Odia Poem on Vegitable

Odia Poem on Vegitable

Odia Poem on Vegitable

Facebook
WhatsApp
Telegram

Looking for an Odia poem on vegetables? Explore our blog for a delightful collection of Odia poems dedicated to vegetables. Dive into the vibrant world of literature and discover beautifully crafted verses that celebrate the beauty and significance of vegetables in a poetic way. Immerse yourself in the rich cultural heritage of Odisha through these captivating Odia poems on vegetables.

ପରିବା ମାନଙ୍କର ମହାସଭା


କମଳ କାମିନୀ ଦେ

🍆🫛🥑🥕🫑🍅🌶️🥔🧅🧄🫛🥒🍆
ପରିବା ଦର
ଆକାଶ ଛୁଆଁ
ଦେଇ ହେଉନି ହାତ
ତର୍କାରୀ ଟିକେ
ନହେଲେ ଭାଇ
ଖାଇ ହେଉନି ଭାତ।
ସବୁ ପରିବା
ଏକାଠି ହୋଇ
କରନ୍ତି ଆଲୋଚନା
ଏକତା ଆମ
ଭାଙ୍ଗିବା ନାହିଁ
ଆଳୁ ଦେଲା ସୂଚନା।
ଟମାଟୋ କହେ
ଛୁଅନା ମୋତେ
ଜାଣିଛ ମୋର ଭାଉ
ଭାବିଛି ଏବେ
ଯିବିନି କେବେ
ଗରିବ ଘରେ ଆଉ।
ଏତେ ସୁନ୍ଦର
ଚେହେରା ମୋର
କାହିଁ କମିବ ଦର
ପଇସା ବାଲା
କରେ ଆଦର
ସିଏ ଗରାଖ ମୋର।
ନୁହଁଇ ତୁଚ୍ଛ
ହେବିନି ନିଚ୍ଚ
କହଇ ବାଇଗଣ
କରିଛି ପଣ
ଖାଇଛି ରାଣ
ମୁହଁକୁ କରି ଟାଣ।
ପଖାଳ ସାଥେ
ପୋଡି ଖାଇବେ
ମୋସାଥେ ଦେଇ ଲଙ୍କା
ଏତେ ଦିନକେ
ମିଳିଛି ଶାନ୍ତି
କିଲ ସତୁରି ଟଙ୍କା।
ହୋଇଲା ଠିଆ
ଗଲୁଆ ସାରୁ
କହେ ମୁରୁକି ହସି
ଚାଳିଶି ଟଙ୍କା
କିଲ ମୋହରି
ଆଉ ପାରୁନି ବସି।
କଲରା କହେ
କହୁଛି ଆହେ
ଶୁଣ ମନକୁ ଦେଇ
କିଲକୁ ନବେ
ଏକଥା ଭାବେ
କେତେ ଦିନକୁ ଭାଇ।
କହେ ପୋଟଳ
ହୋଇ ବିକଳ
କମିଲା କାହିଁ ମୋର
କିଲ ଷାଠିଏ
ଶୋଭା ପାଏନା
ଶହଟେ ଦରକାର।
ପାଚିଲା କୁନ୍ଦୁରି
ଫୁଲେଇ ହୋଇ
କହଇ କଥା ବସି
ମୋ ଦର ଟିକେ
କଅମ ବୋଲି
ଲୋକେ କିଣନ୍ତି ବେଶୀ।
ଲମ୍ବା ଲମ୍ବା ଦାଣ୍ଡି
କହଇ ଭେଣ୍ଡି
ମୋ କିଲ ପରା ଚାଳିଶି
ବାଛିବା ପାଇଁ
ହୋଇଛି ମନା
ହେଉବା ବୁଢା କଷି।
ଟିକିଏ ଭାବି
କହଇ କୋବି
ଅଛି ତୁମକୁ ଜଣା
ସାରା ବରଷ
ଦାଆମ ମୋର
ଟିକେ ବି ନାହିଁ ଊଣା।
ରାଗୁଆ ଲଙ୍କା
ଛିଙ୍କି କହୁଛି
କିଲ ଦୁଇଶ ମୋର
ଆଦର କରି
କିଣିବ ଯିଏ
ତାକୁ ଆସିବ ଜର।
ଲାଜେଇ କହେ
ଶୁଣୁଛ ଆହେ
ସୁନ୍ଦରୀ ଜହ୍ନି ରାଣୀ
ମୋ କିଲ ପରା
ଶାଠିଏ ଟଙ୍କା
ହେଉ ପଛକେ କାଣି।
କହେ ପିଆଜ
ଲାଗୁଛି ଲାଜ
କମିଛି ମୋର ଦର
ଖାଇଯା ଭାଇ
ଏତିକି ବେଳେ
ଯାହାର ଦରକାର।


ଜଳେଶ୍ଵର ବାଲେଶ୍ଵର

More Odia Shayari Read

Odia Love Dhoka Shayari

Leave a Comment

You cannot copy content of this page