Odia Story ଯଥାର୍ଥ ଚିକିତ୍ସା

Odia Story ଯଥାର୍ଥ ଚିକିତ୍ସା

Odia Story ଯଥାର୍ଥ ଚିକିତ୍ସା

Facebook
WhatsApp
Telegram

ଯଥାର୍ଥ ଚିକିତ୍ସା

ରାମନାଗରରେ ଶିବୁ ନାମକ ଯୁବକଟିଏ ଥାଏ l ତା’ର ସାରା ଦୁନିଆରେ ଏକମାତ୍ର ନିଜଲୋକ ବୋଲି ବିଧବା ମା ‘ ଟିଏ ଥାଏ l ଦିନେ ରୋଗୀ ମା ‘କୁ ନେଇ ଶିବୁ ବୈଦ୍ୟଙ୍କ ଘରକୁ ଗଲା l ଦେଖିଲା ଆଗରୁ ବହୁତ ଲୋକ ସେହି ବୈଦ୍ୟଙ୍କ ଅପେକ୍ଷାରେ ଥାନ୍ତି l ଶିବୁ ମା ‘ ଙ୍କୁ କହିଲା, ମା ‘ ଏବେ ଏତେ ଲୋକଙ୍କ ଚିକିତ୍ସା ଶେଷ ହେବାକୁ ବହୁତ ସମୟ ଲାଗିବ l

ତୁମର ପାଳି ପଡିବା ଭିତରେ ମୁଁ ଏଇ ଟିକିଏ ବଜାର ହେଇ ଆସୁଛି l ତମେ ଏଠାରେ ବସିଥାଅ l”ଏତିକି କହି ସେ ବାହାରକୁ ଚାଲିଗଲା l ଶିବୁ ପଚିଶ ବର୍ଷର ଯୁବକ ହେଲେ ମଧ୍ୟ କୌଣସି ଭଲ ସଂସାରିକ ବୁଦ୍ଧି ତା’ର ନଥାଏ l ପିଲାଦିନରୁ ବାପା ମରିଯିବାରୁ ମା ‘ ତାକୁ ଗେଲ୍ହା କରି ବଢ଼ାଇଥାଏ l ସେଥିପାଇଁ ସେ ଖାଲି ବାଳୁଙ୍ଗା ହୋଇ ବୁଲୁଥାଏ l ପଢାପଢିରେ ତ ସେ ଆଦୌ ମନ ଦେଲା ନାହିଁ l ପୁଣି ନିହାତି ଅଳସୁଆ l ଗୁଣ୍ଡା ପିଲାଗୁଡିଏ ତା ସାଙ୍ଗ ହୋଇଥିବାରୁ ମଝିରେ ମଝିରେ ସେ ଚୋରୀ ମଧ୍ୟ କରେ l

ଯେଉଁଦିନ ଶିବୁ ତା ‘ମା କୁ ନେଇ ବୈଦ୍ୟ ଘରକୁ ଗଲା ତା’ର ଠିକ ପୂର୍ବ ଦିନ ଗ୍ରାମ ଶେଷରେ ଥିବା ପୋଖରୀ ଘାଟ ଉପରେ ଜଣେ ଆଗନ୍ତୁକ ଛୁରା ଦେଖାଇ ଅନେକ ଟଙ୍କା ସେ ଛଟାଇ ନେଇଥିଲା l

କିନ୍ତୁ ଏତେଗୁଡାଏ ଟଙ୍କା ଏକାଠି ସେ ତା ଜୀବରେ କେବେ ଦେଖିନଥିଲା l ଗଣିଦେଖିଲା ଚାରି ହଜାର ଟଙ୍କା l ଗୋଟିଏ ବଡ ତେନ୍ତୁଳି ଗଛ ଗଣ୍ଡିରେ ଥିବା ଖୋଳ ଭିତରେ ନୋଟ ବିଡା ସବୁ ରଖିଦେଇ ମାତ୍ର ଶହେଟି ଟଙ୍କା କାଢି ଆଣିଲା l

ବହୁତ ରାତିରେ ଘରକୁ ଫେରିଲା l ଘରକୁ ଫେରି ଦେଖିଲା ମା ‘ ସର୍ଦି ଜ୍ୱରରେ କମ୍ପୁଛି l ଶିବୁ ବହୁତ ଗମ୍ଭୀର ଭାବରେ କହିଲା, ” ମା ‘ ତମ ପାଇଁ ଭଲ ଚିକିତ୍ସା ଦରକାର l

କାଲି ସକାଳେ ମୁଁ ତୁମକୁ ଜଣେ ଭଲ ବୈଦ୍ୟ ପାଖକୁ ନେଇଯିବି l ” ପରଦିନ ମା ‘ ଙ୍କୁ ବୈଦ୍ୟଙ୍କ ଘରେ ବସାଇ ଶିବୁ ଏଠି ସେଠି ଘୁରି ଘୁରି ଫେରି ଆସି ଦେଖିଲା ତାର ମା ‘ ହାତଗୋଡ ଛଟପଟ କରି ମୂର୍ଚ୍ଛା ହୋଇଯାଇଛି l
ବୈଦ୍ୟ ତାର ନାଡି ପରୀକ୍ଷା କରୁଛନ୍ତି l ଏପରି ଅବସ୍ଥା ଦେଖି ଶିବୁ ବ୍ୟସ୍ତ ହୋଇ ପଚାରିଲା, “ବୈଦ୍ୟଜୀ, ମୋ ମା ‘ର ଏମିତି କ’ଣ ହେଲା ?” ଏହା କହୁ କହୁ ସେ ତା ମା କୁ ଧରି ବସିଲା l

ବୈଦ୍ୟ କହିଲେ, “ଓହଃ, ତେବେ ତୁମେ ଏଇ ବୁଢ଼ୀର ପୁଅ? ଠିକ ସମୟରେ ଏଠାକୁ ଆସିଯାଇଛ l ତୁମ ମା’ ର ଦେହରେ ବାୟୁର ପ୍ରକୋପ ଅତିମାତ୍ରାରେ ବୃଦ୍ଧି ପାଇଛି l

ଏବେ ଲୁହା ତତାଇ ଚେଙ୍କା ଦେଲେ ଭଲ ହେବେ , ସେତିକିବେଳେ ବୈଦ୍ୟଙ୍କ ସହକାରୀ ଯୁବକ ତତଲା ଲୁହା ଧରି ସେଠାରେ ଆସି ପହଞ୍ଚିଲେ l ଏଣେ ଶିବୁ ତା ମା ‘ କୁ ଭଲ ଭାବେ ଧରି ବସିଲା l

କିନ୍ତୁ ବୈଦ୍ୟଙ୍କ ତତଲା ଲୁହା ମା ‘ ଙ୍କ ଦେହରେ ଲାଗବା ପରିବର୍ତ୍ତେ ଶିବୁ ଦେହରେ ଲାଗିଗଲା l ଫଳରେ ସେ ଯନ୍ତ୍ରଣାରେ ଚିତ୍କାର କଲା l

ବୈଦ୍ୟ ବାଡ ଅବଶୋଷରେ କହିଲେ “ଓହଃ, ମୋର ଏମିତି ଭୁଲ କିପରି ହେଲା l ତୁମ ମା ‘ଦେହରେ ତାହା ଲାଗିଥିଲେ ସେ ବିଚାରି ବଞ୍ଚିଯାଇଥାନ୍ତା l
ମା ‘ ର ଅଚାନକ ମୃତ୍ୟୁ ଓ ହାତର ପୋଡା ଯନ୍ତ୍ରଣା ଏ ଦୁଇଟା ମିଶି ଶିବୁକୁ ଯେପରି ପାଗଳ କରିଦେଲେ l

ଶିବୁ ରାଗିଯାଇ ସେ ବୈଦ୍ୟର ଚୁଟି ଧରି କହିଲା -“ତୁମେ ବୈଦ୍ୟ ନୁହଁ, ତୁମେ ହତ୍ୟାକାରୀ l “

ବୈଦ୍ୟ ଶିବୁ ହାତରୁ ଚୁଟି ଛଡାଇ ନେଇ କହିଲେ – “ମୁଁ ଆଜିପର୍ଯ୍ୟନ୍ତ ଜାଣିଥିଲି ଯେ ତୁମେ ଗୋଟିଏ ଚୋର l ହତ୍ୟାକାରୀ ମୁଁ ନୁହଁ, ବରଂ ତୁମେ l
କାଲି ତୁମେ ଯଉଁ ଲୋକର ଧନ ଲୁଟି ନେଇଥିଲ, ବିଚରା ସେ ତାର ଝିଅକୁ ବାହାଦଵ ବୋଲି କ୍ଷେତ ବିକ୍ରିକରି ଟଙ୍କା ନେଉଥିଲା l

ତାର ସମ୍ବଳ ବୋଲି କହିଲେ ସେତିକି ମାତ୍ର l ସେତକ ହରାଇବାରୁ ଏହା ଶୁଣି ତାର ଝିଅ ମଧ୍ୟ କୂଅକୁ ଡେଇଁପଡି ଆତ୍ମହତ୍ୟା କଲା l

ଏବେ ସେ ଝିଅର ମୃତଦେହର ଦାହ ସଂସ୍କାର କରିବା ପାଇଁ ମଧ୍ୟ ତା’ ବାପା ହାତରେ କାଣୀ କଉଡ଼ିଟିଏ ବି ନାହିଁ l ତୁମର କୁକର୍ମ ଯୋଗୁଁ ତା ‘ ଝିଅ ମଲା, ପୁଣି ତମ ହାତରେ ଦାଗ ଲାଗିଗଲା ବୋଲି ମା ‘ ବି ମଲା l ଏବେ ଏ ଦୁଇଟି ମୃତ୍ୟୁ ପାଇଁ କେବଳ ତୁମେ ହିଁ ଦାଇ l “

ଶିବୁ କାଠ ଭଳି ବସିରହି ସେ ସବୁ କଥା ଶୁଣୁଥାଏ l ତା’ପରେ ସେ ବୈଦ୍ୟଙ୍କ ପାଦ ଧରି କାନ୍ଦି କାନ୍ଦି କହିଲା, ” ବୈଦ୍ୟଜୀ ମୋ ମା ‘ ର ଅବସ୍ଥା ଦେଖନ୍ତୁ l
ମୁଁ ଏବେ ଟଙ୍କା ନେଇ ଆସୁଛି l ସେ ତା ‘ ନିଜକୁ ଧିକ୍କାର କଲା ଓ ପଶ୍ଚାତାପ କରୁ କରୁ ସେଠାରୁ ସିଧା ଚାଲିଗଲା l

ସେ ସେଠାରୁ ଯିବା ପରେ ତା ‘ ମା ‘ ଉଠି ବସିଲା ଓ ବୈଦ୍ୟଙ୍କୁ କହିଲା, “ବୈଦ୍ୟରାଜ, ଏ ପର୍ଯ୍ୟନ୍ତ ମୁଁ ଜାଣିନଥିଲି ଯେ ମୋ ପୁଅ ଗୋଟାଏ ଚୋର l
ଆପଣହିଁ ତା’ର ଯଥାର୍ଥ ଚିକିତ୍ସା କରି ତାକୁ ଭଲ ବାଟକୁ ଆଣିଛନ୍ତି l ମୋ ମାନରେ ଆଶଙ୍କା ଥିଲା ଯେ ଯେଉଁ ଯୋଜନା ଆମେ କଲେ ସେଥିରେ ତାର ବିଶେଷ କିଛି ପରିବର୍ତ୍ତନ ହେବନାହିଁ l କିନ୍ତୁ ଆପଣଙ୍କ ଔଷଧ ତ ଠିକ କାମ କରିଛି l “

ବୈଦ୍ୟ କହିଲେ – ” ମୋ ମନରେ ମଧ୍ୟ ସେହି ଏକାହିଁ ଆଶଙ୍କା ଥିଲା l ସେଥିପାଇଁ ତ ମୁଁ ଜାଣି ତା ‘ ହାତରେ ଚେଙ୍କା ଦେଲି l

ଏବେ ସେହି ଘା ‘ ଶୋଖାଇବାପାଇଁ ମଧ୍ୟ ମୁଁ ହିଁ ଔଷଧ ଦେବି ଓ ବିନା ପଇସାରେ ତା’ର ଚିକିତ୍ସା ବି କରିବି l
କାରଣ ତା ମନରେ ପରିବର୍ତ୍ତନ ଆଣିବାକୁ ମୋତେ ଯେ କେତେ ନିଷ୍ଠୁର ହେବାକୁ ପଡିଲା ଏପର୍ଯ୍ୟନ୍ତ ଭିତରେ ବସିଥିବା ବୈଦ୍ୟଙ୍କ ବନ୍ଧୁ ବାହାରକୁ ଆସି କହିଲେ,”ଶିବୁ ତା ‘ମା ‘ କୁ ଧରି ଏଠାକୁ ଆସିବାରୁ ତ ମୁଁ ତାକୁ ଠିକ ଚିହ୍ନି ପକାଇଲି l କିନ୍ତୁ ମୋ ଝିଅର ଆତ୍ମହତ୍ୟା କଥା ତୁମେ କେଉଁଠୁ ଆଣି କହିଲ ?”

ବୈଦ୍ୟ କହିଲେ -“ଶିବୁର ମନରେ ପରିବର୍ତ୍ତନ ଆଣିବାକୁ ଯାଇ ମୁଁ ଏପରି ଏକ ମନ ଗଢ଼ା କଥା କହିଲି l ପ୍ରକୃତରେ ଦେଖିବାକୁ ଗଲେ ସେ ଗୋଟିଏ ଭଲ ପିଲା l ସାଙ୍ଗସାଥୀଙ୍କ ସହ ପଡି ଆଜି ସେ ନଷ୍ଟ ହୋଇଯାଇଛି l “

ସେହି ସମୟରେ ଶିବୁ ସେହି ଟଙ୍କା ଧରି ସେଠାରେ ପହଞ୍ଚିଲା l ମା ‘କୁ ଭଲ ଅବସ୍ଥାରେ ଦେଖି ଓ ଟଙ୍କା ବୈଦ୍ୟଙ୍କୁ ଦେଇ ସେ ବହୁତ ଅନୁତାପ କରି କହିଲା, “ଆପଣଙ୍କ ଦୟାରୁ ଆଜି ମୋର ମା ‘ ମଧ୍ୟ ବଂଚିଗଲା ଓ ମୋ ମନ ମଧ୍ୟ ପୁରାପୁରି ବଦଳିଗଲା l
ଅନ୍ୟର ଧନ ନେଲେ ସେମାନଙ୍କ ଅଭିଶାପ ରେ ମୋ ମା ‘ ମରିଥାନ୍ତା l ଆଜିଠାରୁ ମୁଁ ନିଜେ ପରିଶ୍ରମ କରି ରୋଜଗାର କରିବି l ଏଥିରୁ ମୁଁ ଯଥେଷ୍ଟ ଶିକ୍ଷା ପାଇଛି l ଶିବୁର ଏହି ପରିବର୍ତ୍ତନ ଯୋଗୁଁ ତା’ର ମା ‘, ବୈଦ୍ୟ ଓ ବୈଦ୍ୟଙ୍କ ବନ୍ଧୁ ବହୁତ ଖୁସି ହେଲେ l ସମସ୍ତେ ତା’ର ଉଜ୍ଜଳ ଭବିଷ୍ୟତ କାମନା କରି ତାକୁ ଆଶୀର୍ବାଦ କଲେ l

Odia Story ଯଥାର୍ଥ ଚିକିତ୍ସା

Leave a Comment

You cannot copy content of this page