15 + Odia Kabita on God

Odia Kabita on God

15 + Odia Kabita on God

Facebook
WhatsApp
Telegram

Odia Kabita on God : The second part of the poem goes like this – “If we can think, then surely we know what is good and what is bad. And when good comes our way, it should be cherished as much as we cherish ill-fated happiness. Hence, stop chasing negativity and start creating your own destiny by living life in the right way!”

We have come to the end of our spiritual poem.  It is so inspiring that you can easily imagine yourself as a divine being and spreading love all around while traveling through life, happy and fulfilled.

Odia Kabita on God

ଭକ୍ତର ଭାବନା ଧର୍ମୟ ଚେତନା

ବିଶ୍ୱାସରେ ନିରିଭର

କାମନା ବର୍ଜିତ ଆତ୍ମ ସମର୍ପିତ

ସ୍ଥିତପ୍ରଜ୍ଞ ଭାବ ଯାର ।

ଧର୍ମ ଏକ ମାତ୍ର ଜୀବନର ମିତ୍ର

ସଭିଙ୍କ ମରଣ ପରେ

ଛାଇପରି ଥାଇ ଆତ୍ମା ସଙ୍ଗେ ଯାଇ

ଜୀବକୁ ଉଦ୍ଧାର କରେ ।

ଶୁଭ ସକାଳର କାମନା ହେ ପ୍ରଭୁ

ଆମ୍ଭଙ୍କୁ ସୁଜ୍ଞାନ ହେଉ

ପ୍ରଭୁ ଶ୍ରୀଚରଣେ ଧ୍ୟାନ ରଖି ନିତ୍ୟ

ଏ ଜୀବନ ବିତି ଯାଉ ।

କି ସୁନ୍ଦର ଦିଶ ହେ କଳା ମୋହନ

କି ସୁନ୍ଦର ତୁମେ ଦିଶ

ରୂପା ଜହ୍ନ ପରି ତୁମ ଦୁଇ ଆଖି

ଓଠେ କୃଷ୍ଣଚୂଡ଼ା ହସ ।

ପୁଲକିତ ହୁଏ ମନ ପ୍ରାଣ ମୋର

ବଢଇ ହୃଦେ ସ୍ପନ୍ଦନ

କିଏ ସେ ଗଢିଲା ଆଖି ଲାଖି ରହେ

ଅପୂର୍ବ ଚକାନୟନ ।

ଆହେ ମହାବାହୁ ବଡ଼ ବଡ଼ ଭୁଜ

ଭକ୍ତ ଆଡ଼େ ବିସ୍ତାରିଛ

ହର୍ଷିତ ଶ୍ରୀମୁଖ ମନ ଚୋରା ରୂପ

କୋଟିଏ କନ୍ଦର୍ପ ତୁଚ୍ଛ ।

ନୟନ ପଥରେ ହେ କଳାଠାକୁରେ

ତୁମ ପ୍ରତିଛବି ଥାଉ

ଝରି ପଡୁ ତୁମ କରୁଣାର ବାରି

ଜୀବନ ପବିତ୍ର ହେଉ ।

ଝଟକୁ ଥାଉ ମୋ ଜୀବନ ଖାତାରେ

ତୁମରି ପ୍ରୀତି ସ୍ୱାକ୍ଷର

ତୁମରି ଭାବରେ ତୁମରି ପ୍ରେମରେ

ବିତିଯାଉ ଦିନ ମୋର।

ଆଶିଷ କୁମାର ସାହୁ

ଅର୍ଥ ଲୋଭେ ପଡି ସୁପ୍ରବୃତ୍ତି ଛାଡି

କୁପ୍ରବୃତ୍ତି ଆଚରଣ

ଯାର ପରିଣତ କେବଳ ଦୁର୍ଗତି

ସୁଖ ନାସ୍ତି ଆମରଣ ।

ଧନ କ୍ଷୟଶୀଳ ଦେହ କ୍ଷୟ ଶୀଳ

ଜାଣିଛନ୍ତି ଏହି କଥା

ଜଗତ କଲ୍ୟାଣେ ଦୁହିଙ୍କୁ ଅର୍ପିଲେ

ଜୀବନର ସାର୍ଥକତା ।

ଲୋଭ ବରଜନ ଆହାର ସଂଯମ

ପାପ ରୋଗ ହରି ଥାଏ

କାମନା ବର୍ଜିତ ବାସନା ରହିତ

ଭକତ ମୁକତି ପାଏ ।

ଜଣାଣ ଏତିକି ଆହେ ଚକାଆଖି

ଜଣାଣ ଏତିକି ଆହେ ଚକାଆଖି

ଯୋଡ଼ି ବେନି ହାତ ମୋର

ତୁମ ଭାବନାରେ ତୁମରି କଥାରେ

ମନ ରହୁ ନିରନ୍ତର।

ଯାହା ମୋତେ ମିଳେ ସୁଖରେ ମୁଁ ଚଳେ

ଇଚ୍ଛା ନାହିଁ ଅଧିକରେ

ତୁମ ପରି ନାଥ ପାଇ ଜଗନ୍ନାଥ

କେଉଁ ଆଶା ଜୀବନରେ।

ଦାନା କନା କେବେ ‌ ନମିଳିବ ଯେବେ

ଦୁଃଖ ମୁଁ କରିବି ନାହିଁ

ସୁଖୀ ହେବି ମୁହିଁ ନୀଳାଦ୍ରି ଗୋସାଇଁ

ତୁମ ନୀଳଚକ୍ର ଚାହିଁ ।

ଭିକାରୀ ଟେ ହୋଇ ବଡ଼ଦାଣ୍ଡେ ବସି

ତୁମ ନାମ ଗାଉଥିବି

ବାରଟି ମାସରେ ଶ୍ରୀକ୍ଷେତ୍ର ପୁରୀରେ

ତେର ଯାତ ଦେଖୁଥିବି ।

ଚତୁର୍ଦ୍ଧା ମୁରତି ମଙ୍ଗଳ ଆଳତୀ

ଦର୍ଶନ କରିବି ନିତି

ଆନନ୍ଦ ବଜାରେ ଅବଢ଼ା ଖାଇବି

ପାଇବି ଅପୂର୍ବ ଶାନ୍ତି ।

ଛାଡି କୁଳ ଜନ ପ୍ରିୟ ପରିଜନ

ତୁମ ଶରଣେ ରହିବି

ସିଂହ ଦୁଆରରୁ ସରଗ ଦୁଆର

ଶେଷରେ ବାହୁଡ଼ି ଯିବି ।

ଆଶିଷ କୁମାର ସାହୁ ବାଲିଆପାଳ ମୋ- ୭୬୮୪୯୨୬୯୦୬

ତୁମରି ଶରଣ ଗଲି

କି ସୁନ୍ଦର ଦିଶ ଆହେ ନିଳାଦ୍ରୀଶ

ଚକା ଚକା ଆଖି ମେଲି

ଦର୍ଶନେ ତୁମର ହେ କଳା ଠାକୁର

ପାଗଳ ପ୍ରାୟ ମୁଁ ହେଲି ।

ରଙ୍ଗ ଅଧରରେ ମିଠା ମିଠା ହସ

ଏମିତି ଦେଖି ନଥିଲି

କଳା ବଦନରେ କେଉଁ ଯାଦୁ ଥିଲା

ପ୍ରେମରେ ମୁଁ ପଡ଼ି ଗଲି।

କୋଟିଏ କନ୍ଦର୍ପ ଲାବଣ୍ୟ ମୁରତି

ଆଖିରେ ଯେବେ ଦେଖିଲି

ଗରୁଡ଼ ପଛରୁ ଆହେ ମହାବାହୁ

ଦୁଇ ହାତ ଟେକି ଦେଲି ।

ବଡ଼ ଶରଧାରେ ଗରୁଡ଼ ସ୍ତମ୍ଭକୁ

ଯେବେ କୁଣ୍ଢେଇ ଧରିଲି

ତୁମ ଶ୍ରୀଅଙ୍ଗର ଶୀତଳ ପରଶ

ଅନୁଭବ କରୁଥିଲି।

ଇଚ୍ଛା ହେଉଥିଲା ମୋ ମନର କଥା

କହିଦେବି ମନ ଖୋଲି

କେଉଁ କଥା ପ୍ରଭୁ ତୁମକୁ ଅଜଣା

ସେ ଲାଗି ନୀରବ ହେଲି।

ତୁମରି ଆଖିରେ ଆଖି ମିଶିଗଲା

ନିଜକୁ ଧନ୍ୟ ମଣିଲି

ଏଇ ଭାବ ଆମ ଲାଗି ରହି ଥାଉ

ତୁମରି ଶରଣ ଗଲି।

ଆଶିଷ କୁମାର ସାହୁ ବାଲିଆପାଳ

Coming Soon

Thank you for visiting our website for job related search visit here

Leave a Comment

You cannot copy content of this page