଶ l ତୁମେ ପୁରୋହିତ ଭାବରେ ଏତେ ସୁନା ଅର୍ଜନ କରିଥିଲ, ସେକଥା ତ ମୁଁ କଦାପି ମଧ୍ୟ ବିଶ୍ୱାସ କରିପାରିବି ନାହିଁ l ଯଦିବା ଅର୍ଜନ କଲ, ତେବେ ତାଙ୍କୁ କାହିଁକି ଲୁଚାଗଲା ?”

ଏହାଶୁଣି ସେ ବାୟବୀୟ ରୂପ ନୀରବରହିଲା l ଆଚାର୍ଯ୍ୟ କହିଲେ ‘ବେଶ! ମୁଁ ଏପରି ବ୍ୟବସ୍ଥା କରିବି, ଯାହା ଦ୍ୱାରା ସେ ଅର୍ଥରେ ବହୁତ ପୁର୍ଣ୍ୟକାର୍ଯ୍ୟ ହେବ, ତା ‘ ସଙ୍ଗେ ସଙ୍ଗେ ମାଧବ ବି ଖୁଵ ଖୁସିରେ ରହିବ l ଅପେକ୍ଷା କର l ଏହା ପରେ ସେ ବାୟାବୀୟ ରୂପ ଉଭାନ ହୋଇଗଲା l ପର ଦିନ ଆଚାର୍ଯ୍ୟ ଜମିଦାରକୁ ଯାଇ କହିଲେ, ” ମହାଶୟ, ମୁଁ ଗୋଟିଏ ଶିବ ମନ୍ଦିର ଗଢିବାକୁ ମନସ୍ଥ କରିଛି l ” ଜମିଦାର ବୈଦ୍ୟରାଜ ତ ସେ ଆଚାର୍ଯ୍ୟଙ୍କୁ ଖୁଵ ଶ୍ରଦ୍ଧା କରୁଥିଲେ l ସେ କହିଲେ, “ଏହା ତ ଅତି ଆନନ୍ଦର କଥା l ଏବେ କୁହନ୍ତୁ ଆପଣ ମୋଠୁ କେତେ ଚାନ୍ଦା ଆଶା କରୁଛନ୍ତି ?”

ଆଚାର୍ଯ୍ୟ କହିଲେ, ” ମହାଶୟ, ଅର୍ଥ ଆକାରରେ ଚାନ୍ଦା ଆଦୌ ଦରକାର ନାହିଁ l ମୋତେ ଖାଲି ଜମି ଖଣ୍ଡିଏ ଦିଅନ୍ତୁ l ” ତାପରେ ସେ ସେ ପୋତାଧନ ଥିବା ଜମି ଖଣ୍ଡିକ ମାଗିଲେ l ଜମିଦାର ବିନା ଦ୍ୟୁଧା ରେ ସେଥିରେ ସମ୍ମତି ଦେଲେ l କବିରାଜ ସମିତି ଟିଏ ଗଢି ତା ‘ ନାମରେ କମିଟି ଲେଖାଇନେବା ପରେ ପୋତାଧନ ଥିବା ସ୍ଥାନ ଖୋଳି ତହିଁରୁ ଧନ ବାହାର କଲେ ଓ ସେଥିରେ ସେ ଏକ ମନ୍ଦିର ଗଢିଲେ l

କିନ୍ତୁ ସେଥିରେ ସେ ମାଧବ ମିଶ୍ରଙ୍କୁ ଆଜୀବନ ପୂଜକ ଭାବରେ ନିଯୁକ୍ତି କଲେ l ଏଣେ ମାଧବ ମିଶ୍ର ଙ୍କ ଆନନ୍ଦ କହିଲେ ନ ସରେ l ମନ୍ଦିର ପ୍ରତିଷ୍ଠା ହେବା ପରେ ପରେ ଦିନେ ରାତିରେ ସେ ମୂର୍ତ୍ତିଟି ଆସି ଆଚାର୍ଯ୍ୟ ଙ୍କୁ କହିଲା, ” ଆଚାର୍ଯ୍ୟ, ତୁମକୁ ଅନେକ ଅନେକ ଧନ୍ୟବାଦ l ଆଜି ମୋତେ ମୁକ୍ତି ମିଳିଲା l “

Odia story Dedhasaha Barsara Apekhya

Odia Story Dedhasaha Barsara Apekhya, Odia Story Dedhasaha Barsara Apekhya, Odia Story Dedhasaha Barsara Apekhya, Odia Story Dedhasaha Barsara Apekhya, Odia Story Dedhasaha Barsara Apekhya

Jobalert360.com

Odia Story Tyagara Phala Click Here

Jobalert360.com

1 thought on “Odia story Dedhasaha Barsara Apekhya”

Leave a Comment

You cannot copy content of this page